ETV Bharat / state

ପୋଡି ଯାଇଛି ପାଣି ମୋଟର, ଶୋଷରେ 300 ଗ୍ରାମବାସୀ ! - Drinking Water Problem - DRINKING WATER PROBLEM

Drinking Water Problem: ଜଗତସିଂହପୁର ଜିଲ୍ଲା ରଘୁନାଥ ପୁର ବ୍ଲକ ଅନ୍ତର୍ଗତ ରାଉତ ନୂଆଗାଁରେ ଉତ୍କଟ ପାନୀୟ ଜଳ ସମସ୍ୟା । ପାଣିଟାଙ୍କିର ମୋଟର ଆଜିକୁ ୧୦ଦିନ ହେଲା ପୋଡିଯାଇଥିବାରୁ 300 ଶହରୁ ଅଧିକ ଲୋକେ ପାଣି ପାଇଁ ନୟାନ୍ତ । ଅଧିକ ପଢନ୍ତୁ

300 ଶହ ଲୋକ ପିଇବା ପାଣି ପାଇଁ ଦହଗଞ୍ଜ
300 ଶହ ଲୋକ ପିଇବା ପାଣି ପାଇଁ ଦହଗଞ୍ଜ
author img

By ETV Bharat Odisha Team

Published : Mar 31, 2024, 9:35 AM IST

300 ଶହ ଲୋକ ପିଇବା ପାଣି ପାଇଁ ଦହଗଞ୍ଜ

ଜଗତସିଂହପୁର: ଖରାଦିନ ଆରମ୍ଭ ନହେଉଣୁ ଦେଖାଦେଲାଣି ଉତ୍କଟ ପାନୀୟ ଜଳ ସମସ୍ୟା । ଏଭଳି ସମସ୍ୟା ଦେଖାଦେଇଛି ଜଗତସିଂହପୁର ଜିଲ୍ଲା ରଘୁନାଥ ପୁର ବ୍ଲକ ଅନ୍ତର୍ଗତ ସଦେଇ ପୁର ପଞ୍ଚାୟତର ରାଉତ ନୂଆଗାଁରେ । କେନ୍ଦ୍ର ଓ ରାଜ୍ୟ ସରକାର ପ୍ରତ୍ୟେକ ପରିବାରକୁ ସ୍ବଚ୍ଛ ପାନୀୟ ଜଳ ଯୋଗାଇଦେବା ନିମନ୍ତେ ହଜାର ହଜାର କୋଟି ଟଙ୍କାର ଅନୁଦାନ ମଞ୍ଜୁର କରୁଥିବା ବେଳେ ବିଭାଗୀୟ ଅଧିକାରୀ ଓ ଠିକାଦାରଙ୍କ ମଧ୍ୟରେ ଅସାଧୁ ମେଣ୍ଟ ଯୋଗୁଁ ଅଧିକାଂଶ ପଞ୍ଚାୟତରେ ବସୁଧା ଯୋଜନା ବିଫଳ ହୋଇଛି । କେଉଁଠି ପାଇପ ଫାଟିଗଲାଣି ତ ଆଉ କେଉଁଠି ଟ୍ୟାପ ନଥୁବାରୁ ପାଣି ଅନବରତ ବୋହି ଚାଲିଛି । ଏଭଳି ସ୍ଥିତିରେ ରଘୁନାଥପୁର ବ୍ଲକ ଅନ୍ତର୍ଗତ ସାଦେଇପୁର ପଞ୍ଚାୟତର ରାଉତ ନୂଆଗାଁ ଗ୍ରାମରେ ଥ‌ିବା ପାଣିଟାଙ୍କିର ମୋଟର ଆଜିକୁ ୧୦ଦିନ ହେଲା ପୋଡି ଯାଇଥିଲେ ମଧ୍ୟ ବିଭାଗୀୟ ଅଧିକାରୀଙ୍କୁ ଏ ସମ୍ପର୍କରେ ବାରମ୍ବାର ଅଭିଯୋଗ କରାଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳୁ ନଥିବା ଗ୍ରାମବାସୀ ମାନେ କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ... ପିଇବା ପାଣି ସମସ୍ୟା, ରାସ୍ତା ଅବରୋଧ କଲେ ନାରାୟଣପୁର ଗ୍ରାମବାସୀ - Drinking Water Problem

