ETV Bharat / state

ଷ୍ଟ୍ରଙ୍ଗରୁମରେ ଇଭିଏମ୍‌; ସୁରକ୍ଷା ବ୍ୟବସ୍ଥା କଡାକଡି - Election 2024

BJB College Strong room: ସାଧାରଣ ନିର୍ବାଚନ ୨୦୨୪ ପାଇଁ ବିଜେବି କଲେଜ୍‌ ଷ୍ଟ୍ରଙ୍ଗରୁମରେ ପହଞ୍ଚିଲା ଇଭିଏମ୍‌ । ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି । ଅଧିକ ପଢ଼ନ୍ତୁ

BJB College Strong room
BJB College Strong room
author img

By ETV Bharat Odisha Team

Published : Apr 10, 2024, 8:05 PM IST

BJB College Strong room

ଭୁବନେଶ୍ବର: ଆସନ୍ତା ସାଧାରଣ ନିର୍ବାଚନ ୨୦୨୪ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ନିର୍ବାଚନରେ ବ୍ୟବହାର ହେବାକୁ ଥିବା ଇଭିଏମ୍‌ ଖୋର୍ଦ୍ଧା ପଣ୍ୟଗାରରୁ ବିଜେବି କଲେଜ ଷ୍ଟ୍ରଙ୍ଗରୁମରେ ପହଞ୍ଚିଛି । ଆଜି ଅପରାହ୍ନରେ କଡା ସୁରକ୍ଷା ମଧ୍ୟରେ ଇଭିଏମ ବିଜେବି କଲେଜ ଷ୍ଟ୍ରଙ୍ଗରୁମରେ ପହଞ୍ଚିଛି । 24x7 ସୁରକ୍ଷା ବ୍ୟବସ୍ଥା ସହ ବନ୍ଧୁକଧାରୀ ପୋଲିସ କର୍ମଚାରୀ ଷ୍ଟ୍ରଙ୍ଗରୁମ ସୁରକ୍ଷାରେ ମୁତୟନ ହୋଇଛନ୍ତି । ଏନେଇ ସୂଚନା ଦେଇଛନ୍ତି ଖୋର୍ଦ୍ଧା ଜିଲ୍ଲାପାଳ ତଥା ଜିଲ୍ଲା ମୁଖ୍ୟ ନିର୍ବାଚନ ଅଧିକାରୀ ଚଞ୍ଚଳ ରଣା ।

ଖୋର୍ଦ୍ଧା ଜିଲ୍ଲାରେ ଷଷ୍ଠ ପର୍ଯ୍ୟାୟ ଅର୍ଥାତ ମେ ୨୫ରେ ନିର୍ବାଚନ ଅନୁଷ୍ଠିତ ହେବ । ନିର୍ବାଚନ ନେଇ ବିଭିନ୍ନ କାର୍ଯ୍ୟକ୍ରମର ନୀତି ନିର୍ଘଣ୍ଟ ହୋଇଛି । ଖୋର୍ଦ୍ଧା ପଣ୍ୟଗାରରୁ ସମସ୍ତ ଷ୍ଟ୍ରଙ୍ଗ ରୁମକୁ ଇଭିଏମ୍‌ ପଠାଯାଇଛି । ବିଜେବି କଲେଜରେ ଥିବା ୫ ନିର୍ବାଚନ ମଣ୍ଡଳୀ ପାଇଁ ଇଭିଏମ ପହଞ୍ଚିଛି । ଜଟଣୀ, ଜୟଦେବ, ଭୁବନେଶ୍ବର ଏକାମ୍ର, ଭୁବନେଶ୍ବର ମଧ୍ୟ ଓ ଭୁବନେଶ୍ବର ଉତ୍ତର ନିର୍ବାଚନ ମଣ୍ଡଳୀ ପାଇଁ ବିଜେବି ସ୍ଵଂୟଶାସିତ ମହାବିଦ୍ୟାଳୟରେ ଇଭିଏମ ପହଞ୍ଚିଛି । ୫ଟି ଫ୍ଲୋରରେ ପ୍ରତ୍ୟେକ ନିର୍ବାଚନ ମଣ୍ଡଳୀ ପାଇଁ ଦୁଇଟି ଲେଖାଏଁ ଷ୍ଟ୍ରଙ୍ଗ ରୁମ ବ୍ୟବସ୍ଥା ହୋଇଛି । ଗୋଟିଏ ବିଧାନସଭା ଓ ଅନ୍ୟଟି ବିଧାନସଭା କ୍ଷେତ୍ର ପାଇଁ ଷ୍ଟ୍ରଙ୍ଗ ରୁମ୍‌ ରହିଛି ।

ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ନିର୍ବାଚନ ଅଧିକାରୀ ଚଞ୍ଚଳ ରଣାଙ୍କ ସୂଚନା ଅନୁସାରେ, ୧୧୧ ଜୟଦେବ, ୧୧୨ ଭୁବନେଶ୍ବର ମଧ୍ୟ, ୧୧୩ ଭୁବନେଶ୍ବର ଉତ୍ତର, ୧୧୪ ଭୁବନେଶ୍ବର ଏକାମ୍ର, ୧୧୫ ଜଟଣୀ ନିର୍ବାଚନ ମଣ୍ଡଳୀ ପାଇଁ ଇଭିଏମ୍‌ ଓ ଭିଭିପ୍ୟାଟ କଡା ସୁରକ୍ଷା ମଧ୍ୟରେ ପହଞ୍ଚିଛି । ପୋଲିସ ଏସ୍କର୍ଟରେ ଇଭିଏମ ପହଞ୍ଚିଛି । ୧୯୦୭ଟି ବୁଥ ପାଇଁ ଇଭିଏମ ଓ ଭିଭିପ୍ୟାଟ ଏଠାରେ କଡା ସୁରକ୍ଷା ବ୍ୟବସ୍ଥା ଭିତରେ ରହିବ । ଏହାପରେ କେଉଁ ବୁଥକୁ କେଉଁ ଇଭିଏମ୍‌ ଯିବ ସେନେଇ ପରବର୍ତ୍ତୀ ସମୟରେ ନିଷ୍ପତ୍ତି ହେବ । ଷ୍ଟ୍ରଙ୍ଗ ରୁମର ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ୨୪x୭ ଘଣ୍ଟା ସୁରକ୍ଷା ବ୍ୟବସ୍ଥା କଡାକଡି ରହିବ । ବନ୍ଧୁକଧାରୀ ପୋଲିସ ମୁତୟନ ହୋଇଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ବ୍ରହ୍ମପୁରରେ ନିର୍ବାଚନ ପ୍ରସ୍ତୁତିର ସମୀକ୍ଷା କଲେ ଦକ୍ଷିଣାଞ୍ଚଳ ରାଜସ୍ବ ଆୟୁକ୍ତ - election 2024

ସେ ଆହୁରି କହିଛନ୍ତି, "ସିସିଟିଭି ବଳୟରେ ଷ୍ଟ୍ରଙ୍ଗ ରୁମରେ ରହିବ ଇଭିଏମ । ଆଜିଠାରୁ ଭୋଟ ଗଣତି ଯାଏଁ ସବୁ ଦିନର ଭିଡିଓ ରେକର୍ଡିଂ କରାଯିବ । ଯାହାକି ଆସନ୍ତା ୩ରୁ ୪ ମାସ ଯାଏଁ ଏହି ରେକର୍ଡିଂ ରହିବ । ଡବଲ ଲକ୍‌ ରହିବ ଷ୍ଟ୍ରଙ୍ଗ ରୁମ । ପ୍ରତି ରୁମ ପାଇଁ ଫୋର୍ସ ମୁତୟନ ରହିବେ । ରାଜନୈତିକ ଦଳର ପ୍ରତିନିଧି ମଧ୍ୟ ୨୪ ଘଣ୍ଟା ଷ୍ଟ୍ରଙ୍ଗ ରୁମ ନିକଟରେ ରହିବାର ବ୍ୟବସ୍ଥା ରହିଛି । ନିର୍ବାଚନ ଏକ ଗଣତାନ୍ତ୍ରିକ ପ୍ରକ୍ରିୟା । ସ୍ବଚ୍ଛ, ଅବାଧ ଓ ନିରପେକ୍ଷ ନିର୍ବାଚନ କରିବା ଲାଗି ସମସ୍ତ ବ୍ୟବସ୍ଥା କରାଯାଉଛି । ଗ୍ରୀଷ୍ମ ପ୍ରବାହ ଲାଗି ରହିଥିବାରୁ ଭିଭିପ୍ୟାଟ ମେସିନ ଖରାପ ହେବାର ସମ୍ଭାବନା ରହିଛି । ସେଥିଲାଗି ୩୦ ପ୍ରତିଶତ ଅତିରିକ୍ତ ମେସିନ ଆମେ ମହଜୁଦ ରଖିଛୁ । ଯାହାକି ଜରୁରୀ ସମୟରେ କାମ ଦେବ । ସେହିପରି ଗ୍ରୀଷ୍ମପ୍ରବାହ ଓ ମତଦାତାଙ୍କ ସଂଖ୍ୟାକୁ ଦୃଷ୍ଟିରେ ରଖି ଅତିରିକ୍ତ ବୁଥ ପାଇଁ ଆବେଦନ ମଧ୍ୟ ହୋଇଛି ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.