ETV Bharat / state

ଦେଶ ପାଇଁ ଲଢ଼ି ପାକିସ୍ତାନ ଜେଲରେ କଟୁଛି ବନ୍ଦୀ ଜୀବନ: 6 ଦଶନ୍ଧି ପରେ ବି ମୁକ୍ତିର ଆନନ୍ଦ ଅପେକ୍ଷାରେ ଓଡ଼ିଆ ଯବାନ 'ଆନନ୍ଦ'

author img

By ETV Bharat Odisha Team

Published : Mar 15, 2024, 5:35 PM IST

Updated : Mar 16, 2024, 6:52 AM IST

Odia Jawan in Pakistan jail for 60 years: ପ୍ରାୟ ୬୦ ବର୍ଷ ହେଲା ପାକିସ୍ତାନ ଜେଲରେ ଓଡ଼ିଆ ଯବାନ ଆନନ୍ଦ ପତ୍ରୀ । ବର୍ଷ ପରେ ବର୍ଷ ଗଡ଼ିଚାଲିଛି, ହେଲେ ମିଳୁନି ମୁକ୍ତି । ଏପଟେ ବାପାଙ୍କ ଫେରିବା ବାଟକୁ ଅନାଇ ବସିଛନ୍ତି ପୁଅ । ପ୍ରଧାନମନ୍ତ୍ରୀଙ୍କ ଠାରୁ ମୁଖ୍ୟମନ୍ତ୍ରୀଙ୍କ ଯାଏଁ ସମସ୍ତଙ୍କୁ ଗୁହାରି କରିସାରିଲେଣି । ଅନେକ ବର୍ଷ ଆଗରୁ ବାପାଙ୍କ ମୁକ୍ତି ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିଲା, ତଥାପି ଆଜି ପର୍ଯ୍ୟନ୍ତ ଲାହୋର ଜେଲରୁ ବାହାରି ପାରୁନାହାନ୍ତି ଓଡ଼ିଆ ଯବାନ । ଦେଖନ୍ତୁ ଇଟିଭି ଭାରତର ଏହି ସ୍ପେଶାଲ ରିପୋର୍ଟ,

Odia Jawan Anand Chandra Patri in Pakistan jail for 60 years

ଭଦ୍ରକ: ଆଜିକୁ ପ୍ରାୟ ୬୦ ବର୍ଷ ହେଲା ପାକିସ୍ତାନ ଜେଲରେ ସଜ୍ଜା କାଟୁଛନ୍ତି ଓଡ଼ିଆ ଯବାନ ଆନନ୍ଦ ପତ୍ରୀ । ୧୯୬୫ ମସିହାରେ ଭାରତ-ପାକିସ୍ତାନ ଯୁଦ୍ଧରେ ସାମିଲ ହୋଇଥିଲେ । ସେବେ ଠାରୁ ପାକିସ୍ତାନର ଲାହୋର ଜେଲରେ ସେ ଯୁଦ୍ଧବନ୍ଦୀ ଭାବେ ବନ୍ଦୀ ଅଛନ୍ତି । ଇତିମଧ୍ୟରେ ୬ ଦଶନ୍ଧି ବିତିଗଲାଣି । ପରିବାର ଲୋକେ ବି ଆନନ୍ଦଙ୍କୁ ମୁକୁଳେଇ ଆଣିବାକୁ ଯଥାସମ୍ଭବ ଚେଷ୍ଟା କରିସାରିଛନ୍ତି । ତଥାପି ଆଜି ପର୍ଯ୍ୟନ୍ତ ତାଙ୍କର ମୁକ୍ତି ସମ୍ଭବପର ହୋଇପାରିନାହିଁ । ଏବେ ଦୀର୍ଘ ବର୍ଷ ପରେ ପୁଣିଥରେ ତାଙ୍କର ମୁକ୍ତି ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ଆନନ୍ଦଙ୍କ ପ୍ରସଙ୍ଗରେ ଜାତୀୟ ମାନବାଧିକାର ଆୟୋଗ(NHRC) କେନ୍ଦ୍ର ଗୃହ ମନ୍ତ୍ରଣାଳୟ ସଚିବଙ୍କୁ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏଥ‌ିସହ ଏହି ପ୍ରସଙ୍ଗରେ ଆବଶ୍ୟକ ହେଲେ ଆନନ୍ଦଙ୍କ ପରିବାର ବର୍ଗ ଓ ଜାତୀୟ ମାନବାଧିକାର କର୍ମୀ ତଥା ସର୍ବୋଚ୍ଚ ନ୍ୟାୟାଳୟର ଆଇନଜୀବୀ ରାଧାକାନ୍ତ ତ୍ରିପାଠୀଙ୍କ ସହାୟତା ନେବାକୁ ମଧ୍ୟ ଆଦେଶ କରିଛନ୍ତି । ଯାହାପରେ ୭୦ ଦଶକରୁ ପାକିସ୍ତାନ ଜେଲରେ ବନ୍ଦୀ ଥିବା ଏହି ଓଡ଼ିଆ ଯବାନଙ୍କ ମୁକ୍ତି ଆଶାର ସଞ୍ଚାର ହୋଇଛି ।