ଫଳରେ ଲୋକେ ପିଇବା ପାଣି ପାଇଁ ବାରଦ୍ବାର ହେଉଛନ୍ତି । ଏହି ରାଉତ ନୂଆଗାଁ ଗ୍ରାମର ପାନୀୟ ଜଳ ପ୍ରକଳ୍ପର ବର୍ଷକ ମଧ୍ୟରେ ପ୍ରାୟ 5ଥର ମଟର ପୋଡି ଯାଉଥିବା କହିଛନ୍ତି ଗ୍ରମବାସୀ । ରକ୍ଷଣାବେକ୍ଷଣ ଅଭାବ ଯୋଗୁ ଏହିଭଳି ସମସ୍ୟା ଉପୁଜୁଥିବା ଲୋକେ କହିଛନ୍ତି । ଅପର ପକ୍ଷରେ ନିମ୍ନ ମାନର ମଟର ଲଗାଯାଉଥିବା ଅଭିଯୋଗ ଆଣିଛନ୍ତି ଖୋଦ ପାଣି ମିସ୍ତ୍ରୀ । ସେ କହିଛନ୍ତି ଯେ ପୁରୁଣା ମଟର ସାଙ୍ଗକୁ ବିଦ୍ୟୁତ ବିଭାଗର ଅବହେଳା ଯୋଗୁଁ ଏହିଭଳି ସମସ୍ୟା ସୃଷ୍ଟି ହେଉଛି । ସେହିପରି ରଘୁନାଥପୁର ବ୍ଲକର ଜଗନ୍ନାଥପୁର ଗ୍ରାମରେ ନିର୍ମାଣ କରାଯାଇଥିବା ପାଣିଟାଙ୍କି ନିମ୍ନମାନର ହୋଇଥିବାରୁ ଏହାର ସ୍ଥାୟିତ୍ବ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ରାଉତ ନୂଆ ଗାଁ ଅଞ୍ଚଳ ନୁହେଁ ଏହି ପଞ୍ଚାୟତରେ ପ୍ରାୟ 300 ଶହରୁ ଅଧିକ ଲୋକେ ପାଣି ପାଇଁ ନୟାନ୍ତ ହେଲେଣି ।

ଏହି ପଞ୍ଚାୟତରେ ଅଧିକାଂଶ ଲୋକେ ଦିନ ମଜୁରିଆ ହୋଇଥିବାରୁ ସେମାନଙ୍କ ପକ୍ଷରେ ବିଭାଗୀୟ ଅଧିକାରୀଙ୍କୁ ଭେଟିବା ସମ୍ଭବ ପର ହେଉନାହିଁ । ଫଳରେ ଗାଁ ଲୋକେ ବାରମ୍ବାର ସରପଞ୍ଚଙ୍କ ପାଖକୁ ଯାଇ ପାଣି ପାଇଁ ଆକୁଳ ନିବେଦନ କରୁଥିବା କହିଛନ୍ତି । ତେବେ ପଞ୍ଚାୟତ ପ୍ରତିନିଧି ବିଭାଗୀୟ ଅଧିକାରୀଙ୍କୁ ଦୀର୍ଘ 10 ଦିନ ହେବ ପାଣି ସମସ୍ୟା ନେଇ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳିପାରି ନାହିଁ । ସେହିପରି ଏହି ବ୍ଲକରେ ଅନେକ ସ୍ଥାନରେ ପାଣିଟାଙ୍କି ନିର୍ମାଣ କରାଯାଇ କାର୍ଯ୍ୟକ୍ଷମ କରାଯାଉନଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇଛି । ଏ ସମ୍ପର୍କରେ ଆମେ ବିଭାଗୀୟ ଅଧିକାରୀଙ୍କୁ ଯୋଗାଯୋଗ କରିବାରୁ ସେ ଏହାକୁ ଦିନେ ଦୁଇଦିନ ମଧ୍ୟରେ ସମାଧାନ କରାଯିବାକୁ ପ୍ରତିଶ୍ରୁତି ଦେଇଛନ୍ତି । ଏଣୁ ଏଥିପ୍ରତି ବିଭାଗୀୟ ଅଧିକାରୀ ଯତ୍ନବାନ ହେବା ସହ ଏହି ସମସ୍ୟାର ସ୍ଥାୟୀ ସମାଧାନ କରିବାକୁ ଦାବି ହୋଇଛି ।

ଇଟିଭି ଭାରତ, ଜଗତସିଂହପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.