ଟ୍ରାକ୍ଟରକୁ ପଛପଟୁ ଧକ୍କା ଦେଲା ଟ୍ରକ, 3 ଆହତ - Jajpur Road Accident - JAJPUR ROAD ACCIDENT
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/30-04-2024/640-480-21349771-thumbnail-16x9-acc.jpg)
![ETV Bharat Odisha Team](https://etvbharatimages.akamaized.net/etvbharat/prod-images/authors/odisha-1716536003.jpeg)
Published : Apr 30, 2024, 10:38 AM IST
Jajpur Road Accident: ଯାଜପୁର: ଜିଲ୍ଲାର କୋରେଇ ଥାନା ରଗଡି ଛକରେ ଦୁର୍ଘଟଣା । ଟ୍ରାକ୍ଟରକୁ ପଛପଟୁ ଧକ୍କା ଦେଲା ଟ୍ରକ । ଏହି ଦୁର୍ଘଟଣାରେ 3ଜଣ ଆହତ ହୋଇଛନ୍ତି l ସେମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ତାଙ୍କର ଚିକିତ୍ସା ଜାରି ରହିଛି ।
ସୂଚନା ଅନୁଯାୟୀ, ମଙ୍ଗଳବାର ସକାଳ ସମୟରେ କିଛି ଶ୍ରମିକ ଏକ ଟ୍ରାକ୍ଟର ଡାଲାରେ ବସି ରଗଡି ଅଞ୍ଚଳକୁ ପାଇପ କାମ ପାଇଁ ଯାଉଥିଲେ l ଏହି ସମୟରେ ଏକ ଟ୍ରକ ଗାଡି ଦ୍ରୁତଗତିରେ ଆସି ରଗଡି ଛକଠାରେ ଟ୍ରାକ୍ଟରକୁ ପଛପଟୁ ଧକ୍କା ଦେଇଥିଲା l ଫଳରେ ଟ୍ରାକ୍ଟର ଗାଡିଟି ସମ୍ପୂର୍ଣ୍ଣ ଓଲଟି ପଡ଼ିଥିଲା l ଏହି ଦୁର୍ଘଟଣାରେ ଟ୍ରାକ୍ଟର ଡାଲାରେ ବସିଥିବା 3ଜଣ ଶ୍ରମିକ ଆହତ ହୋଇଛନ୍ତି l
ଏହାମଧ୍ୟ ପଢନ୍ତୁ.. ଅନୁଗୋଳରେ ମର୍ମନ୍ତୁଦ ଦୁର୍ଘଟଣା; ଟ୍ରକ ଧକ୍କାରେ ୩ ବାଇକ ଆରୋହୀ ମୃତ - Road Accident
ସେପଟେ ଦୁର୍ଘଟଣାକୁ ଦେଖି ସ୍ଥାନୀୟ ଲୋକେ 108 ଆମ୍ବୁଲାନ୍ସ ଡାକି ଆହତ ଶ୍ରମିକଙ୍କୁ ଚିକିତ୍ସା ପାଇଁ ଯାଜପୁର ରୋଡ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ l ସେପଟେ ଯାଜପୁର ରୋଡ ସ୍ୱାସ୍ଥ୍ୟକେନ୍ଦ୍ରରେ ଡାକ୍ତର ପ୍ରାଥମିକ ଚିକିତ୍ସା କଲାପରେ ଗୁରୁତର ଶ୍ରମିକଙ୍କୁ ଅଧିକ ଚିକିତ୍ସା ପାଇଁ କଟକ ବଡ଼ ମେଡିକାଲକୁ ପଠାଇଥିବା ସୂଚନା ମିଳିଛି l ଆହତ ଶ୍ରମିକମାନେ ବିହାର ରାଜ୍ୟର କୁନ୍ଦନ କୁମାର, ଗଗନ କୁମାର ଓ ଜମଦାର ମତୋ ବୋଲି ସୂଚନା ମିଳିଛି l ତେବେ ରଗଡି ଅଞ୍ଚଳରେ ଟ୍ରାଫିକ ସମସ୍ୟା ଯୋଗୁ ଅନେକ ସମୟରେ ଏଭଳି ଦୁର୍ଘଟଣା ହେଉଥିବା ଦେଖିବାକୁ ମିଳୁଛି l
ଇଟିଭି ଭାରତ, ଯାଜପୁର