ETV Bharat / state

ରାଜନୀତିରୁ ଊର୍ଦ୍ଧ୍ବରେ ରହି ସହରର ବିକାଶ ପାଇଁ ଆହ୍ୱାନ ଦେଲେ: ମୁଖ୍ୟମନ୍ତ୍ରୀ - Swayat Sasan Divas

author img

By ETV Bharat Odisha Team

Published : Aug 31, 2024, 10:56 PM IST

SWAYAT SASAN DIVAS 2024: ସ୍ୱାୟତ୍ତ ଶାସନ ଦିବସ ଅବସରରେ ରାଜନୀତିରୁ ଉର୍ଦ୍ଧ୍ବରେ ରହି ସହରର ବିକାଶ କାର୍ଯ୍ୟପାଇଁ ଆହ୍ୱାନ ଓ ସରକାର ସମସ୍ତଙ୍କୁ ନିରପେକ୍ଷ ପ୍ରାଧାନ୍ୟ ଦେବେ କହିଲେ ମୁଖ୍ୟମନ୍ତ୍ରୀ । ୩୦ଟି ଜିଲ୍ଲାରେ ୧୧୫୧ କୋଟି ଟଙ୍କାର ୪୮୧ ପ୍ରକଳ୍ପ ଶିଳାନ୍ୟାସ ଓ ଲୋକାର୍ପଣ କରିଲେ ମୁଖ୍ୟମନ୍ତ୍ରୀ । ସେପଟେ ଭୁବନେଶ୍ବର ମେୟର ସୁଲୋଚନା ଦାଶଙ୍କୁ ଚେୟାର ନମିଳିବାରୁ ଖପ୍ପା । ଅଧିକ ପଢନ୍ତୁ

Odisha Celebrates Swayat Sasan Divas
Odisha Celebrates Swayat Sasan Divas (ETV Bharat Odisha)

ଭୁବନେଶ୍ବର: ଆଜି ସ୍ୱାୟତ୍ତ ଶାସନ ଦିବସ ଅବସରରେ ରାଜ୍ୟର ୩୦ଟି ଜିଲ୍ଲାରେ ୧୧୫୧ କୋଟି ଟଙ୍କାର ୪୮୧ ପ୍ରକଳ୍ପ ଶିଳାନ୍ୟାସ ଓ ଲୋକାର୍ପଣ ହୋଇଛି । ଏହି ଅବସରରେ ରାଜନୀତିରୁ ଉର୍ଦ୍ଧ୍ବରେ ରହି ସହରର ବିକାଶ କାର୍ଯ୍ୟ ପାଇଁ ଆହ୍ୱାନ ଦେଲେ ମୁଖ୍ୟମନ୍ତ୍ରୀ । ରାଜ୍ୟସ୍ତରୀୟ ସ୍ୱାୟତ ଶାସନ ଦିବସ ସମାରୋହରେ ମୁଖ୍ୟଅତିଥି ଭାବରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଦଘାଟନ କରିଥିଲେ । ସେହିପରି ଗୃହ ଓ ନଗର ଉନ୍ନୟନ ବିଭାଗର ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ମଧ୍ୟ ଉପସ୍ଥିତ ରହିଥିଲେ ।

ରାଜ୍ୟସ୍ତରୀୟ ସ୍ୱାୟତ ଶାସନ ଦିବସ:

ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଆୟୋଜିତ ରାଜ୍ୟସ୍ତରୀୟ ସମାରୋହରେ ସହରାଞ୍ଚଳର ବିକାଶ ଓ ଉନ୍ନତ ଜୀବନ ଶୈଳୀ ତ୍ଵରାନିତ୍ଵ କରିବାକୁ ଯାଇ ଏହି ସବୁ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ ହୋଇଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଅଭିଭାଷଣ ଦେଇ କହିଛନ୍ତି," ଯଦି ସ୍ୱାୟତ୍ତ ଶାସନର ଵିକେନ୍ଦ୍ରୀକରଣ ହୋଇପାରିବ ତେବେ ସହରର ବିକାଶ ହୋଇପାରିବ । ଏଥିପାଇଁ ସ୍ୱାୟତ୍ତ ଶାସନ ବ୍ୟବସ୍ଥା ଅନୁସାରେ ମୁନିସିପାଲଟି ଗୁଡିକ ଦଳର ଊର୍ଦ୍ଧ୍ବରେ ରହି କାର୍ଯ୍ୟ କରିବା ଆବଶ୍ୟକ ।"

ଭୁବନେଶ୍ୱର ପ୍ରକୃତରେ ସ୍ମାର୍ଟ ସିଟି କି ?:

