ETV Bharat / state

ମାର୍ଚ୍ଚ 1ରେ ସମ୍ବଲପୁର IIMରେ ଅନୁଷ୍ଠିତ ହେବ 100 କ୍ୟୁବ ଷ୍ଟାର୍ଟଅପ କନକ୍ଳେଭ

100 Cube Start Up Conclave In IIM Sambalpur: ଆସନ୍ତା ମାର୍ଚ୍ଚ 1 ତାରିଖରେ ସମ୍ବଲପୁରରେ ୧୦୦ କ୍ୟୁବ କନକ୍ଲେଭ୍ ଆୟୋଜନ ହେବ । ଯୁବପିଢ଼ିଙ୍କୁ ଉଦ୍ଭାବନ ଓ ମୂଲ୍ୟ ସୃଷ୍ଟି ପାଇଁ ସଶକ୍ତ କରିବା ଉଦ୍ଦେଶ୍ୟରେ ହେଉଛି ଆୟୋଜନ । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Feb 28, 2024, 11:00 PM IST

ମାର୍ଚ୍ଚ 1 ରେ ସମ୍ବଲପୁର IIMରେ ଅନୁଷ୍ଠିତ ହେବ 100 କ୍ୟୁବ ଷ୍ଟାର୍ଟଅପ କନକ୍ଳେଭ

ସମ୍ବଲପୁର: ଭାରତରେ ଉଦ୍ୟୋଗୀ ଭାବନାକୁ ପ୍ରୋତ୍ସାହିତ କରିବା ପାଇଁ ଆୟୋଜିତ ହେବାକୁ ଯାଉଛି ୧୦୦ କ୍ୟୁବ କନକ୍ଲେଭ୍ । ଆସନ୍ତା ମାର୍ଚ୍ଚ 1 ତାରିଖରେ ସମ୍ବଲପୁରରେ ୧୦୦ କ୍ୟୁବ କନକ୍ଲେଭ୍ ଆୟୋଜନ ହେବାକୁ ଯାଉଛି । ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟ ସହଯୋଗରେ ଆଇଆଇଏମ୍ ସମ୍ବଲପୁର ପରିସରରେ ୧୦୦ଟି ଷ୍ଟାର୍ଟଅପ୍ ପ୍ରତିଷ୍ଠା କରିବାକୁ ପ୍ରୟାସ କରୁଛି । ୨୦୩୬ ସୁଦ୍ଧା ସେହି ୧୦୦ ଷ୍ଟାର୍ଟଅପ ଗୁଡ଼ିକର ଆନୁମାନିକ ମୂଲ୍ୟ ୧୦୦ କୋଟି ଟଙ୍କା ଲେଖାଏଁ ହେବ । ଏହି କାର୍ଯ୍ୟକ୍ରମକୁ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ IIM ଅଡିଟୋରିୟମରେ ଉଦଘାଟନ କରିବେ । ଆଇଆଇଏମ୍ ସମ୍ବଲପୁରର ନିର୍ଦେଶକ ପ୍ରଫେସର ମହାଦେବ ଜୟସ୍ବାଲ ଆଜି (ବୁଧବାର) ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି ।

  • " class="align-text-top noRightClick twitterSection" data="">

ପ୍ରଫେସର ଜୟସ୍ବାଲ କହିଛନ୍ତି ଯେ ଏହି କନକ୍ଲେଭ୍ରେ 'ଷ୍ଟାର୍ଟଅପ୍ ଓପନ୍ ମାଇକ୍', ଫାୟାରସାଇଡ୍ ଚାଟ୍', 'ମାଷ୍ଟର ଟ୍ରେନିଂ ଅଧିବେଶନ' ଏବଂ 'ପ୍ରଦର୍ଶନୀ' ଭଳି ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏହି କାର୍ଯ୍ୟକ୍ରମଗୁଡ଼ିକ ପରବର୍ତ୍ତୀ ସମୟରେ ଗୁରୁତ୍ଵପୂର୍ଣ୍ଣ କାର୍ଯ୍ୟକ୍ରମ ପାଇଁ ମଞ୍ଚ ପ୍ରସ୍ତୁତ କରିବ । ଏହି ସମ୍ମିଳନୀରେ ବଜାଜ ଫାଇନାନ୍ସର ଏମଡି ସଞ୍ଜୀବ ବଜାଜ, ପାରି ଏଣ୍ଟରପ୍ରାଇଜେସର ଏମ୍ ଡି ରଶ୍ମୀ ରଞ୍ଜନଙ୍କ ସମେତ ଶିଳ୍ପ ଜଗତର ନେତୃବୃନ୍ଦ ଯୋଗଦେବେ । ପ୍ରଫେସର ଜୟସ୍ବାଲ ସୂଚନା ଦେଇଥିଲେ ଯେ "୧୦୦ କ୍ୟୁବ୍ କନକ୍ଲେଭ" ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପୂର୍ବୋଦୟ ମିଶନ ସ‌ହ ମିଳିତ ଭାବେ ଆଇଆଇଏମ୍ ସମ୍ବଲପୁରର ଏକ ପଦକ୍ଷେପ । ଷ୍ଟାର୍ଟଅପ୍ ବ୍ୟବସ୍ଥାରେ ସହଯୋଗ, ଉଦ୍ଭାବନ ଏବଂ ଅଭିବୃଦ୍ଧିକୁ ପ୍ରୋତ୍ସାହିତ କରିବା ପାଇଁ ଉଦ୍ୟୋଗୀ, ଉଦ୍ଭାବକ, ନିବେଶକ ଏବଂ ଶିଳ୍ପ ବିଶେଷଜ୍ଞମାନଙ୍କୁ ଏକ ଛାତ ତଳେ ଏକାଠି କରିବା ହେଉଛି ଏହାର ଲକ୍ଷ୍ୟ ।

