ETV Bharat / technology

AI ଖୋଲିଲା ହତ୍ୟାକାଣ୍ଡର ଗୁମର, ୪ ଅଭିଯୁକ୍ତଙ୍କୁ ବାନ୍ଧିଲା ଦିଲ୍ଲୀ ପୋଲିସ

author img

By ETV Bharat Odisha Team

Published : Jan 24, 2024, 7:31 PM IST

Murder Case Solved Using AI: ଅଭିଯୁକ୍ତକୁ ଧରିବା କ୍ଷେତ୍ରରେ କୃତ୍ରିମ ବୁଦ୍ଧିମତାର ବିନିଯୋଗ କଲା ଦିଲ୍ଲୀ ପୋଲିସ । ଆଉ ମିଳିଲା ସଫଳତା । ପୁରା ଅପରେସନ କିପରି ଥିଲା ପଢନ୍ତୁ

artificial intelligence
କୃତ୍ରିମ ବୁଦ୍ଧିମତା

ନୂଆଦିଲ୍ଲୀ: AI ଖୋଲିଲା ହତ୍ୟାକାଣ୍ଡର ଗୁମର । ଅଭିଯୁକ୍ତକୁ ଧରିବା କ୍ଷେତ୍ରରେ କୃତ୍ରିମ ବୁଦ୍ଧିମତାର ବିନିଯୋଗ କରି ସଫଳତା ପାଇଛି ଦିଲ୍ଲୀ ପୋଲିସ । ରାଜଧାନୀର ଏକ ମର୍ଡର ମିଷ୍ଟ୍ରିର ହୋଇଛି ବଡ଼ ଖୁଲାସା । ଗତ ୧୦ ତାରିଖରେ ଗୀତା କଲୋନି ନିକଟସ୍ଥ ଫ୍ଲାଇ ଓଭର ନିକଟରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ମୃତଦେହଟି ଚିହ୍ନଟ ମଧ୍ୟ ହୋଇପାରିନଥିଲା ।

ଏହାପରେ ଦିଲ୍ଲୀ ପୋଲିସ ବ୍ୟବହାର କରିଥିଲା 'କଟିଂ-ଏଡଜ୍' ଟେକ୍ନୋଲୋଜି । ପ୍ରାଥମିକ ତଦନ୍ତ ବେଳେ ପୋଲିସକୁ ବିଭିନ୍ନ ପ୍ରକାର ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥିଲା । ହେଲେ AI ସାହାଯ୍ୟରେ ପୋଲିସ ମୃତକଙ୍କ ମୁହଁ ଭଳି ଏକ ଆକୃତି ଗଢିବାରେ ସକ୍ଷମ ହୋଇପାରିଥିଲେ । ଏହାପରେ ପାଖାପାଖି ୫୦୦ ପୋଷ୍ଟର ତିଆରି କରିଥିଲା ଦିଲ୍ଲୀ ପୋଲିସ । ଯେଉଁଥିରେ AI ଦ୍ବାରା ଆନୁମାନିକ ଭାବେ ତିଆରି କରାଯାଇଥିବା ମୃତକଙ୍କ ମୁହଁର ଫଟୋ ରଖାଯାଇଥିଲା ।

ଏହା ମଧ୍ୟ ପଢନ୍ତୁ...ପାରିବାରିକ କଳହର କରୁଣ ପରିଣତି, ସ୍ତ୍ରୀର ଜୀବନ ନେଲା ସ୍ବାମୀ
ଏହା ମଧ୍ୟ ପଢନ୍ତୁ...ଜିଦି ନେଲା ଜୀବନ, ପ୍ରେମିକକୁ ଚିରନିଦ୍ରାରେ ଶୁଆଇ ଦେଲେ ପ୍ରେମିକାର ମଉସା

ରାଜଧାନୀର ବିଭିନ୍ନ ସ୍ଥାନର କାନ୍ଥବାଡ଼ରେ ପୋଷ୍ଟର ଲଗାଇଥିଲା ଦିଲ୍ଲୀ ପୋଲିସ । ଏପରିକି ସୋସିଆଲ ମିଡିଆ ତଥା ହ୍ବାଟସଆପ୍ ଗ୍ରୁପରେ ବିପୁଲ ପରିମାଣରେ ଏହି ପୋଷ୍ଟର ସେୟାର ହୋଇଥିଲା । ଯାହା ପରେ ପୋଲିସ ନିକଟକୁ ଆସିଥିଲା କଲ୍ । ଏହି ଫୋନ୍ କଲ୍ କରିଥିଲେ ମୃତକଙ୍କ ଭାଇ ।ଏହି ଫଟୋଟି ହିତେନ୍ଦ୍ର ନାମକ ଜଣେ ଯୁବକଙ୍କର ହୋଇଥିବା ଜଣାପଡିଲା । ଏହାପରେ ପୋଲିସ ହିତେନ୍ଦ୍ରଙ୍କ ପରିବାରକୁ ପଚରାଉଚରା କରିଥିଲା । ହିତେନ୍ଦ୍ରଙ୍କର ପୂର୍ବରୁ କାହା ସହ ଶତ୍ରୁତା ଥିଲା, ତାଙ୍କର ସାଙ୍ଗସାଥୀ କିଏ କିଏ ଥିଲେ ଆଦି ବିଭିନ୍ନ ଦିଗକୁ ନେଇ ପୋଲିସ ତଦନ୍ତ ଜାରି ରଖିଥିଲା ।

ଏହା ମଧ୍ୟ ପଢନ୍ତୁ...ସ୍ୱାମୀ ସ୍ତ୍ରୀଙ୍କ ମୃତଦେହ ଉଦ୍ଧାର, ସ୍ତ୍ରୀକୁ ହତ୍ୟା ପରେ ସ୍ୱାମୀ ଜୀବନ ହାରିଥିବା ସନ୍ଦେହ

ତଦନ୍ତରୁ ଜାଣିବାକୁ ମିଳିଲା ଯେ, ୩ ଜଣ ମିଶି ହିତେନ୍ଦ୍ରଙ୍କ ହତ୍ୟା କରିଛନ୍ତି । ପରବର୍ତ୍ତୀ ସମୟରେ ଜଣେ ମହିଳାଙ୍କ ସହ ମିଶି ସମସ୍ତ ପ୍ରମାଣ ନଷ୍ଟ କରିବାକୁ ଚେଷ୍ଟା କରିଥିଲେ ଅଭିଯୁକ୍ତ । ଏ ସମ୍ପର୍କରେ ସମସ୍ତ ତଥ୍ୟ ମିଳିବା ପରେ ତୁରନ୍ତ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିବା ଅଭିଯୁକ୍ତଙ୍କ ସମେତ ପ୍ରମାଣ ନଷ୍ଟରେ ସହାୟତା କରିଥିବା ମହିଳାଙ୍କୁ ମିଶାଇ ମୋଟ୍ ୪ ଜଣ ଗିରଫ ହୋଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.