ETV Bharat / state

ସାଧାରଣ ନିର୍ବାଚନରେ ବରିଷ୍ଠ ନାଗରିକଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା, ଘରେ ରହି କରିବେ ମତଦାନ

author img

By ETV Bharat Odisha Team

Published : Mar 16, 2024, 7:56 PM IST

General Election Special Guidelines for Senior Citizen and Ailing citizens: ଆଗକୁ ଆସୁଛି ସାଧାରଣ ନିର୍ବାଚନ । ଯାହା ପାଇଁ ବିଭନ୍ନ ସ୍ଥରରେ ପ୍ରସ୍ତିତି ଆରମ୍ଭ ହେଲାଣି । ଚଳିତ ବର୍ଷ ସାଧାରଣ ନିର୍ବାଚନରେ ୮୫ ବର୍ଷ ବୟସ୍କଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି । ଅଧିକ ପଢ଼ନ୍ତୁ...

ସାଧାରଣ ନିର୍ବାଚନରେ ବରିଷ୍ଠ ନାଗରିକଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା

ବ୍ରହ୍ମପୁର: ଆଗକୁ ଆସୁଛି ସାଧାରଣ ନିର୍ବାଚନ । ଯାହା ପାଇଁ ବିଭନ୍ନ ସ୍ଥରରେ ପ୍ରସ୍ତିତି ଆରମ୍ଭ ହେଲାଣି । ଚଳିତ ବର୍ଷ ସାଧାରଣ ନିର୍ବାଚନରେ ୮୫ ବର୍ଷ ବୟସ୍କଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି । ବରିଷ୍ଠ ନାଗରିକଙ୍କ ପାଇଁ ନିଜ ଘରେ ଭୋଟଦାନ ବ୍ୟବସ୍ଥା ପାଇଁ ଯୋଜନା କରାଯାଇଛି । ଏହାକୁ ନେଇ ଭାରତର ନିର୍ବାଚନ କମିଶନରଙ୍କ ପକ୍ଷରୁ ଏହାର ତାଲିକା ପ୍ରସ୍ତୁତ କରାଯାଇଛି । ଯେଉଁଥିରେ ବୟସ୍କଙ୍କ ସମେତ ରୋଗଶଯ୍ୟାରେ ରହିଥିବା ନାଗରିକ ମାନେ ସେମାନଙ୍କ ମତାଧିକାର ସାବ୍ୟସ୍ତ କରିବା ନେଇ ସମସ୍ତ ପ୍ରକାର ବ୍ୟବସ୍ଥା କରିବାକୁ ନିର୍ଦ୍ଧେଶ ଦିଆଯାଇଛି। ମତଦାନ ପୂର୍ବରୁ ପ୍ରତ୍ୟେକ ବିଧାନସଭା ଏବଂ ଲୋକସଭା କ୍ଷେତ୍ରରେ ଏଭଳି ମତଦାନ ହେବାରୁ ରହିଥିବାରୁ ଏହାକୁ ନେଇ ଜିଲ୍ଲା ପ୍ରଶାସନ ମାନେ ଏହାର ପ୍ରସ୍ତୁତି ଆରମ୍ଭ କରିଛନ୍ତି ।

