ETV Bharat / state

Pratikara Puja: ଆଡ଼ପ ମଣ୍ଡପ ଅଘଟଣ: ରାଜ୍ୟର ଅମଙ୍ଗଳ ନହେବା ପାଇଁ ପ୍ରତିକାର ପୂଜା କରିବେ ସରକାର - ADAPA MANDAP BiJE MISHAP

author img

By ETV Bharat Odisha Team

Published : Aug 31, 2024, 7:38 PM IST

Pratikar Puja: ଆଡ଼ପ ପହଣ୍ଡିରେ ପ୍ରଭୁ ବଳଭଦ୍ର ରଥ ଉପରୁ ଚାରମାଳକୁ ଖସି ପଡ଼ିବା ଘଟଣା । ଏଥିପାଇଁ ପ୍ରତିକାର ପୂଜା କରିବେ ରାଜ୍ୟ ସରକାର । ଏନେଇ ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ । ସରକାରଙ୍କ ଏହି ନିଷ୍ପତ୍ତିକୁ ସ୍ବାଗତ କଲେ ମୁକ୍ତିମଣ୍ଡପ ପଣ୍ଡିତ ସଭା ପରିଷଦର ମୁଖପାତ୍ର ପଣ୍ଡିତ ବିଶ୍ବମ୍ବର ଦାଶ । ଅଧିକ ପଢନ୍ତୁ

ଆଡ଼ପ ମଣ୍ଡପ ଅଘଟଣ
ଆଡ଼ପ ମଣ୍ଡପ ଅଘଟଣ (ETV Bharat Odisha)

ପୁରୀ: ଆଡ଼ପ ପହଣ୍ଡିରେ ପ୍ରଭୁ ବଳଭଦ୍ର ରଥ ଉପରୁ ଚାରମାଳକୁ ଖସି ପଡ଼ିବା ଘଟଣାର ପ୍ରତିକାର ପୂଜା କରିବେ ରାଜ୍ୟ ସରକାର । ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ଏଥିପାଇଁ ମନ୍ତ୍ରୀ ଶ୍ରୀମନ୍ଦିର ମୁକ୍ତି ମଣ୍ଡପ ପଣ୍ଡିତ ସଭା ସହିତ ଯୋଗାଯୋଗ କରି ଆଲୋଚନା କରିଛନ୍ତି । ଗତ ଜୁଲାଇ 9 ତାରିଖରେ ରଥ ଉପରୁ ଆଡ଼ପ ମଣ୍ଡପ ବିଜେ ପହଣ୍ଡି ବେଳେ ପ୍ରଭୁ ବଳଭଦ୍ର ରଥ ଉପରୁ ଚାରମାଳକୁ ଖସି ପଡ଼ିଥିଲେ। ଯାହାକୁ ନେଇ ଭକ୍ତଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ଏହି ଘଟଣା ଦ୍ବାରା ରାଜ୍ୟ ଅମଙ୍ଗଳ ହେବ ବୋଲି ଚର୍ଚ୍ଚା ହୋଇଥିଲା । ଏହାର ପ୍ରତିକାର ପାଇଁ ରାଜ୍ୟ ସରକାର ଏବେ ନିଷ୍ପତ୍ତି ନେଇଛନ୍ତି ।

Pratikara Puja (ETV Bharat Odisha)

ସରକାରଙ୍କ ନିଷ୍ପତ୍ତିକୁ ମୁକ୍ତିମଣ୍ଡପ ପଣ୍ଡିତ ସଭା ପରିଷଦର ସ୍ବାଗତ:

