ETV Bharat / technology

Instagram ଆଣୁଛି ନୂଆ ଫିଚର; ଲଗାଇପାରିବେ AI ଜେନେରେଟ୍‌ ପ୍ରୋଫାଇଲ ପିକ୍‌ଚର - INSTAGRAM NEW AI FEATURE

ଇନଷ୍ଟାଗ୍ରାମ ଆଣୁଛି ନୂଆ ଏଆଇ ଫିଚର । ଏଆଇ ଟେକ୍ନୋଲୋଜି ବ୍ୟବହାର କରି ବନାଇପାରିବେ ସୁନ୍ଦର ପ୍ରୋଫାଇଲ ପିକ୍‌ଚର । କେମିତି ଜାଣନ୍ତୁ...

Instagram
Instagram (File Photo)
author img

By ETV Bharat Tech Team

Published : Nov 13, 2024, 7:44 PM IST

ହାଇଦ୍ରାବାଦ: ଅନ୍ୟତମ ଲୋକପ୍ରିୟ ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମ ଏକ ନୂଆ ଏଆଇ ଫିଚରକୁ ଖୁବଶୀଘ୍ର ଲଞ୍ଚ କରିବାକୁ ଯାଉଛି । ଏହି ନୂଆ ଫିଚରକୁ ବ୍ୟବହାର କରି ଉପଭୋକ୍ତା ବା ୟୁଜର୍‌ ଏଆଇ ପ୍ରୋଫାଇଲ ଫଟୋ ଜେନେରେଟ୍‌ କରିପାରିବେ । ତେବେ ଏହି ଫିଚର କେମିତି କାମ କରିବ ସେ ସମ୍ପର୍କରେ ଇନଷ୍ଟାଗ୍ରାମ ସବିଶେଷ ତଥ୍ୟ ଦେଇନାହିଁ, କିନ୍ତୁ ଇଣ୍ଟରନେଟରେ ଏହି ଫିଚର ସମ୍ବନ୍ଧୀୟ ଏକ ଫଟୋ ଖୁବ ଭାଇରାଲ ହେବାରେ ଲାଗିଛି । ଅନ୍ୟପଟେ ମେଟା ମାଲିକାନା କମ୍ପାନୀ ଫେସବୁକ୍ ଏବଂ ହ୍ବାଟସ୍‌ଆପ୍ ପାଇଁ ମଧ୍ୟ ସମାନ ଫିଚର ବିକାଶ କରୁଥିବା ଜଣାପଡ଼ିଛି ।

ଇନଷ୍ଟା AI ପ୍ରୋଫାଇଲ ପିକ୍‌ ଜେନେରେଟ ଫିଚର:-

ଡେଭଲପର୍ ଆଲେସାଣ୍ଡ୍ରୋ ପଲୁଜି ଇନଷ୍ଟାଗ୍ରାମର ଏହି ନୂଆ ଫିଚର ଏକ ଝଲକ ଦେଖିବା ପରେ ସେ ଏହାକୁ ଏକ ଥ୍ରେଡ ପୋଷ୍ଟରେ ସେୟାର କରିଛନ୍ତି । ଇନଷ୍ଟାଗ୍ରାମରେ ସେ ଯେତେବେଳେ ନିଜ ପ୍ରୋଫାଇଲ୍ ଫଟୋ ଅପଡେଟ୍ କରୁଥିବା ବେଳେ ତାଙ୍କୁ ଏକ ନୂତନ ମେନୁ ଅପସନ ଦେଖିବାକୁ ମିଳିଥିଲା । ଯେଉଁଥିରେ ଲେଖାଥିଲା ଯେ ଏକ AI ପ୍ରୋଫାଇଲ୍ ଫଟୋ ସୃଷ୍ଟି କରନ୍ତୁ । ଏହାପରେ ଡେଭଲପର୍ ଏହାର ଏକ ସ୍କ୍ରିନସଟ୍ ନେଇ ଥ୍ରେଡ୍‌ରେ ସେୟାର କରିଥିଲେ ।

ଏହା ବି ପଢନ୍ତୁ
  1. ସୋସିଆଲ ମିଡିଆରେ ଅନଲାଇନ Scam ରୋକିବାକୁ ମେଟାର ତୟାରି; ଆଣୁଛି ନୂଆ ଟେକ୍ନୋଲୋଜି
  2. ଉପକୃତ ହେବେ ଛାତ୍ର ଓ ଶିକ୍ଷକ; ଗୁଗଲ୍‌ ଆଣିଲା 'Learn About' ଲର୍ଣ୍ଣିଂ ଟୁଲ୍‌

କେମିତି କାମ କରିବ ଏହି ଫିଚର ?

