ETV Bharat / state

ଡ୍ରୋଜର ଲଗାଇ ଉଚ୍ଛେଦ ସମୟରେ ରଣକ୍ଷେତ୍ର ପାଲଟିଲା କୋଣାର୍କ - Protest Against Konark NAC

author img

By ETV Bharat Odisha Team

Published : Mar 31, 2024, 3:57 PM IST

Konark NAC: କୋଣାର୍କ ଏନଏସି ପ୍ରସାଶନ ମାର୍କେଟ ବିଲ୍ଡିଂରେ ଜଣେ ଜମି ମାଲିକ ଟାଙ୍କି ନିର୍ମାଣ କପରୁଥିବା ବେଳେ ଏହାକୁ ଉଚ୍ଛେଦ କରିଥିଲା କୋଣାର୍କ ଏନଏସି । ଯାହାକୁ ନେଇ ଜମି ମାଲିକ ଓ ଏନଏସି କର୍ମଚାରୀଙ୍କ ମଧ୍ୟରେ ଠେଲାପେଲା । ଅଧିକ ପଢ଼ନ୍ତୁ

କୋଣାର୍କ ଏନଏସି
କୋଣାର୍କ ଏନଏସି
କୋଣାର୍କ ଏନଏସି

ନିମାପଡ଼ା: କୋଣାର୍କ ଏନଏସି ପ୍ରଶାସନ ମାର୍କେଟ ବିଲ୍ଡିଂରେ ନିର୍ମାଣଧୀନ ଟାଙ୍କିକୁ ଡ୍ରୋଜର ଲଗାଇ ଉଚ୍ଛେଦ ବେଳେ ତୁମୁଳକାଣ୍ଡ । ମୁହାଁମୁହିଁ ହେଲେ ଜମି ମାଲିକ ଓ ଏନଏସି କର୍ମଚାରୀ । ହାଇକୋର୍ଟ ଆଦେଶକୁ ଉଲ୍ଲଘଂନ ଓ ସ୍ଥିତିବାନ ଜମି ନେଇ ଜମି ମାଲିକ ଏହି ଉଚ୍ଛେଦକୁ ବିରୋଧ କରିଛନ୍ତି । ସେପଟେ ଏନଏସି କର୍ମଚାରୀଙ୍କୁ ଆକ୍ରମଣ କରିବାରୁ ଏହି ଘଟଣାରେ ଜମି ମାଲିକକୁ ଉଠାଇ ଆଣି ମାମଲା ରୁଜୁ କରିଛି କୋଣାର୍କ ପୋଲିସ ।

ସୂଚନା ଅନୁସାରେ, କୋଣାର୍କ ଏନଏସି ପ୍ରଶାସନ ମାର୍କେଟ ବିଲ୍ଡିଂରେ ରବୀନ୍ଦ୍ରନାଥ ବାହିନୀପତି ନାମକ ଜଣେ ଜମି ମାଲିକ ବର୍ଜ୍ୟପାଣି ନିଷ୍କାସନ ପାଇଁ ଏକ ଟାଙ୍କି ନିର୍ମାଣ କରୁଥିଲେ । ମାତ୍ର ଏହି ଟାଙ୍କି ନିର୍ମାଣ ହେଉଥିବା ସ୍ଥାନରେ କୋଣାର୍କ ଏନଏସି ପକ୍ଷରୁ ଏକ ୪୦ ଫୁଟ ଓସାର ବିଶିଷ୍ଟ ଫେବର ରାସ୍ତା ନିର୍ମାଣ ହେଇ ଆସୁଥିବା ବେଳେ ଏନଏସି ପକ୍ଷରୁ ଏହି ଟାଙ୍କି ନିର୍ମାଣକୁ ବିରୋଧ କରି ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ତେବେ ରବୀନ୍ଦ୍ରନାଥ, ଉକ୍ତ ସ୍ଥାନଟି ତାଙ୍କ ସ୍ଥିତିବାନ ସମ୍ପତି ଭିତରେ ଥିବା ଦର୍ଶାଇଥିଲେ । ଏନେଇ ସେ କୋଣାର୍କ ଏନଏସି କାର୍ଯ୍ୟାଳୟରେ ନିଜର ସମସ୍ତ କାଗଜପତ୍ର ଦେଖାଇଥିଲେ । ହାଇକୋର୍ଟରେ ମାମଲା ଥିବା ଓ କୋର୍ଟର ଆଦେଶର ଏକ ନକଲ ମଧ୍ୟ ଦେଖାଇ ଥିଲେ । ହେଲେ କୋଣାର୍କ ଏନଏସିକୁ ଜଣାଇବା ପରେ ମଧ୍ୟ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ୱେତପଦ୍ମା ଧଳ ଏକ ପ୍ଲାଟୁନ ଫୋର୍ସ, ଡ୍ରୋଜର ସହିତ ନିଜର କର୍ମଚାରୀଙ୍କୁ ନେଇ ଗତକାଲି (ଶନିବାର) ମଧ୍ୟାହ୍ନରେ ଘଟଣାସ୍ଥଳରେ ପାଣିଟାଙ୍କି ଭାଙ୍ଗିବା ପାଇଁ ପହଞ୍ଚିଥିଲେ ।

