ETV Bharat / state

ପ୍ରାକ୍‌ ନିର୍ବାଚନୀ ପ୍ରସ୍ତୁତି: ଝାରସୁଗୁଡ଼ାରେ ଓଡ଼ିଶା-ଛତିଶଗଡ଼ ପ୍ରଶାସନିକ ଅଧିକାରୀଙ୍କ ମିଳିତ ବୈଠକ

author img

By ETV Bharat Odisha Team

Published : Feb 7, 2024, 10:45 PM IST

Odisha-Chhattisgarh Police and Administrative Officers Meeting: ସାଧାରଣ ନିର୍ବାଚନ ପୂର୍ବରୁ ପ୍ରସ୍ତୁତି ଆରମ୍ଭ କରିଛି ପୋଲିସ ପ୍ରଶାସନ । ଏହି କ୍ରମରେ ଝାରସୁଗୁଡ଼ାରେ ଓଡ଼ିଶା ଓ ଛତିଶଗଡ଼ ପ୍ରଶାସନିକ ଅଧିକାରୀଙ୍କ ମିଳିତ ବୈଠକ ବସିଛି । ଯେଉଁଥିରେ ଉଭୟ ରାଜ୍ୟର ପ୍ରାୟ 8 ଜିଲ୍ଲାର ଜିଲ୍ଲାପାଳ ଓ ଏସ୍‌ପି ଯୋଗ ଦେଇଥିଲେ । ଅଧିକ ପଢ଼ନ୍ତୁ

ଝାରସୁଗୁଡ଼ାରେ ଓଡ଼ିଶା-ଛତିଶଗଡ଼ ପ୍ରଶାସନିକ ଅଧିକାରୀଙ୍କ ମିଳିତ ବୈଠକ

ଝାରସୁଗୁଡ଼ା: ପାଖେଇ ଆସିଲାଣି ସାଧାରଣ ନିର୍ବାଚନ । ଏହାକୁ ନେଇ ବିଭିନ୍ନ ରାଜନୈତିକ ଦଳ ଯେତିକି ପ୍ରସ୍ତୁତ ହେଉଛନ୍ତି, ସେତିକି ପ୍ରସ୍ତୁତି ପୋଲିସ ପ୍ରଶାସନ ମଧ୍ୟ ଆରମ୍ଭ କରିଛି । ବିଭିନ୍ନ ସ୍ଥାନରେ ସମ୍ଭାବ୍ୟ ରାଜନୈତିକ ହିଂସା ଓ ଅପ୍ରିତିକର ପରିସ୍ଥିତିକୁ ଏଡ଼ାଇବା ପାଇଁ, ତଥା ଶୃଙ୍ଖଳାର ସହ ସାଧାରଣ ନିର୍ବାଚନ ପରିଚାଳନା କରିବା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ଏହି କ୍ରମରେ ଝାରସୁଗୁଡ଼ା ଠାରେ ଓଡ଼ିଶା ଓ ଛତିଶଗଡ଼ର ପୋଲିସ ତଥା ପ୍ରଶାସନିକ ଅଧିକାରୀଙ୍କର ମାରାଥନ ବୈଠକ ଅନୁଷ୍ଠିତ ହୋଇଛି । ଯେଉଁଥିରେ ଉଭୟ ରାଜ୍ୟର ପ୍ରାୟ 8 ଜିଲ୍ଲାର ଜିଲ୍ଲାପାଳ ଓ ଏସ୍‌ପି ଯୋଗ ଦେଇଥିଲେ ।

ଏହି ବୈଠକରେ ଓଡ଼ିଶାରୁ ଉତ୍ତରାଞ୍ଚଳ ଆଇଜି ହିମାଂଶୁ କୁମାର ଲାଲ ଅଧ୍ୟକ୍ଷତା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଝାରସୁଗୁଡ଼ା, ବରଗଡ଼, ସୁନ୍ଦରଗଡ଼ ଓ ସମ୍ବଲପୁରର ଜିଲ୍ଲାପାଳ ଏବଂ ଏସ୍‌ପି ପ୍ରମୁଖ ଏହି ବୈଠକରେ ଉପସ୍ଥିତ ଥିଲେ । ସେହିଭଳି ଛତିଶଗଡ଼ରୁ ରାୟଗଡ଼ ଜିଲ୍ଲାପାଳ କାର୍ତ୍ତିକେୟ ଗୋୟଲ, ଜିଲ୍ଲା ପଞ୍ଚାୟତ ସିଇଓ ଜିତେନ୍ଦ୍ର ଯାଦବ ଓ ସହକାରୀ ଜିଲ୍ଲାପାଳ ଯୁବରାଜ ମରମଟ ବୈଠକରେ ଭାଗ ନେଇଥିଲେ । କିପରି ଶୃଙ୍ଖଳିତ ଏବଂ ନିରପେକ୍ଷ ଭାବରେ ନିର୍ବାଚନ କରାଯାଇପାରିବ, ସେନେଇ ଆଇନ ଶୃଙ୍ଖଳା ବ୍ୟବସ୍ଥା ସମେତ ଅନେକ ବିଷୟରେ ଏହି ବୈଠକରେ ଚର୍ଚ୍ଚା ଆଲୋଚନା ହୋଇଥିଲା ।

