ETV Bharat / state

ଆସିଲା ହାତୀ ଗଣନା ରିପୋର୍ଟ; ରାଜ୍ୟରେ ଅଛନ୍ତି ୨୦୯୮ ହାତୀ, ୫ ବର୍ଷରେ ମରିଛନ୍ତି ୪୦୩ - Elephant Census

author img

By ETV Bharat Odisha Team

Published : Jun 6, 2024, 11:32 AM IST

Updated : Jun 6, 2024, 2:14 PM IST

Odisha Elephant Census Report: ରାଜ୍ୟର ୩୮ ବନଖଣ୍ଡରେ ଅଛନ୍ତି ୨,୦୯୮ଟି ହାତୀ । ଗତ ୫ ବର୍ଷରେ ବିଭିନ୍ନ କାରଣରୁ ରାଜ୍ୟରେ ୪୦୩ ହାତୀଙ୍କ ଜୀବନ ଯାଇଛି । ଅଧିକ ପଢନ୍ତୁ

ରାଜ୍ୟରେ ଅଛନ୍ତି ୨୦୯୮ ହାତୀ, ୫ ବର୍ଷରେ ମରିଛନ୍ତି ୪୦୩
ରାଜ୍ୟରେ ଅଛନ୍ତି ୨୦୯୮ ହାତୀ, ୫ ବର୍ଷରେ ମରିଛନ୍ତି ୪୦୩ (ETV Bharat Odisha)

ଭୁବନେଶ୍ବର: ଆସିଲା ରାଜ୍ୟର ନିଜସ୍ଵ ହାତୀ ଗଣନା ରିପୋର୍ଟ । ଗତ ୫ ବର୍ଷରେ ବିଭିନ୍ନ କାରଣରୁ ରାଜ୍ୟରେ ୪୦୩ଟି ହାତୀ ମରିଛନ୍ତି । ୨୦୨୩ ଅର୍ଥାତ୍ ଗତବର୍ଷ ୬୬ଟି ହାତୀଙ୍କ ମୃତ୍ୟୁ ହୋଇଛି । ଏବେ ରାଜ୍ୟର ୩୮ ବନଖଣ୍ଡରେ ଅଛନ୍ତି ୨,୦୯୮ଟି ହାତୀ । ୨୦୧୭ ମସିହା ଗଣନା ସମୟରେ ଏହି ସଂଖ୍ୟା ୧,୯୭୬ ଥିଲା । ଗତ ୭ ବର୍ଷରେ ରାଜ୍ୟରେ ହାତୀ ସଂଖ୍ୟା ମାତ୍ର ୧୨୨ ବଢିଛି । ରାଜ୍ୟରେ ଥିବା ହାତୀଙ୍କ ମଧ୍ୟରୁ ୪୭୪ଟି ପୁରୁଷ ହାତୀ ଥିବାବେଳେ ୧ ହଜାର ୩୯ଟି ମାଈ ହାତୀ ଓ ୫୯୪ଟି ଛୁଆ ହାତୀ ଅଛନ୍ତି । ଏନେଇ ବନ୍ୟପ୍ରାଣୀ ପିସିସିଏଫ ସୁଶାନ୍ତ ନନ୍ଦ ସୂଚନା ଦେଇଛନ୍ତି ।

ଆସିଲା ହାତୀ ଗଣନା ରିପୋର୍ଟ; ରାଜ୍ୟରେ ଅଛନ୍ତି ୨୦୯୮ ହାତୀ, ୫ ବର୍ଷରେ ମରିଛନ୍ତି ୪୦୩
ଆସିଲା ହାତୀ ଗଣନା ରିପୋର୍ଟ; ରାଜ୍ୟରେ ଅଛନ୍ତି ୨୦୯୮ ହାତୀ, ୫ ବର୍ଷରେ ମରିଛନ୍ତି ୪୦୩ (ETV Bharat Odisha)

ପିସିସିଏଫଙ୍କ ସୂଚନା ଅନୁସାରେ, ଗତ ୫ ବର୍ଷରେ ରାଜ୍ୟରେ ୪୦୩ ହାତୀ ମରିଛନ୍ତି । ଅର୍ଥାତ୍ ବର୍ଷକୁ ୩-୪ % ହାତୀ ମରୁଛନ୍ତି ଯାହାକି ସ୍ଵାଭାବିକ । ଗତବର୍ଷ ୬୬ ହାତୀଙ୍କ ମୃତ୍ୟୁ ହୋଇଛି । ହାତୀଙ୍କ ଗତିବିଧି ଉପରେ ନଜର ରଖିବାକୁ ଅନୁଗୁଳ ଓ ଢେଙ୍କାନାଳ ଅଞ୍ଚଳରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବ୍ୟବହାର ପାଇଁ ଯୋଜନା ହୋଇଛି । ଖୁବଶୀଘ୍ର ଏହା କାର୍ଯ୍ୟକାରୀ ହେବ ।

