thumbnail

By ETV Bharat Odisha Team

Published : May 31, 2024, 7:10 AM IST

ETV Bharat / Videos

କାଳବୈଶାଖୀ ତାଣ୍ଡବ, ବଜ୍ରାଘାତରେ ଦୁଇ ମୃତ - Workers killed in lightning Strike

lightning Strike in Kalahandi: ଭବାନୀପାଟଣା: ବଜ୍ରାଘାତରେ ଦୁଇ ମୃତ । ଧର୍ମଗଡ ବ୍ଲକ ଧଅରପୁର ପଞ୍ଚାୟତରେ ଅଭାବନୀୟ ଘଟଣା ଘଟିଛି । ବଜ୍ରାଘାତରେ ୨ଜଣଙ୍କ ମୃତ୍ୟୁ ହୋଇଛି । ମୃତକ ମାନେ ହେଲେ ଧଅରପୁର ପଞ୍ଚାୟତ ତେନ୍ତୁଳିପଡାର ଠଣସୁନ୍ଦର ଗୋପାଳ (୨୬) ଓ କାମନ୍ତ ଚନ୍ଦନ( ୨୫) । ଉଭୟେ ଧଅରପୁର ଗ୍ରାମକୁ ମିସ୍ତ୍ରୀ କାମ କରି ଫେରୁଥିବା ବେଳେ ହଠାତ କାଳ ବୈଶାଖୀ ତାଣ୍ଡବ ରଚିଥିଲା । ପବନ ଘଡଘଡି ସହ ବର୍ଷା ହେବା ଯୋଗୁ ଗାଁ ନିକଟରେ ଏକ ପୋଖରୀ ପାଖରେ ଥିବା ଗଛ ମୂଳରେ ବସି ରହିଥିଲେ ।

ଏହାମଧ୍ୟ ପଢନ୍ତୁ.. ବଜ୍ରାଘାତ ନେଲା ମା’ ପୁଅଙ୍କ ଜୀବନ, 15 ଦିନରେ କେନ୍ଦ୍ରାପଡ଼ାରୁ 6 ମୃତ - Lightning Strike

ଏହି ସମୟରେ ବଜ୍ରପାତ ହୋଇଥିବା ବେଳେ ଘଟଣାସ୍ଥଳରେ ହିଁ ଦୁହିଁଙ୍କର ମୃତ୍ୟୁ ହୋଇଯାଇଛି । ସ୍ଥାନୀୟ ଲୋକେ ଏନେଇ କୋକସରା ପୋଲିସକୁ ଜଣାଇବା ପରେ ପୋଲିସ ଘଟଣା ସ୍ଥଳରି ପହଞ୍ଚି ଉଭୟଙ୍କ ମୃତଦେହକୁ ଜବତ କରିଥିବା ବେଳେ ବ୍ୟବଚ୍ଛେଦ ପାଇଁ କୋକସରା ଡାକ୍ତରଖାନାକୁ ପଠାଇଛନ୍ତି  ।ଉଭୟ ମୃତକ ବିବାହିତ ହୋଇଥିବା ବେଳେ ଗୋଟାଏ ଲେଖାଏଁ ସନ୍ତାନ ଥିବା ବେଳେ ଉଭୟଙ୍କ ସ୍ତ୍ରୀ ବର୍ତ୍ତମାନ ଗର୍ଭବତୀ ଥିବା ଜଣାପଡ଼ିଛି । ତେବେ ଏନେଇ ପଞ୍ଚାୟତରେ ଶୋକର ଛାୟା ଖେଳିଯାଇଛି । ଉଭୟଙ୍କ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି ।

ଇଟିଭି ଭାରତ, କଳାହାଣ୍ଡି

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.