ETV Bharat / state

ଶ୍ରୀଜିଉଙ୍କ ସ୍ନାନଯାତ୍ରା: ଗଜାନନ ବେଶରେ ଦର୍ଶନ ଦେଲେ ଚତୁର୍ଦ୍ଧାମୂର୍ତ୍ତି - SNANA PURNIMA 2024 LIVE UPDATES

author img

By ETV Bharat Odisha Team

Published : Jun 22, 2024, 6:46 AM IST

Updated : Jun 22, 2024, 5:45 PM IST

Snana Purnima 2024
Snana Purnima 2024 (ETV BHARAT ODISHA)

ପୁରୀ: ଆଜି ମହାପ୍ରଭୁ ଜଗନ୍ନାଥଙ୍କ ଦେବସ୍ନାନ ପୂର୍ଣ୍ଣିମା ବା ସ୍ନାନଯାତ୍ରା । ସ୍ନାନ ମଣ୍ଡପରେ ୧୦୮ କଳସୀ ସୁବାସିତ ଜଳରେ ସ୍ନାନ କରିବେ ଚତୁର୍ଦ୍ଧାମୂର୍ତ୍ତି । ପ୍ରତିବର୍ଷ ଜ୍ୟୋଷ୍ଠ ମାସ ଶୁକ୍ଳପକ୍ଷ ପୂର୍ଣ୍ଣିମା ତିଥିରେ ଶ୍ରୀମନ୍ଦିରରେ ସ୍ନାନଯାତ୍ରା ଅନୁଷ୍ଠିତ ହୋଇଥାଏ । ସାଧାରଣତଃ ବର୍ଷରେ ଥରୁଟିଏ ମହାପ୍ରଭୁ ଶ୍ରୀଜଗନ୍ନାଥ ଭାଇଭଉଣୀଙ୍କ ସହିତ ପ୍ରତ୍ୟକ୍ଷ ଶ୍ରୀଅଙ୍ଗ ଜଳସ୍ନାନ କରନ୍ତି । ବାକି ବର୍ଷ ସାରା ତାଙ୍କୁ ବିମ୍ବସ୍ନାନ କରାଯାଏ । ଏହି ଦିନକୁ ଜଗନ୍ନାଥଙ୍କର ଜନ୍ମଦିନ ରୂପରେ ମଧ୍ୟ ପାଳନ କରାଯାଇଥାଏ ।

LIVE FEED

5:06 PM, 22 Jun 2024 (IST)

ଶ୍ରୀଜିଉଙ୍କୁ ଦୁର୍ଲଭ ହାତୀବେଶରେ ଦର୍ଶନ କରୁଛନ୍ତି ଭକ୍ତ

ବର୍ଷକ ପରେ ପୁଣି ସେହି ଦିବ୍ୟ ମୁହୂର୍ତ୍ତ ଉପନୀତ ହୋଇଛି । ଶ୍ରୀଜିଉଙ୍କୁ ଦୁର୍ଲଭ ହାତୀବେଶରେ ଦର୍ଶନ କରୁଛନ୍ତି ଭକ୍ତ । ସ୍ନାନବେଦୀରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଆକର୍ଷଣୀୟ ବେଶ ଦେଖି ଲାଖି ଭକ୍ତଙ୍କ ଲାଖି ହୋଇଯାଇଛି । କାଳିଆର ଚକା ଆଖିରେ ଆଖିକୁ ମିଶାଇ ଭକ୍ତ ଭାବ ବିହ୍ବଳ ହୋଇପଡିଛି । ଏହି ବେଶ ଦେଖିବାକୁ ଚାତକ ପରି ଚାହିଁ ରହିଥିଲେ ଜଗନ୍ନାଥ ପ୍ରେମି ।

Snana Purnima 2024
Snana Purnima 2024 (ETV BHARAT ODISHA)

4:20 PM, 22 Jun 2024 (IST)