ଭୁବନେଶ୍ୱର କଥାକୁ ନେଇ ମୁଖ୍ୟମନ୍ତ୍ରୀଙ୍କ କହିଛନ୍ତି,"୧୯୪୮ ରେ ଯେତେବେଳେ ଭୁବନେଶ୍ୱର ଗଠନ ହୋଇଥିଲା ସେତେବେଳେ ୧୦ ହଜାର ଲୋକଙ୍କୁ ନେଇ ସହର ଗଢି ଉଠିଥିଲା ଏବେ ଏହାର ସଂଖ୍ୟା ୧୫ରୁ ୨୦ ଲକ୍ଷ ପହଞ୍ଚିଲାଣି । ସେତେବେଳେ ସହର ଯାହା ଚାକଚକ୍ୟ ନଥିଲା ଏବେ ଏହାର ବିରାଟ ପରିବର୍ତ୍ତନ ହୋଇଛି । ଭୁବନେଶ୍ୱର ସ୍ମାର୍ଟ ସିଟିରେ ଏକ ନମ୍ବରରେ ରହିଥିଲା ହେଲେ ପ୍ରକୃତରେ ଏହା ସ୍ମାର୍ଟ ହୋଇଛିକି ବୋଲି ପ୍ରଶ୍ନ କରିଛନ୍ତି ମୁଖ୍ୟମନ୍ତ୍ରୀ । ସମସ୍ତ ଆଧୁନିକୀକରଣ ଲୋକଙ୍କ ନିକଟରେ ପହଞ୍ଚିଛିକି ? ଏହାକୁ ସ୍ମାର୍ଟ ସିଟି କହିବା ଓ ଏହାକୁ ନେଇ ଖୁସି ହେବାକୁ ହେଲେ ସ୍ମାର୍ଟ ସିଟିର ସମସ୍ତ ମାଷ୍ଟର ପ୍ଲାନ ପୂରଣ କରିବାର ଆବଶ୍ୟକ ରହିଛି କିନ୍ତୁ ତାହା ହୋଇପାରିନି । ଟିକିଏ ପାଣିରେ ଇସ୍କନରେ କୃତ୍ରିମ ବନ୍ୟା ହେଉଛି । ମୁକୁଳା ଡ୍ରେନ ରେ ମଧ୍ୟ ଜୀବନ ଯାଉଛି ଏନେଇ କାର୍ଯ୍ୟ କରିବାକୁ ପଡ଼ିବ । ସ୍ୱାୟତ୍ତ ଶାସନ ବ୍ୟବସ୍ଥା ଅନୁସାରେ ମୁନିସିପାଲଟି ଗୁଡିକ ସହରଣର ବିକାଶ କରିବା ଆବଶ୍ୟକ । ରାଜନୀତିରୁ ଉର୍ଦ୍ଧ୍ବରେ ରହି ବିଭିନ୍ନ ଦଳର ମେୟର , କର୍ପୋରେଟର , କାଉସେଲର ମାନେ କାର୍ଯ୍ୟ କରିବା ଆବଶ୍ୟକ । ଏଥିପାଇଁ ସରକାର ସମସ୍ତଙ୍କୁ ନିରପେକ୍ଷ ପ୍ରାଧାନ୍ୟ ଦେବେ ଓ ସହଯୋଗ କରିବେ ।

'ସହରର ବିକାଶ ଘଟିଲେ ରାଜ୍ୟର ବିକାଶ ହେବ':
ସେହିପରି ନଗର ଉନ୍ନୟନ ମନ୍ତ୍ରୀ କହିଛନ୍ତି," ପ୍ରଥମ ଥର ଓଡିଶା ପ୍ରଦେଶରେ ରାଜ୍ୟସ୍ତରୀୟ ଉତ୍ସବ ପାଳନ କରାଯାଉଛି । ଆଜି ୨୭ ଜଣଙ୍କୁ ମୁନିସିପାଲଟି ପ୍ରଶାସନିକ ଅଧିକାରୀ ଭାବରେ ନିଯୁକ୍ତି ଦେଲେ ସରକାର । ଏହି ନିଯୁକ୍ତି ପ୍ରକ୍ରିୟା ନଗର ଉନ୍ନୟନ ବିଭାଗରୁ ଆରମ୍ଭ ହୋଇଛି । ଶିକ୍ଷାସ୍ୱାସ୍ଥ୍ୟ ମୌଳିକ ସୁବିଧା ଲୋକଙ୍କ ନିକଟରେ ପହଞ୍ଚିବା ମୁଖ୍ୟ ଲକ୍ଷ୍ୟ । ସହରର ବିକାଶ ଘଟିଲେ ରାଜ୍ୟର ବିକାଶ ହେବ। ଏନେଇ ପ୍ରାଧାନମନ୍ତ୍ରୀ ବିଭିନ୍ନ ଯୋଜନା କରୁଛନ୍ତି । ଆଗାମୀ ଦିନରେ ବସ୍ତି ବାସିନ୍ଦାଙ୍କୁ ଅଧିକରୁ ଅଧିକ ସୁବିଧା ଯୋଗାଇ ଦେବାପାଇଁ ଵ୍ୟଵସ୍ଥା କରିବେ ସରକାର । ମୌଳିକ ସୁବିଧା ପାଇଁ ସଠିକ ଢଙ୍ଗର ପାଇବେ ଏନେଇ ଆଗାମୀ ଦିନରେ ବ୍ୟବସ୍ଥା କରିବାକୁ ଯାଉଛି । ନିଶା ମୁକ୍ତ ଓଡିଶା ଓ ଦାଦନ ମୁକ୍ତ ଓଡିଶା ପାଇଁ ଶପଥ ନେବାକୁ ହେବ ।"

