ETV Bharat / state

ମାଟ୍ରିକ ପରୀକ୍ଷାରେ ତ୍ରୁଟି ! ଇଂରାଜୀ ପରେ ଭାଇରାଲ ହେଲା ଗଣିତ ପ୍ରଶ୍ନପତ୍ର

Mathematics question paper leaked in Matric Exam: ଜାରି ରହିଛି ଦଶମ ଶ୍ରେଣୀ ପରୀକ୍ଷା । ଇଂରାଜୀ ପରେ ଭାଇରାଲ ହେଲା ଗଣିତ ପ୍ରଶ୍ନପତ୍ର । ଅଧିକ ପଢନ୍ତୁ,

author img

By ETV Bharat Odisha Team

Published : Feb 26, 2024, 12:53 PM IST

Updated : Feb 26, 2024, 1:32 PM IST

ଗଣିତ ପ୍ରଶ୍ନପତ୍ର ଲିକ
Mathematics question paper leaked

କେନ୍ଦୁଝର: ପୁଣି ଭାଇରାଲ ହେଲା ଦଶମ ଶ୍ରେଣୀ ପରୀକ୍ଷା ପ୍ରଶ୍ନପତ୍ର । ଇଂରାଜୀ ପରେ ଲିକ ହେଲା ଗଣିତ ପ୍ରଶ୍ନପତ୍ର । ପରୀକ୍ଷା ଆରମ୍ଭ ହେବାର କିଛି ସମୟ ପରେ ସାମାଜିକ ଗଣମାଧ୍ୟମରେ ଘୁରି ବୁଲୁଛି ପ୍ରଶ୍ନ ପତ୍ର ଏଵଂ ଉତ୍ତର । କେନ୍ଦୁଝର ଜିଲ୍ଲାରେ ଗଣିତ ପ୍ରଶ୍ନପତ୍ର ଭାଇରାଲ ହୋଇଥିବା ଅଭିଯୋଗ ହୋଇଛି । ପରୀକ୍ଷା ଶେଷ ପରେ ଏହା ସଠିକ ପ୍ରଶ୍ନପତ୍ର ନା ନାହିଁ ତାହାର ସତ୍ୟାସତ୍ୟ ସାମ୍ନାକୁ ଆସିବ ।

କିଛିଦିନ ପୂର୍ବରୁ କେନ୍ଦୁଝରରେ ଇଂରାଜୀ ପ୍ରଶ୍ନପତ୍ର ଭାଇରାଲ୍ ହୋଇଥିବା ଘଟଣା ସାମ୍ନାକୁ ଆସିଥିଲା । ଯାହାକୁ ବୋର୍ଡ କର୍ତ୍ତୃପକ୍ଷ ଖଣ୍ଡନ କରିଥିଲେ । ଏନେଇ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ତାଙ୍କ ପ୍ରତିକ୍ରିୟା ମିଳି ପାରିନାହିଁ। ଏହାରି ମଧ୍ୟରେ ପୁଣି ଗଣିତ ପ୍ରଶ୍ନପତ୍ର ଭାଇରାଲ ହେବା ଖବର ସାମ୍ନାକୁ ଆସିଛି । କଡା ସୁରକ୍ଷା ମଧ୍ୟରେ ପରୀକ୍ଷା କରାଯାଉଥିବା ବେଳେ କେମିତି ପ୍ରଶ୍ନପତ୍ର ସୋସିଆଲ ମିଡିଆରେ ଭାଇରାଲ ହେଉଛି ତାହାକୁ ନେଇ ପ୍ରଶ୍ନ ଉଠିଛି ।

ଏହା ମଧ୍ୟ ପଢନ୍ତୁ-ମାଟ୍ରିକ ପ୍ରଶ୍ନପତ୍ର ଲିକ ଘଟଣା, ଗଣଶିକ୍ଷା ମନ୍ତ୍ରୀଙ୍କ ବିରୋଧରେ ଏବିଭିପିର ଗର୍ଜନ

ପରୀକ୍ଷା କେନ୍ଦ୍ରରେ ଛୋଟ ଛୋଟ ତ୍ରୁଟି AI ନଜରରେ ରହିଛି । AIର କଡ଼ା ନଜର ସତ୍ତ୍ୱେ ମଧ୍ୟ ମାଟ୍ରିକ୍ ପ୍ରଶ୍ନପତ୍ର ଲିକ୍ ହୋଇଥିବା ଅଭିଯୋଗ ହେଉଛି । ଆଜି ପରୀକ୍ଷାର୍ଥୀ ଗଣିତ ବିଷୟରେ ପରୀକ୍ଷା ଦେଇଥିବା ବେଳେ ପ୍ରଶ୍ନପତ୍ର ଓ ତାର ଉତ୍ତର ପରୀକ୍ଷା ଆରମ୍ଭ ପୂର୍ବରୁ ସୋସିଆଲ ମିଡିଆରେ ଘୁରି ବୁଲୁଥିବା ଅଭିଯୋଗ ହୋଇଛି ।

ଇଂରାଜୀ ପ୍ରଶ୍ନପତ୍ର ଲିକ୍ ହେବା ପ୍ରସଙ୍ଗକୁ ନେଇ ପ୍ରଦେଶ ଛାତ୍ର କଂଗ୍ରେସ ଓ ଏବିଭିପି ରାଜ୍ୟ ସରକାରଙ୍କୁ ତିବ୍ର ସମାଲୋଚନା କରିଥିଲେ । ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାରାଣ୍ଡିଙ୍କ ଇସ୍ତଫା ଦାବି କରି ଗତକାଲି(ରବିବାର) ଅପରାହ୍ନରେ ମନ୍ତ୍ରୀଙ୍କ ସରକାରୀ ବାସଭବନକୁ ଘେରାଉ କରିଥିଲା ଛାତ୍ର କଂଗ୍ରେସ । ଏହାସହ ଛାତ୍ର କଂଗ୍ରେସ ପକ୍ଷରୁ ଗଣଶିକ୍ଷା ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କର କୁଶପୁତ୍ତଳିକା ଦାହ କରାଯାଇଥିଲା । ସେହିପରି ସୁଦାମ ମାରାଣ୍ଡିଙ୍କ ସରକାରୀ ବାସଭବନ ସମ୍ମୁଖରେ ଏବିଭିପି ଛାତ୍ର ସଂଗଠନର ବିକ୍ଷୋଭ ପ୍ରଦର୍ଶନ କରିଥିଲା । ପ୍ରତ୍ୟେକ ବର୍ଷ ସମୟ ଆଗରୁ ପ୍ରଶ୍ନ ପତ୍ର ଖୋଲା ଯାଉଛି, ପରୀକ୍ଷା ହଲରେ ପରୀକ୍ଷାର୍ଥୀଙ୍କୁ ପ୍ରଶ୍ନପତ୍ର ଦିଆଯାଉଛି । ହେଲେ ପରୀକ୍ଷା ପୂର୍ବରୁ ପ୍ରଶ୍ନ ପତ୍ର ଲିକକୁ ନେଇ ଶାସକ ଦଳର ହାତ ରହିଥିବା ଏବିଭିପି ଅଭିଯୋଗ ଆଣିଥିଲା ।

ଇଟିଭି ଭାରତ, କେନ୍ଦୁଝର

Last Updated : Feb 26, 2024, 1:32 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.