ଏମିତି ବି ମୃତ୍ୟୁ ଆସେ ! ୧୧ କେଭି ବିଦ୍ୟୁତ ତାର ଛିଡି ୨ ମୃତ, ଜଣେ ଗୁରୁତର - ବିଦ୍ୟୁତ ତାର ଛିଡି ମୃତ୍ୟୁ

🎬 Watch Now: Feature Video

thumbnail

By ETV Bharat Odisha Team

Published : Feb 19, 2024, 8:04 PM IST

ଭବାନୀପାଟଣା: ବିଦ୍ୟୁତ ବିଭାଗର ଚରମ ଅବହେଳା ପାଇଁ ଚାଲିଗଲା ଜୀବନ  । ୧୧ କେଭି ବିଦ୍ୟୁତ ତାର ଛିଣ୍ଡି ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ହୋଇପଡ଼ିଛନ୍ତି । ଏପରି ଦୁଃଖଦ ଘଟଣା କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକର ଦାନିକାପେଲ ଗାଁ ନିକଟରେ ଘଟିଛି । ଏହି ପଞ୍ଚାୟତର ଟାମକୁରୁଞ୍ଜା ଗାଁର କାଙ୍ଗା ମାଝୀ ଦାନିକାପେଲଗାଁକୁ ନିଜ ସମୁଦି ଘରକୁ କୁଣିଆ ହୋଇ ଆସିଥିବା ବେଳେ ସେ ଘରକୁ ଫେରିବାକୁ ବାହାରିଥିଲେ ।  ତେବେ ତାଙ୍କୁ ବାଟେଇବା ପାଇଁ ତାଙ୍କ ନୂଆ ସମ୍ପର୍କୀୟ ଟିଙ୍ଗୁ ମାଝୀ ଓ ଡଙ୍ଗେ ମାଝୀ ତାଙ୍କ ସହ କିଛି ବାଟ ଆସିଥିଲେ  । ତେବେ ସେମାନଙ୍କ ବାଟରେ ଛକିଥିଲା ଯମ  ।  

ଏହା ମଧ୍ୟ ପଢନ୍ତୁ... ବାଟରେ ଜଗିଥିଲା ଯମ ! କୁକୁରକୁ ରକ୍ଷା କରି ପ୍ରାଣ ହରାଇଲେ ବାଇକ ଚାଳକ

ସୁଲିମ ଗାଁ ଓ ଦାନିକାପେଲ ମଝିରେ ରାସ୍ତା ଉପର ଦେଇ ଯାଇଥିବା ୧୧ କେଭି ବିଦ୍ୟୁତ ତାର ହଠାତ ଛିଣ୍ଡି ଯାଇ ସେମାନଙ୍କ ଉପରେ ପଡିଯିବାରୁ ତିନିଜଣ ଯାକ ଗୁରୁତର ହୋଇପଡ଼ିଥିଲେ । ସେମାନଙ୍କୁ ଉଦ୍ଧାର କରି ବିଶ୍ୱନାଥପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିବାବେଳେ ସେଠାରେ ଡାକ୍ତର କାଙ୍ଗା ମାଝୀ ଓ ଟିଙ୍ଗୁ ମାଝୀଙ୍କୁ ମୃତ ଘୋଷଣା କରିଥିଲେ। ସେହିପରି ଡଙ୍ଗେ ମାଝୀଙ୍କୁ ଅତ୍ୟନ୍ତ ଗୁରୁତର ଭାବେ ଭବାନୀପାଟଣା ସ୍ଥାନାନ୍ତର କରାଯାଇଛି । ଟାଟା ପାୱାର ପକ୍ଷରୁ ବିଦ୍ୟୁତ ପରିଚାଳନା ଓ ମରାମତି ନାମରେ ମାସକୁ ଅତିକମରେ ଦୁଇଦିନ ଲେଖାଏଁ ବିଦ୍ୟୁତ କାଟ କରାଯାଉଥିବା ବେଳେ ବିଦ୍ୟୁତ ପରିଚାଳନାଗତ ତ୍ରୁଟି ଯୋଗୁଁ ୧୧ କେଭି ଉଚ୍ଚ କ୍ଷମତା ସମ୍ପନ୍ନ ବିଦ୍ୟୁତ ତାର ଛିଣ୍ଡି 2ଟି ନିରୀହ ଜୀବନ ଚାଲିଯାଇଛି  । ବିଦ୍ୟୁତ ଆଘାତପ୍ରାପ୍ତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିବାରେ ଅନେକ  ସ୍ଥାନୀୟ ଲୋକ ଓ ସମାଜସେବୀ ସାହାଯ୍ୟ କରିଥିଲେ । ଏହି ଘଟଣା ଫଳରେ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।

ଇଟିଭି ଭାରତ, କଳାହାଣ୍ଡି   

ABOUT THE AUTHOR

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.