ETV Bharat / state

MV ITT Puma: କେଉଁଠୁ କେନ୍ଦ୍ରାପଡାକୁ ଭାସି ଆସିଥିଲା କଣ୍ଟେନର ? ମିଳିଲା ଠିକଣା - Containers At Satavaya

author img

By ETV Bharat Odisha Team

Published : Sep 4, 2024, 10:45 AM IST

MV ITT Puma Wash Ashore: ଖାଦ୍ୟ ସାମଗ୍ରୀ ନେଇ ପ୍ଲୋର୍ଟ ବ୍ଲେୟାର ଯାଉଥିବା MV ITT ପୁମା ଜାହାଜ ମଝି ସମୁଦ୍ରରେ ବୁଡି ଯାଇଥିଲା । ଫଳରେ ଏହାର ଦୁଇଟି ବଡ କଣ୍ଟେନର କେନ୍ଦ୍ରପଡାରେ ଭାସି ଭାସି ଆସି ଲାଗିଥିଲା । ଖାଦ୍ୟ ସାମଗ୍ରୀ ଲୋକେ ବୋହି ନେଇଥିବା ଦେଖିବାକୁ ମିଳିଥିଲା ।

MV ITT Puma
MV ITT Puma (ETV Bharat Odisha)

କେନ୍ଦ୍ରାପଡା: ସାତଭାୟା ସମୁଦ୍ର କୂଳକୁ କେଉଁଠୁ ଆସିଥିଲା କଣ୍ଟେନର । ମିଳିଲା କଣ୍ଟେନରର ଠିକଣା । କେନ୍ଦ୍ରାପଡା ଜିଲ୍ଲା ରାଜନଗର ସାତଭାୟା ଅଞ୍ଚଳରେ ଗତ ସୋମବାର ଦୁଇଟି ବଡ଼ କଣ୍ଟେନର ଭାସି ଭାସି ଆସି ଲାଗିଥିବା ଦେଖିବାକୁ ମିଳିଥିଲା । କଣ୍ଟେନରରେ ଥିବା ସାମଗ୍ରୀକୁ ବୋହି ନେଇଥିଲେ ଲୋକେ । ତେବେ ଗତ 28ରେ ମଝି ସମୁଦ୍ରରେ ବୁଡି ଯାଇଥିବା MV ITT ପୁମା ଜାହାଜର ହିଁ ଏହି ଦୁଇଟା କଣ୍ଟେନର ବୋଲି ଜଣାପଡିଛି ।

MV ITT Puma (ETV Bharat Odisha)

ସୋମବାର ଭାସି ଆସିଥିଲା କଣ୍ଟେନର:

ବଙ୍ଗୋପସାଗର ଉପକୂଳ ସାତଭାୟା ସମୁଦ୍ର କୂଳକୁ ଗତ ସୋମବାର ସ୍ଥାନୀୟ ଅଞ୍ଚଳର କିଛି ଲୋକ ବାଉଁଶଗଡ଼ ନଦୀ ପାର ହୋଇ ମାଛ ମାରିବାକୁ ଯାଇଥିବା ବେଳେ ସମୁଦ୍ରରେ ଦୁଇଟି ବଡ଼ କଣ୍ଟେନରର କିଛି ଅଂଶ ସମୁଦ୍ର ବାଲିରେ ପୋତି ହୋଇଥିବା ଦେଖିବାକୁ ପାଇଥିଲେ । ଏହା ନିକଟକୁ ଯାଇଥିଲେ। ପରେ ଏସମ୍ପର୍କରେ ସେମାନେ ଗାଁକୁ ଖବର ଦେବା ପରେ ଗାଁ ଲୋକେ ସେଠାକୁ ଯାଇ କଣ୍ଟେନରକୁ ଖୋଲିବା ପରେ ସେଥିରୁ ସୋରିଷ ତେଲ, ବିସ୍କୁଟ, କୁରୁକୁରେ ଖାଦ୍ୟ ସାମଗ୍ରୀ ସମେତ ଶାଢ଼ୀ,ପ୍ୟାଣ୍ଟ,ଚପଲ,କପ,ପ୍ଲେଟ ଇତ୍ୟାଦି ଦେଖିବାକୁ ମିଳିଥିଲା । ଏହି ସାମଗ୍ରୀ ଗୁଡିକୁ ସ୍ଥାନୀୟ ଲୋକେ ବୋହିନେବା ସହ ଖବର ପ୍ରଚାରିତ ହେବା ପରେ ନଦୀ ପାର ହୋଇ ସାମଗ୍ରୀ ନେବାକୁ ଲୋକଙ୍କ ଧାଡି ଲାଗିଥିଲା । ଏହି କଣ୍ଟେନର କେଉଁଠୁ ଆସିଲା ତାହାକୁ ନେଇ ନାନା ପ୍ରଶ୍ନ ଲୋକଙ୍କ ମନରେ ଉଙ୍କି ମାରୁଥିବା ବେଳେ ଏହି ଦୁଇଟି କଣ୍ଟେନର ସମୁଦ୍ରରେ ବୁଡି ଯାଇଥିବା MV ITT ପୁମା ଜାହାଜର ବୋଲି ଜଣାପଡିଛି ।