1965 ଭାରତ-ପାକିସ୍ତାନ ଯୁଦ୍ଧ: ଭଦ୍ରକ ଜିଲ୍ଲା ଧାମନଗର ଥାନା ଅନ୍ତର୍ଗତ କଲ୍ୟାଣୀ ଗ୍ରାମରେ ଆନନ୍ଦ ପତ୍ରୀଙ୍କ ଘର । 1928ରେ ତାଙ୍କର ଜନ୍ମ । ସେ ଭାରତୀୟ ସେନା ନିଯୁକ୍ତି କେନ୍ଦ୍ର ଗୋଖେଲ ରୋଡ, କୋଲକାତା ମାଧ୍ଯମରେ ଭାରତୀୟ ସେନାରେ ନିଯୁକ୍ତ ହୋଇଥିଲେ । ଏହାପରେ 31 ବେଙ୍ଗଲ ଇଞ୍ଜିନିୟରିଂ ରେଜିମେଣ୍ଟରେ ଭାରତୀୟ ସେନାର ଯବାନ ଭାବେ ନିଯୁକ୍ତି ପାଇଥିଲେ । ପରେ 1962 ମସିହାରେ ଇଣ୍ଡୋ-ଚାଇନା ଯୁଦ୍ଧରେ ଯୋଗ ଦେଇଥିଲେ ଆନନ୍ଦ । 1965 ମସିହାରେ ଭାରତ-ପାକିସ୍ତାନ ମଧ୍ୟରେ ଯୁଦ୍ଧ ହୋଇଥିଲା । ଏହି ଯୁଦ୍ଧରେ ମଧ୍ୟ ସେ ସାମିଲ ହୋଇଥିଲେ । ସେବେଠାରୁ ପାକିସ୍ତାନର ଲାହୋରଠାରେ ଥିବା କୋଟ-ଲାକପାଟ କେନ୍ଦ୍ରୀୟ ଜେଲରେ ଯୁଦ୍ଧବନ୍ଦୀ ଭାବେ ଜୀବନ କାଟୁଛନ୍ତି ଆନନ୍ଦ ପତ୍ରୀ ।

