ETV Bharat / state

ପ୍ରଦୀପ ପାଣିଗ୍ରାହୀଙ୍କୁ ଆକ୍ରମଣ ମାମଲା, ଜେଲ ଗଲେ ପିଣ୍ଟୁ ଦାଶ - Pintu Dash Arrested - PINTU DASH ARRESTED

Pintu Dash Arrested: ପ୍ରଦୀପ ପାଣିଗ୍ରାହୀଙ୍କୁ ଆକ୍ରମଣ ମାମଲାରେ ସ୍ବାଧୀନ ବିଧାୟକ ପ୍ରାର୍ଥୀ ଶିବଶଙ୍କର ଦଶ ଓରଫ ପିଣ୍ଟୁ ଦାଶ ଗିରଫ । କାଲି ଅଟକ ରଖିଥିବା ପରେ ଆଜି କୋର୍ଟ ଚାଲାଣ କରିଥିଲା ପୋଲିସ । ଜାମିନ ନାମଞ୍ଜୁର ହେବାରୁ ପିଣ୍ଟୁ ଦାଶଙ୍କୁ ଗିରଫ କରି ଜେଲ ପଠାଇଛି ପୋଲିସ । ଅଧିକ ପଢ଼ନ୍ତୁ

Pintu Dash Arrested
Pintu Dash Arrested (ETV Bharat Odisha)
author img

By ETV Bharat Odisha Team

Published : May 14, 2024, 5:05 PM IST

Pintu Dash Arrested (ETV Bharat Odisha)

ବ୍ରହ୍ମପୁର: ପ୍ରଦୀପ ପାଣିଗ୍ରାହୀଙ୍କୁ ଆକ୍ରମଣ ମାମଲାରେ ଶିବଶଙ୍କର ଗିରଫ । ବ୍ରହ୍ମପୁର ଲୋକସଭା ଆସନରୁ ବିଜେପି ପ୍ରାର୍ଥୀ ପ୍ରଦୀପ କୁମାର ପାଣିଗ୍ରାହୀଙ୍କୁ ଗତକାଲି ଆକ୍ରମଣ କରିଥିଲେ ସ୍ବାଧୀନ ବିଧାୟକ ପ୍ରାର୍ଥୀ ଶିବଶଙ୍କର ଦାଶ ଓରଫ ପିଣ୍ଟୁ ଦାଶ । ଏହି ମାମଲାରେ ଗତକାଲି ତାଙ୍କୁ ଅଟକ ରଖିଥିଲା ପୋଲିସ । ଆଜି ସ୍ବାଧୀନ ବିଧାୟକ ପ୍ରାର୍ଥୀ ତଥା ପୂର୍ବତନ ମେୟର ଶିବଶଙ୍କର ଦାଶ ଓରଫ୍‌ ପିଣ୍ଟୁ ଦାଶଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଛି ।

ପୋଲିସ ଉପସ୍ଥିତିରେ ଘଟିଥିଲା ହିଂସା: ଗତକାଲି (ସୋମବାର) ବ୍ରହ୍ମପୁର ସମେତ ୪ ସଂସଦୀୟ କ୍ଷେତ୍ର ଏବଂ ୨୮ ବିଧାନସଭା ଆସନରେ ପ୍ରଥମ ପର୍ଯ୍ୟାୟ ମତଦାନ ଅନୁଷ୍ଠିତ ହୋଇଥିଲା । ଏହାପରେ ରାତିରେ ଗୋଷାଣି ନୂଆଗାଁ ଅଞ୍ଚଳର ୧୩୩ ଓ ୧୩୪ ନମ୍ବର ବୁଥ ସମ୍ମୁଖରେ ବିଜେପିର ବ୍ରହ୍ମପୁର ଲୋକସଭା ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀ ଛିଡା ହୋଇଥିଲେ । ସେଠାରେ ସେ ପୋଲିସ ସହ ଆଲୋଚନା କରୁଥିଲେ । ଏହି ସମୟରେ ସେଠି ସ୍ବାଧୀନ ବିଧାୟକ ପ୍ରାର୍ଥୀ ଶିବଶଙ୍କର ଦାଶ ମଧ୍ୟ ଉପସ୍ଥିତ ରହିଥିଲେ । ଏତିକି ବେଳେ କୌଣସି କାରଣକୁ ନେଇ ପ୍ରଦୀପ ଓ ଶିବଶଙ୍କରଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା । ପୋଲିସ ସମ୍ମୁଖରେ ଦୁହେଁ ହାତାହାତି ହୋଇଥିଲେ ।