ଏହା ମଧ୍ୟ ପଢନ୍ତୁ... ସମ୍ବଲପୁର ଆଇଆଇଏମରେ ନବମ ପାନ ୱାର୍ଲଡ ଆଇଆଇଏମ କନଫରେନ୍ସ, ଯୋଗ ଦେଲେ 21 ପ୍ରତିନିଧି

ପ୍ରଫେସର ଜୟସ୍ବାଲ ଆହୁରି କହିଛନ୍ତି ଯେ ଆଇଆଇଏମ୍ ସମ୍ବଲପୁରର ଇନକ୍ୟୁବେଟର ଭାବେ ଧାରା ୮ ଅଧୀନରେ ପଞ୍ଜୀକୃତ କମ୍ପାନୀ ଭାବେ ସ୍ଥାପିତ ଆଇ-ହବ୍‌ ଫାଉଣ୍ଡେସନ୍'କୁ ମାନ୍ୟବର କେନ୍ଦ୍ର ଶିକ୍ଷାମନ୍ତ୍ରୀ ଉଦଘାଟନ କରିବେ । ଆଇ-ହବ୍‌ ଫାଉଣ୍ଡେସନ ଉଦ୍ୟୋଗୀ ବ୍ୟବସ୍ଥା ସହ ନେଟୱାର୍କିଂ କରିବା ସମୟରେ ଏକ ଭୌତିକ ଏବଂ ଆଭାସୀ ଇନକ୍ୟୁବେଟର ଭାବରେ କାର୍ଯ୍ୟ କରିବ । ଇନକ୍ୟୁବେଟର କେବଳ ସମ୍ପତ୍ତି ସୃଷ୍ଟି କରିବ ନାହିଁ ବରଂ ଏକ ସାମାଜିକ ଉନ୍ନତିକରଣ ହେବା ଉପରେ ଧ୍ୟାନ ଦେବ । ବୟନଶିଳ୍ପ, କଳା ଓ ସଂସ୍କୃତି, କୃଷି, ସ୍ବସ୍ଥ୍ୟସେବା, ଆର୍ଥକ ଓ ଡିଜିଟାଲ ଅନୁର୍ଭୁକ୍ତୀକରଣ, ଆଦିବାସୀ ଉଦ୍ୟୋଗ ଏବଂ ସ୍ଥାୟିତ୍ବ ଭଳି ବିଭିନ୍ନ କ୍ଷେତ୍ରରେ ଅଭିନବ ଉଦ୍ୟୋଗକୁ ସମର୍ଥନ ଏବଂ ପୋଷଣ କରିବାରେ ଆଇ-ହବ୍‌ ଫାଉଣ୍ଡେସନର ଭୂମିକା ଉପରେ ପ୍ରଫେସର ଜୟସ୍ବାଲ ଆଲୋକପାତ କରିଥିଲେ ।

ମୁଖ୍ୟବକ୍ତା, ପ୍ୟାନେଲ୍ ଆଲୋଚନା ଏବଂ ନେଟୱାର୍କିଂ ଅଧିବେଶନ ସହିତ ଏହି କାର୍ଯ୍ୟକ୍ରମ ଷ୍ଟାର୍ଟଅପ୍ ଦୃଶ୍ୟପଟ୍ଟରେ ବୁଝାମଣା ବାଣ୍ଟିବା, ସମନ୍ବୟ ଯୋଗାଯୋଗ ସୃଷ୍ଟି କରିବା ଏବଂ ସୁଯୋଗ ଅନୁସନ୍ଧାନ କରିବା ପାଇଁ ଏକ ମୂଲ୍ୟବାନ ପ୍ଲାଟଫର୍ମ ସାବ୍ୟସ୍ତ ହେବାକୁ ଯାଉଛି । ଏହି କାର୍ଯ୍ୟକ୍ରମରେ ବିଶେଷ କରି ଷ୍ଟାର୍ଟଅପ୍ ପାଇଁ ବ୍ରାଣ୍ଡିଂ କ୍ଷେତ୍ରରେ ଅଂଶଗ୍ରହଣକାରୀଙ୍କୁ ପ୍ରଶିକ୍ଷଣ ଦିଆଯିବ । ଏହି କନକ୍ଲେଭର ଏକ ଅଂଶ ଭାବେ ଷ୍ଟାର୍ଟଅପ୍ କାର୍ଯ୍ୟକ୍ରମରେ ସମ୍ବଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼, ବରଗଡ଼ ଏବଂ ଓଡ଼ିଶାର ଅନ୍ୟାନ୍ୟ ଜିଲ୍ଲାର ୫୦ଟି ଷ୍ଟାର୍ଟଅପକୁ ପ୍ରଦର୍ଶିତ କରାଯିବ । ଏହି କାର୍ଯ୍ୟକ୍ରମରେ ୩୦୦ ଷ୍ଟାର୍ଟଅପ୍ ସମେତ ପ୍ରମୁଖ ଅଂଶୀଦାର, ନିବେଶକ, ଶିଳ୍ପ ପରାମର୍ଶଦାତା, ଛାତ୍ରଛାତ୍ରୀ ସାମିଲ ହେବେ ।

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.