ଦେଖନ୍ତୁ ଛେରା ପହଁରା ସମୟର ଦୃଶ୍ୟ

ଶ୍ରୀମନ୍ଦିର ସ୍ନାନ ମଣ୍ଡପରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ୧୦୮ ସୁବାସିତ ଜଳରେ ଜଳଲାଗି ସମାପନ ହୋଇଛି। ଅନ୍ଯାନ୍ଯ ନୀତି ସମ୍ପନ୍ନ ପରେ ଗଜପତି ମହାରାଜା ଦିବ୍ୟସିଂହ ଦେବ ଛେରାପହଁରା ନୀତି ସମ୍ପନ୍ନ କରିଛନ୍ତି।

3:45 PM, 22 Jun 2024 (IST)

ମହାପ୍ରଭୁଙ୍କ ଦୁର୍ଲଭ ଗଜାନନ ବେଶ ଆରମ୍ଭ

ଛେରା ପହଁରା ପରେ ଆରମ୍ଭ ହୋଇୟାଇଛି ମହାପ୍ରଭୁଙ୍କ ଦୁର୍ଲଭ ଗଜାନନ ବେଶ । ଭଗବାନଙ୍କୁ ଦର୍ଶନ କରୁଛନ୍ତି ଭକ୍ତ । ୪ଟାରେ ମହନ୍ତ ଶାଢୀବନ୍ଧା, ୫.୪୫ରୁ ୭.୨୦ ଘଣ୍ଟଛତା ସକାଳ ଧୂପ ନୀତି କରାଯିବ । ଏହାମଧ୍ୟରେ ସନ୍ଧ୍ୟା ୬.୩୦ରେ ଦକ୍ଷିଣିଘର ଭୋଗ, ସନ୍ଧ୍ୟା ୭.୩୦ରୁ ୧୦.୩୦ ମଧ୍ୟରେ ସାହାଣମେଲା, ରାତି ୧୧ଟାରେ ହାତୀବେଶ ମଇଲମ, ୧୧.୧୦ ପୁଷ୍ପାଞ୍ଜଳୀ ଓ ଡୋରଲାଗି , ୧୧.୩୦ରୁ ୨ଟା ମଧ୍ୟରେ ବାହୁଡା ପହଣ୍ଡି ଓ ଶେଷରେ ରାତି ୨.୩୦ରେ ସୁନା ଚିତା ଓ ରାହୁରେଖା ମଇଲମ ନୀତି ଅନୁଷ୍ଠିତ ହେବ ।

Snana Purnima
Snana Purnima (ETV BHARAT ODISHA)

3:03 PM, 22 Jun 2024 (IST)

ଛେରା ପହଁରା କରୁଛନ୍ତି ଗଜପତି

ଚାମର ସେବା ପରେ ମହାପ୍ରଭୁଙ୍କ ଛେରା ପହଁରା କରୁଛନ୍ତି ଗଜପତି ମହାରାଜା ଦିବ୍ୟ ସିଂହଦେବ । ଏ୩.୪୦ରେ ଦୁର୍ଲଭ ଗଜାନନ ବେଶରେ ଦର୍ଶନ ଦେବେ ମହାପ୍ରଭୁ । ସନ୍ଧ୍ୟା ୬.୩୦ରେ ଦକ୍ଷିଣିଘର ଭୋଗ, ସନ୍ଧ୍ୟା ୭.୩୦ରୁ ୧୦.୩୦ ମଧ୍ୟରେ ସାହାଣମେଲା, ରାତି ୧୧ଟାରେ ହାତୀବେଶ ମଇଲମ, ୧୧.୧୦ ପୁଷ୍ପାଞ୍ଜଳୀ ଓ ଡୋରଲାଗି , ୧୧.୩୦ରୁ ୨ଟା ମଧ୍ୟରେ ବାହୁଡା ପହ

Snana Purnima 2024
Snana Purnima 2024 (ETV BHARAT ODISHA)

2:44 PM, 22 Jun 2024 (IST)

