ETV Bharat / state

ଏଥର ମାଟ୍ରିକ ପରୀକ୍ଷା ପ୍ରଶ୍ନପତ୍ରରେ ରହିବ ବାରକୋଡ, ହୋଇପାରିବନି ଲିକ୍‌ - BARCODES IN QUESTION PAPERS

ପ୍ରଶ୍ନପତ୍ରରେ ରହିବ ବାରକୋଡ ଓ ଓ୍ବାଟରମାର୍କ । ଲିକ୍‌ ହୋଇ ଭାଇରାଲ ହେଲେ ତୁରନ୍ତ ଜଣାପଡିବ ସେଣ୍ଟରର ନାମ ।

ଏଥର ମାଟ୍ରିକ ପରୀକ୍ଷା ପ୍ରଶ୍ନପତ୍ରରେ ବାରକୋଡ, ହୋଇପାରିବନି ଲିକ୍‌
ଏଥର ମାଟ୍ରିକ ପରୀକ୍ଷା ପ୍ରଶ୍ନପତ୍ରରେ ବାରକୋଡ, ହୋଇପାରିବନି ଲିକ୍‌ (ETV Bharat Odisha)
author img

By ETV Bharat Odisha Team

Published : Jan 14, 2025, 9:12 PM IST

କଟକ: ଅତ୍ୟାଧୁନିକ ହେବ ଚଳିତବର୍ଷର ମାଟ୍ରିକ୍‌ ପରୀକ୍ଷା ପରିଚାଳନା । ପ୍ରଶ୍ନପତ୍ର ଲିକ୍‌ ଓ ଭାଇରାଲ ହେବାକୁ ରୋକିବା ପାଇଁ ବୋର୍ଡ ପକ୍ଷରୁ ନିଆଯାଇଛି ବଡ ପଦକ୍ଷେପ । ସମସ୍ତ ପ୍ରଶ୍ନପତ୍ରରେ ରହିବ ବାରକୋଡ ଓ ୱାଟରମାର୍କ । ଯାହା ଫଳରେ ଏହାକୁ ଲିକ୍‌ କରି ଭାଇରାଲ କରିବା ଆଦୌ ସମ୍ଭବ ହେବନାହିଁ ।

  • ରହିବ ‘ସେଲ୍ଫ ଡିସପ୍ଲେ ୱାଟରମାର୍କ’

‘ସେଲ୍ଫ ଡିସପ୍ଲେ ୱାଟରମାର୍କ’ ଥିବା ଏହି ପ୍ରଶ୍ନପତ୍ରର କୌଣସି ପୃଷ୍ଠାର ମୋବାଇଲ କ୍ୟାମେରା କିମ୍ବା ସ୍କାନରରେ ଫଟୋ ଉଠିଲେ ସେହି ୱାଟରମାର୍କ ଆସିଯିବ । କେଉଁ ପରୀକ୍ଷାର୍ଥୀଙ୍କର ସେହି ପ୍ରଶ୍ନପତ୍ର କେଉଁ ସେଣ୍ଟରର ଏବଂ କେଉଁ ହଲର ତାହା ସେଥିରୁ ଜଣାପଡିଯିବ । ଦେଶରେ ପ୍ରଶ୍ନପତ୍ର ପ୍ରସ୍ତୁତ କରୁଥିବା ବିଭିନ୍ନ କମ୍ପାନୀ ଓ ଦେଶର ପ୍ରମୁଖ ପରୀକ୍ଷା ପରିଚାଳନା ବୋର୍ଡ ଅନୁଧ୍ୟାନ କରିବା ପରେ ଏହି ୱାଟରମାର୍କ ବ୍ୟବସ୍ଥାକୁ ମାଧ୍ୟମିକ ଶିକ୍ଷା ପରିଷଦ (ବିଏସଇ) କାର୍ଯ୍ୟକାରୀ କରିବାକୁ ଯାଉଛି । ବୋର୍ଡର ପରୀକ୍ଷା ପରିଚାଳନା କମିଟି ଏହି ୱାଟରମାର୍କ ବ୍ୟବସ୍ଥାକୁ ଅନୁମତି ପ୍ରଦାନ କରିସାରିଛି ।

ଏହା ମଧ୍ୟ ପଢନ୍ତୁ :-

ଜରୁରିକାଳୀନ ସ୍ଥିତିରେ ଯାଇଥିଲେ ଜେଲ, ଓଡିଶାର ଏହି ରାଜନେତାମାନେ ପାଇବେ ପେନସନ୍‌

ମକର ଭୋଗରେ ମହକୁଛି ବଡଦାଣ୍ଡ, ମହାପ୍ରଭୁଙ୍କ ଦର୍ଶନ କଲେ ହଜାର ହଜାର ଭକ୍ତ - PURI MAKAR SANKRANTI 2025

  • ଟେଷ୍ଟ ପରୀକ୍ଷାରେ ହେବ ଟ୍ରାଏଲ

ପରୀକ୍ଷାମୂଳକ ଭାବେ ଆସନ୍ତା ୧୭ରେ ହେବାକୁ ଥିବା ଓ ଷ୍ଟେଟ ପରୀକ୍ଷା ପ୍ରଶ୍ନପତ୍ରରେ ଏହି ୱାଟରମାର୍କ ଲଗାଯାଇଛି । ପ୍ରତ୍ୟେକ ପ୍ରଶ୍ନପତ୍ରର ସିରିଏଲ ନମ୍ବର ଓ ପରୀକ୍ଷାର୍ଥୀଙ୍କ ରୋଲ ନମ୍ବର ସମସ୍ତ ପ୍ରଶ୍ନପତ୍ରରେ ଏହି ୱାଟର ମାର୍କ ବ୍ୟବସ୍ଥାରେ ରହିଛି। ତେଣୁ ପ୍ରଶ୍ନପତ୍ର ଯଦି ଭାଇରାଲ ହେଲା ତେବେ ତାହା କେଉଁ ସେଣ୍ଟରରୁ ଏବଂ କେଉଁ ପରୀକ୍ଷାର୍ଥୀଙ୍କର ତାହା ଜଣାପଡିବ ଅତି ସହଜ ହେବ। ତେଣୁ ଏହି ୱାଟର ମାର୍କ ବ୍ୟବସ୍ଥା ଦ୍ୱାରା ମାଟ୍ରିକ ପ୍ରଶ୍ନପତ୍ର ଭାଇରାଲ ପ୍ରତିହତ ହୋଇ ପାରିବ ବୋଲି ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ କୁହାଯାଇଛି । ମାଧ୍ୟମିକ ଶିକ୍ଷା ବୋର୍ଡ (BSE) ଦ୍ୱାରା ପରିଚାଳିତ ବାର୍ଷିକ ମାଟ୍ରିକ ପରୀକ୍ଷା ଆସନ୍ତାମାସ (ଫେବୃଆରୀ) 21 ରୁ ମାର୍ଚ୍ଚ 6 ତାରିଖ ସ୍ଥିର କରାଯାଇଛି । ଏଥିପାଇଁ ପ୍ରସ୍ତୁତି ମଧ୍ୟ ଆରମ୍ଭ ହୋଇସାରିଛି । ଏବେ ଏହି ନିଷ୍ପତ୍ତିକୁ ବିଭିନ୍ନ ମହଲରେ ସ୍ବାଗତ କରାଯାଉଛି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.