ETV Bharat / state

ହୋଲିରେ ଅଘଟଣ, ଗାଧୋଉଥିବା ବେଳେ ନାବାଳକର ସଲୀଳ ସମାଧି - Death On Holi - DEATH ON HOLI

Death On Holi: ହୋଲିରେ ରଙ୍ଗ ଖେଳି ପୋଖରୀରେ ଗାଧୋଇବା ହେଲା କାଳ । ଜଗତସିଂହପୁରରେ ଜଣେ ନାବାଳାକ ମୃତ । ଅଧିକ ପଢନ୍ତୁ

Death On Holi
Death On Holi
author img

By ETV Bharat Odisha Team

Published : Mar 26, 2024, 10:50 PM IST

ହୋଲିରେ ଅଘଟଣ, ଗାଧୋଉଥିବା ବେଳେ ନାବାଳକର ସଲୀଳ ସମାଧି

ପାରାଦ୍ବୀପ: ରଙ୍ଗର ପର୍ବ ହୋଲିରେ ଘଟିଛି ଅଘଟଣ । ଖୁସିର ମାହୋଲ ଭିତରେ ଖେଳିଯାଇଛି ଦୁଃଖର ଘନ ବାଦଲ । ରଙ୍ଗ ଖେଳିବା ପରେ ପୋଖରୀରେ ଗାଧୋଉଥିବା ସମୟରେ ଅକାଳରେ ଆଖି ବୁଜିଛି ଜଣେ ନାବାଳକ । ଏଭଳି ଏକ ଦୁଃଖଦ ଘଟଣା ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଥାନା ଅନ୍ତର୍ଗତ କତକୁଲା ଗ୍ରାମରେ ଘଟିଛି । ଏହି ଗାଁର ଜୟନ୍ତ ସରକାରଙ୍କ 13 ବର୍ଷର ନାବାଳକ ପୁତ୍ର ହୋଲି ସାରି ଗାଧୋଇବାକୁ ଯାଉଥିବା ବେଳେ ଆଉ ଜୀବିତ ଫେରିନଥିଲା । ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

ଏହା ବି ପଢନ୍ତୁ- ହୋଲିରେ ଅଘଟଣ, ପାଣିରେ ବୁଡ଼ି ଛାତ୍ର ମୃତ

ଖବର ପାଇ କୁଜଙ୍ଗ ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହିତ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି । ମିଳିଥିବା ସୂଚନା ଅନୁସାରେ ଜିଲ୍ଲାର କୁଜଙ୍ଗ ଥାନା ଅନ୍ତର୍ଗତ କତକୁଲା ଗ୍ରାମର ଜୟନ୍ତ ସରକାରଙ୍କ ପୁଅ ରାଜଶେଖର ରାଉତ ହୋଲି ପାଇଁ ସାଙ୍ଗ ପିଲାମାନଙ୍କ ସହିତ ମିଶି ଫଗୁ ଖେଳିଥିଲା । ସାଙ୍ଗ ପିଲାମାନଙ୍କ ସହ ରଙ୍ଗ ଖେଳି ସାରିବା ପରେ ଗାଁ ପୋଖରୀକୁ ଗାଧୋଇବା ପାଇଁ ଯାଇଥିଲା । ସାଙ୍ଗ ପିଲାମାନଙ୍କ ସହ ଗାଧୋଇବା ସମୟରେ ହଠାତ ପାଣିରେ ବୁଡି ଯାଇଥିଲା । ପିଲାଟି ପାଣିରେ ବୁଡି ଯାଉଥିବା ଦେଖି ସାଥି ପିଲାମାନେ ଚିତ୍କାର କରିଥିଲେ ।

ଏହା ବି ପଢନ୍ତୁ- ମଉଳି ଗଲା ହୋଲି ମାହୋଲ, ନଦୀରେ ବୁଡ଼ି ଯୁବକ ମୃତ

ଏହାପରେ କିଛି ଦୂରରେ ଗାଧୋଉଥିବା ଲୋକ ଚିତ୍କାର ଶୁଣି ପିଲାଟିକୁ ଉଦ୍ଧାର କରିବା ପରେ ତାଙ୍କୁ ପ୍ରଥମେ ଅଠରବାଙ୍କୀ ସ୍ଥିତ ବିଜୁ ମେମୋରିଆଲ ହସ୍ପିଟାଲକୁ ନେଇଥିଲେ । ସେଠାରେ ଡାକ୍ତର ନାବାଳକକୁ ମୃତ ଘୋଷଣା କରିଥିଲେ । ଏହି ଘଟଣା ପ୍ରଘଟ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ହୋଲିରେ ଏହି ଘଟଣା ବାଲେଶ୍ବର ଜିଲ୍ଲା ସୋର, କଟକ ସାଲେପୁର ଓ ଢେଙ୍କାନାଳର କଦଳୀପାଳ ଗ୍ରାମରେ ମଧ୍ୟ ଘଟିଛି । ହୋଲି ଖେଳି ପୋଖରୀକୁ ଗାଧୋଇବାକୁ ଯାଇଥିବା ସମୟରେ ଜିଲ୍ଲାରୁ ଜଣେ ଲେଖାଏଁ ମୋଟ 3 ଜଣଙ୍କର ମୃତ୍ୟୁ ଘଟିଛି ।

କଟକ ଜିଲ୍ଲା ସାଲେପୁର ଥାନା ଛାଣିପୁର ଗ୍ରାମର ସରୋଜ କୁମାର ଦାସଙ୍କ ପୁଅ ଆଶିଷ କୁମାର ଦାସ ସାଙ୍ଗ ମାନଙ୍କ ସହ ହୋଲି ଖେଳିସାରି ପାଖ ଗାଁ କରମୁଆଁ ପୋଖରୀକୁ ଗାଧୋଇବାକୁ ଯାଇଥିଲେ । ପୋଖରୀରେ ଗୋଡ଼ ଖସି ଯାଇଥିଲା । ଏହାପରେ ପାଣିରେ ବୁଡିଯିବାରୁ ତାଙ୍କର ମୃତ୍ୟୁ ଘଟିଛି । ସେହିପରି ଢେଙ୍କାନାଳ ଜିଲ୍ଲା ରାସୋଳ ଥାନା ଅନ୍ତର୍ଗତ କଦଳୀପାଳ ଗ୍ରାମରେ କିଛି ଯୁବକ ସାପୁଆ ନଦୀକୁ ଗାଧୋଇବାକୁ ଯାଇଥିଲେ । ସେଠାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି ।

ଇଟିଭି ଭାରତ, ଜଗତସିଂହପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.