ଶ୍ରାଦ୍ଧ ଦିବରେ ବ୍ୟାସକବିଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ବାଲେଶ୍ୱରବାସୀ - Byasa Kabi Fakir Mohan Senapati - BYASA KABI FAKIR MOHAN SENAPATI

🎬 Watch Now: Feature Video

thumbnail

By ETV Bharat Odisha Team

Published : Jun 15, 2024, 9:57 PM IST

Fakir Mohan Senapati: ବାଲେଶ୍ବର: ଆଜି ହେଉଛି ଓଡ଼ିଆ ଭାଷାର ତ୍ରାଣକର୍ତ୍ତା ଫକୀର ମୋହନ ସେନାପତିଙ୍କ 107 ତମ ଶ୍ରାଦ୍ଧ ବାର୍ଷିକ। ତାଙ୍କ ସୃତିରେ ଆଜି ବାଲେଶ୍ୱରରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି। ଫକୀର ମୋହନ ସାହିତ୍ୟ ପରିଷଦ ଆନୁକୂଲ୍ୟରେ ଶାନ୍ତି କାନନ ଠାରେ ଏକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ସେଠାରେ ଶ୍ରାଦ୍ଧ ଦିବସରେ ଫକୀର ମୋହନଙ୍କୁ ମନେ ପକାଇଥିଲେ ବାଲେଶ୍ୱରବାସୀ। ସଂକ୍ରାନ୍ତି ପୁରୁଷ ଭାବେ ପରିଚିତ ଫକୀର ମୋହନଙ୍କ ଅତୁଳନୀୟ ଅବଦାନ ପାଇଁ ଆଜି ଓଡ଼ିଆ ଭାଷା ବିଶ୍ୱରେ ବିଦିତ ହୋଇ ପାରିଛି। ବାଲେଶ୍ୱର ସହରର ଛତୁଆ ପୋଖରୀ ଶାନ୍ତିଘାଟ ଏବଂ ଶାନ୍ତିକାନନ ପରିସରରେ ଥିବା ବ୍ୟାସକବି ଫକୀର ମୋହନ ସେନାପତିଙ୍କ ପ୍ରତିମୂର୍ତ୍ତିରେ ସାମୁହିକ ମାଲ୍ୟାର୍ପଣ କରାଯାଇଥିବା ଦେଖିବାକୁ ମିଳିଥିଲା।  

ଏହା ମଧ୍ୟ ପଢ଼ନ୍ତୁ.. ବରପୁତ୍ରମାନଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କଲେ ମୁଖ୍ୟମନ୍ତ୍ରୀ - CM PAYS TRIBUTE TO LEGENDARY ICONS

ରେମୁଣା ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସ କାର୍ଯ୍ୟକ୍ରମରେ ଯୋଗ ଦେଇ ଫକୀର ମୋହନଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରିବା ସହ ତାଙ୍କ ବହୁବିଦ୍ଧ ପ୍ରତିଭା ଏବଂ ଓଡ଼ିଶାର ସାମାଜିକ ବିକାଶରେ ତାଙ୍କର ଭୂମିକା ସମ୍ପର୍କରେ ଆଲୋଚନା କରିଥିଲେ। ଓଡ଼ିଆ ଭାଷା ସାହିତ୍ୟର ସମୃଦ୍ଧିରେ ତାଙ୍କର ଅବଦାନ ଏ ଜାତି ପାଇଁ ସର୍ବଦା ଅବିସ୍ମରଣୀୟ ହୋଇ ରହିଛି। ସଂକ୍ରାନ୍ତି ପୁରୁଷ ଫକୀର ମୋହନ ସେନାପତିଙ୍କ ବହୁମୁଖୀ ପ୍ରତିଭା ଏବଂ ସେତେବେଳର ସାମାଜିକ ବିକାଶ କ୍ଷେତ୍ରରେ ବଳିଷ୍ଠ ଅବଦାନ ଥିଲା ବୋଲି ଗୋବିନ୍ଦ କହିବା ସହ ଛତୁଆ ପୋଖରୀ ଶାନ୍ତିଘାଟର ଉନ୍ନତି ପାଇଁ ସହଯୋଗ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ସେହିପରି ପୌରାଧ୍ୟକ୍ଷା ସବିତା ସାହୁ ମଧ୍ୟ କବିତୀର୍ଥ ଶାନ୍ତିକାନନରେ ଫକୀର ମୋହନଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରିଥିଲେ। ଫକୀର ମୋହନ ସାହିତ୍ୟ ପରିଷଦର ସମସ୍ତ କର୍ମକର୍ତା ଏଥିରେ ଯୋଗ ଦେଇ ଫକୀର ମୋହନଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।  

ଇଟିଭି ଭାରତ, ବାଲେଶ୍ବର

ABOUT THE AUTHOR

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.