ETV Bharat / state

OUATରେ ଔଷଧୀୟ ଗଛର ଗବେଷଣା ଓ ଶିକ୍ଷାଦାନକୁ ଗୁରୁତ୍ଵ

OUAT Vatika: ଓଡିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟରେ ଔଷଧୀୟ ଗଛର ଗବେଷଣା ଓ ଶିକ୍ଷାଦାନକୁ ଗୁରୁତ୍ଵ । OUAT ବାଟିକାରେ ଗବେଷଣା କରାଯାଉଛି ୧୦୦ରୁ ଅଧିକ ଔଷଧୀୟ ବୃକ୍ଷ । ଅଧିକ ପଢନ୍ତୁ

OUAT Vatika
OUAT Vatika
author img

By ETV Bharat Odisha Team

Published : Mar 2, 2024, 1:01 PM IST

OUAT Vatika

ଭୁବନେଶ୍ବର: ଓଡିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟ (ଓୟୁଏଟି) ଔଷଧୀୟ ବୃକ୍ଷଲତାକୁ ଗବେଷଣା ଓ ଶିକ୍ଷାଦାନ କ୍ଷେତ୍ରରେ ଅଧିକ ଗୁରୁତ୍ବ ଦେଉଛି । ଏନେଇ ବିଶ୍ବବିଦ୍ୟାଳୟ ପକ୍ଷରୁ ୩୧ଟି କୃଷି ବିଜ୍ଞାନ କେନ୍ଦ୍ର କାର୍ଯ୍ୟ କରୁଛି । ସେହିପରି ପୁରୀ ଜିଲ୍ଲା ସାକ୍ଷୀଗୋପାଳ ଠାରେ ଏକ କୃଷି ବିଜ୍ଞାନ କେନ୍ଦ୍ର ରହିଛି ଯେଉଁଠାରେ ଏକ ବାଟିକା ନିର୍ମାଣ କରାଯାଇଛି । ଓୟୁଏଟି ଅର୍ଚାଡକୁ ଓୟୁଏଟି ବାଟିକା ଭାବେ ନାମକରଣ କରାଯାଇଛି ।

ଏହି ବାଟିକା ଭିତରେ ଅନେକଗୁଡ଼ିଏ ବୃକ୍ଷଲତା ସଂରକ୍ଷଣ କରାଯାଇଛି । ବାଟିକାରେ ଏକ ସ୍ବତନ୍ତ୍ର ୟୁନିଟରେ ଔଷଧୀୟ ବୃକ୍ଷଲତାକୁ ସ୍ଥାନିତ କରି ଏହାର ସଂରକ୍ଷଣ ପାଇଁ ପଦକ୍ଷେପ ନିଆଯାଇଛି । ଏ ସମ୍ବନ୍ଧରେ ଜ୍ଞାନ ଆହରଣ କରିବାକୁ ଆଗ୍ରହୀ ଥିବା ଜନସାଧାରଣ ସେଠାକୁ ଯାଇ ଦେଖିପାରିବେ ଏବଂ ଚିହ୍ନିପାରିବେ । ଏହାର ଚାରା ମଧ୍ୟ ସୁଲଭ ମୂଲ୍ୟରେ ଯୋଗାଇ ଦିଆଯାଉଥିବା କହିଛନ୍ତି ଓୟୁଏଟି କୁଳପତି ପ୍ରଫେସର ପ୍ରଭାତ କୁମାର ରାଉଳ ସୂଚନା ଦେଇଛନ୍ତି ।