ଏହା ମଧ୍ୟ ପଢ଼ନ୍ତୁ...ଏମ୍ସରେ ଭର୍ତ୍ତି ହେଲେ ପ୍ରଦୀପ ପାଣିଗ୍ରାହୀ, ଗତକାଲି ସ୍ବାଧୀନ ପ୍ରାର୍ଥୀ କରିଥିଲେ ଆକ୍ରମଣ - Attack on Pradeep Panigrahi

ଏମ୍ସରେ ଭର୍ତ୍ତି ହେଲେ ପ୍ରଦୀପ: ଶିବଶଙ୍କର ଓରଫ ପିଣ୍ଟୁ ଦାଶଙ୍କ ଆକ୍ରମଣରେ ପ୍ରଦୀପଙ୍କ ବେକ ଓ ଛାତିରେ ଆଘାତ ଲାଗିଛି । ପୋଲିସ ତାଙ୍କୁ ଉଦ୍ଧାର କରି ପ୍ରଥମେ ବ୍ରହ୍ମପୁର ଏମ୍‌କେସିଜି ହସ୍ପିଟାଲରେ ଭର୍ତ୍ତି କରିଥିଲା । ତେବେ ଅଧିକ ଚିକିତ୍ସା ପାଇଁ ତାଙ୍କୁ ଆଜି ଏମ୍ସରେ ଭର୍ତ୍ତି କରାଯାଇଛି । ଏହି ସମୟରେ ପରାଜୟ ଭୟରେ ଏସବୁ ଘଟିଥିବା କହି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ପ୍ରଦୀପଙ୍କ ପତ୍ନୀ ସୁଜାତା ପାଣିଗ୍ରାହୀ ।

ପିଣ୍ଟୁ ଦାଶ ଗିରଫ: ଗତକାଲି ରାତିରେ ପ୍ରଦୀପଙ୍କୁ ଆକ୍ରମଣ କରିବା ପରେ ପୋଲିସ ଘଟଣାସ୍ଥଳରୁ ଶିବଶଙ୍କର ଉଠାଇ ନେଇ ଅଟକ ରଖିଥିଲା । ଏହାପରେ ଆଜି ଗୋଷାଣୀ ନୂଆଗାଁ ଥାନାରେ ମାମଲା ନଂ ୧୩୦/ତା- ୧୩/୦୫/୨୦୨୪ U/S-324/307 ଆଇପିସିରେ ଏକ ମାମଲା ରୁଜୁ କରାଯାଇ ତାଙ୍କୁ କୋର୍ଟ ଚାଲାଣ କରାଯାଇଥିଲା । ସେଠାରେ ବେଲ ନାମଞ୍ଜୁର ହେବାରୁ ତାଙ୍କୁ ଗିରଫ କରାଯାଇ ଜେଲ ପଠାଯାଇଛି । ଅନ୍ୟପଟେ ଶିବଶଙ୍କର ଓରଫ୍ ପିଣ୍ଟୁ ଦାଶଙ୍କ ପକ୍ଷରୁ ମଧ୍ୟ ଦୁଇଟି ମାମଲା ରୁଜୁ ହୋଇଥିବା କହିଛନ୍ତି ଶିବଶଙ୍କରଙ୍କ ଆଇନଜୀବୀ ।

ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.