ମହାପ୍ରଭୁଙ୍କ ଚାମର ସେବା କରୁଛନ୍ତି ଗଜପତି

ମହାପ୍ରଭୁଙ୍କ ଚାମର ସେବା କରୁଛନ୍ତି ଗଜପତି ମହାରାଜା ଦିବ୍ୟ ସିଂହଦେବ । ଏହାପରେ ଛେରା ପହଁରା କରିବେ ଗଜପତି । ୩.୪୦ରେ ଦୁର୍ଲଭ ଗଜାନନ ବେଶରେ ଦର୍ଶନ ଦେବେ ମହାପ୍ରଭୁ । ଏହାପରେ ୪ଟାରେ ମହନ୍ତ ଶାଢୀବନ୍ଧା, ୫.୪୫ରୁ ୭.୨୦ ଘଣ୍ଟଛତା ସକାଳ ଧୂପ ନୀତି କରାଯିବ । ଏହାମଧ୍ୟରେ ସନ୍ଧ୍ୟା ୬.୩୦ରେ ଦକ୍ଷିଣିଘର ଭୋଗ, ସନ୍ଧ୍ୟା ୭.୩୦ରୁ ୧୦.୩୦ ମଧ୍ୟରେ ସାହାଣମେଲା, ରାତି ୧୧ଟାରେ ହାତୀବେଶ ମଇଲମ, ୧୧.୧୦ ପୁଷ୍ପାଞ୍ଜଳୀ ଓ ଡୋରଲାଗି , ୧୧.୩୦ରୁ ୨ଟା ମଧ୍ୟରେ ବାହୁଡା ପହଣ୍ଡି ଓ ଶେଷରେ ରାତି ୨.୩୦ରେ ସୁନା ଚିତା ଓ ରାହୁରେଖା ମଇଲମ ନୀତି ଅନୁଷ୍ଠିତ ହେବ ।

Snana Purnima 2024
Snana Purnima 2024 (ETV BHARAT ODISHA)

2:29 PM, 22 Jun 2024 (IST)

କିଛି ସମୟ ପରେ ହେବ ଛେରା ପହଁରା ନୀତି

ସରିଲା ମହାପ୍ରଭୁଙ୍କ ସ୍ନାନ । ସନ୍ଧ୍ୟାରେ ଗଜାନନ ବେଶରେ ଦର୍ଶନ ଦେବେ ଶ୍ରୀଜିଉ । ୨.୫୦ରେ ମଇଲମ, ମେକାପ ସର୍ବାଙ୍ଗ, ନୂଆଲୁଗା ଲାଗି ବେଶ କରାଯିବ । ଏହାପରେ ଅପରାହ୍ନ ୩ଟା ସମୟରେ ଛେରା ପହଁରା ନୀତି କରାଯିବ ।

Snana Purnima
Snana Purnima (ETV BHARAT ODISHA)

1:27 PM, 22 Jun 2024 (IST)

ସ୍ନାନ କଲେ ଶ୍ରୀଜିଉ

ସ୍ନାନବେଦୀରେ ଲକ୍ଷାଧିକ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ଫୁଲରେ ସଜେଇ ହୋଇଛି ସ୍ନାନବେଦୀ । ମହାପ୍ରଭୁଙ୍କ ପ୍ରିୟ ତୁଳସୀ ଓ ମଲ୍ଲୀ କଢି ଶ୍ରୀଜିଉଙ୍କ ଶୋଭା ବଢାଉଛି । ସ୍ନାନବେଦୀରେ ସ୍ନାନ କରୁଛନ୍ତି ଶ୍ରୀଜିଉ । ଅପରାହ୍ନରେ ହେବ ହାତୀବେଶ । ଶ୍ରୀକ୍ଷେତ୍ରରେ ଲାଗିଛି ଲକ୍ଷାଧିକ ଭକ୍ତଙ୍କ ଗହଳି ।

12:59 PM, 22 Jun 2024 (IST)

