ETV Bharat / state

ଦାଣ୍ଡିଆପାଲି ଡବଲ ମର୍ଡର ଘଟଣା, ହତ୍ୟାକାରୀକୁ ଆଜୀବନ ଜେଲ - double murder case - DOUBLE MURDER CASE

Double Murder Case: 2015 ମସିହାରେ ଘଟିଥିବା ସୁନ୍ଦରଗଡ ଜିଲ୍ଲା ଦାଣ୍ଡିଆପାଲିର ଚର୍ଚ୍ଚିତ ଡବଲ ମର୍ଡର ଘଟଣାର ପ୍ରକାଶ ପାଇଲା ରାୟ । ଆସାମୀ ମନୋଜ କୁମାର ଓରଫ ରାଜୁକୁ ଆଜୀବନ କାରାଦଣ୍ଡ ଶୁଣାଇଲେ ଜିଲ୍ଲା ଦୌରା ଜଜ । ଅଧିକ ପଢ଼ନ୍ତୁ

Double Murder Case
Double Murder Case
author img

By ETV Bharat Odisha Team

Published : Apr 17, 2024, 7:38 AM IST

Updated : Apr 17, 2024, 11:21 AM IST

Double Murder Case

ରାଉରକେଲା: ୯ ବର୍ଷ ତଳେ ସୁନ୍ଦରଗଡ ଜିଲ୍ଲା ଦାଣ୍ଡିଆପାଲିରେ ଘଟିଥିବା ଡବଲ ମର୍ଡର ଘଟଣାର ପ୍ରକାଶ ପାଇଲା ରାୟ । ଗୁଣିଗାରେଡି ସନ୍ଦେହରେ ବୃଦ୍ଧ ଦମ୍ପତିଙ୍କୁ କରାଯାଇଥିଲା ହତ୍ୟା । ଏହି ହତ୍ୟା ମାମଲାର ବିଚାର କରି ଗତକାଲି(ମଙ୍ଗଳବାର) ରାଉରକେଲା ଅତିରିକ୍ତ ଜିଲ୍ଲା ଦୌରାଜଜ ଅଭିଯୁକ୍ତ ମନୋଜ କୁମାର ରାଜୁକୁ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ।

ଏହି ହତ୍ୟାକାଣ୍ଡ ୯ ବର୍ଷ ତଳର ଘଟଣା । 2015 ମସିହାର ସୁନ୍ଦରଗଡ ଜିଲ୍ଲାର ଦାଣ୍ଡିଆପାଲିରେ ରହୁଥିଲେ କାଳିଆ ପାନ୍ନା ଓ ତାଙ୍କ ପତ୍ନୀ ପୁନିଆ ପାନ୍ନା । ତେବେ ସେହି ଗାଁରେ ରହୁଥିବା ରାଜୁ ପାନ୍ନାକୁ କିଛି ଦିନ ହେଲା ଜ୍ଵର ହେଉଥିବା ବେଳେ ଜ୍ୱର ଭଲ ହେଉନଥିଲା । ଏନେଇ ରାଜୁ ଗାଁର କାଳିଆ ଓ ପୁନିଆ ଗୁଣିଗାରେଡି କରୁଥିବାରୁ ତା' ଜ୍ଵର ଭଲ ହେଉନାହିଁ ବୋଲି ଭାବିଥିଲା । ଫଳରେ ଅନ୍ଧବିଶ୍ଵାସର ବଶବର୍ତ୍ତୀ ହୋଇଥିବା ରାଜୁ ବୃଦ୍ଧ ଦମ୍ପତିଙ୍କୁ ରାସ୍ତାରୁ ହଟାଇବା ଲାଗି ଯୋଜନା କରିଥିଲା । ୨୦୧୫ ମସିହା ଜୁନ ମାସ ୧୫ ତାରିଖରେ ଗରମ ହେଉଥିବାରୁ ସ୍ବାମୀ-ସ୍ତ୍ରୀ ସନ୍ଧ୍ୟା ସମୟରେ ଘର ବାରଣ୍ଡାରେ ଦୁଇଟି ଖଟିଆରେ ଶୋଇଥିଲେ । ଏହି ସମୟରେ ରାଜୁ ଏକ ଟାଙ୍ଗିଆ ନେଇ ହଠାତ ସେମାନଙ୍କୁ ଅତର୍କିତ ଭାବରେ ଆକ୍ରମଣ କରିଥିଲା । ଅତି ନୃଶଂସ ଭାବେ ଦମ୍ପତିଙ୍କୁ ଟାଙ୍ଗିଆରେ ହାଣି ରାଜୁ ହତ୍ୟା କରିଥିଲା । ଏହି ଘଟଣା ସେତେବେଳେ ରାଉରକେଲା ସହରରେ ଚହଳ ପକାଇଥିଲା ।

