ETV Bharat / state

ଚାକିରି ଲୋଭ ଦେଖାଇ ଦୁଇ ଭଉଣୀଙ୍କୁ ଲକ୍ଷାଧିକ ଟଙ୍କାରେ ବିକ୍ରି, ଓଡ଼ିଶା ବାହାରୁ ଉଦ୍ଧାର କଲା ପୋଲିସ

Human Trafficking Racket Busted: ଚାକିରି ପ୍ରଲୋଭନ ଦେଖାଇ ଓଡ଼ିଶା ବାହାରେ ଦୁଇ ଭଉଣୀଙ୍କୁ ଲକ୍ଷାଧିକ ଟଙ୍କାରେ ବିକ୍ରି । ରାଜସ୍ଥାନ ଓ ମଧ୍ୟପ୍ରଦେଶରୁ ଦୁଇ ଭଉଣୀକୁ ଉଦ୍ଧାର କଲା ପୋଲିସ । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Mar 15, 2024, 11:43 AM IST

ଚାକିରି ଲୋଭ ଦେଖାଇ ଦୁଇ ଭଉଣୀଙ୍କୁ ଲକ୍ଷାଧିକ ଟଙ୍କାରେ ବିକ୍ରି

ରାଇରଙ୍ଗପୁର: ଚାକିରି ପ୍ରଲୋଭନ ଦେଖାଇ ଦୁଇ ଭଉଣୀଙ୍କୁ ଲକ୍ଷାଧିକ ଟଙ୍କାରେ ବିକ୍ରି କରିଦେଇଥିଲା ଦଲାଲ । ତା' ପୁଣି ସୁଦୂର ରାଜସ୍ଥାନ ଓ ମଧ୍ୟପ୍ରଦେଶ ରାଜ୍ୟରେ । ଦୁଇ ଝିଅଙ୍କ ସହ ଯୋଗାଯୋଗ ନହୋଇ ପାରିବାରୁ ଥାନାର ଦ୍ବାରସ୍ଥ ହୋଇଥିଲେ ବାପା । ଯାହାପରେ ଏହି ମାନବ ଚାଲାଣ ରାକେଟର ପର୍ଦ୍ଦାଫାସ ହୋଇଛି । ଏହି ଘଟଣାର ଛାନଭିନ୍ ପରେ ପୋଲିସ ଦୁଇ ଭଉଣୀକୁ ରାଜସ୍ଥାନ ଓ ମଧ୍ୟପ୍ରଦେଶରୁ ଉଦ୍ଧାର କରିଛି । ସମ୍ପୃକ୍ତ ଦୁଇ ଝିଅ ମୟୂରଭଞ୍ଜ ଜିଲ୍ଲା ବିଶୋଇ ଥାନା ଅଞ୍ଚଳର । ଜଣେ ଦଲାଲ ସେମାନଙ୍କୁ ନେଇ ଲକ୍ଷ ଲକ୍ଷ ଟଙ୍କାରେ ବିକ୍ରି କରିଦେଇଥିଲା । ଘଟଣାରେ ପୋଲିସ ରାଜସ୍ଥାନର ଜଣେ ବ୍ୟକ୍ତିକୁ ଗିରଫ କରିଥିବା ବେଳେ ଅନ୍ୟ ଅଭିଯୁକ୍ତମାନେ ଫେରାର୍ ଅଛନ୍ତି ।

ସୂଚନା ଅନୁଯାୟୀ, ମୟୂରଭଞ୍ଜ ଜିଲ୍ଲା ବିଶୋଇ ଥାନା ଅଞ୍ଚଳର ଦୁଇ ଭଉଣୀଙ୍କୁ ଚାକିରି ପ୍ରଲୋଭନ ଦେଖାଇ ଜଣେ ଦଲାଲ ରାଉରକେଲା ନେଇଯାଇଥିଲା । ଝିଅମାନେ ଦୁଇ ପଇସା ରୋଜଗାର କରିବା ଆଶାରେ ସେମାନଙ୍କ ବାପା ଶୋଭାରାମ ନାୟକ ମଧ୍ୟ ରାଉରକେଲା ଯିବାକୁ ଅନୁମତି ଦେଇଥିଲେ । ହେଲେ ସେ ଜାଣି ନଥିଲେ ଯେ ଦଲାଲ ଜଣକ ତାଙ୍କର ଦୁଇ ଝିଅଙ୍କୁ ନେଇ ବିକ୍ରି କରିଦେବ । ବାପାଙ୍କ ଅନୁମତି ନେଇ କୁଳିଅଣା ଥାନା ଅନ୍ତର୍ଗତ ପାରିଆକୁଲି ଗ୍ରାମର ବାପି ନାଏକ ନାମକ ଦଲାଲ ଓ ବିଶୋଇ ଥାନା ଅଞ୍ଚଳର ଦୁଇ ଭଉଣୀଙ୍କ ସମ୍ପର୍କୀୟ ଖୁଡ଼ି ସେ ଦୁହିଁଙ୍କୁ ଧରି ଗତ ଡିସେମ୍ବର ମାସ ୬ ତାରିଖ ଦିନ ବସ୍ ଯୋଗେ ରାଉରକେଲାକୁ ଯାଇଥିଲେ ।