ତେବେ ରବୀନ୍ଦ୍ରନାଥ ଏହାକୁ ବିରୋଧ କରିବା ସହ ଏହା ତାଙ୍କର ନିଜର ସ୍ଥିତିବାନ ସମ୍ପତି । ଏହାକୁ ଭାଙ୍ଗିବା ପାଇଁ ତାଙ୍କୁ ପୂର୍ବରୁ କୌଣସି ନୋଟିସି ହୋଇନାହିଁ । ଏଥିପାଇଁ ତାଙ୍କୁ ଦୁଇଦିନ ସମୟ ଦିଆଯାଉ ଓ ମିଳିତ ଭାବେ ଅମିନଙ୍କୁ ଆଣି ପୁଣିଥରେ ଜମି ମାପ କରାଯାଉ । ଯଦି ଜମି ତାଙ୍କର ବୋଲି ପ୍ରମାଣିତ ନହୁଏ ତାହାଲେ ସେ ନିଜେ ନିର୍ମାଣ କରିଥିବା ଟାଙ୍କିକୁ ନିଜ ହାତରେ ଭାଙ୍ଗି ଦେବେ । ଏନେଇ ସେ ଲିଖିତ ଏଗ୍ରିମେଣ୍ଟ ପ୍ରସାଶନ ସହିତ କରିବାକୁ ରାଜି କହି ଅନୁରୋଧ କରିଥିଲେ । ମାତ୍ର କାର୍ଯ୍ୟନିର୍ବାହୀ ଅଧକାରୀ କୌଣସି କଥା ନଶୁଣି ଭାଙ୍ଗିବାକୁ ନିର୍ଦ୍ଦେଶ ଦେଇଥିଲେ । ନିର୍ଦ୍ଦେଶ ପାଇ ଡ୍ରୋଜର ଓ କର୍ମଚାରୀ ଭାଙ୍ଗିବାକୁ ଚେଷ୍ଟା କରିବା ମାତ୍ରେ ରବୀନ୍ଦ୍ରନାଥ ଏହାକୁ ଘୋର ବିରୋଧ କରି ଡ୍ରୋଜର ସମ୍ମୁଖରେ ଛିଡା ହେବା ସହିତ କର୍ମଚାରୀମାନଙ୍କୁ ବିରୋଧ କରି ଠେଲାପେଲା କରି ଭାଙ୍ଗିବାକୁ ଦେଇନଥିଲେ । ପ୍ରାୟ ଘଣ୍ଟାଏ ପର୍ଯ୍ୟନ୍ତ ଏପରି କସରତ ପରେ କୋଣାର୍କ ପୋଲିସ ପକ୍ଷରୁ ରବୀନ୍ଦ୍ରନାଥ ବାହିନୀପତିଙ୍କୁ ଉଠାଇ ନେଇ ଥାନାରେ ଅଟକ ରଖିଥିଲେ ।

ଏହା ମଧ୍ୟ ପଢ଼ନ୍ତୁ..ଚାଷ ଜମିକୁ ସୁରକ୍ଷା ଦେବ ଝଟକା ତାର ବାଡ, ଜୀବଜନ୍ତୁ ନଷ୍ଟ କରିପାରିବେନି ଫସଲ - Shock Wire Fence.

ସେପଟେ ଉକ୍ତ ଘଟଣାକୁ ନେଇ ଠେଲାପେଲା ମଧ୍ୟରେ କୋଣାର୍କ ଏନଏସିର ୫ ଜଣରୁ ଊର୍ଦ୍ଧ୍ବ କର୍ମଚାରୀଙ୍କ ଏକ ଦୈନିକ ଓଡ଼ିଆ ଖବର କାଗଜରେ କାର୍ଯ୍ୟରତ ସାମ୍ବାଦିକଙ୍କୁ ମରଣାତ୍ମକ ଆକ୍ରମଣ କରିଥିଲେ । ରକ୍ତାକ୍ତ ଅବସ୍ଥାରେ ସ୍ଥାନୀୟ ଲୋକ ଉଦ୍ଧାର କରି ପ୍ରଥମେ ତାଙ୍କୁ ଗୋପ ମେଡ଼ିକାଲ ଭର୍ତ୍ତି କରିବା ପରେ ଅବସ୍ଥା ଗୁରୁତର ହେବାରୁ ପୁରୀ ବଡ ମେଡ଼ିକାଲକୁ ଚିକିତ୍ସା ପାଇଁ ସ୍ଥାନାନ୍ତରିତ କରାଯାଇଛି । ଏନେଇ କୋଣାର୍କ ଥାନାରେ ସାମ୍ବାଦିକ ପକ୍ଷରୁ ଲିଖିତ ଅଭିଯୋଗ ହୋଇଛି । ହେଲେ ଘଟଣା ଘଟିବାର ଅନେକ ସମୟ ବିତି ଯାଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ କୋଣାର୍କ ପୋଲିସ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ନଥିବା ଜଣାପଡ଼ିଛି । ସେପଟେ ବିଭିନ୍ନ ସାମ୍ବାଦିକ ସଂଗଠନ ପକ୍ଷରୁ ସାମ୍ବାଦିକଙ୍କୁ ମରଣାତ୍ମକ ଆକ୍ରମଣକୁ ଘୋର ନିନ୍ଦା କରାଯାଇଛି ।

ଇଟିଭି ଭାରତ, ନିମାପଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.