ETV Bharat / state

କାଲି ରାଷ୍ଟ୍ରପତିଙ୍କ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ଗସ୍ତ କାର୍ଯ୍ୟକ୍ରମ, କାରକେଡ୍ ସୁରକ୍ଷାର ହେଲା ରିହରସାଲ

President To Visit Brahmapur: ଆସନ୍ତାକାଲି ମହାମହିମ ରାଷ୍ଟ୍ରପତିଙ୍କ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ଗସ୍ତ କାର୍ଯ୍ୟକ୍ରମ । ଏଥିପାଇଁ କାରକେଡ୍ ସୁରକ୍ଷାର ରିହରସାଲ ହୋଇଛି । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Feb 29, 2024, 8:05 PM IST

President To Visit Brahmapur
President To Visit Brahmapur
President To Visit Brahmapur

ବ୍ରହ୍ମପୁର: ଆସନ୍ତାକାଲି ମହାମହିମ ରାଷ୍ଟ୍ରପତିଙ୍କ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ଗସ୍ତ କାର୍ଯ୍ୟକ୍ରମ । ଏଥିପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । କାରକେଡ୍ ସୁରକ୍ଷାର ରିହରସାଲ ହୋଇଛି । ବିଶ୍ଵବିଦ୍ୟାଳୟର ୨୫ ତମ ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ରୂପେ ରାଷ୍ଟ୍ରପତି ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ବ୍ରହ୍ମପୁର ସହରର ରଙ୍ଗେଇଲୁଣ୍ଡା ଏୟାରଷ୍ଟିପରୁ ସ୍ବତନ୍ତ୍ର ହେଲିକେପ୍ଟର ଯୋଗେ ରଙ୍ଗେଇଲୁଣ୍ଡା ଏୟାରଷ୍ଟିପ ପହଞ୍ଚିବେ ମହାମହିମ । ଏହାପରେ ରାଷ୍ଟ୍ରପତିଙ୍କ ସୁରକ୍ଷା ପାଇଁ ଉଦ୍ଦିଷ୍ଟ ରହିଥିବା ପ୍ରୋଟୋକଲ କାରକେଡରେ ରାଷ୍ଟ୍ରପତି ବିଶ୍ବବିଦ୍ୟାଳୟ ପରିସରରେ ରହିଥିବା ବିଜୁ ପଟ୍ଟନାୟକ ପ୍ରୋକ୍ଷାଳୟରେ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି ।

  • " class="align-text-top noRightClick twitterSection" data="">

ବ୍ରହ୍ମପୁର ବିଶ୍ଵବିଦ୍ୟାଳୟକୁ ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ସେପଟେ ବିଶ୍ବବିଦ୍ୟାଳୟରେ ମଧ୍ୟ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଏହି ଅବସରରେ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟରେ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବା ନେଇ ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ ଡା.ଶ୍ରବଣ ବିବେକ ଏମ ସୂଚନା ଦେଇଛନ୍ତି । ସେହିପରି ଆସନ୍ତାକାଲି ରାଷ୍ଟ୍ରପତି କଟକ ଗସ୍ତ କରିବାର ମଧ୍ୟ କାର୍ଯ୍ୟକ୍ରମ ରହିଛି । ଏଥିପାଇଁ କଟକ କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ରାଷ୍ଟ୍ରପତିଙ୍କ ସୁରକ୍ଷା ପାଇଁ ଶହେରୁ ଉର୍ଦ୍ଧ୍ବ ଅଫିସରଙ୍କ ସମେତ ୨୫ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯିବ। ସହରରେ ଟ୍ରାଫିକ ଉପରେ କଟକଣା ଲଗାଯିବ । ଇଣ୍ଡୋର ଷ୍ଟାଡିୟମରେ ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମ ଥିବାରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡି଼ ହେବ । କେବଳ ପାସ୍ ହୋଲଡରଙ୍କୁ ପ୍ରବେଶ ପାଇଁ ଅନୁମତି ପ୍ରଦାନ ଦିଆଯିବ। ଏହାସହ ହଲ୍ ବାହାରେ ସମସ୍ତଙ୍କୁ ଯାଞ୍ଚ କରାଯିବ । ସେନେଇ ସମସ୍ତ ପୋଲିସ ଅଧିକାରୀଙ୍କୁ କଡ଼ା ନିର୍ଦ୍ଦେଶ ଦିଆଯାଇଥିବା ଅତିରିକ୍ତ ପୋଲିସ ଡିସିପି କହିଛନ୍ତି ।

ଏହା ବି ପଢନ୍ତୁ...ଆସନ୍ତାକାଲି କଟକ ଆସୁଛନ୍ତି ରାଷ୍ଟ୍ରପତି, ସୁରକ୍ଷା ବଳୟରେ ସିଲଭର ସିଟି

ସୂଚନା ଅନୁସାରେ, ପ୍ରଜାପିତା ବ୍ରହ୍ମା କୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ଓଡି଼ଶା ଶାଖା ପକ୍ଷରୁ ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ପାଳିତ ହେବାକୁ ଯାଉଛି । ଉତ୍ସବକୁ ଉଦଘାଟନ କରିବା ଲାଗି ଆସନ୍ତାକାଲି କଟକରେ ପହଞ୍ଚିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଜବାହାରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମର ଏହି ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ପାଳନ କରାଯିବ । ଏହି ଉତ୍ସବରେ ରାଜ୍ୟ ତଥା ରାଜ୍ୟ ବାହାରୁ ଶତାଧିକ ସଂଖ୍ୟକ ବ୍ୟକ୍ତିମାନେ ଯୋଗଦେବେ । ଗତକାଲିଠୁ ଓଡ଼ିଶା ଗସ୍ତରେ ଆସି ପ୍ରଥମେ ଜନ୍ମମାଟି ମୟୂରଭଞ୍ଜରେ ପହଞ୍ଚି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ରାଷ୍ଟ୍ରପତି । ଆଜି କେନ୍ଦୁଝର ଓ ଭୁବନେଶ୍ବର ଗସ୍ତରେ ଯାଇଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।

ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.