ETV Bharat / state

ଉଷୁନା ଚାଉଳରେ ମହାପ୍ରସାଦ ପ୍ରସ୍ତୁତି ପ୍ରସଙ୍ଗ; କାର୍ଯ୍ୟନୁଷ୍ଠାନ ଦାବି କଲା ଶ୍ରୀଜଗନ୍ନାଥ ସଂସ୍କୃତି ସୁରକ୍ଷା ଅଭିଯାନ

author img

By ETV Bharat Odisha Team

Published : Feb 9, 2024, 11:04 PM IST

Mahaprasad prepare Boiled Rice: ଶ୍ରୀଜଗନ୍ନାଥ ସଂସ୍କୃତି ସୁରକ୍ଷା ଅଭିଯାନର ପୁରୀ ଜିଲ୍ଲା ସଂଯୋଜକ ଉମା ଶଙ୍କର ଆଚାର୍ଯ୍ୟ କହିଛନ୍ତି ମହାପ୍ରଭୁ ଶ୍ରୀଜଗନ୍ନାଥ ହେଉଛନ୍ତି କୋଟି କୋଟି ଲୋକଙ୍କ ଆସ୍ଥାର ପ୍ରତୀକ । ଜଗନ୍ନାଥ ମନ୍ଦିରର ସ୍ଵତନ୍ତ୍ର ପରମ୍ପରା ରହିଛି । ଅରୁଆ ଚାଉଳରେ ମହାପ୍ରଭୁଙ୍କ ମହାପ୍ରସାଦ ପ୍ରସ୍ତୁତ ହୋଇଥାଏ । ଅଧିକ ପଢନ୍ତୁ

ଉଷୁନା ଚାଉଳରେ ମହାପ୍ରସାଦ ପ୍ରସ୍ତୁତି ପ୍ରସଙ୍ଗ; କାର୍ଯ୍ୟନୁଷ୍ଠାନ ଦାବି କଲା ଶ୍ରୀଜଗନ୍ନାଥ ସଂସ୍କୃତି ସୁରକ୍ଷା ଅଭିଯାନ
ଉଷୁନା ଚାଉଳରେ ମହାପ୍ରସାଦ ପ୍ରସ୍ତୁତି ପ୍ରସଙ୍ଗ; କାର୍ଯ୍ୟନୁଷ୍ଠାନ ଦାବି କଲା ଶ୍ରୀଜଗନ୍ନାଥ ସଂସ୍କୃତି ସୁରକ୍ଷା ଅଭିଯାନ
ଉଷୁନା ଚାଉଳରେ ମହାପ୍ରସାଦ ପ୍ରସ୍ତୁତି ପ୍ରସଙ୍ଗ; କାର୍ଯ୍ୟନୁଷ୍ଠାନ ଦାବି କଲା ଶ୍ରୀଜଗନ୍ନାଥ ସଂସ୍କୃତି ସୁରକ୍ଷା ଅଭିଯାନ

ପୁରୀ: ଅର୍ପଣ ରଥରୁ ସଂଗୃହିତ ଉଷୁନା ଚାଉଳରୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମହାପ୍ରସାଦ ପ୍ରସ୍ତୁତ କରି ଭକ୍ତଙ୍କୁ ବଣ୍ଟାଯିବ ଯିବା ଘଟଣାକୁ ନେଇ ସାରା ଓଡ଼ିଶାରେ ବିରୋଧ ବଢିବାରେ ଲାଗିଛି । ଏହି ପରମ୍ପରା ବିରୋଧୀ ନୀତିକୁ କଡା ବିରୋଧ କରିଛି ଶ୍ରୀଜଗନ୍ନାଥ ସଂସ୍କୃତି ସୁରକ୍ଷା ଅଭିଯାନ । ସଂଗଠନ ପକ୍ଷରୁ ପୁରୀରେ ଏକ ପ୍ରେସମିଟ କରି ଏହି କଡା ସମାଲୋଚନା କରାଯାଇଛି । ସେହିପରି ଅର୍ପଣ ରଥ ଚାଉଳ ବିକ୍ରୀ କରି ଟଙ୍କାକୁ ଶ୍ରୀମନ୍ଦିର ପାଣ୍ଠିରେ ରଖି କୋଠ ଭୋଗରେ ଲଗାଇବାକୁ ସେବାୟତ ପ୍ରସ୍ତାବ ଦେଇଛନ୍ତି।