ଫଟୋ ଦେଖି ଚିହ୍ନିଲେ ପୁଅ: 2003 ଫେବୃଆରୀ 7 ତାରିଖରେ ଗୃହ ବିଭାଗ ପକ୍ଷରୁ ଏକ ବିଜ୍ଞାପନ ପ୍ରକାଶିତ ହୋଇଥିଲା । ସେଥିରେ ଆନନ୍ଦଙ୍କ ଫଟୋ ବାହାରିଥିଲା । ଫଟୋରୁ ସେ ପାକିସ୍ତାନ ଜେଲରେ ଅଛନ୍ତି ବୋଲି ଜଣାପଡିଥିଲା । ମାତ୍ର ସେଥିରେ ତାଙ୍କର ନାଁ ''ନାସିମ୍ ଗୋପାଳ'' ବୋଲି ଇସଲାମବାଦରେ ଥ‌ିବା ଭାରତର ହାଇ କମିଶନରଙ୍କ ଦ୍ବାରା ଘୋଷଣା କରାଯାଇଥିଲା । ନାସିମ (ଆନନ୍ଦ) ମାନସିକ ଭାରସାମ୍ୟ ହରାଇଥିବା କାରଣରୁ ତାଙ୍କ ସମ୍ପର୍କରେ ଅଧିକ ତଥ୍ୟ ସଂଗ୍ରହ କରାଯାଇ ପାରିନଥିଲା । ସେପଟେ ବିଜ୍ଞାପନରେ ଆନନ୍ଦ ପତ୍ରୀଙ୍କ ଫଟୋ ବାହାରିବା ପରେ ତାଙ୍କର ପରିବାର ଓ ପୁଅ ବିଦ୍ୟାଧର ପତ୍ରୀ, ଯିଏ ବୃତ୍ତିରେ ଜଣେ ପୁରୋହିତ ଏବଂ କୋଲକତାରେ ବାସ କରୁଥିବା ବେଳେ ସେ ଫଟୋକୁ ଦେଖି ବାପାଙ୍କୁ ଚିହ୍ନି ପାରିଥିଲେ । ତାଙ୍କର ଗାଁ ଲୋକେ ମଧ୍ୟ ବିଜ୍ଞାପନରେ ପ୍ରକାଶିତ ଫଟୋଟି ଆନନ୍ଦଙ୍କର ବୋଲି ଚିହ୍ନଟ କରିଥିଲେ ।

ଏହି ବିଜ୍ଞାପନ ଦେଖିବା ପରେ ବିଦ୍ୟାଧର ପତ୍ରୀ କୋଲକାତାର "ଦିଗନ୍ତ' (ଏକ ସାମାଜିକ କଲ୍ୟାଣ ସଂଗଠନ) କାର୍ଯ୍ୟାଳୟକୁ ଯାଇଥିଲେ । ସେଠାରେ ପଶ୍ଚିମବଙ୍ଗ ରାଜ୍ୟ ଉପଭୋକ୍ତା ସୁରକ୍ଷା ପରିଷଦର ସଦସ୍ୟ ତଥା ଅନ୍ତର୍ଜାତୀୟ ମାନବ ଅଧିକାର ପରିଷଦ 'ଦିଗନ୍ତ'ର ସାଧାରଣ ସମ୍ପାଦକ ଉତ୍ପଳ ରାୟଙ୍କୁ ଏହିସବୁ କଥା ଅବଗତ କରାଇଥିଲେ । ସେହିଦିନଠାରୁ ଆନନ୍ଦ ପତ୍ରୀଙ୍କୁ ମୁକ୍ତ କରିବାରେ ଉତ୍ପଳ ରୟ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ । ଏହି ପରିପ୍ରେକ୍ଷୀରେ 5 ଫେବୃଆରୀ, 2004ରେ ଉତ୍ପଳ, ଓଡ଼ିଶା ରାଜ୍ୟ ସୈନିକ ବୋର୍ଡର ସଚିବ ତଥା ନିର୍ଦ୍ଦେଶକ ଏବଂ ଓଡିଶା ଗୃହ ବିଭାଗର ଉପ ଶାସନ ସଚିବଙ୍କ ନିକଟକୁ ଆନନ୍ଦ ପତ୍ରୀଙ୍କୁ ମୁକ୍ତ କରିବା ପାଇଁ ଏକ ଅନୁରୋଧ ପତ୍ର ପଠାଇଥିଲେ ।

