ଗଣେଶ ମୂର୍ତ୍ତି ଭସାଣି ବେଳେ ଅଘଟଣ: କେନାଲରେ ଭାସିଯାଇ 2 ଛାତ୍ର ମୃତ, ଦୁଇ ଶିକ୍ଷକ ଉଦ୍ଧାର - 2 STUDENTS DIES

By ETV Bharat Odisha Team

Published : Sep 14, 2024, 1:21 PM IST

thumbnail
ଗଣେଶ ମୂର୍ତ୍ତି ଭସାଣି ବେଳେ ଅଘଟଣ: କେନାଲରେ ଭାସିଯାଇ 2 ଛାତ୍ର ମୃତ (ETV Bharat Odisha)

ରାଇରଙ୍ଗପୁର (ମୟୂରଭଞ୍ଜ): ଗଣେଶ ମୂର୍ତ୍ତି ବିସର୍ଜନ କରିବାକୁ ଯାଇ କେନାଲରେ 2 ଶିକ୍ଷକ ଓ 2 ଛାତ୍ର ଭାସି ଯାଇଥିଲେ । ତୁରନ୍ତ ଅଗ୍ନିଶମ ବିଭାଗ ଉଦ୍ଧାର ଅପରେସନ ଆରମ୍ଭ କରି ଦୁଇ ଜଣ ଶିକ୍ଷକଙ୍କୁ ଉଦ୍ଧାର କରିଥିଲେ ସୁଦ୍ଧା 2 ଛାତ୍ରଙ୍କୁ ଜୀବିତ ଉଦ୍ଧାର କରାଯାଇ ପାରନି । ଉଭୟଙ୍କ ମୃତଦେହ ଉଦ୍ଧାର ହୋଇଛି । ଦୁଇ ମୃତ ଛାତ୍ର ଖୁଣ୍ଟା ଥାନା ଲକ୍ଷ୍ମଣାସାହି ପଞ୍ଚାୟତର ସିଙ୍ଗଗଡ଼ିଆ ଗ୍ରାମର ତନ୍ମୟ କୁମାର ବେହେରା ଓ ରାସଗୋବିନ୍ଦପୁର ଅଞ୍ଚଳର ଦିବ୍ୟଜ୍ୟୋତି ସାହୁ ଭାବେ ଚିହ୍ନଟ ହୋଇଛନ୍ତି । ସେହିପରି ଉଦ୍ଧାର ୨ଜଣ ଶିକ୍ଷକ, ବାଲେଶ୍ଵର ଜିଲ୍ଲାର ବରପଦା ଥାନା ଅଞ୍ଚଳର ରଞ୍ଜନ କୁମାର ନାୟକ ଓ ବାଲିଆପାଳ ଥାନା ଅଞ୍ଚଳର ତପନ କମିଳା ବୋଲି ଜଣାପଡିଛି । ଏମାନେ ସମସ୍ତେ ଓଡିଶା ଆଦର୍ଶ ବିଦ୍ୟାଳୟର ଶିକ୍ଷକ ଓ ଛାତ୍ର ବୋଲି ଜଣାପଡିଛି ।

ଉଭୟ ଛାତ୍ର ଲକ୍ଷ୍ମୀପୋଷି ସ୍ଥିତ ଘରୋଇ କୋଚିଂ ମେସରେ ରହି ଶିକ୍ଷା ଗ୍ରହଣ କରୁଥିଲେ । ଶୁକ୍ରବାର ପୂର୍ବାହ୍ନରେ ବାରିପଦାର ଭଞ୍ଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀପୋଷି ଅଞ୍ଚଳରେ ଥିବା ସୁବର୍ଣ୍ଣରେଖା କେନାଲରେ ଗଣେଶ ମୂର୍ତ୍ତି ବିସର୍ଜନ କରୁଥିବା ବେଳେ କେନାଲରେ ଭାସି ଯାଇଥିଲେ । ସୂଚନା ପାଇ ନିଖୋଜଙ୍କୁ ଠାବ କରିବା ପାଇଁ ପାଇଁ ଅଗ୍ନିଶମ ବିଭାଗ ଓ ଓଡ୍ରାଫ୍‌ ଟିମ ଅପରେସନ ଆରମ୍ଭ କରିଥିଲେ । ଅତିରିକ୍ତ ଜିଲ୍ଲାପାଳ, ଏସଡିପିଓ, ସ୍ଥାନୀୟ ତହସିଲଦାର ଓ ସଦର ଥାନା ଅଧିକାରିଣୀ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର ଅପରେସନ ତଦାରଖ ରଖିଥିଲେ । କିଛି ଘଣ୍ଟାର ଅପରେସନେରେ ୨ଜଣ ଉଦ୍ଧାର ଶିକ୍ଷକଙ୍କୁ ଉଦ୍ଧାର କରାଯାଇ ‘ପିଆରଏମ’ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ପରେ ହେଲେ 2 ଛାତ୍ରଙ୍କ ମୃତଦେହ ଉଦ୍ଧାର ହୋଇଥିଲା । 

ଇଟିଭି ଭାରତ, ରାଇରଙ୍ଗପୁର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.