ପ୍ରଥମଥର ପାଇଁ ଆସନ୍ତା ସାଧାରଣ ନିର୍ବାଚନରେ ନିଜ ଘରେ ରହି ଭୋଟଦାନ ସୁବିଧା ପାରିବେ ବରିଷ୍ଠ ନାଗରିକମାନେ । ତେବେ ବରିଷ୍ଠ ନାଗରିକ ଏବଂ ରୋଗଶଯ୍ୟାରେ ଥିବା ଲୋକ ଯେକି ଭୋଟଦାନ କେନ୍ଦ୍ରକୁ ଯିବାକୁ ଅକ୍ଷମ ସେମାନଙ୍କ ତାଲିକା ପ୍ରସ୍ତୁତି କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏହି ତାଲିକା ୱାର୍ଡ ସ୍ତରରୁ ଆରମ୍ଭ କରି ଉଭୟ ବିଧାନସଭା ଏବଂ ଲୋକସଭା କ୍ଷେତ୍ରରେ କେତେ ସଂଖ୍ୟାରେ ଭୋଟର ରହିଛନ୍ତି, ତାର ତାଲିକା ପ୍ରଶାସନର ନିର୍ଦ୍ଦେଶ ପରେ ବୁସ୍ତରୀୟ ଅଧିକାରୀଙ୍କ ପକ୍ଷରୁ ପ୍ରସ୍ତୁତି କରାଯାଉଛି । ତାଲିକା ପ୍ରସ୍ତୁତ ପରେ ନିର୍ବାଚନ କମିସନରଙ୍କ ମତଦାନ ତାରିଖ ପୂର୍ବରୁ ସେମାନଙ୍କ ପାଇଁ ଘରେ ରହି ମତଦାନ କରିବା ପାଇଁ ରହିଥିବା ଫର୍ମ ପୂରଣ କରିବାକୁ ହେବ । ପରେ ନିଜ ନିଜର ନିର୍ବାଚନ ଅଧିକାରୀଙ୍କ ନିକଟରେ ତାକୁ ଦାଖଲ କରାଯିବ। ଏହା ପରେ ନିର୍ବାଚନ କିଛିଦିନ ପୂର୍ବରୁ ସେହି ମତଦାତାଙ୍କ ଘରେ ନିର୍ବାଚନ ପରିଚାଳନା ଟିମ ପହ‌ଞ୍ଚିବ । ଏହି ଟିମରେ ପ୍ରିଜାଇଡିଂ ଅଫିସର, ପୋଲିଂ ଅଫିସର, ପୋଲିସ କର୍ମଚାରୀ ଏବଂ ରାଜନୈତିକ ଦଳର ଏଜେଣ୍ଟ ଗାଡି ଯୋଗେ ପହଞ୍ଚିବେ।

ଏହା ମଧ୍ୟ ପଢ଼ନ୍ତୁ..... ଆଜି ରାଜ୍ୟ ବିଜେପି ନିର୍ବାଚନ କମିଟି ବୈଠକ; ନିର୍ବାଚନ ପ୍ରସ୍ତୁତି ଉପରେ ହେବ ଚର୍ଚ୍ଚା

ଘରେ ରହି ମତଦାନ କରିବାକୁ ରହିଥିବା ନାଗରିକ ଜଣଙ୍କ ଘରେ ଅସ୍ଥାୟୀ ପୋଲିଂ ବୁଥ୍ କରାଯିବା ସହିତ ମତଦାତାଙ୍କୁ ସେମାନଙ୍କ ବିଧାନସଭା ଏବଂ ଲୋକସଭା ପାଇଁ ରହିଥିବା ବାଲଟ ପେପର ପ୍ରଦାନ କରାଯିବା ପରେ ସେ ନିଜ ଘରୁ ହିଁ ନିଜର ମତଦାନ କରିପାରିବେ । ଆଉ ସେହି ବ୍ୟାଲେଟ୍ ପେପର୍ ମତଦାନକୁ ଗୁପ୍ତ ଭାବରେ କଭର ମଧ୍ୟରେ ସିଲ୍ କରାଯାଇ ନିର୍ବାଚନ ଅଧିକାରୀ ମାନେ ତାହାକୁ ନିର୍ଦ୍ଧାରିତ ଷ୍ଟ୍ରଙ୍ଗ୍ ରୁମ୍‌କୁ ନେଇ ସୁରକ୍ଷିତ ଭାବେ ରଖାଯିବାକୁ ଇସିଆଇଙ୍କ ଗାଇର୍ଡଲାଇନ୍ ରହିଥିବା ସୂଚନା ଦେଇଛନ୍ତି ଗଞ୍ଜାମର ଅତିରିକ୍ତ ଜିଲ୍ଲାପାଳ। ଦେଶରେ ବହୁ ବୟସ୍କ ନାଗରିକଙ୍କ ଠାରୁ ଆରମ୍ଭ କରି ରୋଗଶଯ୍ୟାରେ ଜର୍ଜରିତ ବ୍ୟକ୍ତିବିଶେଷ ମତଦାନ କେନ୍ଦ୍ରକୁ ନଯାଇପାରି ନିଜର ମତଦାନ ଅଧିକାର ସାବ୍ୟସ୍ତ କରିପାରୁନଥିବା ବେଳେ ପ୍ରଥମଥର ପାଇଁ ନିର୍ବାଚନ କମିଶନଙ୍କର ଏପରି ପଦକ୍ଷେପକୁ ସ୍ବାଗତ କରିବା ସହିତ ଧନ୍ୟବାଦ ପ୍ରଦାନ କରିଛନ୍ତି ବରିଷ୍ଠ ନାଗରିକ ମାନେ ।

ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.