108 ଗରା ସୁବାସିତ ଜଳରେ ସ୍ନାନ କରୁଛନ୍ତି ମହାପ୍ରଭୁ

ସ୍ନାନଯାତ୍ରାରେ ଏକାକାର ଭକ୍ତ ଭଗବାନ । ସୁବାସିତ ଜଳରେ ସ୍ନାନ କଲେ ମହାପ୍ରଭୁ । ଏପଟେ ବର୍ଷା ଜଳରେ ସ୍ନାନ କଲେ ଭକ୍ତ । ପୁରୀରେ ଜାରି ରହିଛି ବର୍ଷା । ବିଶ୍ୱାସ ରହିଛି ସ୍ନାନ ପୂର୍ଣ୍ଣିମାରେ ଦେବରାଜ ଇନ୍ଦ୍ର ବର୍ଷା କରାଇ ଥାଆନ୍ତି। ଆଜି ପ୍ରବଳ ବର୍ଷା ପରେ ଭକ୍ତିରେ ଭକ୍ତମାନେ ନାଚି ଉଠିଛନ୍ତି ।

12:26 PM, 22 Jun 2024 (IST)

ଶ୍ରୀଜିଉଙ୍କ ଜଳ ବିଜେ ନୀତି ଆରମ୍ଭ

ଶ୍ରୀଜିଉଙ୍କ ଜଳ ବିଜେ ନୀତି ଆରମ୍ଭ ହୋଇଛି । ଗରାବଡ଼ୁ ସେବକଙ୍କ ଦ୍ୱାରା ଜଳ ବିଜେ ନୀତି ଚାଲିଛି । ପୂର୍ବ ଦିନରୁ ରହିଥିବା ଏହି ସୁବାସିତ ଜଳକୁ ଅଭିମନ୍ତ୍ରିତ କରାଯାଇ ଦାରୁବ୍ରହ୍ମଙ୍କୁ ୧୦୮ ଗରା ଜଳରେ ସ୍ନାନ କରାଯାଏ । ଏହି ଜଳରୁ ୩୫ ଗରା ଜଗନ୍ନାଥଙ୍କୁ, ୩୩ ଗରା ବଳଭଦ୍ରଙ୍କୁ, ୨୨ ଗରା ଦେବୀ ସୁଭଦ୍ରା ଓ ୧୮ ଗରା ସୁଦର୍ଶନଙ୍କୁ ସ୍ନାନ କରାଯାଏ ।

12:00 PM, 22 Jun 2024 (IST)

ମଥାରେ ଫୁଲ, ଗଳାରେ ତୁଳସୀ ମାଳ ପିନ୍ଧିଛନ୍ତି ମହାବାହୁ

ରଙ୍ଗ ବେରଙ୍ଗ ଫୁଲରେ ସଜେଇ ହୋଇଛନ୍ତି ମହାବାହୁ । ମଥାରେ ଧଳା, ଗୋଲାପି ଓ ନାଲି ରଙ୍ଗର ଫୁଲ ଓ ଗଳାରେ ତୁଳସୀ ମାଳ । ସ୍ନାନବେଦୀରେ ଶ୍ରୀବିଗ୍ରହଙ୍କ ଦିବ୍ୟ ଦର୍ଶନ କରୁଛନ୍ତି ଭକ୍ତ । ୧୨.୨୦ରୁ ୧.୪୫ ମଧ୍ୟରେ ଜଳ ବିଜେ, ପୂଜା ଓ ସ୍ନାନ ନୀତି କରାଯିବ । ପବିତ୍ର ସ୍ନାନଯାତ୍ରା ଅବସରରେ ଜନସମୁଦ୍ର ପାଲଟିଛି ବଡଦାଣ୍ଡ । ଲକ୍ଷାଧିକ ଭକ୍ତ ମହାପ୍ରଭୁଙ୍କ ଦର୍ଶନ କରିବା ପାଇଁ ଆସିଛନ୍ତି । ଏହାକୁ ଦୃଷ୍ଟିରେ ରଖି ଟ୍ରାଫିକ ନିୟମ ପରିବର୍ତ୍ତନ କରାଯାଇଛି ।

