ଖଡିଆଳ ମହୋତ୍ସବର ଦ୍ବିତୀୟ ସନ୍ଧ୍ୟା, ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ଝୁମିଲେ ଦର୍ଶକ - Nuapada news
🎬 Watch Now: Feature Video

Published : Jan 31, 2024, 11:43 AM IST
Khadial Mahotsav 2024: ନୂଆପଡା: ଜମୁଛି ଖଡିଆଳ ମହୋତ୍ସବ । ଦର୍ଶକଙ୍କ ମନ ମୋହୁଛି ସାଂସ୍କୃତିକ କାର୍ଯ୍ୟକ୍ରମ । ଜିଲ୍ଲା ତଥା ଜିଲ୍ଲା ବାହାରୁ ଆସିଥିବା ସାଂସ୍କୃତିକ ଦଳର କାର୍ଯ୍ୟକ୍ରମରେ ଦୁଲୁକୁଛି ଐତିହାସିକ ଖଡ଼ିଆଳ ମହୋତ୍ସବ । ରଙ୍ଗାରଙ୍ଗ କାର୍ଯ୍ୟକ୍ରମର ଉପଭୋଗ କରୁଛନ୍ତି ଦର୍ଶକ । ଐତିହାସିକ ସୁଦୂର ମହୀଶୂର ପ୍ୟାଲେସ ଆକୃତିରେ ସଜ୍ଜିତ ହୋଇଛି ଖଡ଼ିଆଳ ମହୋତ୍ସବ ରଙ୍ଗମଞ୍ଚ । ଗତକାଲି (ମଙ୍ଗଳବାର) ଦ୍ଵିତୀୟ ସନ୍ଧ୍ୟାରେ ଦର୍ଶକଙ୍କ ମନମୋହିଲା ଘରୋଇ ସ୍କୁଲର ନୃତ୍ୟ ନାଟିକା କପଟ ପାସା, କୋଲକାତା ବଙ୍ଗାଳୀ ଲୋକନୃତ୍ୟ, ଆସାମର ବିହୁ,କୁରେଫୁଲ ସାଂସ୍କୃତିକ ଅନୁଷ୍ଠାନ ଅତାବିରାର ଚୁଟକୁ ଚୁଟା । ଦୂରଦୁରାନ୍ତରରୁ ଖଡ଼ିଆଳ ମହୋତ୍ସବରେ ଭାଗ ନେଇ କଳାକାରମାନେ ମଧ୍ୟ ଖୁସି ବ୍ୟକ୍ତ କରିଛନ୍ତି । ତେବେ ସାଂସ୍କୃତିକ ସଭାରେ ମହୋତ୍ସବ ପାଳନ କମିଟି ଉପସଭାପତି ଅମରେଶ ଚନ୍ଦ୍ର ପଟ୍ଟନାୟକ ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି ଭାବରେ ନୂଆପଡା ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ମଧୁଛନ୍ଧା ସାହୁ ଯୋଗଦେଇ ଉଦବୋଧନ ଦେଇଥିଲେ ।
ଏହା ମଧ୍ୟ ପଢନ୍ତୁ-ଖଡ଼ିଆଳ ମହୋତ୍ସବ ଉଦଘାଟିତ, ମନମୋହିଲା ସାଂସ୍କୃତିକ କାର୍ଯ୍ୟକ୍ରମ
ଇଟିଭି ଭାରତ, ନୂଆପଡା