ETV Bharat / state

ସାରଙ୍କୁ ଘାରିଥିଲା ୟୁଟ୍ୟୁବ ଫଲୋର୍ସ ନିଶା, ପ୍ରଶ୍ନପତ୍ର ଭାଇରାଲ କରି ସରକାରୀ ଶିକ୍ଷକ ଗିରଫ - Exam paper leak in YouTube

Exam paper leak in YouTube: ସାରଙ୍କୁ ଘାରିଥିଲା ୟୁଟ୍ୟୁବ ଫଲୋର୍ସ ନିଶା । ପ୍ରଶ୍ନପତ୍ର ଭାଇରାଲ କରି ଗିରଫ ହେଲେ ସରକାରୀ ଶିକ୍ଷକ । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Apr 6, 2024, 6:54 PM IST

Exam paper leak in YouTube
Exam paper leak in YouTube
ପ୍ରଶ୍ନପତ୍ର ଭାଇରାଲ କରି ସରକାରୀ ଶିକ୍ଷକ ଗିରଫ

ଭୁବନେଶ୍ବର: ଛାଡ଼ିଗଲା ସରକାରୀ ଶିକ୍ଷକଙ୍କ ୟୁଟ୍ୟୁବ ନିଶା । ମହଙ୍ଗା ପଡିଲା ସରକାରୀ ସ୍କୁଲ ପ୍ରଶ୍ନପତ୍ର ଲିକ୍ । ପ୍ରାଥମିକ ବିଦ୍ୟାଳୟର ଶିକ୍ଷକଙ୍କୁ ବାନ୍ଧିଲା ପୋଲିସ । ପ୍ରଥମରୁ ଅଷ୍ଟମ ଶ୍ରେଣୀର ବାର୍ଷିକ ପରୀକ୍ଷା ପ୍ରଶ୍ନପତ୍ରକୁ ଦୁଇ ଦିନ ପୂର୍ବରୁ ୟୁଟ୍ୟୁବରେ ଅପଲୋଡ କରି ଗିରଫ ହୋଇଛନ୍ତି ଯାଜପୁରର ଜଗନ୍ନାଥ କର । ଯିଏକି ଗୋପୀନାଥ ଜୀଉ ଅପର ପ୍ରାଇମେରୀ ସ୍କୁଲର ଶିକ୍ଷକ ଥିଲେ ।

ତେବେ ଭୁବନେଶ୍ବର ଡିସିପିଙ୍କ ସୂଚନା ମୁତାବକ ଗତ ୧୮ ମାର୍ଚ୍ଚରେ ସାଇବର ଥାନାରେ ଏକ ଅଭିଯୋଗ ହୋଇଥିଲା । ପ୍ରୋଜେକ୍ଟ ଡାଇରେକ୍ଟର ଓସେଫା ଅଭିଯୋଗ କରିଥିଲେ ଯେ ପରୀକ୍ଷା ପୂର୍ବରୁ ୟୁଟ୍ୟୁବରେ ପ୍ରଶ୍ନପତ୍ର ଭାଇରାଲ ହେଉଛି । ଏନେଇ ପୋଲିସ ତଦନ୍ତ ଆରମ୍ଭ କରିଥିଲା । ତଦନ୍ତରେ ଜଣାପଡିଥିଲା ସମୀର ଏଜୁକେସନ ନାମକ ଏକ ୟୁଟ୍ୟୁବ ଚ୍ୟାନେଲରେ ସମୀର ସାହୁ ଯିଏକି ରମ୍ଭା ଗଞ୍ଜାମ ଅଞ୍ଚଳର ସେ ମଧ୍ୟ ପ୍ରଶ୍ନପତ୍ର ଅପଲୋଡ କରିଥିଲେ । ୟୁଟ୍ୟୁବ ଚ୍ୟାନେଲ ଚଲାଉଥିବା ସମୀରଙ୍କ ଘରେ ରେଡ ପରେ ତାଙ୍କୁ ଗିରଫ କରିଥିଲା ପୋଲିସ । ଗତ ମାର୍ଚ୍ଚ ୩୦ରେ ତାଙ୍କୁ କୋର୍ଟ ଚାଲାଣ କରାଯାଇଥିଲା ।

