ETV Bharat / state

ମହିଳାଙ୍କୁ ରାହା ଦେଖାଇଲା ଜରି ବ୍ୟାଗ, ରୋଜଗାର କରି ପରିବାର ଚଳାଉଛନ୍ତି

ହୀରାପୁର ମହିଳାଙ୍କୁ ରାହା ଯୋଗାଇଛି ଜରି ବ୍ୟାଗ । ଏହା ସାହାଯ୍ୟରେ ରୋଜଗାର କରି ପରିବାର ଚଳାଉଛନ୍ତି ହୀରାପୁର ଗାଁର ମହିଳା।

Self Reliant Women
Self Reliant Women (Etv Bharat)
author img

By ETV Bharat Odisha Team

Published : 4 hours ago

ନିଆଳି: ରୋଜଗାର ଦେଉଛି ଜରି ବ୍ୟାଗ । ବର୍ଷେ କି ଦୁଇ ବର୍ଷ ନୁହଁ 20ରୁ 25 ବର୍ଷ ହେବ ଜରି ବ୍ୟାଗ ତିଆରି କରି ସ୍ବାବଲମ୍ବୀ ହୋଇଛନ୍ତି ଖୋର୍ଦ୍ଧା ଜିଲ୍ଲା ବାଲିଅନ୍ତା ବ୍ଲକ ଉମାଦେଇ ବ୍ରହ୍ମପୁର ପଞ୍ଚାୟତର ହୀରାପୁର ଗାଁର ମହିଳାମାନେ । ଗ୍ରାମର ପ୍ରାୟ 70 ଭାଗ ମହିଳା ଜରିରୁ ବ୍ୟାଗ ତିଆରି କରୁଛନ୍ତି । ଏଇଥିରୁ ଯାହା ରୋଜଗାର ହୁଏ, ସେଥିରେ ପରିବାର ଚଳେ । ଜଣେ ମହିଳା ତାଙ୍କ ପୁଅକୁ ଡାକ୍ତର କରିପାରିଛନ୍ତି ।

PLASTIC BAG (ETV BHARAT ODISHA)

ଗାଁର ସୁକାନ୍ତି ଦାସ କହିଛନ୍ତି," ବଡ ଯା'ଙ୍କ ଠାରୁ ଜରି ବ୍ୟାଗ ତିଆରି ପ୍ରଥମେ ଶିଖିଥିଲି । ଗୋଟିଏ ସିଲାଇ ମେସିନ ଆଣି ଜରି ବ୍ୟାଗ ତିଆରି ଆରମ୍ଭ କରିଥିଲି । ସ୍ବାମୀଙ୍କ ରୋଜଗାରରେ ଘର ଚଳିଵା କଷ୍ଟ ହେଉଥିବାରୁ ବ୍ୟାଗ ରୋଜଗାରର ରାସ୍ତା ଦେଖାଇଥିଲା। ଜରି ତିଆରି କରି ପିଲାମାନେ ପାଠ ପଢିବା ସହିତ ଘର,ଗାଡି ଓ ବ୍ୟାଙ୍କ ଲୋନ ଶୁଝିବାରେ ସକ୍ଷମ ହୋଇପାରିଛି । ଦୀର୍ଘ ୨୦ ରୁ ୨୫ ବର୍ଷ ହେବ ନିଜ ଉଦ୍ୟମରେ ଜରି ବ୍ଯାଗ ତିଆରି କରୁଛି । ''

PLASTIC BAG
PLASTIC BAG (ETV BHARAT ODISHA)