ତତ୍କାଳୀନ ବୈଦେଶିକ ମନ୍ତ୍ରୀ ପ୍ରଣବଙ୍କୁ ଚିଠି: ଏହି ପ୍ରସଙ୍ଗରେ ଆନନ୍ଦଙ୍କ ପୁଅ ବିଦ୍ୟାଧର ପତ୍ରୀ ଏବଂ ଉତ୍ପଳ ରୟ ତତ୍କାଳୀନ ବୈଦେଶିକ ବ୍ୟାପାର ମନ୍ତ୍ରୀ ପ୍ରଣବ ମୁଖାର୍ଜୀ ଏବଂ ବୈଦେଶିକ ସଚିବ ଶିବଶଙ୍କର ମେନନଙ୍କୁ ସାକ୍ଷାତ କରି ଆଲୋଚନା କରିବା ସହ ଲିଖିତ ପତ୍ରରେ ଗୁହାରି କରିଥିଲେ । ଏଥିସହ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ବହୁ ମାନ୍ୟଗଣ୍ୟ ଅଧିକାରୀଙ୍କୁ ମଧ୍ୟ ଭେଟି ଏ ବିଷୟରେ ସେମାନେ ଅବଗତ କରାଇଥିଲେ । କେବଳ ଭାରତରେ ନୁହେଁ, ସେତେବେଳର ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଜନାବ ଅନୱର ବର୍ନି, ଯିଏ ତାଙ୍କ ସରକାରୀ ଗସ୍ତରେ ପଞ୍ଜାବର ଚଣ୍ଡିଗଡକୁ ଆସିଥିଲେ ତାଙ୍କୁ ମଧ୍ୟ ସେମାନେ ଅବଗତ କରାଇଥିଲେ । ଏଥିସହ ପାକିସ୍ତାନର ସ୍ୱତନ୍ତ୍ର ଦୂତ ହମିଦ ଅନସାରୀ ପାରାନିଙ୍କୁ ସାକ୍ଷାତ କରି ବିଦ୍ୟାଧର ତାଙ୍କ ବାପାଙ୍କୁ ଯୁଦ୍ଧବନ୍ଦୀ ନୀତି ଅନୁସାରେ ମୁକ୍ତି କରି ପ୍ରତ୍ୟାର୍ପଣ କରିଦେବା ପାଇଁ ଅନୁରୋଧ କରିଥିଲେ ।

2006ରେ ହସ୍ତାନ୍ତର ସୁଯୋଗ ସୃଷ୍ଟି ଥିଲା: ପାରାନା ମଧ୍ୟ ତାଙ୍କୁ ୱାଘା ସୀମାରେ ଛାଡ଼ିଦେବାକୁ ପ୍ରତିଶ୍ରୁତି ଦେଇଥିଲେ । ଏହାପରେ 12 ନଭେମ୍ବର 2006ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭାରତ ସରକାରଙ୍କ ତତ୍କାଳୀନ ବୈଦେଶିକ ମନ୍ତ୍ରୀ ପ୍ରଣବ ମୁଖାର୍ଜୀଙ୍କୁ ଆନନ୍ଦ ପତ୍ରୀଙ୍କୁ ମୁକ୍ତ କରିବା ପାଇଁ ଏକ ଅନୁରୋଧ ପତ୍ର ପଠାଇଥିଲେ । 20 ଡିସେମ୍ବର, 2006ରେ ତତ୍କାଳୀନ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ଯୁଗ୍ମ ସଚିବ (ପାକିସ୍ତାନ ଡିଭିଜନ ) ଉତ୍ପଳ ରୟଙ୍କୁ ଡାକିଲେ ଏବଂ 22 ଡିସେମ୍ବର, 2006ରେ ମୁଖ୍ୟମନ୍ତ୍ରୀ ୱାଘା ସୀମା (ଭାରତ-ପାକ ସୀମା)ରେ ଆନନ୍ଦ ପତ୍ରୀଙ୍କୁ ଆଣିବାକୁ ଯିବାକୁ ସୂଚନା ଦେଇଥିଲେ ।