Snana Purnima
Snana Purnima (ETV BHARAT ODISHA)

11:24 AM, 22 Jun 2024 (IST)

ମହାପ୍ରଭୁଙ୍କ ଦ୍ୱାରପାଳ ପୂଜା ସମ୍ପନ୍ନ

ଶେଷ ହେଲା ମହାପ୍ରଭୁଙ୍କ ଦ୍ୱାରପାଳ ପୂଜା । ୧୧.୨୫ରେ ବେଶ ଶେଷ ନୀତି ଆରମ୍ଭ ହେବ । ଏହାପରେ ଜଳ ବିଜେ, ପୂଜା ଓ ସ୍ନାନ ନୀତି କରାଯିବ । ୨.୫୦ରେ ମଇଲମ, ମେକାପ ସର୍ବାଙ୍ଗ, ନୂଆଲୁଗା ଲାଗି ବେଶ କରାଯିବ । ଅପରାହ୍ନ ୩ଟା ସମୟରେ ଛେରା ପହଁରା, ୩.୪୦ରେ ଦୁର୍ଲଭ ଗଜାନନ ବେଶରେ ଦର୍ଶନ ଦେବେ ମହାପ୍ରଭୁ ।

10:53 AM, 22 Jun 2024 (IST)

କେଉଁଠୁ ଆସିଥାଏ ୧୦୮ କଳସ ସୁବାସିତ ଜଳ ?

ମହାପ୍ରଭୁଙ୍କ ପାଇଁ ଶ୍ରୀମନ୍ଦିରର ସୁନା କୂଅରୁ ୧୦୮ କଳସ ଜଳ ସଂଗ୍ରହ କରାଯାଇଛି । ଏହି ସୁନା କୂଅଟି ଶୀତଳା ଠାକୁରାଣୀ ଓ ତାଙ୍କ ବାହାନ ସିଂହଙ୍କ ମଧ୍ୟରେ ଅବସ୍ଥିତ । ଏହି କୂଅକୁ ବର୍ଷସାରା ସିଂହ ହିଁ ସୁରକ୍ଷିତ ରଖିଥାଏ ବୋଲି ବିଶ୍ବାସ ରହିଛି । କୂଅର ବ୍ୟବହାର ବର୍ଷସାରା ନଥବାରୁ ଜନପଦୀୟ ତାନ୍ତ୍ରିକ ପରମ୍ପରାରେ ଏହି ଜଳକୁ ଅଣତୁଠ ପାଣି ବୋଲି ଗ୍ରହଣ କରାଯାଏ । ପୂର୍ବ ଦିନରୁ ରହିଥିବା ଏହି ସୁବାସିତ ଜଳକୁ ଅଭିମନ୍ତ୍ରିତ କରାଯାଇ ଦାରୁବ୍ରହ୍ମଙ୍କୁ ୧୦୮ ଗରା ଜଳରେ ସ୍ନାନ କରାଯାଏ । ଏହି ଜଳରୁ ୩୫ ଗରା ଜଗନ୍ନାଥଙ୍କୁ, ୩୩ ଗରା ବଳଭଦ୍ରଙ୍କୁ, ୨୨ ଗରା ଦେବୀ ସୁଭଦ୍ରା ଓ ୧୮ ଗରା ସୁଦର୍ଶନଙ୍କୁ ସ୍ନାନ କରାଯାଏ ।

Snana Purnima 2024
Snana Purnima 2024 (ETV BHARAT ODISHA)

10:19 AM, 22 Jun 2024 (IST)