ମୁକ୍ତିମଣ୍ଡପ ପଣ୍ଡିତ ସଭା ପରିଷଦର ମୁଖପାତ୍ର ପଣ୍ଡିତ ବିଶ୍ବମ୍ବର ଦାଶ କହିଛନ୍ତି, ‘ବଡ ଠାକୁର୍ ପ୍ରଭୁ ବଳଭଦ୍ର ରଥ ଉପରୁ ପଡ଼ିଯିବା ଘଟଣା ସାରା ବିଶ୍ଵକୁ ସ୍ତବ୍ଧ କରିଦେଇଥିଲା । ତେବେ ଏ ସେ ନିଳାଦ୍ରୀ ମହୋଦୟ ଅଧ୍ୟୟନ ପରେ ସେ ଜାଣିଲେ ମହାପ୍ରଭୁଙ୍କ ଗମନା ଗମନ ସମୟରେ ଅସାବଧାନତା ଯୋଗୁଁ ଯଦି ଶ୍ରୀ ବିଗ୍ରହଙ୍କ ପତନ ହୋଇଯାଏ ତାହା ହେଲେ ଏଥିପାଇଁ ପ୍ରତିକାର କରିବାକୁ ପଡ଼ିବ। ପ୍ରତିକାର କରାନଗଲେ ରାଜ୍ୟ ଓ ଦେଶର କ୍ଷତି ସାଧନ ହେବ। ଏନେଇ ଶ୍ରୀ ମନ୍ଦିର ମୁକ୍ତି ମଣ୍ଡପ ପଣ୍ଡିତ ସଭାର ଏକ ବୈଠକ ଡକାଯାଇଥିଲା। ଏହି ବୈଠକ ରେ ନିଷ୍ପତ୍ତି ନିଆଗଲା ଓ ଏହାର ପ୍ରତିକାର ପୂଜା ପାଇଁ ଶ୍ରୀ ମନ୍ଦିର ପ୍ରଶାସନ, ଗଜପତି ମହାରାଜା ଓ ପୁରୀ ସାଂସଦ ସମ୍ବିତ ପାତ୍ରଙ୍କୁ ଅବଗତ କରାଗଲା । ତେବେ ଏହା ମଧ୍ୟରେ ବହୁଦିନ ଅତିକ୍ରାନ୍ତ କହିଥିଲେ ମଧ୍ୟ ରାଜ୍ୟ ସରକାର ଏହାର ପ୍ରତିକାର କରିବା ପାଇଁ ନିଷ୍ପତ୍ତି ନେଇଥିବାରୁ ଆମେ ଏହାକୁ ସ୍ବାଗତ କରୁଛୁ। ’

ସରକାର କରିବେ ପ୍ରତିକାର ପୂଜା:

ପଣ୍ଡିତ ବିଶ୍ବମ୍ବର ଦାଶ ଆହୁରି କହିଛନ୍ତି, ଦେଶ ଓ ରାଜ୍ୟ ର ହିତ ପାଇଁ ପ୍ରତିକାର ପୂଜା ଶୀଘ୍ର ଅନୁଷ୍ଠିତ ହେବା ଉଚିତ୍ । ଯାହା ଶାସ୍ତ୍ରରେ ଉଲ୍ଲେଖ ଅଛି ଯଦି ଗମନାଗମନ ସମୟରେ ମହାପ୍ରଭୁଙ୍କ ମୂର୍ତ୍ତି ପତନ ହୁଏ ତାହା ହେଲେ ରାଜାଙ୍କ ରାଣୀଙ୍କ ମୃତ୍ୟୁ ହେବ। ଯଦିଓ ଗଜପତି ମହାରାଜା ଆମ ରାଜା ହେଲେ ତାଙ୍କ ହାତରେ ଆଉ ଶାସନ ଭାର ନାହିଁ । ଓଡିଶା ସରକାର ଏହି ପ୍ରତିକାର ପୂଜା କରିବେ। ତେବେ ଓଡିଶା ସରକାର୍ ଏହାର ପ୍ରତିକାର ପାଇଁ ନିଷ୍ପତ୍ତି ନେଇଥିବାରୁ ଆମେ ଏହାକୁ ସ୍ବାଗତ କରୁଛୁ ।

ନିଷ୍ପତ୍ତି ପରେ କରାଯିବ ପୂଜା:

