ETV Bharat / state

ପ୍ରଥମ ପର୍ଯ୍ୟାୟରେ ଘରୁ ମତଦାନ କରିବେ ୪ ହଜାର ୧୫୮ ମତଦାତା: ସିଇଓ - Vote From Home - VOTE FROM HOME

Vote From Home: ୪ ସଂସଦୀୟ କ୍ଷେତ୍ର କଳାହାଣ୍ଡି, ବ୍ରହ୍ମପୁର, ନବରଙ୍ଗପୁର ଓ କୋରାପୁଟ ନିର୍ବାଚନ ମଣ୍ଡଳୀରେ ଘରୁ ମତଦାନ ପ୍ରକ୍ରିୟା ଆରମ୍ଭ ହୋଇଛି । ଜାଣନ୍ତୁ କେଉଁ ବର୍ଗର ଭୋଟରଙ୍କ ପାଇଁ ଏପରି ସୁବିଧା ଉପଲବ୍ଧ ।

Vote From Home
Vote From Home (Etv Bharat Odisha)
author img

By ETV Bharat Odisha Team

Published : May 4, 2024, 8:05 PM IST

ଭୁବନେଶ୍ବର: ଜାରି ରହିଛି ଗଣତନ୍ତ୍ରର ମହାପର୍ବ । ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ମତଦାନ ହେବାକୁ ଯାଉଛି । ଏହା ପୂର୍ବରୁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ସୂଚନା ଦେଇଛନ୍ତି । ସେ କହିଛନ୍ତି, "୪ ସଂସଦୀୟ କ୍ଷେତ୍ର କଳାହାଣ୍ଡି, ବ୍ରହ୍ମପୁର, ନବରଙ୍ଗପୁର ଓ କୋରାପୁଟ ନିର୍ବାଚନ ମଣ୍ଡଳୀରେ ଘରୁ ମତଦାନ ପ୍ରକ୍ରିୟା ଆରମ୍ଭ ହୋଇଛି । ପ୍ରଥମ ପର୍ଯ୍ୟାୟରେ ଘରୁ ମତଦାନ କରିବେ ୪ ହଜାର ୧୫୮ ମତଦାତା । ପ୍ରଥମ ଥର ପାଇଁ ୮୫ ବର୍ଷ ବୟସରୁ ଊର୍ଦ୍ଧ୍ବ ବରିଷ୍ଠ ମତଦାତା ଏବଂ ୪୦ ପ୍ରତିଶତରୁ ଊର୍ଦ୍ଧ୍ବ ଭିନ୍ନକ୍ଷମ ମତଦାତାଙ୍କ ପାଇଁ ଭାରତ ନିର୍ବାଚନ ଆୟୋଗ ଘରୁ ମତଦାନର ବ୍ୟବସ୍ଥା କରିଛନ୍ତି । ଏଭଳି ମତଦାତାମାନେ ଚାହିଁଲେ ସେମାନଙ୍କୁ ମତଦାନ କେନ୍ଦ୍ରକୁ ଆସି ମତଦାନ କରିବା ପାଇଁ ପ୍ରଶାସନ ତରଫରୁ ଗାଡ଼ି ମଧ୍ୟ ଯୋଗାଇ ଦିଆଯିବ । ଅନ୍ୟଥା ସେମାନେ ଘରୁ ମତଦାନ କରିବାର ବିକଳ୍ପକୁ ମଧ୍ୟ ବାଛିପାରିବେ ।

Vote From Home
Vote From Home (Etv Bharat Odisha)

