ETV Bharat / state

'ଖୁବଶୀଘ୍ର ହେବ ରତ୍ନଭଣ୍ଡାର ମରାମତି, ସମସ୍ତଙ୍କ ସନ୍ଦେହ ଦୂର ପାଇଁ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି' - Ratna Bhandar Committee Meeting

author img

By ETV Bharat Odisha Team

Published : Jul 29, 2024, 4:46 PM IST

Ratna Bhandar Committee Meeting: ରତ୍ନଭଣ୍ଡାର ତଦାରଖ କମିଟିର ଗୁରୁତ୍ବପୂର୍ଣ୍ଣ ବୈଠକ ହୋଇଛି । ଶ୍ରୀମନ୍ଦିର ରତ୍ନଭଣ୍ଡାରର ମରାମତି ଓ ଲେଜର ସ୍କାନିଂ କିଭଳି କରାଯାଇପାରିବ ସେନେଇ କ'ଣ ନିଷ୍ପତ୍ତି ନିଆଯାଇଛି ଜାଣନ୍ତୁ ।

Ratna Bhandar Committee Meeting
Ratna Bhandar Committee Meeting (ETV Bharat Odisha)

ପୁରୀ: ଶ୍ରୀମନ୍ଦିର କାର୍ଯ୍ୟାଳୟରେ ରତ୍ନଭଣ୍ଡାର ତଦାରଖ କମିଟିର ଗୁରୁତ୍ବପୂର୍ଣ୍ଣ ବୈଠକ ହୋଇଛି । ରତ୍ନଭଣ୍ଡାର ତଦାରଖ କମିଟିର ଅଧ୍ୟକ୍ଷ ଜଷ୍ଟିସ ବିଶ୍ୱନାଥ ରଥ ଏହି ବୈଠକକୁ ଅଧକ୍ଷତା କରିଥିଲେ । ବୈଠକରେ ଶ୍ରୀମନ୍ଦିର ରତ୍ନଭଣ୍ଡାରର ମରାମତି ଓ ଲେଜର ସ୍କାନିଂ କିଭଳି ସୁରୁଖୁରୁରେ ହୋଇପାରିବ ସେନେଇ ଆଲୋଚନା ହୋଇଥିଲା । ଏହି ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ, ASI ଅଧିକାରୀଙ୍କ ସହ କମିଟିର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ । ତେବେ ଶ୍ରୀମନ୍ଦିର ରତ୍ନଭଣ୍ଡାରର ମରାମତି ଓ ଲେଜର ସ୍କାନିଂ କିଭଳି କରାଯାଇପାରିବ ସେନେଇ ଏହି ବୈଠକରେ ସବିଶେଷ ଆଲୋଚନା ହୋଇଥିଲା ।

କେବେ ହେବ ରତ୍ନଭଣ୍ଡାର ମରାମତି ?

ଶ୍ରୀମନ୍ଦିର ରତ୍ନଭଣ୍ଡାର କେବେ ମରାମତି ହେବ ଏବଂ କେବେ ଠାରୁ ଲେଜର ସ୍କାନିଂ କରାଯିବ ସେନେଇ ପରିଚାଳନା କମିଟି ଉପରେ ଦାୟିତ୍ଵ ନ୍ୟସ୍ତ କରିଛି ରତ୍ନଭଣ୍ଡାର ତଦାରଖ କମିଟି । ସରକାରଙ୍କ ନୂଆ SOP ଆସିବା ପରେ ପ୍ରଥମେ ରତ୍ନଭଣ୍ଡାରର ଲେଜର ସ୍କାନିଂ କରାଯିବ । ଏହାପରେ ମରାମତି ଏବଂ ରତ୍ନ ଅଳଙ୍କାରର ଗଣତି ମଣତି କରାଯିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି ।

ରତ୍ନଭଣ୍ଡାର ଭିତରେ ସୁଡ଼ଙ୍ଗ ଅଛି ନା ନାହିଁ ?