ମଉଳିଥିଲା ମୁକ୍ତିର ଆଶା: ଏହାପରେ ତାଙ୍କ ପୁଅ ବିଦ୍ୟାଧର ପତ୍ରୀଙ୍କ ସହ ଉତ୍ପଳ ରୟ ୱାଘା ସୀମାକୁ ଯାଇଥିଲେ । ସେମାନେ ଦେଖ‌ିଲେ ଯେ, ପାକିସ୍ତାନ ସରକାର ଅନେକ ଭାରତୀୟ ବନ୍ଦୀଙ୍କୁ ମୁକ୍ତ କରିଥିଲେ ମଧ୍ୟ ଆନନ୍ଦ ପତ୍ରୀଙ୍କୁ ଯୁଦ୍ଧବନ୍ଦୀ ଭାବେ ମୁକ୍ତ କରିବା ପାଇଁ ରାଜି ହୋଇନଥିଲେ । ପାକିସ୍ତାନ ସରକାର ଆନନ୍ଦ ପତ୍ରୀଙ୍କୁ ଯୁଦ୍ଧବନ୍ଦୀ ଭାବେ ନୁହେଁ ବରଂ ଭାରତୀୟ ନାଗରିକ ବନ୍ଦୀ ଭାବେ ମୁକ୍ତ କରିବାକୁ ଚାହୁଁଥିଲେ । ଏହାର କାରଣ, "ଜେନେଭା ଆଇନ' ଅନୁଯାୟୀ କୌଣସି ଦେଶକୁ 12 ବର୍ଷରୁ ଅଧ‌ିକ ସମୟ ଧରି କୌଣସି "ଯୁଦ୍ଧବନ୍ଦୀ"କୁ ବନ୍ଦୀ କରିବା ପାଇଁ ଅନୁମତି ନାହିଁ । ଏହି କାରଣରୁ ଇସଲାମାବାଦରେ ଭାରତର ହାଇ କମିଶନର ଆନନ୍ଦ ପତ୍ରୀଙ୍କୁ ଭାରତୀୟ ନାଗରିକ ବନ୍ଦୀ ଭାବେ ଗ୍ରହଣ କରିନଥିଲେ । ଇସଲାମାବାଦରେ ଭାରତର ହାଇକମିଶନର କେବଳ ଆନନ୍ଦ ପତ୍ରୀଙ୍କୁ ଯୁଦ୍ଧବନ୍ଦୀ ଭାବେ ଗ୍ରହଣ କରିବେ ବୋଲି ଦର୍ଶାଇଥ‌ିବାରୁ, ସେହି ଦିନରୁ ଆନନ୍ଦ ପତ୍ରୀ ପାକିସ୍ତାନ ଜେଲରୁ ମୁକୁଳି ନାହାନ୍ତି ।

ପ୍ରକାଶ ଥାଉକି, 1965 ମସିହାରୁ ଓଡ଼ିଆ ଯବାନ ଆନନ୍ଦ ପତ୍ରୀ ( ଯଦି ସେ ଜୀବୀତ ଅଛନ୍ତି ) ପାକିସ୍ତାନ ଜେଲରେ ରହି ଅକଥନୀୟ ନିର୍ଯାତନା, ମାନସିକ ଯନ୍ତ୍ରଣା ତଥା ଦୁଃଖ କଷ୍ଟ ସହିଛନ୍ତି । ତେଣୁ ତାଙ୍କୁ ପାକିସ୍ତାନ ଜେଲରୁ ଯଥାଶୀଘ୍ର "ଯୁଦ୍ଧବନ୍ଦୀ" ଭାବରେ ମୁକ୍ତ କରିବାକୁ ସାଧାରଣରେ ଦାବି ହେଉଛି । ପରବର୍ତ୍ତୀ ଅବସ୍ଥାରେ ଆନନ୍ଦଙ୍କ ମୁକ୍ତ ହେବା ପ୍ରକ୍ରିୟା ଆରମ୍ଭ ହୋଇପାରି ନଥିଲା । ରାଜ୍ୟ ସରକାରଙ୍କ ପ୍ରାଶାସନିକ ଅଧିକାରୀ ତଥା ଓଏସଏସ କେ. ରବି କୁମାର ଅଣ୍ଡର ସେକ୍ରେଟାରୀ 2023 ଅଗଷ୍ଟ 3 ତାରିଖରେ ଚିଠି ମାଧ୍ୟମରେ ଭାରତ ସରକାରଙ୍କ ପ୍ରତିରକ୍ଷା ବିଭାଗ ଜଏଣ୍ଟ ସେକ୍ରେଟାରୀଙ୍କ ପ୍ରାକ୍ତନ ସେବାଧିକାରୀ ଉନ୍ନୟନ ବିଭାଗକୁ ଆନନ୍ଦ ପତ୍ରୀଙ୍କ ସମ୍ପର୍କରେ ସବିଶେଷ ତଥ୍ୟ ପ୍ରଦାନ ସହିତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଆବେଦନ କରିଥିଲେ ।