ଏହି ବୈଠକରେ ଛତିଶଗଡ଼ ରାୟଗଡ଼ ଜିଲ୍ଲାପାଳ କାର୍ତ୍ତିକେୟ ଗୋୟଲ ନିର୍ବାଚନ ସମୟରେ କିପରି ଆଇନ ଶଙ୍ଖଳା ପରିସ୍ଥିତି ଉପରେ ନଜର ଦିଆଯାଇ ପାରିବ, ସେହି ଉପରେ ଗୁରୁତ୍ବାରୋପ କରିଥିଲେ । ଦୁଇ ରାଜ୍ୟ ମଧ୍ୟରେ ଗୁଇନ୍ଦା ଏବଂ ସୂଚନା ଆଦାନ ପ୍ରଦାନ ଦ୍ବାରା ଆଇନ ଶୃଙ୍ଖଳାକୁ ମଜଭୁତ କରାଯାଇପାରିବ ବୋଲି ସେ ବୈଠକରେ କହିଛନ୍ତି । ଏହା ବ୍ୟତୀତ ସେ ବେଆଇନ ଅସ୍ତ୍ରଶସ୍ତ୍ର ଏବଂ ମଦ କାରବାରକୁ ରୋକିବା ପାଇଁ ଗୁପ୍ତ ବୈଠକ ଏବଂ ସୂଚନା ଆଦାନପ୍ରଦାନ ବିଷୟରେ ସେ କହିଥିଲେ । କଲେକ୍ଟର କାର୍ତ୍ତିକେୟ ଗୋୟଲ ଦୁଇ ରାଜ୍ୟ ମଧ୍ୟରେ ଯୋଗାଯୋଗ ସୁବିଧା ସୁଦୃଢ଼ କରିବା ବିଷୟରେ ମଧ୍ୟ ଗୁରୁତ୍ବ ଦେଇଥିଲେ । ଯାହାଦ୍ୱାରା ଅପରାଧ ଓ ଅପରାଧୀମାନଙ୍କୁ ନିୟନ୍ତ୍ରଣ କରାଯାଇପାରିବ । ଏହି ବୈଠକରେ ସାରଙ୍ଗଡ଼-ବିଲାଇଗଡ଼ ଜିଲ୍ଲାପାଳ କେଏଲ୍‌ ଚୌହାନ ଓ ଏସ୍‌ପି ଆଶୁତୋଷ ସିଂହ ମଧ୍ୟ ଉପସ୍ଥିତ ଥିଲେ ।

ଏହା ମଧ୍ୟ ପଢ଼ନ୍ତୁ...ନିର୍ବାଚନ ପାଇଁ ରାଜ୍ୟ ପୋଲିସ ତୟାର: ଅରୁଣ ଷଡ଼ଙ୍ଗୀ

ବୈଠକରେ ଉଭୟ ରାଜ୍ୟର ସୀମାନ୍ତ ଜିଲ୍ଲାର ବିଭିନ୍ନ ଗୋଦାମ ଘର ଯାଞ୍ଚ ପାଇଁ ମଧ୍ୟ ରଣନୀତି ପ୍ରସ୍ତୁତ କରାଯାଇଥିଲା । ଏହା ସହିତ ବ୍ୟାଙ୍କିଂ କ୍ଷେତ୍ର ଏବଂ ଅନଲାଇନ୍‌ ଟ୍ରାଞ୍ଜାକ୍ସନ ଉପରେ ନଜର ରଖିବାକୁ ମଧ୍ୟ ନିଷ୍ପତ୍ତି ହୋଇଥିଲା । ମୋଟାମୋଟି ଭାବରେ ଏହି ବୈଠକରେ ଦୁଇ ରାଜ୍ୟ ମଧ୍ୟରେ ସୂଚନା ଓ ଶୃଙ୍ଖଳା ବ୍ୟବସ୍ଥାକୁ ମଜଭୁତ କରିବା ଉପରେ ଅଧିକ ଆଲୋଚନା ହୋଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.