ବାସ୍ତବରେ ଏହି ଫିଚର କିପରି କାର୍ଯ୍ୟ କରିବ ତାହା କହିବା କଷ୍ଟକର ଯେହେତୁ ଏହା ବିକଶିତ ପ୍ରକ୍ରିୟାରେ ଅଛି । ଏହା ହୁଏତ ମେଟାର ଲାଲା ଲାର୍ଜ ଲାଙ୍ଗୁଏଜ ମଡେଲ (LLM) ଦ୍ବାରା ପରିଚାଳିତ ହେବ । ଏହି ଫିଚର ଦୁଇଟି ଉପାୟରେ କାମ କରିପାରେ । ପ୍ରଥମଟି ହେଉଛି ଏହା ୟୁଜରଙ୍କୁ ଟେକ୍ସଟ୍‌-ଆଧାରିତ ପ୍ରମ୍ପ୍ଟ ବ୍ୟବହାର କରି ଆରମ୍ଭରୁ AI ଫଟୋ ସୃଷ୍ଟି କରିବାକୁ କିମ୍ବା ବିଦ୍ୟମାନ ପ୍ରୋଫାଇଲ୍ ଫଟୋଗୁଡ଼ିକୁ AI ବ୍ୟବହାର କରି ବିଭିନ୍ନ ଶୈଳୀରେ ରୂପାନ୍ତର କରିବାକୁ ଅନୁମତି ଦେଇପାରେ ।

ଇନଷ୍ଟାରେ ଏହା ପ୍ରଥମ AI ନୁହେଁ:-

ଇନଷ୍ଟାଗ୍ରାମରେ ଆସିଥିବା AI ଫିଚର ଭାବେ ଏହା ପ୍ରଥମ ନୁହେଁ । ମେଟା ମାଲିକାନା ଏହି ପ୍ଲାଟଫର୍ମରେ ବାର୍ତ୍ତାଳାପ ଲାଗି ଚାଟବଟ୍ ମେଟା ଏଆଇ ପ୍ରଦାନ କରିସାରିଛି । ଯାହାକି ଷ୍ଟାଣ୍ଡଏଲୋନ୍ ଚାଟ୍ ଏବଂ ଗ୍ରୁପ୍ ଚାଟରେ ଉପଲବ୍ଧ । DM ମେସେଜ ପାଇଁ କମ୍ପାନୀ AI ରି-ରାଇଟ୍‌ ଫିଚର ମଧ୍ୟ ଉପସ୍ଥାପନ କରିଛି । ଏହି ଫିଚର ୟୁଜରଙ୍କୁ କୌଣସି ଅନ୍ୟ ୟୁଜରଙ୍କୁ ପଠାଉଥିବା ମେସେଜକୁ ପୁଣି ଲେଖିବା ବା ବଦଳାଇବାକୁ ଅନୁମତି ଦେଇଥାଏ ।

ସୂଚନା ଥାଉ କି ନିକଟରେ ମେଟା ସୂଚନା ଦେଇଛି ଯେ ଫେସବୁକ୍ ଏବଂ ଇନଷ୍ଟାଗ୍ରାମରେ ଜାଲିଆତି ବିଜ୍ଞାପନ ଚିହ୍ନଟ କରିବା ପାଇଁ ଏହା AI ଚାଳିତ ଫେସ ଡିଟେକ୍ଟର ଟେକ୍ନୋଲୋଜିର ପରୀକ୍ଷା କରୁଛି । ଏହି ଫିଚର ବିଜ୍ଞାପନଗୁଡ଼ିକୁ ଚିହ୍ନଟ କରି ବ୍ଲକ୍‌ କରିବ, ଯାହା ବ୍ୟବହାରକାରୀଙ୍କୁ ପ୍ରଲୋଭିତ କରିବା ପାଇଁ ସେମାନଙ୍କ ନିକଟକୁ ବିଜ୍ଞାପନ ପଠାଇଥାଏ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.