ଅହମ୍ମଦାବାଦରେ ଭୋଟ ଦେଲେ ପ୍ରଧାନମନ୍ତ୍ରୀ, ସାଙ୍ଗରେ ଥିଲେ ଶାହ - pm modi casts his vote - PM MODI CASTS HIS VOTE
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/07-05-2024/640-480-21405451-thumbnail-16x9-pm-modi.jpg)
![ETV Bharat Odisha Team](https://etvbharatimages.akamaized.net/etvbharat/prod-images/authors/odisha-1716536003.jpeg)
Published : May 7, 2024, 8:53 AM IST
ନୂଆଦିଲ୍ଲୀ: ଆଜି ତୃତୀୟ ପର୍ଯ୍ୟାୟରେ 11ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଭୋଟିଂ ଜାରି ରହିଛି । ସକାଳୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ପ୍ରମୁଖ ଭୋଟ ଦେଇଛନ୍ତି । ଉଭୟ ଅହମ୍ମଦାବାଦ ସ୍ଥିତ ନିଶାନ ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ହୋଇଥିବା ମତଦାନ କେନ୍ଦ୍ରରେ ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି । ଶାହ ପହଞ୍ଚି ଭୋଟ ଦେବାର କିଛି ସମୟ ପରେ ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ କଡା ସୁରକ୍ଷା ମଧ୍ୟରେ ମତଦାନ କେନ୍ଦ୍ରରେ ପହଞ୍ଚି ମତାଧିକାର ସାବ୍ୟସ୍ତ କରିଛନ୍ତି । ମତଦାନ କେନ୍ଦ୍ରର କିଛି ଦୂରରୁ କାରରୁ ଓହ୍ଲାଇ ଚାଲି ଚାଲି କେନ୍ଦ୍ରରେ ପ୍ରବେଶ କରିଥିଲେ ପ୍ରଧାନମନ୍ତ୍ରୀ । ମୋଦି ପହଞ୍ଚିବା ପରେ ଶାହ ଓ ଅନ୍ୟ ଦଳୀୟ ନେତା ତାଙ୍କୁ ସ୍ବାଗତ କରିଥିଲେ ଓ ସେ ଭୋଟ ଦେବା ସମୟରେ ଶାହ ମଧ୍ୟ ଉପସ୍ଥିତ ଥିଲେ । ପ୍ରଧାନମନ୍ତ୍ରୀ ମୋଦି ଭୋଟ ଦେବା ପରେ ସ୍ଥାନୀୟ ଲୋକଙ୍କ ଅଭିବାଦନ ଗ୍ରହଣ କରିଛନ୍ତି । ଗଣମାଧ୍ୟମରେ ପ୍ରତିକ୍ରିୟା ମଧ୍ୟ ଦେଇଛନ୍ତି ।