ରତ୍ନଭଣ୍ଡାର ତଦାରଖ କମିଟି ଅଧ୍ୟକ୍ଷ ଜଷ୍ଟିସ ବିଶ୍ୱନାଥ ରଥ କହିଛନ୍ତି, "ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି ପୂର୍ବରୁ ରତ୍ନଭଣ୍ଡାର ଭିତରେ ସୁଡ଼ଙ୍ଗ ଅଛି କି ନାହିଁ ତାହା ଏଏସଆଇ ପକ୍ଷରୁ ଅତ୍ୟାଧୁନିକ ପଦ୍ଧତିରେ ଯାଞ୍ଚ କରାଯିବା ନେଇ ବୈଠକରେ ନିଷ୍ପତ୍ତି ହୋଇଛି । ଏନେଇ ସରକାର ତାଙ୍କ ଏସଓପିକୁ ସଂଶୋଧନ କରିବା ପାଇଁ ମଧ୍ୟ ପରାମର୍ଶ ଦିଆଯିବ । ସେହିପରି ଏ ସମସ୍ତ ବିଷୟରେ ପରିଚାଳନା କମିଟିକୁ ମଧ୍ୟ ଅବଗତ କରାଯିବା ସହ ପ୍ରସ୍ତାବ ଦିଆଯିବ । ଶ୍ରୀମନ୍ଦିର ପରିଚାଳନା କମିଟି ଏନେଇ ନିଷ୍ପତ୍ତି ନେବା ପରେ ସରକାରଙ୍କୁ ଅବଗତ କରାଯିବ । ଏହାପରେ ସରକାର ଯାହା ଏସଓପି(SOP) ଆଣିବେ ସେ ଅନୁଯାୟୀ ସବୁ କାର୍ଯ୍ୟ ହେବ ।" ତେବେ ରତ୍ନଭଣ୍ଡାର ମରାମତି କାର୍ଯ୍ୟ କେବେ ହେବ ସେନେଇ ପରିଚାଳନା କମିଟିର ନିଷ୍ପତ୍ତି ଉପରେ ଦାୟିତ୍ଵ ନ୍ୟସ୍ତ କରାଯାଇଥିବା କମିଟି ଅଧ୍ୟକ୍ଷ କହିଛନ୍ତି ।

ସିନ୍ଦୁକ, ଆଲମିରା ଯାଞ୍ଚ:

"ରତ୍ନଭଣ୍ଡାରର ମରାମତି କାର୍ଯ୍ୟ ପୂର୍ବରୁ ରତ୍ନଭଣ୍ଡାର ଭିତରେ ଖାଲି ଥିବା ସମସ୍ତ ସିନ୍ଦୁକ, ଆଲମିରାକୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏକ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯିବ । ଏହାପରେ ରତ୍ନଭଣ୍ଡାର ଭିତରେ ଆଉ କିଛି ଲୁକ୍କାୟିତ ରତ୍ନ ଅଛି କି ନାହିଁ ଏବଂ ସୁଡ଼ଙ୍ଗ ରହିଛି କି ନାହିଁ ତାହା ଏଏସଆଇ ପକ୍ଷରୁ ଅତ୍ୟାଧୁନିକ ପଦ୍ଧତିରେ ଯାଞ୍ଚ କରିବା ପାଇଁ କମିଟି ପକ୍ଷରୁ ସରକାରଙ୍କୁ ପରାମର୍ଶ ଦିଆଯିବ" ବୋଲି କହିଛନ୍ତି ରତ୍ନଭଣ୍ଡାର ତଦାରଖ କମିଟି ଅଧ୍ୟକ୍ଷ ।

କେବେ ହେବ ରତ୍ନଗଣତି ?
ରତ୍ନଭଣ୍ଡାର ମରାମତି କାର୍ଯ୍ୟ ଶେଷ ହେବା ପରେ ଅସ୍ଥାୟୀ ରତ୍ନଭଣ୍ଡାର ଭିତରେ ଥିବା ସମସ୍ତ ରତ୍ନ ଅଳଙ୍କାରର ଗଣତି ମଣତି କରାଯିବା ନେଇ ପ୍ରକ୍ରିୟା ଆରମ୍ଭ ହେବ ।

କେବେ ଖୋଲିଥିଲା ରତ୍ନଭଣ୍ଡାର ?

