ରାଜ୍ୟରେ ଅନେକ ଶିଳ୍ପର ସମ୍ଭାବନା ରହିଛି: ଶିଳ୍ପମନ୍ତ୍ରୀ ସମ୍ପଦ ସ୍ବାଇଁ - 1st CS State Conference Of Odisha - 1ST CS STATE CONFERENCE OF ODISHA
🎬 Watch Now: Feature Video
Published : Jun 22, 2024, 10:43 PM IST
ଭୁବନେଶ୍ବର: ଇଡକୋକୁ ଶିଳ୍ପମନ୍ତ୍ରୀ ସମ୍ପଦ ସ୍ବାଇଁଙ୍କ ରିପୋର୍ଟ । ଆଜି ଆୟୋଜିତ ହୋଇଥିବା ଫାଷ୍ଟ ସିଏସ ଷ୍ଟେଟ କନଫରେନ୍ସ ଆଫ ଓଡ଼ିଶାରେ ଶିଳ୍ପମନ୍ତ୍ରୀ ରାଜ୍ୟର ଶିଳ୍ପର ବିକାଶ କରିବା ଦିଗରେ କଣ ସବୁ ପଦକ୍ଷେପ ନେବାକୁ ଯାଉଛନ୍ତି ତା ବିଷୟରେ ଆଲୋଚନା କରିଥିଲେ। ଏହା ସହିତ ରାଜ୍ୟରେ ଶିଳ୍ପର ବିକାଶ ନେଇ ଥିବା ସମ୍ଭାବନା ବିଷୟରେ ମଧ୍ୟ ଆଲୋଚନ କରିଛନ୍ତି। ତେବେ ରାଜ୍ୟରେ ଶିଳ୍ପକ୍ଷେତ୍ର ଷ୍ଟାଟସ୍ କଣ ରହିଛି, ରାଜ୍ୟରେ ଶିଳ୍ପ ପାଇଁ କେତେ ଜମି ବିକାଶ କରାଯାଇଛି, କେତେ ଭିତ୍ତିଭୂମି ବିକାଶ ହୋଇଛି, କେଉଁ ସଂସ୍ଥାକୁ କେତେ ଜମି ଦିଆଯାଇଛି, କେତେ ଶିଳ୍ପ ପ୍ରତିଷ୍ଠା ହୋଇଛି, କେତେ ଶିଳ୍ପ ବନ୍ଦ ହୋଇଛି, ଆଉ କେତେ ଶିଳ୍ପ କେଉଁ କାରଣରୁ ହୋଇପାରିନି ଆଦିର ରିପୋର୍ଟ ମାଗିଛନ୍ତି ଶିଳ୍ପମନ୍ତ୍ରୀ।
ଇଡକୋ ପକ୍ଷରୁ ସେସବୁର ରିପୋର୍ଟ ଆସିବା ପରେ ତାହାର ଅନୁଧ୍ୟାନ କରି ଆଗାମୀ କାର୍ଯ୍ୟପନ୍ଥା ନିଆଯିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି । ନୂଆ ସରକାର ଲୋକଙ୍କ ସରକାର । ତେବେ ରାଜ୍ୟରେ ଫାର୍ମା ପାର୍କ ନାହିଁ, ଅଟୋମୋବାଇଲ ଶିଳ୍ପ ନାହିଁ ବୋଲି କହିଛନ୍ତି ମନ୍ତ୍ରୀ। ହେଲେ ରାଜ୍ୟରେ ଅନେକ ଶିଳ୍ପର ସମ୍ଭାବନା ରହିଛି । ସୌରଶକ୍ତି ନେଇ ମଧ୍ଯ ପର୍ଯ୍ୟାପ୍ତ ସୁଯୋଗ ରହିଛି । ଆଗକୁ ରାଜ୍ୟରେ ଏସବୁ ଶିଳ୍ପର ବିକାଶ ପାଇଁ କାମ କରିବ ନୂଆ ସରକାର ବୋଲି ମନ୍ତ୍ରୀ କହିଛନ୍ତି । ରାଜ୍ୟରେ କିଭଳି ଅଧିକ ପୁଞ୍ଜିନିବେଶ ଆସିବ, ବିଭିନ୍ନ ଶିଳ୍ପ ଆସିବ, ସେଥିପାଇଁ ପ୍ରୟାସ କରାଯିବ । ଏଥିପାଇଁ ଶାସନ ନୀତିରେ ଆବଶ୍ୟକ ପରିବର୍ତ୍ତନ ମଧ୍ଯ କରାଯିବ । ରାଜ୍ୟ ଶିଳ୍ପ କ୍ଷେତ୍ରରେ କିଭଳି ବିକାଶ କରିବ, ସେଥିପାଇଁ ରଣନୀତି ପ୍ରସ୍ତୁତ କରାଯାଉଛି ବୋଲି ମନ୍ତ୍ରୀ କହିଛନ୍ତି।
ଇଟିଭି ଭାରତ, ଭୁବନେଶ୍ବର