ସେ ଆହୁରି କହିଛନ୍ତି, "ପ୍ରତିଟି ଭୋଟ ମୂଲ୍ୟବାନ । ଭାରତୀୟ ଗଣତନ୍ତ୍ରକୁ ପରିପୁଷ୍ଟ କରିବାରେ ପ୍ରତିଟି ଭୋଟର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ତେଣୁ ଯେଉଁ ମତଦାତା ମତଦାନ କେନ୍ଦ୍ରକୁ ଆସିବାରେ ଅସମର୍ଥ ସେମାନଙ୍କ ପାଇଁ ଘରୁ ମତଦାନର ବ୍ୟବସ୍ଥା କରାଯାଇଛି । ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ମତଦାନ ପାଇଁ ୪ହଜାର ୧୫୮ ଜଣ ମତାଦାତା ଘରୁ ମତଦାନ ବିକଳ୍ପକୁ ବାଛିଛନ୍ତି । ଏହା ମଧ୍ୟରେ ୨ ହଜାର ୧୯୬ ଜଣ ୮୫ ବର୍ଷ ବୟସରୁ ଊର୍ଦ୍ଧ୍ବ ବ୍ୟକ୍ତି ହୋଇଥିବାବେଳେ ୧ହଜାର ୯୬୨ ଜଣ ୪୦ ପ୍ରତିଶତ ଊର୍ଦ୍ଧ୍ବ ଭିନ୍ନକ୍ଷମ ମତଦାତା ଅଟନ୍ତି । ଅନ୍ୟ ନିର୍ବାଚନ ମଣ୍ଡଳୀରେ ମଧ୍ୟ ରିଟର୍ଣ୍ଣିଂ ଅଫିସରଙ୍କ ଦ୍ୱାରା ସ୍ଥିରୀକୃତ ତାରିଖ ଓ ସମୟ ଅବଧିରେ ଘରୁ ମତାଦାନ ବ୍ୟବସ୍ଥା କରାଯିବ।"

Vote From Home
Vote From Home (Etv Bharat Odisha)

ଏହା ବି ପଢନ୍ତୁ...ଭୋଟର ସଚେତନତା ନେଇ ଅଭିନବ ପଦକ୍ଷେପ, VR ଦେବ ମତଦାନ ସୂଚନା - Virtually Voter Awareness

"ପ୍ରଥମ ପର୍ଯ୍ୟାୟରେ ମତଦାନ ହେବାକୁ ଥିବା ଚାରି ସଂସଦୀୟ କ୍ଷେତ୍ର ଅନ୍ତର୍ଗତ ୨୮ ବିଧାନସଭା କ୍ଷେତ୍ରରେ ଯୋଗ୍ୟ ମତଦାତା ଘରୁ ମତଦାନ ବିକଳ୍ପକୁ ବାଛିଛନ୍ତି । ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ଘରୁ ମତଦାନ କରିଥିବା ସମସ୍ତ ମତଦାତାଙ୍କୁ ଭାରତୀୟ ଗଣତନ୍ତ୍ରର ମହାପର୍ବରେ ସାମିଲ ହୋଇଥିବାରୁ ଅଭିନନ୍ଦନ ଜଣାଇଛନ୍ତି । ଏହାସହ ଘରୁ ମତଦାନ ବ୍ୟବସ୍ଥାକୁ ଏକ ଐତିହାସିକ ତଥା ପ୍ରଗତିଶୀଳ ବ୍ୟବସ୍ଥା ରୂପେ ବର୍ଣ୍ଣନା କରିଛନ୍ତି । କୌଣସି ବାଧାବିଘ୍ନ ଯେପରି ଜଣେ ନାଗରିକଙ୍କୁ ନିଜର ବହୁମୂଲ୍ୟ ମତଦାନ କରିବାରେ ବାଧକ ନହୁଏ, ତାହାକୁ ଦୃଷ୍ଟିରେ ରଖି ଘରୁ ମତଦାନର ବିକଳ୍ପ ଦିଆଯାଉଛି । ପ୍ରତିଟି ଭୋଟକୁ ଭାରତୀୟ ଗଣତନ୍ତ୍ରର ମୁଖ୍ୟସ୍ରୋତରେ ସାମିଲ କରି ଦେଶରେ ମୁକ୍ତ, ସ୍ୱଚ୍ଛ, ନିରପେକ୍ଷ, ଅବାଧ ଓ ନିର୍ବାଚନ ପ୍ରକ୍ରିୟା ହେଉଛି" ବୋଲି କହିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ । ଏହାଦ୍ୱାରା ଗଣତନ୍ତ୍ରକୁ ପରିପୁଷ୍ଟ କରିବାରେ ରାଜ୍ୟର ପ୍ରତିଟି ଘରୁ ମତାଦାନ କରୁଥିବା ମତଦାତାଙ୍କ ଭୋଟ ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.