ଜଗା ପ୍ରେମରେ ବିଭୋର ଭକ୍ତ, ସ୍ନାନବେଦୀରେ ଶ୍ରୀବିଗ୍ରହଙ୍କ ଦିବ୍ଯ ଦର୍ଶନ

ସ୍ନାନଯାତ୍ରାରେ ବଡଦାଣ୍ଡରେ ଭକ୍ତଙ୍କ ଭିଡ । ଜୟ ଜଗନ୍ନାଥ ନାମରେ ପ୍ରକମ୍ପିତ ହେଉଛି ଗଗନ ପବନ । ଜଗା ପ୍ରେମରେ ବିଭୋର ଭକ୍ତ । ସ୍ନାନବେଦୀରେ ଶ୍ରୀବିଗ୍ରହଙ୍କ ଦିବ୍ଯ ଦର୍ଶନ ।

Snana Purnima 2024
Snana Purnima 2024 (ETV BHARAT ODISHA)

9:46 AM, 22 Jun 2024 (IST)

ଶେଷ ହେଲା ଅଧର ପୋଛା ନୀତି

ମଙ୍ଗଳ ଆଳତୀ ପରେ ମଇଲମ ନୀତି ଓ ତାପରେ ତଡପ ଲାଗି ନୀତି, ଅଧର ପୋଛା ନୀତି ଶେଷ ହେବା ପରେ ୧୦.୨୦ରେ ଅବକାଶ ନୀତି ଅନୁଷ୍ଠିତ ହେବ । ୧୦.୩୦ରେ ରୋଷହୋମ, ୧୦.୫୫ରେ ସୂର୍ଯ୍ୟପୂଜା ହେବ ।

Snana Purnima
Snana Purnima (ETV BHARAT ODISHA)

9:24 AM, 22 Jun 2024 (IST)

ମଧ୍ୟାହ୍ନରେ ମହାପ୍ରଭୁଙ୍କ ସ୍ନାନ ନୀତି

ସ୍ନାନ ମଣ୍ଡପରେ ୧୦୮ କଳସୀ ସୁବାସିତ ଜଳରେ ସ୍ନାନ କରିବେ ଚତୁର୍ଦ୍ଧାମୂର୍ତ୍ତି । ଏହି ଜଳରୁ ୩୫ ଗରା ଜଗନ୍ନାଥଙ୍କୁ, ୩୩ ଗରା ବଳଭଦ୍ରଙ୍କୁ, ୨୨ ଗରା ଦେବୀ ସୁଭଦ୍ରା ଓ ୧୮ ଗରା ସୁଦର୍ଶନଙ୍କୁ ସ୍ନାନ କରାଯାଏ । ଆଜି ୧୨.୨୦ରୁ ୧.୪୫ ମଧ୍ୟରେ ଜଳ ବିଜେ, ପୂଜା ଓ ସ୍ନାନ ନୀତି କରାଯିବ ।

Snana Purnima 2024
Snana Purnima 2024 (ETV BHARAT ODISHA)

8:25 AM, 22 Jun 2024 (IST)

ଜଗନ୍ନାଥଙ୍କ ପହଣ୍ଡି ବିଜେ ସମୟର ଅପୂର୍ବ ଦୃଶ୍ୟ

ସ୍ନାନବେଦୀକୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପହଣ୍ଡି ବିଜେ ସମୟର ଅପୂର୍ବ ଦୃଶ୍ୟ । ଧାଡି ପହଣ୍ଡିରେ ସ୍ନାନବେଦୀକୁ ବିଜେ କରିଥିଲେ ବଡ ଠାକୁର ।

8:24 AM, 22 Jun 2024 (IST)

ବଳଭଦ୍ରଙ୍କର ସ୍ନାନ ବେଦୀକୁ ଆଗମନର କିଛି ଅପୂର୍ବ ଦୃଶ୍ୟ

ପ୍ରଭୁ ଶ୍ରୀବଳଭଦ୍ରଙ୍କର ସ୍ନାନ ବେଦୀକୁ ଆଗମନର କିଛି ଅପୂର୍ବ ଦୃଶ୍ୟ । ଧାଡି ପହଣ୍ଡିରେ ସ୍ନାନବେଦୀକୁ ବିଜେ କରିଥିଲେ ବଡ ଠାକୁର ।

