ହାଇଦ୍ରାବାଦ: ଦେଶର ପ୍ରମୁଖ କାର ନିର୍ମାତା କମ୍ପାନୀ ହୁଣ୍ଡାଇ ମୋଟର ଇଣ୍ଡିଆ (Hyundai Motor India) କାର କିଣିବାକୁ ଚାହୁଁଥିଲେ ଜାଣି ରଖନ୍ତୁ । ଆସନ୍ତା ବର୍ଷ 2025 ଜାନୁଆରୀ 1 ତାରିଖ ଅର୍ଥାତ ନୂଆବର୍ଷର ପ୍ରଥମ ଦିନରୁ ଏହି କମ୍ପାନୀର କାର ମହଙ୍ଗା ହେବାକୁ ଯାଉଛି । କମ୍ପାନୀ ସମସ୍ତ କାର ଉପରେ ଏହି ନିୟମ ଲାଗୁ କରିବାକୁ ଯାଉଥିବାରୁ ପ୍ରାୟ 25ହଜାର ଟଙ୍କା ଦାମ ବୃଦ୍ଧି ପାଇବ । ଇନପୁଟ୍ କଷ୍ଟ ବୃଦ୍ଧି ପାଉଥିବାରୁ କମ୍ପାନୀ କାରଗୁଡ଼ିକର ମୂଲ୍ୟ ବଢାଇଥିବା କହିଛି ।
କାହିଁକି ମହଙ୍ଗା ଦେବ ହୁଣ୍ଡାଇ କାର ?
ଷ୍ଟକ୍ ଏକ୍ସଚେଞ୍ଜରେ ନିୟାମକ ଦାଖଲରେ ହୁଣ୍ଡାଇ ମୋଟର ଇଣ୍ଡିଆ ଏହାର କାରର ମୂଲ୍ୟ ବୃଦ୍ଧି ନିଷ୍ପତ୍ତି ବିଷୟରେ ସୂଚନା ଦେଇଛି । କମ୍ପାନୀ କହିଛି ଯେ ଏହା ଜାନୁଆରୀ 2025ରୁ ଏହାର ଯାନର ମୂଲ୍ୟ ବୃଦ୍ଧି କରିବାକୁ ଯାଉଛି ଯାହା ବିଷୟରେ କମ୍ପାନୀ ଗ୍ରାହକଙ୍କୁ ଆଗୁଆ ସୂଚନା ଦେଇଛି । ଉତ୍ପାଦନ ମୂଲ୍ୟ ବୃଦ୍ଧି, ଅନୁକୂଳ ବିନିମୟ ମୂଲ୍ୟ ଏବଂ ମାଲ ପରିବହନ ମୂଲ୍ୟରେ ବୃଦ୍ଧି ଯୋଗୁଁ ହୁଣ୍ଡାଇ ମୋଟର ଇଣ୍ଡିଆ 2025 ଜାନୁଆରୀ 1ରୁ ଯାନ ମୂଲ୍ୟ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛି ।
ଏହା ବି ପଢନ୍ତୁ |
ପକେଟ୍ ଉପରେ ପଡ଼ିବ ବୋଝ:-
ହୁଣ୍ଡାଇ ଯାନର ମୂଲ୍ୟ 5.92 ଲକ୍ଷ ଟଙ୍କାରୁ ଆରମ୍ଭ ହୋଇ 46 ଲକ୍ଷ ଟଙ୍କା ମଧ୍ୟରେ ରହିଛି । ଆସନ୍ତା ବର୍ଷ ମୂଲ୍ୟ ବୃଦ୍ଧି ଗ୍ରାହକଙ୍କ ଉପରେ କିପରି ପ୍ରଭାବ ପକାଇବ ତାହା ସମୟ କହିବ । ଲୋକମାନେ ତଥାପି ସମାନ ସଂଖ୍ୟକ ହୁଣ୍ଡାଇ ଯାନ କିଣିବେ ନା ସେମାନେ ଅନ୍ୟ ବିକଳ୍ପକୁ ଯିବେ ? କିନ୍ତୁ ଏହା ନିଶ୍ଚିତ ଯେ ବର୍ତ୍ତମାନ ଏକ ନୂଆ ହୁଣ୍ଡାଇ କାର କିଣିବା ପୂର୍ବ ଅପେକ୍ଷା ଟିକିଏ ମହଙ୍ଗା ହେବ ।
Hyundai ନିକଟରେ ଦମଦାର କାର:-
କମ୍ପାନୀର ପୋର୍ଟଫୋଲିଓରେ ହୁଣ୍ଡାଇ ଇଣ୍ଡିଆର ଏକ ଜବରଦସ୍ତ ରେଞ୍ଜ ଅଛି । କମ୍ପାକ୍ଟ ହ୍ୟାଚବ୍ୟାକ୍ ସେଗମେଣ୍ଟ ଏବଂ ଏସୟୁଭି ସେଗମେଣ୍ଟରେ କମ୍ପାନୀର ଏକ ଦୃଢ ଉପସ୍ଥିତି ବଜାୟ ରଖିଛି । ହୁଣ୍ଡାଇନିକଟରେ Grand i10 Nios, i20, Exter, Verna, Venue, Aura, Creta, Alcazar, Tucson ଭଳି ମଡେଲ ଅନ୍ତର୍ଭୁକ୍ତ । ଏହାରି ଭିତରେ କମ୍ପାନୀ ନିକଟରେ ଇଲେକ୍ଟ୍ରିକ୍ ସେଗମେଣ୍ଟରେ IONIQ5 ମଡେଲ୍ ରହିଛି ।
ନଭେମ୍ବରରେ କିପରି ଥିଲା Hyundai Indiaର ବିକ୍ରି ?
କୋରିଆ କାର ନିର୍ମାତା କମ୍ପାନୀ ହୁଣ୍ଡାଇ ମୋଟର ଇଣ୍ଡିଆ ଲିମିଟେଡର ବିକ୍ରି ଗ୍ରାମାଞ୍ଚଳରେ ବଢିବା ସତ୍ତ୍ବେ ନଭେମ୍ବରରେ ହ୍ରାସ ପାଇଥିଲା । କମ୍ପାନୀ ବର୍ଷ ତୁଳନାରେ ସେଲ୍ 6.9% ହ୍ରାସ ପାଇଛି । ନଭେମ୍ବରରେ କମ୍ପାନୀ 61,252 ୟୁନିଟ କାର ବିକ୍ରି କରିଥିବା ବେଳେ ନଭେମ୍ବର 2023ରେ ଏହି ସଂଖ୍ୟା 65,801 ଥିଲା । ଅକ୍ଟୋବର 2024ରେ ପୂଜା ବଜାରରେ କମ୍ପାନୀର ବିକ୍ରି ତୁଳନାରେ ନଭେମ୍ବର ଏହା 12.5% କମ ବିକ୍ରି ହୋଇଛି । ଅକ୍ଟୋବରରେ କମ୍ପାନୀ 70,078 ୟୁନିଟ ବିକ୍ରି କରିଥିଲା । ଘରୋଇ ବଜାରରେ ନଭେମ୍ବର 2024ରେ 48,246 ୟୁନିଟ ବିକ୍ରି (2.4% ହ୍ରାସ) ଓ ରପ୍ତାନୀ ହୋଇଛି 13,006 ୟୁନିଟ ବିକ୍ରି (20.5% ହ୍ରାସ) ସାମିଲ ।