ମୁକ୍ତି ମଣ୍ଡପ ପଣ୍ଡିତ ସଭାର ନିଷ୍ପତ୍ତି ଅନୁଯାୟୀ ମୂଳ ମନ୍ତ୍ରରେ ଏକ ଲକ୍ଷ ଜପ, ଦଶାସଂ ବିଧିରେ ହୋମ, ତର୍ପଣ, ମାର୍ଜନା, ବ୍ରାହ୍ମଣ ଭୋଜନ ହେଲେ ଏହି ମହାପାପରୁ ମୁକ୍ତି ମିଳିବ। ଏହାର ପ୍ରତିକାର କରାନଗଲେ 3 ବର୍ଷ 3 ମାସ 3ପକ୍ଷ 3 ଦିନ ଭିତରେ ବହୁତ ଅଘଟଣ ଘଟିବ। ଏଣୁ ଆମକୁ ସାବଧାନ ହେବାକୁ ପଡ଼ିବ। ଓଡିଶା ସରକାର ଏହାକୁ ଗୁରୁତର ସହ ନେଇଛନ୍ତି। ଓଡିଶା ସରକାର ମୁକ୍ତି ମଣ୍ଡପ ପଣ୍ଡିତ ସଭାକୁ ଜଣାଇଲେ ରାଜଗୁରୁ, ଦେଉଳ ପୁରୋହିତ ସମସ୍ତେ ବସି ସିଦ୍ଧାନ୍ତ ନେବେ କେଉଁ ଦିନ ପ୍ରତିକାର ପୂଜା ହେଲେ ସମସ୍ତଙ୍କ ମଙ୍ଗଳ ହେବ। ରାଜ ଜ୍ୟୋତିଷ ଶୁଭ ମୁହୂର୍ତ୍ତ ଦେବା ପରେ ପ୍ରତିକାର ପୂଜା ଆରମ୍ଭ ହେବ। ପଣ୍ଡିତ ପରିଷଦର ନିଷ୍ପତ୍ତି ପରେ ଏହି ପ୍ରତିକାର ପୂଜା ଶ୍ରୀମନ୍ଦିର ଭିତରେ ଅବା ବାହାରେ ଅନୁଷ୍ଠିତ ହେବ ।

କେମିତି ଘଟିଥିଲା ଅଘଟଣ ?

ଗତ ଜୁଲାଇ ୯ରେ ରଥ ଉପରୁ ଆଡ଼ପ ମଣ୍ଡପ ବିଜେ ପହଣ୍ଡି ବେଳେ ପ୍ରଭୁ ବଳଭଦ୍ର ରଥ ଉପରୁ ଚାରମାଳକୁ ଖସି ପଡ଼ିଥିଲେ। ଏଥିରେ କିଛି ସେବାୟତ ବି ଆହତ ହୋଇଥିଲେ । ଯାହାକୁ ନେଇ କେବଳ ରାଜ୍ୟରେ ସାରା ଦେଶରେ ପ୍ରତିକ୍ରିୟା ଦେଖିବାକୁ ମିଳିଥିଲା । ପ୍ରଭୁ ବଳଭଦ୍ର ଖସି ପଡିବା ବିଶ୍ବର କୋଣ ଅନୁକୋଣରେ କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କୁ ଆଘାତ ଦେଇଥିଲା । ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଥିଲା । ପ୍ରଭୁ ବଳଦେବ ଖସି ପଡିବା କିଛି ବିପତ୍ତି ଆସୁଥିବାର ଅନୁମାନ କରିଥିଲେ କିଛି ବିଶାରଦ । ରାଜ୍ୟ ସରକାରଙ୍କୁ ଏଥିପାଇଁ ପ୍ରତିକାର ପୂଜା କରିବାକୁ ପରାମର୍ଶ ଦେଇଥିଲେ । ତେବେ ଶେଷରେ ପ୍ରତିକାର ପୂଜା କରିବାକୁ ଯାଉଛନ୍ତି ରାଜ୍ୟ ସରକାର ।

ଏହା ମଧ୍ୟ ପଢନ୍ତୁ: କାହିଁକି ଘଟିଗଲା ଏତେବଡ ଅଘଟଣ ? ମୁଣ୍ଡରୁ ଦୋଷ ଖସାଇବାକୁ ସମସ୍ତେ ପ୍ରସ୍ତୁତ, ଗଠନ ହେଲା ତଦନ୍ତ କମିଟି

ଇଟିଭି ଭାରତ,ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.