ପରେ ସମୀର କହିଥିଲା ଯେ ଆଉ ଗୋଟେ ଚ୍ୟାନେଲ ପ୍ରୋ ଆନ୍ସର ନାମକ ଏକ ୟୁଟ୍ୟୁବ ଚ୍ୟାନେଲରେ ଏପରି ପ୍ରଶ୍ନ ଅପଲୋଡ ହୋଇଛି । ଯାହାକୁ ଯାଜପୁରର ଜଣେ ବ୍ୟକ୍ତି ଚଳାଇଥିଲେ । ଏହି ବ୍ୟକ୍ତି ଜଣକ ବୃତ୍ତିରେ ଜଣେ ଶିକ୍ଷକ ହୋଇଥିବା ବେଳେ ତାଙ୍କ ନାଁ ଜଗନ୍ନାଥ କର (୪୯) ବୋଲି ସମୀର କହିଥିଲେ । ଜଗନ୍ନାଥ ଗୋପୀନାଥ ଜୀଉ ଅପର ପ୍ରାଇମେରୀ ସ୍କୁଲରେ ପାଠ ପଢାଉଛନ୍ତି । ନିଜର ୟୁଟ୍ୟୁବରେ ଫଲୋର୍ସ ବଢ଼ାଇବା ପାଇଁ ନିଜ ସ୍ତ୍ରୀଙ୍କ ନାଁରେ ୟୁଟ୍ୟୁବ ଚ୍ୟାନେଲ ଖୋଲି ଏଥିରେ ପ୍ରଶ୍ନ‌ପତ୍ର ଅପଲୋଡ କରୁଥିଲେ । ଶିକ୍ଷକ ଜଗନ୍ନାଥ କର ସ୍କୁଲରୁ ପ୍ରଶ୍ନପତ୍ର ପାଇବା ମାତ୍ରେ ତୁରନ୍ତ ଏହାକୁ ଋତୁପର୍ଣ୍ଣା ପତିଙ୍କୁ ଦେଉଥିଲେ । ଯାହାକୁ ପରୀକ୍ଷା ପୂର୍ବରୁ ୟୁଟ୍ୟୁଵରେ ଆଲୋଚନା କରାଯାଉଥିଲା ।

ଏହା ବି ପଢନ୍ତୁ- ମାଟ୍ରିକ ଗଣିତ ପ୍ରଶ୍ନପତ୍ର ଭାଇରାଲ, ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ନଖେଳିବାକୁ ପରୀକ୍ଷାର୍ଥୀଙ୍କ ଅପିଲ୍

ଏକ୍ସକ୍ଲୁସିଭ ଇନଫରମେସନ ଆଗରୁ ଜଣାଇଲେ ଫଲୋର୍ସ ବଢ଼ିବେ ଚିନ୍ତାଧାରା ସହିତ ଏପରି କରୁଥିଲେ । ତେବେ ଏଭଳି କାରବାର ଜାଣିବା ପରେ ସରକାରୀ ଶିକ୍ଷକ ସହ ତାଙ୍କର ପତ୍ନୀଙ୍କୁ ଗିରଫ କରାଯାଇଛି । ଲିକ ହୋଇଥିବା ପେପର ସହ ଲ୍ୟାପଟପ୍ ଜବତ ହୋଇଛି । ତେବେ ଶିକ୍ଷକ ଥିବା ସମୟରେ ସ୍କୁଲର ପ୍ରଶ୍ନ‌ପତ୍ରକୁ ଦୁଇ ଦିନ‌ ପରୀକ୍ଷାର ପୂର୍ବରୁ ଲୁଚାଇ ଆଣି ଏପରି ୟୁଟ୍ୟୁବରେ ଲିକ କରାଉଥିଲେ ବୋଲି ପୋଲିସ କହିଛି । ପୋଲିସ ଏ ସମ୍ପର୍କରେ ଖବର‌ ପାଇବା ପରେ ସମ୍ପୃକ୍ତ ଶିକ୍ଷକ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଛି ।

ଆଇପିସିର ବିଭିନ୍ନ ଧର୍ତବ୍ୟ ଅପରାଧରେ ଗିରଫ କରିଛି । 420 IPC / 66(B)/65 IT ଆକ୍ଟରେ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ପୂର୍ବରୁ ଏହି ମାମଲାରେ ଜଣେ ଗିରଫ ହୋଇଥିଲା । ତେବେ ସୋସିଆଲ ମିଡିଆରେ ହିରୋ‌ ହେବାକୁ ସମସ୍ତଙ୍କୁ ଏବେ ଘାରିଛି ନିଶା । ରାତାରାତି ଫ୍ୟାନ ଫଲୋର୍ସ ବଢାଇ ଟଙ୍କା ରୋଜଗାର‌ ପାଇଁ ଚଳାଇଛନ୍ତି ପ୍ରୟାସ । ହେଲେ ଏହା ଯେ ଜଣକ ପାଇଁ କାଳ ସାଜିଛି ତାହା ଏହି ଘଟଣାରୁ ସାମ୍ନାକୁ ଆସିଛି । ୟୁଟ୍ୟୁବରେ ଭାଇରାଲ ହେବା ଆଶାରେ ଶିକ୍ଷକ ଜଣକ ଏବେ ଜେଲ ହାଜତକୁ ଆସିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.