ETV Bharat / bharat

ପାରିବାରିକ କଳହରୁ ସ୍ବାମୀ ସାଜିଲା ସୈତାନ, 10 ମାସର ଶିଶୁପୁତ୍ର ସହ ଝିଅ ଓ ସ୍ତ୍ରୀକୁ କଲା ହତ୍ୟା - MAN KILLED CHILDRENS AND WIFE

author img

By ETV Bharat Odisha Team

Published : Sep 10, 2024, 10:34 PM IST

Husband Kill Wife And Two Children: 10 ମାସର ଶିଶୁପୁତ୍ର ସହ ଝିଅ ଓ ସ୍ତ୍ରୀକୁ ହତ୍ୟା କଲା ଯୁବକ । ପାରିପାରିବ କଳହରୁ ହରାଇଲା ହିତାହିତ ଜ୍ଞାନ । ଅଧିକ ପଢନ୍ତୁ

ସୈତାନ ସ୍ବାମୀ, ଦୁଇ ପିଲାଙ୍କ ସହ ସ୍ତ୍ରୀକୁ ହାଣି ହତ୍ୟା
ସୈତାନ ସ୍ବାମୀ, ଦୁଇ ପିଲାଙ୍କ ସହ ସ୍ତ୍ରୀକୁ ହାଣି ହତ୍ୟା (ETV Bharat Odisha)

ପାଟନା: ପତ୍ନୀ ସହ ପାରିବାରିକ କଳହ କାରଣରୁ ଉତ୍ତେଜିତ ହୋଇ ହିତାହିତ ଜ୍ଞାନ ଭୁଲିଗଲା ଯୁବକ । ନିଜର 2 ସନ୍ତାନଙ୍କ ସହ ପତ୍ନୀଙ୍କୁ ଧାରୁଆ ଅସ୍ତ୍ରରେ ଗଳାକାଟି ହତ୍ୟା କଲା । ହତ୍ୟାର ଶିକାର ହୋଇଥିବା 2 ଶିଶୁଙ୍କ ମଧ୍ୟରେ ଜଣେ 10ମାସର ନିଷ୍ପାପ ଶିଶୁପୁତ୍ର ମଧ୍ୟ ରହିଛି । ବିହାରର ଆରାହରେ ଏପରି ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି । ଖବର ପାଇଁ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସମସ୍ତ ମୃତଦେହ ଜବତ କରିବା ସହ ଫେରାର ହୋଇଯାଇଥିବା ଅଭିଯୁକ୍ତ ଯୁବକକୁ ମଧ୍ୟ ଗିରଫ କରିଛି ।

ପାରିବାରିକ କଳହରୁ ସ୍ବାମୀ ସାଜିଲା ସୈତାନ, 10 ମାସର ଶିଶୁପୁତ୍ର ସହ ଝିଅ ଓ ସ୍ତ୍ରୀକୁ କଲା ହତ୍ୟା
ପାରିବାରିକ କଳହରୁ ସ୍ବାମୀ ସାଜିଲା ସୈତାନ, 10 ମାସର ଶିଶୁପୁତ୍ର ସହ ଝିଅ ଓ ସ୍ତ୍ରୀକୁ କଲା ହତ୍ୟା (ETV Bharat Odisha)

ଆଜିମାବାଦରେ ଟ୍ରିପଲ ମର୍ଡର:

ଘଟଣାଟି ଆଜିମାବାଦ ପୋଲିସ ଷ୍ଟେସନ ଅଧୀନ ଏକ ଗ୍ରାମରେ ଘଟିଛି । ଅଭିଯୁକ୍ତର ନାମ ଲାଲୁ ଯାଦବ । ସେ ପତ୍ନୀଙ୍କ ସହ ଘରୋଇ କାରଣରୁ ଝଗଡା କରିବା ପରେ ଏପରି ନାରକୀୟ କାଣ୍ଡ ଘଟାଇଛି । ନିଜର 10 ମାସର ଶିଶୁପୁତ୍ର ଓ 8 ବର୍ଷୀୟ ଝିଅ ସମେତ ପତ୍ନୀ ସୋନିଆ କୁମାରୀଙ୍କୁ ସେ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲା । ସମସ୍ତଙ୍କ ଗଳା କାଟି ଦେଇଥିଲା ଅଭିଯୁକ୍ତ । ଫଳରେ ଘଟଣାସ୍ଥଳରେ ସମସ୍ତଙ୍କ ମୃତ୍ୟୁ ହୋଇଯାଇଥିଲା । ମୃତ ମହିଳା 35 ବର୍ଷିୟା ପତ୍ନୀ ସୀମା ଦେବୀ ଭାବେ ଚିହ୍ନଟ ହୋଇଥିବା ବେଳେ 2 ଶିଶୁଙ୍କ ମଧ୍ୟରେ 8 ବର୍ଷୀୟା ନାବାଳିକା କନ୍ୟା ସୌମ୍ୟା କୁମାରୀ ଏବଂ 10 ମାସର ଏକ ଶିଶୁ ପୁତ୍ର ରହିଛି । ତେବେ ହତ୍ୟାକାଣ୍ଡକୁ ରୂପ ଦେବା ପରେ ଅଭିଯୁକ୍ତ ଘଟଣାସ୍ଥଳରୁ ଖସି ପଳାଇଥିଲା । ହେଲେ ସ୍ଥାନୀୟ ଲୋକଙ୍କଠାରୁ ଖବର ପୋଲିସ ଘଟଣାସ୍ଥଳରେ ପହଞ୍ଚି ବିଭିନ୍ନ ସ୍ଥାନରେ ଚଢାଉ କରିବା ପରେ ଅଭିଯୁକ୍ତକୁ ଗିରଫ କରିବାରେ ସଫଳ ହୋଇଛି । ତାକୁ ପ୍ରାଥମିକ ଜେରା ପରେ ପୋଲିସ କୋର୍ଟ ଚାଲାଣ କରିଛି ।

ଘଟଣା ସ୍ଥଳରେ ଫୋରେନସିକ ଟିମ !

ଫୋରେନସିକ ଲ୍ୟାବ ଟିମକୁ ମଧ୍ୟ ପୋଲିସ ଡକାଇଥିଲା । FSL ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ପ୍ରମାଣ ସଂଗ୍ରହ କରିଥିଲା । ହତ୍ୟାରେ ବ୍ୟବହୃତ ଧାରୁଆ ଅସ୍ତ୍ର ଜବତ କରାଯାଇଛି । ପରେ ପୋଲିସ ମୃତଦେହକୁ ସଦର ଡାକ୍ତରଖାନାରେ ବ୍ୟବଚ୍ଛେଦ କରିବା ପରେ ପରିବାର ସଦସ୍ୟଙ୍କୁ ହସ୍ତାନ୍ତର କରିଛି । ତେବେ ଅଭିଯୁକ୍ତ ସହ ପରିବାର ଓ ସମ୍ପର୍କୀୟଙ୍କୁ ମଧ୍ୟ ପୋଲିସ ଜେରା କରୁଛି । କେଉଁ କାରଣରୁ ଅଭିଯୁକ୍ତ ଏତେ ଉତ୍ତେଜିତ ହୋଇ ହିତାହିତ ଜ୍ଞାନ ଭୁଲିଲା, ତାହା ସମସ୍ତଙ୍କୁ ଚକିତ କରିଛି । ଗ୍ରାମରେ ଭୟର ବାତାବରଣ ସୃଷ୍ଟି ହୋଇଛି । ପଡୋଶୀମାନେ ଆଶଙ୍କିତ ହୋଇ ପଡିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.