ଏନେଇ ଉଦ୍ଭିଦ ରୋଗ ବିଜ୍ଞାନ ପ୍ରଫେସର ସୁଶ୍ରୀ ସଙ୍ଗୀତା ବଳ କହିଛନ୍ତି, 'ସର୍ବ ଭାରତୀୟ ସ୍ତରରେ ମୋଟ 26ଟି ସେଣ୍ଟରରୁ ଭୁବନେଶ୍ବରରେ ଗୋଟିଏ ସେଣ୍ଟର ରହିଛି । ଏହି ସେଣ୍ଟରରେ ସାଧାରଣ ଭାବରେ ଔଷଧୀୟ ବୃକ୍ଷ ଉପରେ ଅଧିକ ଧ୍ୟାନ ଦିଆଯାଉଛି । ତେବେ ଏହି ଔଷଧୀୟ ଗଛଗୁଡ଼ିକ ହେଉଛି, ସର୍ପ ଗନ୍ଧା, ପିପଲି, ଗୁଲୁଚି, ଶତାବରୀ, ଘି କୁଆଁରୀ ଏବଂ ଅଶ୍ବଗନ୍ଧା । ବିଶେଷ ଭାବରେ ଏହି ଗଛ ଉପରେ ଅଧିକ ଧ୍ୟାନ ଦିଆଯାଉଛି । କାରଣ ଏହି ଗଛ ସାଧାରଣ ଭାବରେ ଏହି ଜଳବାୟୁରେ ସଠିକ ଭାବରେ ହୋଇଥାଏ । ତେଣୁ ଓଡ଼ିଶାରେ ଯେଉଁ ସମସ୍ତ ସ୍ଥାନରେ ଔଷଧୀୟ ବୃକ୍ଷ ମିଳୁଛି ସେଗୁଡିକୁ ସଂଗ୍ରହ କରିବା ସହ ସଂରକ୍ଷିତ କରିବା ।'

ଏହା ମଧ୍ୟ ପଢନ୍ତୁ- ସାକ୍ଷୀଗୋପାଳରୁ ଶ୍ରୀମନ୍ଦିର ଯିବ ତୁଳସୀ-ପଦ୍ମ

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଔଷଧୀୟ ଗଛରୁ କେଉଁ ରୋଗ ଆସୁଛି ତାହା ଉପରେ ମଧ୍ୟ ଗବେଷଣା କରାଯାଉଛି । ଔଷଧୀୟ ବୃକ୍ଷରେ ଅନେକ ମାତ୍ରାରେ କେମିକାଲ ଛିଞ୍ଚନ ଦ୍ବାରା ଔଷଧୀୟ ଗୁଣର ମାନ ହ୍ରାସ ପାଇଥାଏ । ତେଣୁ ଜୈବିକ ଉପାୟରେ ଗଛର ରୋଗକୁ ହ୍ରାସ କରି କିଭଳି ଭାବରେ ଅମଳ ହୋଇପାରିବ ସେନେଇ ଅଧିକ ଧ୍ୟାନ ଦିଆଯାଉଛି । ଏହି ଔଷଧୀୟ ବୃକ୍ଷ ବିଶେଷ ଭାବରେ ଉଷ୍ମ କ୍ରାନ୍ତୀୟ ଜଳବାୟୁରେ ହୋଇଥାଏ ବୋଲି କହିଛନ୍ତି । ତେବେ ଏହି ବାଟିକାରେ 100ରୁ ଅଧିକ ଔଷଧୀୟ ବୃକ୍ଷ ଲଗାଯାଇଛି। ଅନ୍ୟପଟେ ଓୟୁଏଟିର ଫଳ ବିଜ୍ଞାନ ବିଭାଗ ମୁଖ୍ୟ ସୁବାସ ଚନ୍ଦ୍ର ସ୍ୱାଇଁ କହିଛନ୍ତି ଯେ, 80 ଭାଗ ଲୋକ ଭାରତରେ ଆୟୁର୍ବେଦ ଚିକିତ୍ସା ଉପରେ ନିର୍ଭରଶୀଳ। ଗାଁ ଗହଳିରେ ଏବେବି ସଧାରଣ ଜ୍ଵର କାଶ କଫ ହେଲେ ଏହି ଆୟୁର୍ବେଦ ଔଷଧକୁ ବ୍ୟବହାର କରିଥାନ୍ତି । କିନ୍ତୁ ଏହାର ପ୍ରଚାର ପ୍ରସାର ଦିଗରେ ଅଧିକ କାମ କରିବାକୁ ପଡ଼ିବ ବୋଲି କହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.