ମାନବାଧିକାର କର୍ମୀଙ୍କ ଉଦ୍ୟମ: ଏହି ସମ୍ବେଦନଶୀଳ ପ୍ରସଙ୍ଗରେ ଜାତୀୟ ମାନବାଧିକାର କର୍ମୀ ତଥା ଆଇନଜୀବୀ ରାଧାକାନ୍ତ ତ୍ରିପାଠୀ ଜାତୀୟ ମାନବାଧିକାର ଆୟୋଗଙ୍କଠାରେ ଗତ 2020ରେ ଏକ ମାମଲା ରୁଜୁ କରିଥିଲେ । ଏହି ମାମଲାରେ ଆୟୋଗ କେନ୍ଦ୍ର ବୈଦେଶିକ ବିଭାଗକୁ 8 ସପ୍ତାହ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଗତ 2021 ଜାନୁଆରୀ 20 ତାରିଖରେ ଆଦେଶ କରିଥିଲେ । ତେବେ ଏଥ‌ିରେ କିଛି ଅଗ୍ରଗତି ନ ହେବାରୁ ବାଧ୍ୟ ହୋଇ ପୁନର୍ବାର ଏନଏଚଆର୍‌ଏନ୍‌ସିଙ୍କ ଠାରେ ରାଧାକାନ୍ତ ତ୍ରିପାଠୀ 2023ରେ ଏକ ମାମଲା ରୁଜୁ କରିଥିଲେ । ଏହି ମାମଲାରେ ଜାତୀୟ ମାନବାଧିକାର ଆୟୋଗ ତାଙ୍କ ରାୟରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ସଚିବଙ୍କୁ ପୁନର୍ବାର ଉପରୋକ୍ତ ଆଦେଶ ଦେଇଥିଲେ ।

ଗୃହ ମନ୍ତ୍ରାଳୟକୁ NHRCର ନିର୍ଦ୍ଦେଶ: ପରବର୍ତ୍ତୀ ସମୟରେ କୌଣସି ସୁଫଳ ମିଳି ନଥିବାରୁ ପୁନର୍ବାର ଏନଏଚ୍ଆର୍‌ସି ଏହି ମାମଲାର ଶୁଣାଣି କରି 2024 ମାର୍ଚ୍ଚ 8 ତାରିଖ ଦିନ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ସଚିବଙ୍କୁ ଏହି ପ୍ରସଙ୍ଗରେ କି ପଦକ୍ଷେପ ନିଆଯାଇଛି ସେ ସମ୍ପର୍କରେ 2024 ଏପ୍ରିଲ 15 ତାରିଖ ସୁଦ୍ଧା ଜଣାଇବା ପାଇଁ କଡା ନିର୍ଦ୍ଦେଶ ଦେଇଛନ୍ତି । ତେଣୁ ଏହି ଆଦେଶ ପରେ ବନ୍ଦୀ ସୈନିକ ଆନନ୍ଦଙ୍କ ମୁକ୍ତି ପାଇଁ ଆଶା ସଞ୍ଚାର ହୋଇଥିବା କୁହାଯାଉଛି ।

ଦେଶ ପାଇଁ ଲଢ଼ି ପାକିସ୍ତାନ ହାତରେ ବନ୍ଦୀ ହେଲେ । ଲାହୋର ଜେଲର ଅନ୍ଧାରୀ କୋଠରୀରେ କାଟିଲେ ବନ୍ଦୀ ଜୀବନ । 6 ଦଶନ୍ଧି ପରେ ବି ମିଳୁନି ମୁକ୍ତି । ମୁକ୍ତି ଅପେକ୍ଷାରେ ଭଦ୍ରକ ମାଟିର ବୀର ଯବାନ ଆନନ୍ଦ । ଏପଟେ ବାପାଙ୍କୁ ବାଟେଇ ଦେଇଥିବା ସେତେବେଳର 7 ବର୍ଷର ପୁଅ, ବିଦ୍ୟାଧର ତାଙ୍କ ଫେରନ୍ତା ବାଟକୁ ଅନାଇ ବସିଛନ୍ତି । ପରିବାର ଏବଂ କଲ୍ୟାଣୀ ବାସିନ୍ଦାଙ୍କ କୋଳକୁ ପୁଣି ଥରେ ଫେରି ଆସିବେ କି "ଆନନ୍ଦ" !!!

ଇଟିଭି ଭାରତ, ଭଦ୍ରକ

Last Updated : Mar 16, 2024, 6:52 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.