ସୂଚନା ଥାଉକି, ହାତୀଙ୍କ ଉପସ୍ଥିତ ଥିବା ରାଜ୍ୟର ୪୬ଟି ଡିଭିଜନରେ ହାତୀ ଗଣନା କରାଯାଇଥିଲା । ଏଥିପାଇଁ ଜଙ୍ଗଲରେ ୧ ହଜାର ୧୩୬ଟି ମଞ୍ଚା ନିର୍ମାଣ ହୋଇଥିଲା । ଏହାସହ ବାରାକ, ୱାଚ ଟାୱାରଙ୍କ ସମେତ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ଥିବା ଉଚ୍ଚା ସ୍ଥାନକୁ ଗଣନା କାର୍ଯ୍ୟ ସମୟରେ ବ୍ୟବହାର କରାଯାଇଥିଲା । ଗତ ମାସ ୨୨ ତାରିଖରୁ ୨୪ ତାରିଖ ଅର୍ଥାତ ତିନି ଦିନ ପର୍ଯ୍ୟନ୍ତ ହାତୀ ଗଣନା ଚାଲିଥିଲା । ରାଜ୍ୟର ହାତୀ ଧାରଣ କ୍ଷମତା ଅନୁସାରେ ରାଜ୍ୟରେ ହାତୀଙ୍କ ସଂଖ୍ୟା ଠିକ୍ ରହିଛି । ଶୀତ ଋତୁରେ ପଡ଼ୋଶୀ ରାଜ୍ୟରୁ ହାତୀ ଆସିଥିବାରୁ ସେ ସମୟରେ ରାଜ୍ୟର ହାତୀଙ୍କ ସଂଖ୍ୟା ଜାଣିବା ପାଇଁ ନଭେମ୍ୱର ୧୫ରୁ ୧୭ ଯାଏଁ ପୁଣିଥରେ ହାତୀ ଗଣନା କରାଯିବ ବୋଲି ପିସିସିଏଫ ସୁଶାନ୍ତ ନନ୍ଦ କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ: ଆସିଲା ବାଘ ଗଣନା ରିପୋର୍ଟ, ରାଜ୍ୟରେ ୩୦ ମହାବଳ ଚିହ୍ନଟ

ଶେଷ ଥର ପାଇଁ ରାଜ୍ୟରେ ୨୦୧୭ ମସିହା ମେ' ମାସରୁ ଜୁଲାଇ ମଧ୍ୟରେ ହାତୀ ଗଣନା କରାଯାଇଥିଲା । ଏହାପରଠାରୁ ହାତୀ ଗଣନା ଆଉ ହୋଇନାହିଁ । ୨୦୧୫ ଗଣନା ରିପୋର୍ଟ ଅନୁସାରେ, ରାଜ୍ୟରେ ୧ ହଜାର ୯୫୪ଟି ହାତୀ ଥିବାବେଳେ ୨୦୧୭ରେ ତାହା ବୃଦ୍ଧି ପାଇ ୧ ହଜାର ୯୭୬ରେ ପହଞ୍ଚିଥିଲା । ଅର୍ଥାତ୍ ମୋଟ ଆକାରରେ ୨୨ଟି ହାତୀ ବୃଦ୍ଧି ଘଟିଥିଲା । ରାଜ୍ୟର ୪୩ଟି ବନ୍ୟପ୍ରାଣୀ ଡିଭିଜନରେ ଏହି ହାତୀ ଗଣନା କରାଯାଇଥିଲା ।

ଏବେ ରାଜ୍ୟରେ ହାତୀ ଗଣନା ସହ କଲରାପତରିଆ ବାଘର ମଧ୍ୟ ଗଣନା ଚାଲିଛି । ୪୦ ଦିନ ଧରି କଲରାପତରିଆ ବାଘ ଗଣନା ଜାରି ରହିଛି । ଏଥିପାଇଁ ଟ୍ରାପ୍‌ କ୍ୟାମେରା ବ୍ୟବହାର କରାଯାଉଛି । ରାଜ୍ୟରେ ଥିବା ୫୧ଟି ଡିଭିଜନରେ ୩ ହଜାର ୩୧୨ଟି କ୍ୟା‌ମେରା ଲଗାଯାଇଛି । ବ୍ୟାଘ୍ର ଅଭୟାରଣ୍ୟ ଭିତରେ କଲରାପତରିଆଙ୍କ ଯାଞ୍ଚ କରିବାକୁ ପ୍ରତି ଦୁଇ ବର୍ଗ କିଲୋମିଟର ବ୍ୟବଧାନରେ କ୍ୟାମେରା ଖଞ୍ଜା ଯାଇଛି । ଅନ୍ୟାନ୍ୟ ବନ୍ୟପ୍ରାଣୀ ଅଭୟାରଣ୍ୟଗୁଡ଼ିକରେ ୨୫ ବର୍ଗ କିଲୋମିଟରରେ ୫ ଯୋଡ଼ା ଟ୍ରାପ୍‌ କ୍ୟାମେରା ବ୍ୟବହାର କରାଯାଇଛି । ୨୦୨୩ ସେପ୍ଟେମ୍ବର ୧୫ ତାରିଖରୁ ଜାନୁଆରୀ ୩୧ ତାରିଖ ମଧ୍ୟରେ ରାଜ୍ୟସ୍ତରୀୟ ବାଘ ଗଣନା ପାଇଁ ‌ଲଗାଯାଇଥିବା ଟ୍ରାପ୍‌ କ୍ୟାମେରାରେ ରହିଥିବା ଚିତ୍ରଗୁଡ଼ିକୁ ରେଫରେନ୍ସ ଭାବେ ବ୍ୟବହାର କରାଯାଉଛି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Jun 6, 2024, 2:14 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.