ETV Bharat / state

ନିଶାମୁକ୍ତ ଭାରତ ଅଭିଯାନ: NCB ପକ୍ଷରୁ ବାଇକ ରାଲି - NCB Drug Dwareness drive

author img

By ETV Bharat Odisha Team

Published : Jun 23, 2024, 11:07 PM IST

NCB begins Drug Awareness: NCB ପକ୍ଷରୁ ଆଜି ଭୁବନେଶ୍ବରରେ ନିଶାମୁକ୍ତ ଭାରତ ଅଭିଯାନ କାର୍ଯ୍ୟକ୍ରମ କରାଯାଇଥିଲା । ଯେଉଁଥିରେ ଯୁବପୀଢିଙ୍କୁ ନିଶା ବିଷୟରେ ସଚେତନ କରିବା ପାଇଁ ବିଶାଳ ବାଇକ ରାଲି କରାଯାଇଛି । ଅଧିକ ପଢ଼ନ୍ତୁ,

NCB begins Drug Awareness
NCB begins Drug Awareness (NCB begins Drug Awareness)

ଭୁବନେଶ୍ବର: ଯୁବପୀଢିଙ୍କୁ ନିଶା କବଳରୁ ବଞ୍ଚାଇବା ପାଇଁ ଏନସିବିର ପଦକ୍ଷେପ । ଆଜି (ରବିବାର) ଭୁବନେଶ୍ବରରେ ଏନସିବି ପକ୍ଷରୁ ନିଶାମୁକ୍ତ ଭାରତ ଅଭିଯାନ କାର୍ଯ୍ୟକ୍ରମ କରାଯାଇଥିଲା । ଯେଉଁଥିରେ ଯୁବପୀଢିଙ୍କୁ ନିଶାର ଅପକାରିତା ବିଷୟରେ ସଚେତନ କରିବା ପାଇଁ ଏନସିବି ପକ୍ଷରୁ ଏକ ବାଇକ ରାଲି ଆୟୋଜନ କରାଯାଇଥିଲା । ଭୁବନେଶ୍ୱର ସହରରେ ବୁଲିଛି ଏହି ବାଇକ ରାଲି । 'ସେ ନୋ ଟୁ ଡ୍ରଗ୍ସ' ଅର୍ଥାତ ନିଶାଠୁ ଦୂରେଇ ରହିବା ବାର୍ତ୍ତା ନେଇ ଭୁବନେଶ୍ୱର କମିଶନରେଟ ପୋଲିସ କାର୍ଯ୍ୟାଳୟରୁ ବାହାରିଥିଲା ଏହି ବାଇକ ରାଲି । ପରେ ଧଉଳି ପର୍ଯ୍ୟନ୍ତ ଶୋଭାଯାତ୍ର କରି NCB କାର୍ଯ୍ୟଳୟରେ ପର୍ଯ୍ୟନ୍ତ ପହଞ୍ଚିଥିଲା‌ ।

ପୋଲିସ କମିଶନର କହିଛନ୍ତି ଯେ, ନିଶା ବିରୋଧରେ ପୋଲିସ ସଚେତନତା କରୁଛି । ଅନ୍ୟପଟେ ଧରା ପହଁରା ମଧ୍ୟ ଜାରି ରହିଛି । ବିଶେଷ କରି ଶିକ୍ଷିତ ଯୁବପୀଢି, ସ୍କୁଲ ଓ କଲେଜ ଛାତ୍ରଛାତ୍ରୀଙ୍କୁ ନିଶାଠୁ ଦୂରେଇ ରହିବାକୁ ପରାମର୍ଶ ଦିଆଯାଉଛି । ରାଜ୍ୟର ବିଭିନ୍ନ ଶିକ୍ଷାନୁଷ୍ଠାନଗୁଡ଼ିକରେ ଛାତ୍ରଛାତ୍ରୀମାନଙ୍କୁ ନିଶାସେବନରୁ ଦୂରେଇ ରହିବାକୁ ସଚେତନ କରାଯାଉଛି । ତେବେ ରାଜ୍ୟକୁ ନିଶାମୁକ୍ତ କରିବା ପାଇଁ ପୋଲିସ ପକ୍ଷରୁ ଜୋରଦାର ଅପରେସନ କରାଯାଉଛି । ନିଶା କାରବାରକୁ ରୋକିବା ନେଇ କିଭଳି ପଦକ୍ଷେପ ନିଆଯିବ ସେନେଇ ଆଲୋଚନା କରାଯାଉଛି । ଏଥିସହ ନବମ ଠାରୁ ଅଧିକ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ଉପରେ NCB ନଜର ରଖିଛି । ସେମାନଙ୍କ ବୟସରେ ନିଶା ପ୍ରତି ଆକୃଷ୍ଟ ହେବା ବହୁତ ସ୍ବାଭାବିକ ଥିବାବେଳେ ଡ୍ରଗ୍ସ ଫ୍ରି କ୍ୟାମ୍ପସ କରିବା ପାଇଁ ପୋଲିସ ପକ୍ଷରୁ ପ୍ରାୟାସ କରାଯାଉଛି ।

ଏହା ମଧ୍ୟ ପଢ଼ନ୍ତୁ.. ବଲାଙ୍ଗୀରରେ ବେଆଇନ କଫ ସିରଫ ଜବତ, ୩ ଅଭିଯୁକ୍ତ ଗିରଫ - Cough Syrup Bottles Seized

ଏଥିପାଇଁ ପ୍ରତି ସ୍କୁଲ ଓ କଲେଜରେ ଜଣେ ନୋଡାଲ ଅଫିସର ରଖାଯାଉଛି । ଯେଉଁମାନେ କି ଖବର ଦେବେ କେଉଁ ଯୁବପୀଢି ନିଶାଗ୍ରସ୍ତ ହେଉଛନ୍ତି ଏବଂ ସେ ନିଶା କେଉଁଠୁ ଆସୁଛି । ଆଖପାଖ କିଏ ନିଶା କାରବାର କରୁଛି ଏନେଇ ବିଶେଷ ନଜର ଦିଆଯାଉଛି । ଆଗାମୀ 6 ମାସ ପାଇଁ ଡ୍ରଗସ୍‌ ମୁକ୍ତ ଅଭିଯାନରେ କିପରି ଦୃଷ୍ଟାନ୍ତମୂଳକ ଫଳାଫଳ ଦେଖାଯିବ, ସେନେଇ ଧ୍ୟାନ ଦିଆଯାଉଛି । ତେବେ ପ୍ରତିବର୍ଷ ଜୁନ ୧୨ରୁ ଜୁନ ୨୬ତାରିଖ ଯାଏଁ ଦୁଇ ସପ୍ତାହ ଧରି ଡ୍ରଗସ୍‌ ସଚେତନତା ଭାବେ ପାଳନ କରାଯାଏ । ରାଜ୍ୟସ୍ତରରେ ମଧ୍ୟ ଏକ କମିଟି ଗଠନ କରାଯାଇ ନିଶାମୁକ୍ତ ଅଭିଯାନ ଉପରେ ସବୁସ୍ତରରେ ଧ୍ୟାନ ଦିଆଯାଉଛି । ଏଥିସହ ଧରପଗଡ ପାଇଁ NCB, STF, DRI, ପୋଲିସ ଓ ଅବକାରୀ ମଧ୍ୟ ନିଶା କାରବାର ଉପରେ କଠୋର ନଜର ରଖିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.