ETV Bharat / state

ନିଶ୍ଚିତ ମରଣ ମୁହଁରୁ ଫେରିଆସିଲେ 7 ମତ୍ସ୍ୟଜୀବୀ: କାନ୍ଦି କାନ୍ଦି କହିଲେ କଳା ରାତିର ଛାତିଥରା କାହାଣୀ - Fisherman Rescued

author img

By ETV Bharat Odisha Team

Published : Aug 3, 2024, 5:18 PM IST

Fisherman Rescued: ଉଦ୍ଧାର ହେଲେ ପାରାଦ୍ବୀପରୁ ନିଖୋଜ ହୋଇଥିବା 7 ମତ୍ସ୍ୟଜୀବୀ । ସେମାନେ ବଞ୍ଚିବା ପାଇଁ ଆଶା ଛାଡିଦେଇଥିବାବେଳେ କେମିତି ହେଲା ଚମତ୍କାର ? କିପରି ବଞ୍ଚିଲା ଜୀବନ? ଜାଣନ୍ତୁ

Fisherman Rescued
Fisherman Rescued (ETV Bharat Odisha)

ପାରାଦ୍ବୀପ: ସୁରକ୍ଷିତ ଉଦ୍ଧାର ହେଲେ ନିଖୋଜ ହୋଇଥିବା 7 ମତ୍ସ୍ୟଜୀବୀ । ଜଗତସିଂହପୁର ଜିଲ୍ଲା ପାରାଦ୍ୱୀପ ନେହୁରୁ ବଙ୍ଗଳା ମହାନଦୀ ମୁହାଁଣ ନିକଟରେ ଗତ ଶୁକ୍ରବାର ସନ୍ଧ୍ୟାରେ ନିଖୋଜ ହୋଇଯାଇଥିଲା ବୋଟ । ଏଥିରେ ଥିବା ସମସ୍ତ 7 ଜଣ ମତ୍ସ୍ୟଜୀବୀଙ୍କୁ ଉଦ୍ଧାର କରାଯାଇଛି । ସେମାନଙ୍କୁ କେନ୍ଦ୍ରାପଡା ଜିଲ୍ଲାର ସମୁଦ୍ର ତଟବର୍ତ୍ତୀ ଅଞ୍ଚଳରୁ ଉଦ୍ଧାର କରାଯାଇଛି । ଉଦ୍ଧାର ପରେ ମତ୍ସ୍ୟଜୀବୀମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

Fisherman Rescued (ETV Bharat Odisha)

ଅନୁଭୂତି ବଖାଣିଲେ ମତ୍ସ୍ୟଜୀବୀ :

ଶୁକ୍ରବାର ରାତିର କଳା କାହାଣୀ କହିବା ସମୟରେ ସେମାନଙ୍କ ଆଖିରୁ ଲୁହ ଆସିଯାଇଥିଲା । ଉଦ୍ଧାର ହୋଇଥିବା ଜଣେ ମତ୍ସ୍ୟଜୀବୀ କହିଛନ୍ତି,"ଭଗବାନଙ୍କ ଆଶୀର୍ବାଦରୁ ଆମେ ନୂଆ ଜୀବନ ପାଇଲୁ ।"

କିପରି ବୁଡ଼ିଥିଲେ ମତ୍ସ୍ୟଜୀବୀ:

ମତ୍ସ୍ୟଜୀବୀମାନେ ଶ୍ରୀକ୍ଷେତ୍ର ନାମକ ଏକ ବୋଟ ଯୋଗେ ମାଛ ମାରିବା ପାଇଁ ଗଭୀର ସମୁଦ୍ରକୁ ଯାଇଥିଲେ । ସେଠାରେ ମାଛ ମାରିବା ସମୟରେ ବୋଟରେ ଯାନ୍ତ୍ରିକ ତ୍ରୁଟି ଦେଖିବାକୁ ମିଳିଥିଲା । ଫଳରେ ସେମାନେ ବୋଟ ମାଲିକଙ୍କୁ ଖବର ଦେଇଥିଲେ । ବୋଟ ମାଲିକ ସେମାନଙ୍କୁ ଉଦ୍ଧାର କରିବା ପାଇଁ ଆଉ ଏକ ବୋଟ ପଠାଇ ସେଠାରେ ଥିବା ବୋଟରେ ଦଉଡି ବାନ୍ଧି କୂଳକୁ ଆଣିବା ସମୟରେ ମହାନଦୀ ମୁହାଁଣ ନିକଟରେ ଜୁଆର ମାଡ ଫଳରେ ଦଉଡିଟି ଛିଡି ଯାଇଥିଲା । ଫଳରେ ଯାନ୍ତ୍ରିକ ତ୍ରୁଟି ଥିବା ବୋଟଟି ଗଭୀର ସମୁଦ୍ରରେ ଭାସିବାକୁ ଲାଗିଥିଲା ।