ପରେ ରାଜସ୍ଥାନରେ ଟ୍ରେନିଂ ଦିଆଯିବ କହି ଟ୍ରେନ ଯୋଗେ ରାଉରକେଲାରୁ ରାଜସ୍ଥାନକୁ ନେଇ ଯାଇଥିଲା ବାପି ନାଏକ । ଡିସେମ୍ବର ମାସ ୧୧ ତାରିଖରେ ରାଜସ୍ଥାନର ଏକ ଲଜରେ ଦୁଇ ଭଉଣୀଙ୍କ ସହ ତାଙ୍କର ସମ୍ପର୍କୀୟ ଖୁଡିକୁ ରଖିଥିଲା ବାପି । ସେଠାରୁ ୧୨ ତାରିଖ ଦିନ ଦୁଇ ଭଉଣୀ ବାପାଙ୍କ ସହିତ ଫୋନ ଯୋଗେ କଥାବାର୍ତ୍ତା ହୋଇଥିଲେ ଏବଂ ଟ୍ରେନିଂ ପାଇଁ ରାଜସ୍ଥାନ ଆସିଥିବା କହିଥିଲେ । ତେବେ ୧୩ ତାରିଖ ଦିନ ବାପା ଝିଅମାନଙ୍କ ଫୋନ ଯୋଗେ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ ହେଲେ ସେମାନଙ୍କ ଫୋନ ବନ୍ଦ ଆସିଥିଲା । ତେଣୁ ଦୁଇ ଝିଅ କୌଣସି ଅସୁବିଧାରେ ପଡିଥିବା ସନ୍ଦେହ କରି ବାପା ବିଶୋଇ ଥାନାର ଦ୍ବାରସ୍ଥ ହୋଇଥିଲେ ।

ଏହା ମଧ୍ୟ ପଢନ୍ତୁ: ପୂର୍ବ ଶତ୍ରୁତାରୁ ଯୁବକଙ୍କୁ ଗଳାକାଟି ହତ୍ୟା, ପୋଲିସର ତନାଘନା

ଏନେଇ ସେ ଡିସେମ୍ବର ମାସ ୧୪ ତାରିଖ ଦିନ ସେ ବିଶୋଇ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ପାଇବା ପରେ ଥାନା ଅଧିକାରିଣୀ ମିନି ଭୋଇ ଘଟଣାକୁ ଗୁରୁତ୍ବ ଦେଇ ଛାନଭିନ ଆରମ୍ଭ କରିଥିଲେ । ଦୁଇ ଭଉଣୀଙ୍କ ଫୋନ୍ ନମ୍ୱରକୁ ଟ୍ରାକିଂ କରିବା ପରେ ଗତ ୮ ତାରିଖରେ ଥାନା ଅଧିକାରିଣୀ ଏକ ଟିମ୍ ଗଠନ କରି ରାଜସ୍ଥାନକୁ ଯାଇଥିଲେ । ସେଠାରେ ଜଣେ ଭଉଣୀକୁ ରାଜସ୍ଥାନ ଓ ଅନ୍ୟ ଭଉଣୀକୁ ମଧ୍ୟପ୍ରଦେଶରୁ ଉଦ୍ଧାର କରିଥିଲେ ।

ପୋଲିସ ତଦନ୍ତରୁ ଜଣାପଡିଛି ଯେ, ଦୁଇ ଭଉଣୀଙ୍କ ମଧ୍ୟରୁ ଜଣକୁ ରାଜସ୍ଥାନରେ କ୍ରିପାଲ ନାମକ ଜଣେ ବ୍ୟକ୍ତି ବେଆଇନ ଭାବେ ବିବାହ କରିଥିଲା । ଝିଅଟିକୁ ସେ ଏକ ଲକ୍ଷ ଟଙ୍କାରେ କିଣିଥିଲା । ସେହିପରି ମଧ୍ୟପ୍ରଦେଶରେ ଲକେଶ ନାମକ ଜଣେ ଯୁବକ ଆଉ ଜଣେ ଭଉଣୀକୁ ୧ ଲକ୍ଷ ୨୦ ହଜାର ଟଙ୍କାରେ କିଣିଥିଲା । ପୋଲିସ କ୍ରିପାଲକୁ ଗିରଫ କରିଥିବା ବେଳେ ଦୁଇ ଭଉଣୀଙ୍କୁ ବିକ୍ରି କରିଥିବା ଦଲାଲ ବାପି ଓ ତାଙ୍କର ସମ୍ପର୍କୀୟ ଖୁଡିର କୌଣସି ପତ୍ତା ମିଳୁନି । ସେହିପରି ମଧ୍ୟପ୍ରଦେଶର ସମ୍ପୃକ୍ତ ଯୁବକ ମଧ୍ୟ ଫେରାର୍ ରହିଛି । କ୍ରିପାଲକୁ ଗୁରୁବାର ରାଇରଙ୍ଗପୁର କୋର୍ଟ ଚାଲାଣ କରାଯାଇଥିବା ବେଳେ ଅନ୍ୟ ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ପୋଲିସ ପ୍ରୟାସ ଜାରି ରଖିଛି।

ଇଟିଭି ଭାରତ, ରାଇରଙ୍ଗପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.