8:00 AM, 22 Jun 2024 (IST)

ଆଉ କିଛି ସମୟ ପରେ ହେବ ମଙ୍ଗଳ ଆଳତୀ, ଦେଖନ୍ତୁ କେତବେଳେ ହେବ ସ୍ନାନ ନୀତି

ସ୍ନାନବେଦୀରେ ବିରାଜିଛନ୍ତି ଶ୍ରୀଜିଉ । 9ଟାରେ ମଙ୍ଗଳ ଆଳତୀ ହେବ । ପରେ ପରେ ୯.୧୫ରେ ମଇଲମ ନୀତି, ୯.୨୫ରେ ତଡପ ଲାଗି ନୀତି, ୯.୪୫ରେ ଅଧର ପୋଛା, ୧୦.୨୦ରେ ଅବକାଶ, ୧୦.୩୦ରେ ରୋଷହୋମ, ୧୦.୫୫ରେ ସୂର୍ଯ୍ୟପୂଜା, ୧୧.୧୦ରେ ଦ୍ୱାରପାଳ ପୂଜା, ୧୧.୨୫ରେ ବେଶ ଶେଷ ନୀତି କରାଯିବ । ଏହାପରେ ୧୨.୨୦ରୁ ୧.୪୫ ମଧ୍ୟରେ ଜଳ ବିଜେ, ପୂଜା ଓ ସ୍ନାନ ନୀତି କରାଯିବ । ୨.୫୦ରେ ମଇଲମ, ମେକାପ ସର୍ବାଙ୍ଗ, ନୂଆଲୁଗା ଲାଗି ବେଶ କରାଯିବ । ଏହାପରେ ଅପରାହ୍ନ ୩ଟା ସମୟରେ ଛେରା ପହଁରା ନୀତି କରାଯିବ । ଛେରା ପହଁରା ନୀତି ପରେ ୩.୪୦ରେ ଦୁର୍ଲଭ ଗଜାନନ ବେଶରେ ଦର୍ଶନ ଦେବେ ମହାପ୍ରଭୁ । ଏହାପରେ ୪ଟାରେ ମହନ୍ତ ଶାଢୀବନ୍ଧା, ୫.୪୫ରୁ ୭.୨୦ ଘଣ୍ଟଛତା ସକାଳ ଧୂପ ନୀତି କରାଯିବ । ଏହାମଧ୍ୟରେ ସନ୍ଧ୍ୟା ୬.୩୦ରେ ଦକ୍ଷିଣିଘର ଭୋଗ, ସନ୍ଧ୍ୟା ୭.୩୦ରୁ ୧୦.୩୦ ମଧ୍ୟରେ ସାହାଣମେଲା, ରାତି ୧୧ଟାରେ ହାତୀବେଶ ମଇଲମ, ୧୧.୧୦ ପୁଷ୍ପାଞ୍ଜଳୀ ଓ ଡୋରଲାଗି , ୧୧.୩୦ରୁ ୨ଟା ମଧ୍ୟରେ ବାହୁଡା ପହଣ୍ଡି ଓ ଶେଷରେ ରାତି ୨.୩୦ରେ ସୁନା ଚିତା ଓ ରାହୁରେଖା ମଇଲମ ନୀତି ଅନୁଷ୍ଠିତ ହେବ ।

Snana Purnima
Snana Purnima (ETV BHARAT ODISHA)

7:59 AM, 22 Jun 2024 (IST)

ଚକା ଆଖିରେ ଭକ୍ତକୁ ଦେଖୁଛି କାଳିଆ

ଧାଡି ପହଣ୍ଡିରେ ଆସି ସ୍ନାନବେଦୀରେ ବିରାଜିଛି କାଳିଆ । ଚକା ଆଖିରେ ଭକ୍ତକୁ ଦେଖୁଛି କାଳିଆ । ସ୍ନାନପୂର୍ଣିମାରେ କାଳିଆ ସାଆନ୍ତେଙ୍କ ଅପୂର୍ବ ରୂପ ।

