ETV Bharat / state

ଉଦୟଗିରି ଗୁମ୍ଫା ବୁଲିଲେ ମହାମହିମ, ମନେ ପକାଇଲେ ପିଲା ଦିନର ସ୍ମୃତି - President Visits Udayagiri Caves

President Visits Udayagiri Caves: ଭୁବନେଶ୍ବରରେ ଉଦୟଗିରି ଗୁମ୍ଫା ବୁଲିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏହାସହ ବି.କେ. କଲେଜ ଅଫ ଆର୍ଟସ ଏବଂ ଉତ୍କଳ ସଂସ୍କୃତି ବିଶ୍ଵବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଛନ୍ତି । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Jul 8, 2024, 4:47 PM IST

President Droupadi Murmu Visits Udayagiri Caves
President Droupadi Murmu Visits Udayagiri Caves (ETV Bharat Odisha)

ଭୁବନେଶ୍ବର: ଉଦୟଗିରି ଗୁମ୍ଫା ପରିଦର୍ଶନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ରାଷ୍ଟ୍ରପତି ଭାବେ ଦାୟିତ୍ଵ ନେବା ପରେ ପ୍ରଥମ ଥର ଉଦୟଗିରି ପରିଦର୍ଶନ କରିଛନ୍ତି ମହାମହିମ ରାଷ୍ଟ୍ରପତି । ଏହା ସହ ବି.କେ. କଲେଜ ଅଫ ଆର୍ଟସ ଏବଂ ଉତ୍କଳ ସଂସ୍କୃତି ବିଶ୍ଵବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଛନ୍ତି ରାଷ୍ଟ୍ରପତି । ଏହି ସ୍ୱତନ୍ତ୍ର ଆଲୋଚନା କାର୍ଯ୍ୟକ୍ରମରେ ୫୫ ଜଣ ଛାତ୍ରଛାତ୍ରୀ ଉପସ୍ଥିତ ରହିଥିଲେ । ଛାତ୍ରଛାତ୍ରୀଙ୍କୁ ସାଦରେ ସ୍ନେହ ସହକାରେ ଆଶୀର୍ବାଦ ଦେଇଛନ୍ତି ମହାମହିମ ।

President Droupadi Murmu Visits Udayagiri Caves (@rashtrapatibhvn)

ତେବେ ଭୁବନେଶ୍ୱରରେ ପାଠ ପଢ଼ିବା ସମୟର ସ୍ମୃତି ମନେ ପକାଇଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଛାତ୍ରଛାତ୍ରୀଙ୍କ ସହ ବାର୍ତ୍ତାଳାପ ବେଳେ ରାଷ୍ଟ୍ରପତି କହିଛନ୍ତି,"ଏହା ଅଞ୍ଚଳ ଘନ ଜଙ୍ଗଲରେ ପରିପୂର୍ଣ୍ଣ ଥିଲା । ଉପର ଯାଏଁ ଚଢ଼ି ହେଉନଥିଲା । ଏସବୁ ଜିନିଷକୁ ସଂରକ୍ଷିତ ରଖିବାର ଆବଶ୍ୟକତା ଅଛି । ଉଦୟଗିରି ପାଦ ଯାଏଁ ଏବେ ସହର ଆସିଗଲାଣି । ପୂର୍ବରୁ ଏଠାରେ ସାଧୁସନ୍ଥ ବସବାସ କରୁଥିଲେ । ସେମାନଙ୍କ ସହ ଆମେ କଥା ବାର୍ତ୍ତା କରୁଥିଲୁ । ଏବେ ଏହା ପରିତ୍ୟକ୍ତ ଅବସ୍ଥାରେ ରହିଛି । ସାଧୁ ସନ୍ଥ ଏଠାରେ ରହିବାକୁ ପସନ୍ଦ କରୁନାହାନ୍ତି ।"

ସେହିପରି ଉଦୟଗିରି ଗୁମ୍ଫା ବୁଲିବା ନେଇ ଅତୀତର ସ୍ମୃତି ମନେ ପକାଇଛନ୍ତି ରାଷ୍ଟ୍ରପତି । ଉଦୟଗିରିର ଶିଳା ଲେଖା, ଗୁମ୍ଫା, ଉତ୍କଳର ଉନ୍ନତ କଳାର ପ୍ରତୀକ । ଗୁମ୍ଫାର ମାନଚିତ୍ରରୁ ଜଣାପଡ଼ୁଛି ଯେ ସେତେବେଳେ ଲୋକ ମାନେ କଳାରେ କେତେ ସମୃଦ୍ଧ ଥିଲେ । ସେ ସବୁ କଳାର ସଂରକ୍ଷଣ କରିବା ଉଚିତ ବୋଲି କହିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ରାଷ୍ଟ୍ରପତି ଆହୁରି କହିଛନ୍ତି, "ପୂର୍ବରୁ ମୁଁ ଶିକ୍ଷକତା କରୁଥିଲି । ତେଣୁ ପିଲାଙ୍କ ସହ କଥା ହେବାକୁ ଭଲ ଲାଗୁଛି । ଆଉ କେବେ ଆସିଲେ, କଲେଜ ବୁଲିବାକୁ ଯିବି ।"

