ETV Bharat / state

ରଥଖଳା ହାଲଚାଲ: ତିନି ରଥର ତୁମ୍ବ ଗୁଡିକରେ ପନ୍ଦାରି ଗାଡ ଖୋଦେଇ ଆରମ୍ଭ - Ratha Khala Halchal - RATHA KHALA HALCHAL

Ratha Khala Halchal: ବିଶ୍ୱପ୍ରସିଦ୍ଧ ରଥଯାତ୍ରାକୁ ନେଇ ଜୋରସୋରରେ ଆଗେଇ ଚାଲିଛି ରଥ ପ୍ରସ୍ତୁତି । ଏବେସୁଦ୍ଧା ତିନି ରଥର ତୁମ୍ବ ଗୁଡିକରେ ପନ୍ଦାରି ଗାଡ ଖୋଦେଇ ଆରମ୍ଭ ହୋଇଥିବା ସୂଚନା ରହିଛି । ଅଧିକ ପଢନ୍ତୁ

Ratha Khala Halchal
Ratha Khala Halchal (ETV Bharat Odisha)
author img

By ETV Bharat Odisha Team

Published : May 21, 2024, 11:33 AM IST

Updated : May 21, 2024, 2:44 PM IST

Ratha Khala Halchal (ETV Bharat Odisha)

ପୁରୀ: ପାଖେଇ ଆସୁଛି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା । ଶ୍ରୀମନ୍ଦିରରୁ ବାହାରକୁ ରଥରେ ବସି କୋଟି କୋଟି ଭକ୍ତଙ୍କ ଦର୍ଶନ ଦେବେ ବିଶ୍ୱନିୟନ୍ତା । ଯାହାକୁ ନେଇ ରଥଖଳାରେ ରଥ ପ୍ରସ୍ତୁତି କାର୍ଯ୍ୟ ଜୋରସୋରରେ ଆଗେଇ ଚାଲିଛି । ଅକ୍ଷୟ ତୃତୀୟ ତିଥିରୁ ଏହି ରଥ ତିଆରି କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ଏବେସୁଦ୍ଧା ତିନି ରଥର ତୁମ୍ବ ଗୁଡିକରେ ପନ୍ଦାରି ଗାଡ ଖୋଦେଇ ଆରମ୍ଭ ହୋଇଥିବା ଜଣାପଡିଛି ।

ରଥ ନିର୍ମାଣର ଦଶମ ଦିନରେ ରଥ ନିର୍ମାଣକାରୀ ସେବକମାନେ ରଥଖଳାରେ ମୁଖ୍ୟ ମହାରଣାଙ୍କ ପରାମର୍ଶ କ୍ରମେ ରଥ ନିର୍ମାଣ କାର୍ଯ୍ୟ କରିଛନ୍ତି । ଏବେସୁଦ୍ଧା ତେବେ ତିନି ରଥର ୪୨ଟି ତୁମ୍ବର ୧୬ ଯୋଡା ବିନ୍ଧ କାର୍ଯ୍ୟ ଶେଷ ହୋଇ ଉକ୍ତ ତୁମ୍ବ ଗୁଡ଼ିକରେ ଅଗର ବିନ୍ଧ କାର୍ଯ୍ୟ ମଧ୍ୟ ଶେଷ ହୋଇଥିବା ନେଇ ମହାରଣା ସୂଚନା ଦେଇଛନ୍ତି । ଏବେ ତିନି ରଥର ତୁମ୍ବ ଗୁଡିକରେ ପନ୍ଦାରି ଗାଡ ଖୋଦେଇ ଆରମ୍ଭ ହୋଇଛି ।

ଏହାମଧ୍ୟ ପଢନ୍ତୁ..ରଥଖଳା ହାଲଚାଲ: ଶେଷ ପର୍ଯ୍ୟାୟରେ ତୁମ୍ବ ବିନ୍ଧ କାର୍ଯ୍ୟ, ସରିଛି ଅରକଣ୍ଟା ନିର୍ମାଣ - Ratha Khala HalChal