Snana Purnima
Snana Purnima (ETV BHARAT ODISHA)

7:18 AM, 22 Jun 2024 (IST)

ସ୍ନାନବେଦୀରେ ଶ୍ରୀଜିଉ

ସରିଲା ପହଣ୍ଡି ବିଜେ ନୀତି । ଧାଡି ପଣ୍ଡିରେ ଆସି ସ୍ନାନବେଦୀରେ ବିରାଜିଲେ ପ୍ରଭୁ ଜଗନ୍ନାଥ । ୩୫ ଗରା ସୁବାସିତ ଜଳରେ ସ୍ନାନ କରିବେ କାଳିଆ ଠାକୁର । ୩୩ ଗରା ବଳଭଦ୍ର, ୨୨ ଗରା ଦେବୀ ସୁଭଦ୍ରା ଓ ୧୮ ଗରାରେ ସୁଦର୍ଶନଙ୍କୁ ସ୍ନାନ କରାଯିବ ।

7:15 AM, 22 Jun 2024 (IST)

ବଡଦାଣ୍ଡରେ ଭକ୍ତ ଓ ଭଗବାନଙ୍କ ମିଳନ, ଜନସମୁଦ୍ର ବଡଦାଣ୍ଡ

ଆଜି ବଡଦାଣ୍ଡରେ ହୋଇଛି ଭକ୍ତ ଓ ଭଗବାନଙ୍କ ମିଳନ । କାଳିଆକୁ ଆଖି ପୁରାଇ ଦେଖିବାକୁ ଜନସମୁଦ୍ର ହୋଇଛି ପୁରୀ । ଲକ୍ଷାଧିକ ଭକ୍ତ ସ୍ନାନଯାତ୍ରା ଅବସରେ ପୁରୀ ଆସିଛନ୍ତି ।

Snana Purnima 2024
Snana Purnima 2024 (ETV BHARAT ODISHA)

6:33 AM, 22 Jun 2024 (IST)

କାଳିଆର ପହଣ୍ଡି ଆରମ୍ଭ

ଆରମ୍ଭ ହେଲା ଜଗତରନାଥ ଜଗନ୍ନାଥଙ୍କ ପହଣ୍ଡି ବିଜେ । ଝୁଲି ଝୁଲି ଆସୁଛି କାଳିଆ । କିଛି ସମୟ ପରେ ସ୍ନାନବେଦୀରେ ବିରାଜିବେ ।

Snana Purnima 2024
Snana Purnima 2024 (ETV BHARAT ODISHA)

6:32 AM, 22 Jun 2024 (IST)

ଧାଡି ପହଣ୍ଡିରେ ଆସି ସ୍ନାନମଣ୍ଡପରେ ବିଜେ କଲେ ବଳଭଦ୍ର-ସୁଭଦ୍ରା

ପୁରୀ: ଆଜି ଭୋର 4.30ରେ ମଙ୍ଗଳଳାର୍ପଣ ନୀତି ସରିବା ପରେ ଭୋର 5ଟାରୁ ପହଣ୍ଡି ବିଜେ ଆରମ୍ଭ ହୋଇଥିଲା । ପ୍ରଥମେ ସୁଦର୍ଶନଙ୍କ ପହଣ୍ଡି ଆରମ୍ଭ ହୋଇଥିଲା । ପରେ ପରେ ବଡ ଠାକୁର ବଳଭଦ୍ର, ଦେବୀ ସୁଭଦ୍ରା ଧାଡି ପହଣ୍ଡିରେ ଆସି ସ୍ନାନ ମଣ୍ଡପରେ ବିଜେ କରିଥିଲେ । ଶେଷରେ କାଳିଆର ପହଣ୍ଡି ଆରମ୍ଭ ହେବ ।

Last Updated : Jun 22, 2024, 5:45 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.