ଶ୍ରୀଜଗନ୍ନାଥ ସଂସ୍କୃତି ସୁରକ୍ଷା ଅଭିଯାନର ପୁରୀ ଜିଲ୍ଲା ସଂଯୋଜକ ଉମା ଶଙ୍କର ଆଚାର୍ଯ୍ୟ କହିଛନ୍ତି ମହାପ୍ରଭୁ ଶ୍ରୀଜଗନ୍ନାଥ ହେଉଛନ୍ତି କୋଟି କୋଟି ଲୋକଙ୍କ ଆସ୍ଥାର ପ୍ରତୀକ। ଜଗନ୍ନାଥ ମନ୍ଦିରର ସ୍ଵତନ୍ତ୍ର ପରମ୍ପରା ରହିଛି। ଅରୁଆ ଚାଉଳରେ ମହାପ୍ରଭୁଙ୍କ ମହାପ୍ରସାଦ ପ୍ରସ୍ତୁତ ହୋଇଥାଏ। କିନ୍ତୁ ଦୁର୍ଭାଗ୍ୟର ବିଷୟ ଅର୍ପଣ ରଥରୁ ସଂଗୃହିତ ବାର ମିଶା ତଥା ଉଷୁନା ଚାଉଳରୁ ମହାପ୍ରସାଦ ପ୍ରସ୍ତୁତ ହୋଇ ଭକ୍ତଙ୍କୁ ବଣ୍ଟାଗଲା। ଯାହା ଜଗନ୍ନାଥ ସଂସ୍କୃତିକୁ କୁଠାର ଘାତ। ଏହା ପଛରେ ଯାହାର ହାତ ରହିଛି ତାଙ୍କ ବିରୋଧ ସରକାର କଠୋର କାର୍ଯ୍ୟାନୁଷ୍ଠାନ ନିଅନ୍ତୁ । ନ ହେଲେ ଆଗାମୀ ଦିନରେ ସରକାରଙ୍କ ବିରୋଧରେ ପୁର ପଲ୍ଲୀରେ ଜନ ଆନ୍ଦୋଳନ ହେବ । ସେଥିପାଇଁ ସରକାର ଦାୟୀ ରହିବେ ।

ଅଧିକ ପଢନ୍ତୁ- ମହାପ୍ରଭୁଙ୍କ ପାଖରେ ଲାଗି ହେଲା ଅର୍ପଣ ରଥ ଚାଉଳରୁ ପ୍ରସ୍ତୁତ ଭୋଗ, ଭକ୍ତଙ୍କୁ ବଣ୍ଟାଗଲା ପ୍ରସାଦ

ସେହିପରି ସଂଗଠନ କହିଛି ଜଣେ ଗୋମାଂସ ଭକ୍ଷଣକାରୀ ମହିଳାଙ୍କୁ ଆଣି ଶ୍ରୀମନ୍ଦିରରେ ପ୍ରଵେଶ କରାଯାଇ ମହାପ୍ରସାଦ ପ୍ରଚାର କରାଇବା ଅତ୍ୟନ୍ତ ଦୁଃଖର ବିଷୟ। ମହାପ୍ରଭୁଙ୍କୁ ବସାଇ ଗାଡି ବୁଲାଯାଇ ଘର ଘର ଚାଉଳ ଭିକ୍ଷା କରିବା ଅତ୍ୟନ୍ତ ନିନ୍ଦନୀୟ। ଏହାକୁ ନେଇ କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କୁ କଷ୍ଟ ଦେଇଛି। ଉଷୁନା ଚାଉଳରୁ ମହାପ୍ରସାଦ ପ୍ରସ୍ତୁତ ତୁରନ୍ତ ବନ୍ଦ କରାନଗଲେ ଆଗାମୀ ଦିନରେ କଡ଼ା ବିରୋଧ ହେବ ବୋଲି ଚେତାବନୀ ଦେଇଛି ଶ୍ରୀଜଗନ୍ନାଥ ସଂସ୍କୃତି ସୁରକ୍ଷା ଅଭିଯାନ ।

ସେପଟେ ଅର୍ପଣ ରଥରୁ ସଂଗୃହିତ ବାରମିଶା ଚାଉଳ ମହାପ୍ରସାଦ ପ୍ରସ୍ତୁତ କରିବାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ବରିଷ୍ଠ ଦଇତାପତି ସେବକ ବିନାୟକ ଦାସ ମହାପାତ୍ର। ଏହା ସମ୍ପୂର୍ଣ୍ଣ ଭୁଲ। ଏହାକୁ ନେଇ ବାଦ ବିବାଦ ବଢିବାରେ ଲାଗିଛି। ଏଣୁ ଏହାକୁ ବନ୍ଦ କରିବା ପାଇଁ ହେଲେ ସରକାର ଏହି ଅର୍ପଣ ଚାଉଳ କୁ ବିକ୍ରୀ କରିଦିଅନ୍ତୁ। ଏହି ବିକ୍ରୀରୁ ସଂଗୃହିତ ଅର୍ଥକୁ ଶ୍ରୀ ମନ୍ଦିର ପାଣ୍ଠିରେ ରଖି ସେହି ଅର୍ଥରୁ ମହାପ୍ରଭୁଙ୍କ ପାଇଁ ଦୈନନ୍ଦିନ ଅନୁଷ୍ଠିତ ହେଉଥିବା କୋଠ ଭୋଗ ଅନୁଷ୍ଠିତ ହେଉ। ଏହା ଫଳରେ ଆଉ ବାଦ ବିବାଦ ହେବ ନାହିଁ। ଭକ୍ତ ଦାନ ଅର୍ଥରେ ମହାପ୍ରଭୁଙ୍କ ଭୋଗ ଲାଗି ପାରିବ। ସରକାର ଏହା ତୁରନ୍ତ କରିବାକୁ ବରିଷ୍ଠ ସେବାୟତ ବିନାୟକ ଦାସ ମହାପାତ୍ର କହିଛନ୍ତି।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.