ETV Bharat / state

ଆମ ପୋଖରୀ କାର୍ଯ୍ୟାଦେଶ ବଣ୍ଟନ; ୩୬୪ SHGକୁ ୧୬ ପୌରାଞ୍ଚଳର ୯୫ ଜଳାଶୟ ପୁନଃଉଦ୍ଧାର କାର୍ଯ୍ୟାଦେଶ - Rejuvenation of Water bodies

Mission shakti SHGS for Rejuvenation of 95 Water Bodies in 16 ULBs: ଆମ ପୋଖରୀ କାର୍ଯ୍ୟାଦେଶ ବଣ୍ଟନ । ୩୬୪ ଏସଏସଜିଙ୍କୁ ୧୬ ପୌରାଞ୍ଚଳର ୯୫ ଜଳାଶୟ ପୁନଃଉଦ୍ଧାର କାର୍ଯ୍ୟାଦେଶ । ଅଧିକ ପଢ଼ନ୍ତୁ,

ଆମ ପୋଖରୀ
Ama Pokhari
author img

By ETV Bharat Odisha Team

Published : Feb 27, 2024, 12:01 PM IST

ଭୁବନେଶ୍ୱର: ଓଡ଼ିଶା ସରକାରଙ୍କର ଗୃହ ଓ ନଗର ଉନ୍ନୟନ ବିଭାଗ ତରଫରୁ ଆମ ପୋଖରୀ ଯୋଜନାରେ କାର୍ଯ୍ୟାଦେଶ ବଣ୍ଟନ କରାଯାଇଛି । ରାଜ୍ୟର ବିଭିନ୍ନ ସହରାଞ୍ଚଳରେ ଥିବା ମିଶନ ଶକ୍ତି ଗୋଷ୍ଠୀଙ୍କୁ ଏହା ବଣ୍ଟନ କରାଯାଇଛି । ସୋମବାର ଲୋକସେବା ଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ଭିସି ଯୋଗେ ବିଭିନ୍ନ ପୌରାଞ୍ଚଳ ସହିତ ସଂଯୋଜିତ ହୋଇଛି । ୩୬୪ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ୧୬ ପୌରାଞ୍ଚଳର ୯୫ ଜଳାଶୟ ପୁନଃଉଦ୍ଧାର କାର୍ଯ୍ୟାଦେଶ ଦିଆଯାଇଛି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଗୋଷ୍ଠୀ ସହଭାଗିତାରେ ପରିବେଶ ଦୃଷ୍ଟିକୋଣରୁ ଦୀର୍ଘସ୍ଥାୟୀ ଜଳାଶୟ ନିର୍ମାଣ ନିମନ୍ତେ ଏହି ଦୂରଦୃଷ୍ଟି ସଂପନ୍ନ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି । ମାନସ ସନ୍ତାନ ‘ମୁକ୍ତା’ ଅନ୍ତର୍ଗତ ଆମ ପୋଖରୀ ଯୋଜନାରେ ସହରାଞ୍ଚଳ ଜଳଶୟଗୁଡ଼ିକର ନବୀକରଣ ଓ ପୁନଃଉଦ୍ଧାର ନିମନ୍ତେ ସୋମବାର ମିଶନ ଶକ୍ତିର ମାଆମାନଙ୍କୁ କାର୍ଯ୍ୟାଦେଶ ପ୍ରଦାନ କରାଯାଇଛି । ସହରାଞ୍ଚଳ ଜଳାଶୟ ଗୁଡିକର ଉନ୍ନତିକରଣ ଏବଂ ପୁନଃଉଦ୍ଧାର ନିମନ୍ତେ 5T ଅଧିନରେ କାର୍ଯ୍ୟ ଜାରି ରହିଛି ।

ଏହା ମଧ୍ୟ ପଢନ୍ତୁ-ମୁକ୍ତା ଯୋଜନାରେ ୧୧୦୭ ଗୋଷ୍ଠୀଙ୍କୁ ୧୧୩୨ ଗୋଟି କାର୍ଯ୍ୟାଦେଶ ବଣ୍ଟନ, ମହିଳାଙ୍କୁ ପ୍ରାଧାନ୍ୟ

କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଗୃହ ଓ ନଗର ଉନ୍ନୟନ ବିଭାଗ ମନ୍ତ୍ରୀ ଉଷା ଦେବୀ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ବିଜ୍ଞାନ ଓ କାରିଗରି କୌଶଳ, ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା, ମେୟର ସୁଲୋଚନା ଦାସ, ଏବଂ ଡେପୁଟି ମେୟର ମଞ୍ଜୁଲତା କହଁର ଯୋଗ ଦେଇଥିଲେ । ଗୃହ ଓ ନଗର ଉନ୍ନୟନ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଜି.ମାଥି ଭାଥନନ ରାଜ୍ୟରେ ସହରାଞ୍ଚଳ ରୁପାନ୍ତୀକରଣ ସଂପର୍କରେ ଆଲୋକପାତ କରିଥିଲେ । ସେ କହିଥିଲେ, '' 5T ଅଧିନରେ ସହରାଞ୍ଚଳରେ ଅବ୍ୟବହୃତ ହୋଇପଡିଥିବା ଜଳାଶୟର ପୁନଃ ଉଦ୍ଧାର ଓ ରୂପାନ୍ତରୀକରଣ କରାଯାଉଛି । ତାହାକୁ ବ୍ୟବହାର ଉପଯୋଗୀ କରାଯାଉଛି । ଏହା ଦ୍ୱାରା ମାଆମାନେ କେବଳ ଆର୍ଥିକ ଓ ସାମାଜିକ କ୍ଷେତ୍ରରେ ସ୍ୱାବଲମ୍ବି ହେଉଛନ୍ତି ତାହା ନୁହେଁ, ନିଜର ଦକ୍ଷତା ପ୍ରତିପାଦନ କରିପାରୁଛନ୍ତି । ମିଶନ ଶକ୍ତିର ମାଆଙ୍କ ସ୍ପର୍ଶରେ ଭୁବନେଶ୍ୱରର ଚିତ୍ର ବଦଳି ଯାଇଛି । କେବଳ ଜଳାଶୟ ନୁହେଁ, ପାର୍କ ନିର୍ମାଣ ଓ ପରିଚାଳନା, ରାସ୍ତା ସୌନ୍ଦର୍ଯ୍ୟକରଣ, ପେଭର ବ୍ଲକ କାମ କରି ନିଜର ଦକ୍ଷତା ପ୍ରତିପାଦନ କରିଛନ୍ତି । ''

ଆଗାମୀ ଦିନରେ ମୁଖ୍ୟମନ୍ତ୍ରୀଙ୍କ ଆସ୍ଥା ଓ ବିଶ୍ୱାସକୁ ସଫଳ କରିବା ସହ ତାଙ୍କ ସ୍ୱପ୍ନକୁ ସାକାର କରିବାରେ ମାଆମାନେ ପ୍ରମୁଖ ଭୂମିକା ଗ୍ରହଣ କରିବାକୁ ଅନୁରୋଧ କରିଛନ୍ତି ମେୟର ସୁଲୋଚନା ଦାସ । ପ୍ରାରମ୍ଭରେ ସ୍ୱତନ୍ତ ଶାସନ ସଚିବ ସାଗରିକା ପଟ୍ଟନାୟକ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ।

ଇଟିଭି ଭାରତ, ଭୁବନେଶ୍ୱର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.