ରାଜ୍ୟରେ 3 ମେଡିକାଲ କଲେଜ ଶୀଘ୍ର ହେବ କାର୍ଯ୍ୟକ୍ଷମ: ସ୍ୱାସ୍ଥ୍ୟମନ୍ତ୍ରୀ - New Medical Colleges In Odisha - NEW MEDICAL COLLEGES IN ODISHA

🎬 Watch Now: Feature Video

thumbnail

By ETV Bharat Odisha Team

Published : Jul 13, 2024, 9:36 PM IST

3 New Medical Colleges: କଟକ: ଓଡିଶାରେ ଖୁବଶୀଘ୍ର କାର୍ଯ୍ୟକ୍ଷମ ହେବ 3 ନୂତନ ମେଡିକାଲ କଲେଜ । ଯାଜପୁର, କନ୍ଧମାଳ ଓ ତାଳଚେର ମେଡିକାଲ କଲେଜ ଶୀଘ୍ର କାର୍ଯ୍ୟକ୍ଷମ ହେବା ନେଇ ସୂଚନା ଦେଇଛନ୍ତି ସ୍ୱାସ୍ତ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ । 

ଓଡିଶା ମେଡିକାଲ କଲେଜ ଟିଚର୍ସ ଆସୋସିଏସନର ବାର୍ଷିକ ସମ୍ମିଳନୀ କଟକ ଏସସିବି ମେଡିକାଲରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଯୋଗ ଦେଇ ସମସ୍ତଙ୍କୁ କିପରି ଉତ୍ତମ ଚିକିତ୍ସା ସେବା ଯୋଗାଇ ଦିଆଯିବ ତାହା ଉପରେ ଗୁରୁତ୍ୱାରୋପ କରିଛନ୍ତି । ଏହାସହ ସୁସ୍ଥ ଓଡିଶା, ରୋଗମୁକ୍ତ ଓଡିଶା ଗଠନ କରିବାକୁ ଡାକ୍ତରମାନଙ୍କୁ ପରାମର୍ଶ ଦେଇଛନ୍ତି । ରାଜ୍ୟ ସରକାରଙ୍କ ପକ୍ଷରୁ ଆସୋସିଏସନର ଯେଉଁ ଦାବି ରହିଛି ତାହାକୁ ପୁରଣ କରିବା ପାଇଁ ସରକାର ବିଚାର କରିବେ ବୋଲି କହିଛନ୍ତି ମନ୍ତ୍ରୀ । 

ଏହା ମଧ୍ୟ ପଢ଼ନ୍ତୁ...ଆକ୍ସନ ମୁଡରେ ଏସସିବି, କହିଲେ ଶବ ସହ ଦଲାଲି କରାଯିବନି ବରଦାସ୍ତ - Postmortem In Cuttack Scb

ସେହିଭଳି ରାଜ୍ୟରେ 11ଟି ମେଡିକାଲ କଲେଜ କାର୍ଯ୍ୟ କରୁଥିବା ବେଳେ ଖୁବଶୀଘ୍ର ଆଉ 3ଟି ମେଡିକାଲ କଲେଜ କାର୍ଯ୍ୟକ୍ଷମ ହେବାକୁ ଯାଉଛି ବୋଲି କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ । ସମ୍ମିଳନୀରେ ଆସୋସିଏସନର ସଭାପତି ଡାକ୍ତର ଜୟନ୍ତ ପଣ୍ଡା କହିଛନ୍ତି ଯେ, ସ୍ୱାସ୍ଥ୍ୟସେବା ସହ ଶିକ୍ଷାକୁ ଆସୋସିଏସନ ଗୁରୁତ୍ୱ ପ୍ରଦାନ କରୁଛି  । ଯାହା ଭବିଷ୍ୟତରେ ମଧ୍ୟ ଜାରି ରହିବ । ସମ୍ମିଳନୀରେ DMET ସନ୍ତୋଷ କୁମାର ମିଶ୍ର, ସ୍ୱାସ୍ଥ୍ୟ ବିଶ୍ୱବିଦ୍ୟାଳୟର କୁଳପତି ମାନସ ରଞ୍ଜନ ସାହୁ, ଏସସିବି ଅଧକ୍ଷ, ଅଧିକ୍ଷକ ପ୍ରମୁଖ ଯୋଗ ଦେଇଥିଲେ । ଏହି ଅବସରରେ ଓମଟା ପକ୍ଷରୁ ପ୍ରକାଶିତ ସ୍ମରଣିକା କୁ ଅତିଥିମାନେ ଉନ୍ମୋଚନ କରିଥିଲେ।

ଇଟିଭି ଭାରତ, କଟକ 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.