ସଫଳ ହୋଇପାରିନଥିଲା ଅପରେସନ:

ପ୍ରବଳ ଲହଡି ଓ ପବନ ଫଳରେ ବୋଟଟିକୁ କୂଳକୁ ଆଣିବା ସମ୍ଭବ ହୋଇନଥିଲା । ବୋଟ ସହିତ ବୋଟରେ ଥିବା 7ଜଣ ମତ୍ସ୍ୟଜୀବୀ ପାଣିରେ ଭାସିବାକୁ ଲାଗିଥିଲେ । ପବନ ମାଡ଼ରେ ବୋଟଟି ଭାଙ୍ଗି ଯିବାରୁ ବୋଟ ମଧ୍ୟରେ ପାଣି ପଶିଯାଇଥିଲା । ମରଣ ନିଶ୍ଚିତ ବୋଲି ମତ୍ସ୍ୟଜୀବୀମାନେ ଭାବି ନେଇଥିଲେ । ସେମାନଙ୍କ ମଧ୍ୟରୁ ଜଣେ ମତ୍ସ୍ୟଜୀବୀ ପାଣିରେ ପଡିଯାଇ ପାଣି ପିଇଯାଇଥିଲେ । ପ୍ରବଳ ଲହଡି କାରଣରୁ ସେମାନଙ୍କ ବୋଟଟି ପ୍ରାୟ 10 କିଲୋମିଟର ପର୍ଯ୍ୟନ୍ତ ଭାସିଯାଇଥିଲା । ରାତି 11ଟା ବେଳକୁ ଏକ ବାଲିକୁଦରେ ବୋଟଟି ଲାଗିଥିଲା । ସେମାନଙ୍କ ମଧ୍ୟରୁ କିଛି ମତ୍ସ୍ୟଜୀବୀ ସଂଜ୍ଞାହୀନ ହୋଇ ପଡ଼ିଥିଲେ ବୋଲି ଖବରରୁ ଜଣାପଡ଼ିଛି ।

ଏହା ବି ପଢନ୍ତୁ...ପ୍ରବଳ ଜୁଆରରେ ଭାସିଗଲେ ମତ୍ସ୍ୟଜୀବୀ - Paradeep BOAT Stranded

ମତ୍ସ୍ୟଜୀବୀ ଉଦ୍ଧାର:

ସେହି ବାଲିକୁଦରେ ରାତି ବିତାଇବା ପରେ ଆଜି ସକାଳୁ ମେରାଇନ ପୋଲିସ ଓ ଅଗ୍ନିଶମ ବିଭାଗ କର୍ମଚାରୀମାନେ ପହଞ୍ଚି ସମସ୍ତ ମତ୍ସ୍ୟଜୀବୀମାନଙ୍କୁ ଉଦ୍ଧାର କରିଛନ୍ତି । ମତ୍ସ୍ୟଜୀବୀମାନଙ୍କୁ ଉଦ୍ଧାର କରାଯିବା ପରେ ତାଙ୍କୁ ପାରାଦ୍ୱୀପ ବନ୍ଦର ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ଉଦ୍ଧାର ହୋଇଥିବା ସମସ୍ତ ମତ୍ସ୍ୟଜୀବୀ ସୁସ୍ଥ ଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି ।

ଇଟିଭି ଭାରତ, ଜଗତସିଂହପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.