ଏହା ମଧ୍ୟ ପଢନ୍ତୁ: ସମୁଦ୍ର ମଝିରେ ଜାହାଜ ବୁଡ଼ିଯିବା ଘଟଣା, କଳାରାତିର ଭୟଙ୍କର କାହାଣୀ ବଖାଣିଲେ ଚିଫ୍‌ ଇଞ୍ଜିନିୟର

ଫରେଷ୍ଟର କଲେ ଅନୁଧ୍ୟାନ:

ଖବର ପାଇ ସାତଭାୟା ରେଞ୍ଜ ଫରେଷ୍ଟର ରଣଜିତ କୁମାର ରାଓ ଘଟଣାସ୍ଥଳରେ ପହଞ୍ଚିବା ଅନୁଧ୍ୟାନ କରିଥିଲେ । ସେହିଦିନ ଘଟଣା ସମ୍ପର୍କରେ ସୂଚନା ଦେବାକୁ ଯାଇ ସେ କହିଥିଲେ,"ସମୂଦ୍ରରୁ କଣ୍ଟେନର ଆସିଛି କିନ୍ତୁ କେଉଁଠୁ ଆସିଛି ଆମେ କହି ପାରିବୁ ନାହୁଁ,ଖବର ପାଇ ଆମେ ଘଟଣାସ୍ଥଳକୁ ଆସି ଦେଖିଲୁ ଯେ କିଛି ମେଡିସିନ ପ୍ୟାକେଟ ସମୁଦ୍ରରେ ଭାସି ଯାଇଛି ଆଉ କିଛି ପ୍ଲାଷ୍ଟିକ ସାମଗ୍ରୀ ଭାସୁଛି ଏବଂ କିଛି ମେଡ଼ିସିନ ମଧ୍ୟ ରହିଛି । ’’

ସେହିପରି ଖବର ପାଇ ସାମଗ୍ରୀ ଦେଖିବାକୁ ଆସିଥିବା ନରୋତ୍ତମ ପରିଡା କହିଥିଲେ,"ଖବର ପାଇ ଆମେ ସମୁଦ୍ର କୂଳରେ ଏକ କଣ୍ଟେନରକୁ ଦେଖିବାକୁ ଆସିଥିଲୁ। ତା ଭିତରେ ଶଙ୍ଖ ପ୍ଲେଟ,ଚପ୍ପଲ ଓ ଅନ୍ୟାନ୍ୟ ସାମଗ୍ରୀ ସବୁ ଆସିଥିଲା" ।

ଏହା ମଧ୍ୟ ପଢନ୍ତୁ: ଧଳା କୁମ୍ଭୀରଙ୍କ ଘର ଭିତରକନିକା: ଶୋଭାବର୍ଦ୍ଧନ କରୁଛନ୍ତି ଗୋରୀ-ମଲ୍ଲୀ-ଶ୍ୱେତା, ହେଲେ ଚିନ୍ତା ବଢ଼ାଉଛି ପ୍ରଜନନ ଓ ବଂଶବୃଦ୍ଧି

ସାମଗ୍ରୀ ବୋହି ନେଇଥିଲେ ଲୋକେ:

ଅନ୍ୟପଟେ ଖବର ପାଇ ସ୍ଥାନୀୟ ରାଜନଗର ଅଞ୍ଚଳର ଜଣେ ବୁଦ୍ଧିଜୀବୀ ଜଗନ୍ନାଥ ଦାସ ସାତଭାୟା କୂଳକୁ ଯାଇ କଣ୍ଟେନର ଦେଖିବା ସହ ଏହା ଉପରେ ପ୍ରତିକ୍ରିୟା ରଖି କହିଥିଲେ,"ଦୁଇଟି କଣ୍ଟେନର ଭାସି ଆସିଛି ପରବର୍ତ୍ତୀ ସମୟରେ ବାଲିରେ ପୋତି ହୋଇଯାଇଛି,ତା ଭିତରେ ପ୍ରକୃତ କଣ ଥିଲା ଜଣାପଡିନାହିଁ। କେବଳ କିଛି କୁରୁକୁରେ,ମେଡ଼ିସିନ,ସୋରିଷ ତେଲ ଏବଂ ବିଭିନ୍ନ ପ୍ରକାର ଆବଶ୍ୟକୀୟ ସାମଗ୍ରୀ ମିଳିଛି ଏବଂ ଗୋଟିଏ ସ୍ଥାନରୁ ମେଡ଼ିସିନ ମିଳିଛି ଯାହା ବାଲିରେ ପୋତି ହୋଇଯାଇଛି । ଯାହାଫଳରେ ଅନେକ ଜିନିଷ କିଛି ଜଣାପଡିନାହିଁ ଏବଂ ସ୍ଥାନୀୟ ଲୋକ ମଧ୍ୟ କିଛି ଜିନିଷ ନେଇ ଯାଇଛନ୍ତି ।"।

ଏହା ମଧ୍ୟ ପଢନ୍ତୁ: ଅଳ୍ପକେ ବର୍ତ୍ତିଲେ 11 ଜଣ ନାବିକ, ବୁଡି ଯାଉଥିବା ଜାହାଜକୁ ଉଦ୍ଧାର କଲା ଭାରତୀୟ ତଟରକ୍ଷୀ ବାହିନୀ

ଗତ 28ରେ ବୁଡିଥିଲା ଜାହାଜ:

ଗତ ଅଗଷ୍ଟ 28ରେ ବିଳମ୍ବିତ ରାତିରେ କଲିକତା ପ୍ଲୋର୍ଟ ବ୍ଲେୟର ଯାଉଥିବା MV ITT ପୁମା ନାମକ ପଣ୍ୟବାହୀ ଜାହାଜ ମଝି ସମୁଦ୍ରରେ ବୁଡି ଯାଇଥିଲା । ରାତି ପାଖାପାଖି 12ଟା ସମୟରେ ସମୁଦ୍ରରେ ପ୍ରବଳ ବର୍ଷା ଯୋଗୁଁ ସମୁଦ୍ରରେ ଜାହାଟି ବୁଡି ଯାଇଥିଲା । କ୍ୟାପଟେନ କୋଷ୍ଟଗାର୍ଡ ମୁଖ୍ୟାଳୟକୁ ସୂଚନା ଦେବା ପରେ ଭାରତୀୟ ତଟରକ୍ଷୀ ବାହିନୀ ସଙ୍ଗେ ସଙ୍ଗେ ଜାହାଜ ସାରଙ୍ଗ ଓ ଅମୋଘ ସହିତ ଜାହାଜ ନିକଟରେ ପହଞ୍ଚିଥିଲେ । ଫଳରେ ମୃତ୍ୟୁ ମୁଖରୁ ଅଳ୍ପକେ ବର୍ତ୍ତିଲେ 11 ଜଣ ନାବିକ । ଭାରତୀୟ ତଟରକ୍ଷୀ ବାହିନୀ ଅକ୍ଳାନ୍ତ ପରିଶ୍ରମ କରି ନାବିକମାନଙ୍କୁ ଉଦ୍ଧାର କରିଥିଲେ ।

ଇଟିଭି ଭାରତ, କେନ୍ଦ୍ରାପଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.