ବିଜେପି ଉପରେ ଖପା ମେୟର ସୁଲୋଚନା:

ସେପଟେ ଭୁବନେଶ୍ବର ମେୟର ସୁଲୋଚନା ଦାଶଙ୍କୁ ଚେୟାର ନମିଳିବାରୁ ବିଜେପି ଉପରେ ଖପା ହୋଇଛନ୍ତି ମେୟର । ସେ କହିଛନ୍ତି,"ସ୍ୱାୟତ ଶାସନ ଦିବସ ପାଇଁ ମୋତେ ନିମନ୍ତ୍ରଣ ହୋଇଥିଲେ ମଧ୍ୟ ବସିବା ପାଇଁ ଚେୟାର ନଥିଲା । ଯାହା କି ଅପମାନ ଜନକ କଥା ଏବଂ ଅତ୍ୟନ୍ତ ନିନ୍ଦନୀୟ ଅଟେ । "

ଏହା ମଧ୍ୟ ପଢନ୍ତୁ ...Odisha Assembly: ବିଧାନସଭାରେ ରାଜ୍ୟପାଳଙ୍କ ପୁଅ ମାଡ ମାରିବା ପ୍ରସଙ୍ଗ ଉଠାଇଲେ ନବୀନ, ପଚାରିଲେ ବଡ଼ ଅଧିକାରୀଙ୍କ ପୁଅ କଣ ଦଣ୍ଡ ପାଇବେନି ? କାଉଣ୍ଟର କଲେ ମୋହନ - Naveen Attack On BJP GOVT

କ'ଣ କହିଲେ ସଚିବ ଉଷା ପାଢ଼ୀ ?

ବିଭାଗୀୟ ସଚିବ ଉଷା ପାଢ଼ୀ କହିଛନ୍ତି,"ସହରୀ ଲୋକମାନେ କିଭଳି ସୁବିଧାରେ ଜୀବନ ଯାପନ କରିପାରିବେ ଏଥିପାଇଁ ଯେଉଁ ମୌଳିକ ଅବଶ୍ୟକତା ରହିଛି ତାକୁ କିଭଳି ଯୋଗାଇ ଦିଆଯିବ ସେଥିପାଇଁ ବିଭାଗ ସବୁବେଳେ ପ୍ରସ୍ତୁତ । ଆଜି ଦିବସରେ ସହରୀ ଲୋକଙ୍କ ପାଇଁ ଏହିସବୁ ମୌଳିକ ସୁବିଧା ସୁଯୋଗକୁ ଯୋଗାଇଦେବା ପାଇଁ ଆମ ସଂକଳ୍ପବଧ । ଏହି ସଂକଳ୍ପକୁ ନେଇ ରାଜ୍ୟସ୍ତରରେ ଏଭଳି ଏକ କାର୍ଯ୍ୟକ୍ରମ ଆଜି ଲୋକମାନଙ୍କର ଭାଗିଦାରୀତାକୁ ସହ ହେଉଥିବା ବେଳେ ଆଗମୀଦିନରେ ପ୍ରତିବର୍ଷ ଏହି କାର୍ଯ୍ୟକ୍ରମ ବିଭାଗ କରିବ । ଆସନ୍ତା ଦିନରେ ସମସ୍ତଙ୍କ ଭାଗିଦାରୀତାକୁ ନେଇ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟକ୍ରମ ହାତକୁ ନିଆଯିବ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.