ମହିଳାଙ୍କ ପେଟରୁ ବାହାରିଲା ୧୫ କେଜିର ଟ୍ୟୁମର - TUMOUR OPERATION
🎬 Watch Now: Feature Video
Published : Nov 8, 2024, 6:35 PM IST
କୋରାପୁଟ: ମହିଳାଙ୍କ ପେଟରୁ ବାହାରିଲା ୧୫ କେଜିର ଟ୍ୟୁମର । ଏଭଳି ଏକ ବିରଳ ଅସ୍ତ୍ରପୋଚାର କରାଯାଇଛି କୋରାପୁଟର ସହିଦ ଲକ୍ଷ୍ମଣ ନାୟକ ମେଡିକାଲରେ । ସୂଚନା ଅନୁସାରେ ଜୟପୁର ସହର ନିକଟବର୍ତ୍ତୀ ଡଙ୍ଗରଛିଞ୍ଚି ଅଞ୍ଚଳର ଜଣେ ୪୦ ବର୍ଷୀୟ ମହିଳା ଦୀର୍ଘ ଦିନ ହେବ ପେଟ ବ୍ୟଥାରେ ପୀଡିତ ଥିଲେ । ବହୁ ମେଡ଼ିକାଲ ବୁଲିବା ସତ୍ତ୍ୱେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଠିକ୍ ହେଉନଥିଲା । ଶେଷରେ କୋରାପୁଟ ସ୍ଥିତ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜରେ ଚିକିତ୍ସା କରାଯାଇଛି । ତେବେ ଡାକ୍ତର ତାଙ୍କ ପେଟରେ ଏକ ଟ୍ୟୁମର ଥିବା ଜାଣିପାରିଥିଲେ । ଏହାକୁ ଅସ୍ତ୍ରୋପଚାର କରି ବାହାର କରିବା ପାଇଁ ଡାକ୍ତର ସୁଜାତା ସ୍ୱାଇଁଙ୍କ ନେତୃତ୍ୱରେ ଏକ ଟିମ୍ ଗଠନ କରାଯାଇ ଅସ୍ତ୍ରୋପଚାର କରାଯାଇଛି । ଏହି ଟିମରେ ଡାକ୍ତର ମିଳନ ସିହ୍ନା, ଡାକ୍ତର ପ୍ରଭାତୀରାଣୀ ମିଶ୍ର ଓ ଡାକ୍ତର ଗୋପାଳ ନାୟକ ପ୍ରମୁଖ ସାମିଲ ଥିଲେ । ଅସ୍ତ୍ରୋପଚାର ପରେ ମହିଳା ଜଣକ ସୁସ୍ଥ ଥିବା ସୂଚନା ଦେଇଛନ୍ତି ଡ଼ାକ୍ତର ।
ଏହା ମଧ୍ୟ ପଢନ୍ତୁ...ପାଗ ବଦଳିଲେ କେମିତି ନେବେ ଯତ୍ନ, ରୋଷେଇଘରେ ରାମବାଣ ଉପାୟ
ଇଟିଭି ଭାରତ,କୋରାପୁଟ