ତିନିରଥର ମୁଖ୍ୟ ମହାରଣାଙ୍କ ନିର୍ଦ୍ଦେଶ ପରେ ଉକ୍ତ ତୁମ୍ବଗୁଡ଼ିକୁ ଭୋଇ ସେବକମାନଙ୍କ ସହାୟତାରେ ସଳଖ କରିଯାଇଥିଲା । ମଧ୍ୟାହ୍ନ ବିରତୀ ପରେ ତିନି ରଥର ମହାରଣା ସେବକ ମାନେ ତୁମ୍ବ ଗୁଡିକରେ ଅଖ ସଂଯୋଗ ପାଇଁ ପନ୍ଦାରିଗାଡ଼ ଖୋଦେଇ କାର୍ଯ୍ୟ ଆରମ୍ଭ କରିଛନ୍ତି । ତାଳଧ୍ଵଜ ରଥର ୧୪ ଗୋଟି ତୁମ୍ବର ୧୬ ଯୋଡା ବିନ୍ଧ କାର୍ଯ୍ୟ ଶେଷ ହେବା ପରେ ଉକ୍ତ ତୁମ୍ବ ଗୁଡ଼ିକରେ ଅର କଣ୍ଟା ବାଡ଼ିଆ ପାଇଁ ଅଗର ବିନ୍ଧ କାର୍ଯ୍ୟ ମଧ୍ୟାହ୍ନ ବିରତି ପୂର୍ବରୁ ମହାରଣା ସେବକ ମାନେ ଶେଷ କରିଥିଲେ । ମଧ୍ୟାହ୍ନ ବିରତି ପରେ ୧୪ ଗୋଟି ତୁମ୍ବର ଗୋଟିଏ ପାର୍ଶ୍ୱ ପନ୍ଦାରି ଗାଡ଼ ଖୋଦେଇ କାର୍ଯ୍ୟ ଆରମ୍ଭ କରିଛନ୍ତି । ସେହିପରି ଦର୍ପ ଦଳନ ରଥର ମୋଟ ୧୨ ଗୋଟି ତୁମ୍ବର ୧୬ ଯୋଡା ବିନ୍ଧ କାର୍ଯ୍ୟ ଶେଷ ହୋଇ ତୁମ୍ବଗୁଡିକରେ ଅର କଣ୍ଟା ବାଡ଼ିଆ ପାଇଁ ଅଗର ବିନ୍ଧ ବସିବା ପରେ ତୁମ୍ଭ ଗୁଡ଼ିକୁ ବାରିସିରେ ମାଠେଣି ହେଇଛି । ଦେବୀ ରଥ ମହାରଣା ସେବକମାନେ ମଧ୍ୟାହ୍ନ ବିରତି ପରେ ତୁମ୍ବ ଗୁଡ଼ିକର ପନ୍ଦାରି ଗାଡ଼ ଖୋଦେଇ କାର୍ଯ୍ୟ କରିଥିଲେ ।
ନନ୍ଦିଘୋଷ ରଥର ୧୬ ଗୋଟି ତୁମ୍ବର ୧୬ ଯୋଡା ବିନ୍ଧ ମହାରଣା ସେବକମାନେ ଶେଷ କରିବା ପରେ ଉକ୍ତ ତୁମ୍ବ ଗୁଡିକରେ ଅର କଣ୍ଟା ବାଡିଆ ସହଜ ହେବା ପାଇଁ ତୁମ୍ବ ବିନ୍ଧ ପାର୍ଶ୍ୱରେ ଅଗର ବିନ୍ଧ ପକାଇବା ଶେଷ କରିଥିଲେ । ଉକ୍ତ ତୁମ୍ବ ଗୁଡ଼ିକୁ ଭୋଇ ସେବକମାନଙ୍କ ସହାୟତାରେ ମଧ୍ୟାହ୍ନ ବିରତି ପୂର୍ବରୁ ତୁମ୍ବ ସଳଖ କାର୍ଯ୍ୟ ସମ୍ପନ୍ନ କରିଥିଲେ । ମଧ୍ୟାହ୍ନ ବିରତି ପରେ ୧୬ ଗୋଟି ତୁମ୍ବରେ ଅଖ ସଂଯୋଗ ପାଇଁ ପନ୍ଦାରୀ ଗାଡ଼ ଖୋଦେଇ କାର୍ଯ୍ୟ ଆରମ୍ଭ କରାଯାଇଥିଲା ।

ସେପଟେ ଦୋଳ ବେଦୀ ଅସ୍ଥାୟୀ କମାର ଶାଳରେ ତିନି ରଥର ଓଝା ସେବକମାନେ ତିନି ରଥର ଚକା ଡେରା ନୀତି ପାଇଁ ଅର କଣ୍ଟା ନିର୍ମାଣ କାର୍ଯ୍ୟ ଜାରି ରଖିଛନ୍ତି । ଗୋଟିଏ ଗୋଟିଏ ନାହାକା ତୁମ୍ବ ପାଇଁ ୪ ଟି ଲେଖାଏଁ ୧୨ଟି ପନ୍ଦାରି ବଳା ନିର୍ମାଣ ସହ ତିନି ରଥର ଦୁଇ ଦୁଇଟି ଚକ ନିର୍ମାଣ ପାଇଁ ଆବଶ୍ୟକ ୩୨ ଯୋଡା ଲେଖାଏଁ ଅର କଣ୍ଟା ନିର୍ମାଣ ଶେଷ କରିଛନ୍ତି । ବାକି ତୁମ୍ବ ଗୁଡ଼ିକ ପାଇଁ ଅର କଣ୍ଟା ଏବଂ ପନ୍ଦାରୀ ବଳା ନିର୍ମାଣ ଜାରି ରଖିଛନ୍ତି ।

ପୁରୀ, ଇଟିଭି ଭାରତ

Last Updated : May 21, 2024, 2:44 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.