ଏହା ମଧ୍ୟ ପଢନ୍ତୁ-ବୈଦ୍ୟରୁ ସଫଳ ବ୍ୟବସାୟୀ, ଅନ୍ୟମାନଙ୍କ ପାଇଁ ପ୍ରେରଣା ଲୁଗ୍ନା ଜଫ୍ରିନ

ଏହା ମଧ୍ୟ ପଢନ୍ତୁ-ବରଦାନ ସାଜିଛି ଶିଆଳି ପତ୍ର, ସ୍ବାବଲମ୍ବୀ ଆଦିବାସୀ ମହିଳା - Siali Leaf

ହୀରାପୁର ଗାଁର ଆଉ ଜଣେ ମହିଳା ହେଉଛନ୍ତି ଇତିଶ୍ରୀ ଦାସ । ତାଙ୍କ କହିବା କଥା, ବିବାହ ପୂର୍ବରୁ ସେ ବ୍ୟାଗ ତିଆରି ଶିଖିଥିଲେ । ସେ ଏବେ ଶାଶୁଘରେ ବ୍ଯାଗ ତିଆରି କରୁଛନ୍ତି । ପରିବାରର ସମସ୍ତ ସଦସ୍ୟ ତାଙ୍କୁ ସହଯୋଗ କରନ୍ତି । ବିଭିନ୍ନ ଅଞ୍ଚଳରୁ ଜରି ଅଖା ସଂଗ୍ରହ କରିବାରେ ପରେ ବ୍ଯାଗ ତିଆରି ହୁଏ । ପରେ ଭୁବନେଶ୍ୱର, ଖୋର୍ଦ୍ଧା, କଟକ, ନିମାପଡ଼ା, କାକଟପୁର, ନିଆଳି, କଣ୍ଟାପଡ଼ା, ବାଲିପାଟଣା ଓ ବାଲିଅନ୍ତା ବ୍ଲକ ଅଞ୍ଚଳର ବ୍ୟବସାୟୀ ଓ ଦୋକାନୀମାନଙ୍କୁ ବିକ୍ରି କରାଯାଏ । ବ୍ୟାଗ ତିଆରି କରି ପୁଅକୁ ଡାକ୍ତର କରିବାରେ ସଫଳ ହୋଇଥିବା ନେଇ ସେ କହିଛନ୍ତି ।

PLASTIC BAG
PLASTIC BAG (ETV BHARAT ODISHA)

ସୁଷମା ଦାସ କହିଛନ୍ତି, '' ୧୯୯୨ ମସିହା ଠାରୁ ଜରି ବ୍ଯାଗ ତିଆରି କରି ରୋଜଗାର କ୍ଷମ ହୋଇପାରିଛୁ । ଜରି ବ୍ଯାଗ ତିଆରି ସମୟରେ ପରିବାରର ପୁରୁଷ ଓ ମହିଳାମାନେ ସମସ୍ତେ ସହଯୋଗ କରିଥାନ୍ତି । ଏହା ଏକ ମାତ୍ର ରୋଜଗାରର ମାଧ୍ୟମ । କିନ୍ତୁ ଏପର୍ଯ୍ୟନ୍ତ ସରକାରୀ ସୁବିଧା ମିଳିନାହିଁ । ''

PLASTIC BAG
PLASTIC BAG (ETV BHARAT ODISHA)

ବାଳକାଟି ଅଞ୍ଚଳର ସମାଜସେବୀ ଦିନବନ୍ଧୁ ଭୋଇ କହିଛନ୍ତି," ହିରାପୁର ଗାଁର ଲୋକମାନେ ୭୦ ଭାଗ ଲୋକମାନେ ଜରି ବ୍ଯାଗ ତିଆରି କରି ରୋଜଗାରକ୍ଷମ ହୋଇପାରିଛନ୍ତି । ବିଭିନ୍ନ ଅଞ୍ଚଳରୁ ଜରି ଅଖା ସଂଗ୍ରହ ପରେ ଅଖାକୁ ଧୋଇବା ପରେ ଖରାରେ ଶୁଖାଇଲା ପରେ ବ୍ଯାଗ ତିଆରି ହୁଏ । ନିଜ ଉଦ୍ୟମରେ ହୀରାପୁର ଗାଁର ମହିଳା ଓ ପୁରୁଷ ବ୍ଯାଗ ତିଆରି କରୁଛନ୍ତି । ସରକାରୀ ପ୍ରୋତ୍ସାହନ ନାହିଁ ।" ସରକାର ହୀରାପୁର ଜରି ବ୍ଯାଗକୁ କୁଟୀର ଶିଳ୍ପରେ ପରିଣତ କରିବା ପାଇଁ ଦାବି କରିଛନ୍ତି ଏଠାକାର ମହିଳା।

PLASTIC BAG
PLASTIC BAG (ETV BHARAT ODISHA)
ଇଟିଭି ଭାରତ, ନିଆଳି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.