ଅନ୍ୟପଟେ ଏଏସଆଇ ଅଧିକ୍ଷଣ ପୁରାତତ୍ତ୍ଵବିତ ଭୁବନେଶ୍ଵର ମଣ୍ଡଳର ଡକ୍ଟର ନନ୍ଦ କିଶୋର ସ୍ବାଇଁ କହିଛନ୍ତି ଯେ, ଅତ୍ୟନ୍ତ ଆଗ୍ରହର ସହ ଉଦୟଗିରି କୀର୍ତ୍ତିରାଜି ପରିଦର୍ଶନ କରିଛନ୍ତି ରାଷ୍ଟ୍ରପତି । ମୁଖ୍ୟତଃ ରାଣୀ ଗୁମ୍ଫା ପରିଭ୍ରମଣ କରିଛନ୍ତି ମହାମହିମ । ରାଣୀ ଗୁମ୍ଫାର ଉପର ମହଲା ଏବଂ ତଳ ମହଲା ବୁଲି ଦେଖିଛନ୍ତି ଦ୍ରୌପଦୀ ମୁର୍ମୁ । ରାଣୀ ଗୁମ୍ଫାର କଳା କୀର୍ତ୍ତି ସବୁ ଅବଲୋକନ କରିଛନ୍ତି । ଉଦୟଗିରି ଅଗଣାରେ ଛିଡା ହୋଇ ହାତୀ ଗୁମ୍ଫା ଶିଳା ଲେଖ ଦେଖିଥିଲେ ରାଷ୍ଟ୍ରପତି । ରାଷ୍ଟ୍ରପତିଙ୍କୁ ଉଦୟଗିରିର ଗୁମ୍ଫା ଏବଂ ହାତୀ ଗୁମ୍ଫା ଶିଳା ଲେଖା ପରିଭ୍ରମଣ କରାଇବା ପାଇଁ ଏଏସଆଇ ଅଧିକାରୀଙ୍କୁ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ପକ୍ଷରୁ ଦାୟିତ୍ଵ ମିଳିଥିଲା ।

ଏହା ମଧ୍ୟ ପଢ଼ନ୍ତୁ....ପୁରୀ ବେଳାଭୂମିରେ ମର୍ଣ୍ଣିଂ ଓ୍ୱାକ୍‌ କଲେ ରାଷ୍ଟ୍ରପତି; ପ୍ରକୃତି ପ୍ରେମରେ ହଜାଇ ଦେଲେ ନିଜକୁ, ପ୍ରକୃତି ସୁରକ୍ଷା ବାର୍ତ୍ତା ଦେଲେ - president puri visit

ଏହାପରେ ଉଦୟଗିରି ଗୁମ୍ଫା ସମ୍ମୁଖରେ ବି.କେ. କଲେଜ ଅଫ ଆର୍ଟସ ଏବଂ ଉତ୍କଳ ସଂସ୍କୃତି ବିଶ୍ଵବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଥିଲେ ମହାମହିମ । ପିଲାମାନଙ୍କୁ ଭବିଷ୍ୟତ ପାଇଁ ବିଭିନ୍ନ ପରାମର୍ଶ ଦେଇଛନ୍ତି ରାଷ୍ଟ୍ରପତି । ବି.କେ. କଲେଜ ଅଫ ଆର୍ଟସର ଛାତ୍ରଛାତ୍ରୀମାନେ ଆଙ୍କିଥିବା ଫଟୋ ଚିତ୍ର ଉପହାର ଭାବେ ରାଷ୍ଟ୍ରପତିଙ୍କୁ ପ୍ରଦାନ କରିଛନ୍ତି । ତେବେ 30 ଘଣ୍ଟା ଧରି କଠିନ ପରିଶ୍ରମ କରି କୋଇଲା ବ୍ୟବହାର କରି ରାଷ୍ଟ୍ରପତିଙ୍କ ଚିତ୍ର ଆଙ୍କିଥିଲେ ଛାତ୍ରୀ ମଧୁସିକ୍ତା ତନୟା ସିଂହ । ଯାହାକୁ ରାଷ୍ଟ୍ରପତିଙ୍କୁ ଉପହାର ସ୍ବରୁପ ଦିଆଯାଇଛି । ସେହିପରି ବିଭିନ୍ନ ରକମର ଖାଦ୍ୟ ଶସ୍ୟ ବ୍ୟବହାର କରି ଦ୍ରୌପଦୀ ମୁର୍ମୁଙ୍କ ଅତି ସୁନ୍ଦର ଫଟୋ ଚିତ୍ର ଆଙ୍କିଥିଲେ ବି.କେ. କଲେଜ ଅଫ ଆର୍ଟସ ଆଣ୍ଡ କ୍ରାଫ୍ଟସର ଛାତ୍ର ମାର୍କଣ୍ଡ ସାଗର । ଚଣା, ହରଡ ଡାଲି, ମୁଗ ଡାଲି, କଳା ଜିରା, ଧଳା ସୋରିଷ, ଧାନ ଭଳି ଫସଲରେ ତିଆରି ହୋଇଥିଲା ଫଟୋ ଚିତ୍ର । ଅତ୍ୟନ୍ତ ଖୁସିର ସହ ଏହି ଫଟୋ ଚିତ୍ରକୁ ରାଷ୍ଟ୍ରପତି ଉପହାର ଭାବେ ଗ୍ରହଣ କରିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.