ଏହା ମଧ୍ୟ ପଢନ୍ତୁ-ବହୁଚର୍ଚ୍ଚିତ ଖଣ୍ଡଗିରି ଟ୍ରିପଲ ମର୍ଡର ଘଟଣା: ଅଭିଯୁକ୍ତ ଫାର୍ମାସିଷ୍ଟକୁ ଆଜୀବନ ଜେଲ

ଏହି ଘଟଣା ଘଟାଇ ରାଜୁ ସେଠାରୁ ଚମ୍ପଟ ମାରିଥିଲା । ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ଦମ୍ପତିଙ୍କ ମୃତଦେହ ଜବତ କରିବା ସହ ତଦନ୍ତ ଆରମ୍ଭ କରିଥିଲା । ଗୁଣିଗାରେଡି ସନ୍ଦେହରେ ସେମାନଙ୍କୁ ହତ୍ୟା କରାଯାଇଥିବା ପୋଲିସ୍ ତଦନ୍ତରୁ ଜାଣିବାକୁ ପାଇଥିଲା । ଏନେଇ ଦଫା ୩୦୨/ ୪ ଗୁଣିଗାରେଡି ନିରୋଧ ଆଇନ ବଳରେ ମାମଲା ରୁଜୁ କରି ଫେରାର ଥିବା ରାଜୁକୁ ପୋଲିସ୍ ଧରି କୋର୍ଟ ଚାଲାଣ କରିଥିଲା । କୋର୍ଟରେ ତା'ର ଜାମିନ ନାମଞ୍ଜୁର ହେବାରୁ ତାକୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିଲା ।

ଏହି ମାମଲାର ବିଚାର ଅତିରିକ୍ତ ଜିଲ୍ଲା ଦୌରାଜଜ (ଦ୍ଵିତୀୟ) ମନୋଜ କୁମାର ଓରଫ୍ ରାଜୁକୁ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ଏହାସହ ୫ ହଜାର ଟଙ୍କା ଜରିମାନା ଓ ଏହା ଅନାଦେୟ ହେଲେ ୧ ବର୍ଷ ଅଧିକ ସଶ୍ରମ କାରାଦଣ୍ଡ ଆଦେଶ ଦେଇଛନ୍ତି । ସେହିପରି ସେକ୍ସନ୍-୪ ଅନୁଯାୟୀ ତିନି ବର୍ଷ ସଶ୍ରମ କାରାଦଣ୍ଡ ଏବଂ ଏକ ହଜାର ଟଙ୍କା ଜରିମାନା ନିର୍ଦ୍ଦେଶ ଦେଇଛନ୍ତି । ଜରିମାନା ଅନାଦେୟ ତିନି ମାସ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ୧୦ ଜଣ ସାକ୍ଷୀ ଓ ତଦନ୍ତ ରିପୋର୍ଟକୁ ଆଧାର କରି ବିଚାରପତି ଏହି ରାୟ ଶୁଣାଇଛନ୍ତି ।

ଇଟିଭି ଭାରତ, ରାଉରକେଲା

Last Updated : Apr 17, 2024, 11:21 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.