ଗତ ଜୁଲାଇ ୧୪ ରେ ପ୍ରଥମେ ରତ୍ନଭଣ୍ଡାର ତଦାରଖ କମିଟିର ସଦସ୍ୟମାନେ ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିଥିଲେ । ସେହିପରି ଗତ ୧୮ ତାରିଖରେ ମଧ୍ୟ ଭିତର ରତ୍ନଭଣ୍ଡାରରେ ଥିବା ସମସ୍ତ ରତ୍ନ ଅଳଙ୍କାର ଗୁଡ଼ିକୁ କଢାଯାଇ ଅସ୍ଥାୟୀ ଷ୍ଟ୍ରଙ୍ଗ ରୁମ କରାଯାଇଥିବା ଚାଙ୍ଗଡ଼ା ଓ ଖଟ ଶେଯ ଘରେ ରଖାଯାଇଛି । ତେବେ ରତ୍ନଭଣ୍ଡାର ତଳେ ଅନେକ ଗୁପ୍ତ କୋଠରୀ ଥିବାବେଳେ ଆହୁରି ଧନ ରତ୍ନ ଥିବା ସେବାୟତମାନେ ଦାବି କରିବା ସହ ଏହାର ଯାଞ୍ଚ କରିବା ପାଇଁ ମଧ୍ୟ ଅନୁରୋଧ କରିଥିଲେ । ଏଣୁ ଏହି ସନ୍ଦେହକୁ ଦୂର କରିବା ପାଇଁ ପ୍ରଥମେ ରତ୍ନ ଭଣ୍ଡାରର‌ ଲେଜର ସ୍କାନିଂ ସହ ଅନ୍ୟାନ୍ୟ ଅତ୍ୟାଧୁନିକ ପଦ୍ଧତିରେ ପରୀକ୍ଷା ନିରୀକ୍ଷା କରାଯାଇ ସୁଡ଼ଙ୍ଗ ଏବଂ କୋଠରୀର ଅନୁସନ୍ଧାନ କରାଯିବ । ଏହି ଅନୁସନ୍ଧାନ କାର୍ଯ୍ୟ ଶେଷ ହେବା ପରେ ରତ୍ନଭଣ୍ଡାରର ମରାମତି କାର୍ଯ୍ୟ ଆରମ୍ଭ ହେବ ।

ଏହା ବି ପଢନ୍ତୁ...କେବେ ହେବ ରତ୍ନ ଗଣତି ମଣତି ? ଏମିତି କହିଲେ କମିଟି ଅଧ୍ୟକ୍ଷ - Ratna Bhandar Ornaments Counting

ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବା ପାଇଁ ଦୀର୍ଘ ବର୍ଷ ହେବ ଭକ୍ତ, ସେବାୟତ ଓ ଜଗନ୍ନାଥ ପ୍ରେମୀମାନେ ଦାବି କରି ଆସୁଥିଲେ । ଓଡ଼ିଶାରେ ବିଜେପି ସରକାର ଗଠନ ହେବା ପରେ ବିଜେପିର ନିର୍ବାଚନୀ ଇସ୍ତାହାର ଅନୁଯାୟୀ ରତ୍ନଭଣ୍ଡାର ଖୋଲାଯିବା ସହ ରତ୍ନଭଣ୍ଡାର ଗଣତି ମଣତି ଏବଂ ଏହାର ମରାମତି ନେଇ ଏକ ହାଇଲେବଲ୍ କମିଟି ଗଠନ କରାଯାଇଛି । ସରକାରଙ୍କର ଏସଓପି ଅନୁଯାୟୀ ରତ୍ନଭଣ୍ଡାର ଖୋଲାଯାଇଥିବାବେଳେ ଆଗାମୀ ଦିନରେ ଏହାର ମରାମତି ସହ ଗଣତି ମଣତି ମଧ୍ୟ କରାଯିବ ବୋଲି ଆଶା କରାଯାଉଛି ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.