ETV Bharat / state

ଅଭୟାଙ୍କୁ ନ୍ୟାୟ ଦେବା ପାଇଁ ଜଜ୍‌ ସାଜିଲେ ଗଜାନନ ! ଗଣେଶ ପୂଜା ମଣ୍ଡପରେ ନିଆରା ମହିଳା ସଶକ୍ତିକରଣ ବାର୍ତ୍ତା - Women Empowerment Puja Decoration

author img

By ETV Bharat Odisha Team

Published : Sep 10, 2024, 11:04 PM IST

Women Empowerment Puja Decoration: ସମ୍ବଲପୁର ହାଟପଡାରେ ନିଆରା ଗଣେଶ ପୂଜା ସାଜସଜ୍ଜା କରାଯାଇଛି । ଜଜ୍‌ ସାଜି ମହିଳା ସଶକ୍ତିକରଣର ସଚେତନତା କରୁଛନ୍ତି ଗଜାନନ । ଅଧିକ ପଢ଼ନ୍ତୁ

Women Empowerment Puja Decoration
Women Empowerment Puja Decoration (ETV Bharat Odisha)

ସମ୍ବଲପୁର: ବିଘ୍ନହର୍ତ୍ତା ଗଜାନନ ସାଜିଛନ୍ତି ଜଜ୍ । ପ୍ରଭୁ ଶ୍ରୀ ଗଣେଶଙ୍କ ବାହାନ ମୂଷା ସାଜିଛନ୍ତି ପୋଲିସ ଓ ଓକିଲ । ଆଉ ନ୍ୟାୟ ପାଇଁ ବସିଛି ଅଦାଲତ । ହେଲେ କାହାକୁ ନ୍ୟାୟ ଦେବା ପାଇଁ ପ୍ରଭୁ ଗଣେଶ ଜଜ୍‌ ସାଜିଛନ୍ତି ? ତେବେ ଯେଉଁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିଲା, ଯାହାକୁ ନେଇ ଦେଶବ୍ୟାପୀ ନ୍ୟାୟ ଦାବି ହେଉଛି, କୋଲକାତା ମହିଳା ଡାକ୍ତର ଅଭୟାଙ୍କ ପାଇଁ ଜଜ୍‌ ସାଜିଛନ୍ତି ପ୍ରଭୁ ଗଣେଶ । ଗଣେଶ ପୂଜା ଅବସରରେ ସମ୍ବଲପୁର ହାଟପଡାର ଗଣେଶ ପୂଜା ମଣ୍ଡପରେ ଏପରି ନିଆରା ବାର୍ତ୍ତା ଦେଖିବାକୁ ମିଳିଛି । ପ୍ରଭୁ ଗଣେଶଙ୍କୁ ଏଭଳି ଜଜ୍‌ ଭାବରେ ସଜା ଯାଇଛି ।

WOMEN EMPOWERMENT PUJA DECORATION (ETV Bharat Odisha)
  • ନାରୀ ସୁରକ୍ଷା ବାର୍ତ୍ତା ନେଇ ସାଜସଜ୍ଜା:

ସମ୍ବଲପୁରର ହାଟପଡା ବୀର ବଜରଙ୍ଗ ସଂଘ ଗଣେଶ ପୂଜା କମିଟି ପକ୍ଷରୁ ଏଥର ଏକ ନିଆରା ସଚେତନାତାକୁ ନେଇ ପୂଜାର ସାଜସଜ୍ଜା କରାଯାଇଛି । ଗଣେଶ ପୂଜାରେ ଏଥର ଭଗବାନ ଗଣେଶଙ୍କୁ ଜଜ ଭାବେ ସଜ୍ଜିତ କରାଯାଇଥିବା ବେଳେ ମୂଷିକ ବାହାନଙ୍କୁ ପୋଲିସ ଓ ଓକିଲ ଭାବେ ଦର୍ଶାଯାଇଛି । ଏଥର ନାରୀ ସୁରକ୍ଷା, ନାରୀ ସଶକ୍ତିକରଣର ବିଭିନ୍ନ ପ୍ରକାର ପୋଷ୍ଟର ଓ ବ୍ୟାନର ଲଗେଇ ସଚେତନତା ବାର୍ତ୍ତା ଦିଆଯାଇଛି । ଏହା ସହ କୋଲକାତାର ମହିଳା ଡାକ୍ତରଙ୍କୁ ନ୍ୟାୟ ଦେବା ପାଇଁ ଭଗବାନ ଗଣେଶଙ୍କୁ ଜଜ୍‌ ଭାବରେ ସଜା ଯାଇଛି । ଏହି ପୂଜା ମଣ୍ଡପରେ ଭଗବାନ ଗଣେଶଙ୍କ ପୂଜା ଯାହା ୭ ଦିନ ଧରି ହୋଇଥାଏ । ଚଳିତ ବର୍ଷ ପୂଜା କମିଟି ପକ୍ଷରୁ ମହିଳା ସଶକ୍ତିକରଣକୁ ନେଇ ସାଜସଜ୍ଜା କରାଯାଇଥିବା ବେଳେ । ଏହାକୁ ବେସ ପ୍ରସଂଶା କରାଯାଉଛି ।

WOMEN EMPOWERMENT PUJA DECORATION

  • ମହିଳାମାନଙ୍କୁ ସଶକ୍ତ ହେବା ପାଇଁ ଆହ୍ବାନ:

ଏନେଇ ସ୍ଥାନୀୟ ବ୍ୟକ୍ତି ନନ୍ଦ କିଶୋର ଅଗ୍ରୱାଲ, "ଏ ଯେଉଁ ସାଜସଜ୍ଜା ଆମ ହାଟପଡ଼ାରେ ହୋଇଛି ଏହା ମୋର ୫୫ ବର୍ଷ ଜୀବନ କାଳ ଭିତରେ ପ୍ରଥମ ଥର ଦେଖିଲି । ଯେଉଁଟାକି ମହିଳାସଶକ୍ତି କରଣ ଉପରେ ସାଜସଜ୍ଜା ହୋଇଛି । ମେନ ଗେଟରୁ ନେଇ ଭିତରେ ଗଣେଶ ଭଗବାନ ଜଷ୍ଟିସ ହୋଇକି ବସିଛନ୍ତି । ବର୍ତ୍ତମାନ ଆମେ ଦେଖୁଛୁ ମହିଳାମାନଙ୍କ ଉପରେ ଯେଉଁ ଅତ୍ୟାଚାର ହେଉଛି ତାକୁ ହାଇଲାଇଟ କରିବା ପାଇଁ, ଏଥିରୁ ମହିଳାମାନଙ୍କୁ ସୁରକ୍ଷିତ ରକ୍ଷିବା ପାଇଁ ଆମ କ୍ଳବର ପିଲାମାନେ ଦାୟିତ୍ୱ ନେଇ ଏଭଲି ସାଜସଜ୍ଜା କରିଛନ୍ତି । ମହିଳାମାନଙ୍କୁ ସଶକ୍ତ ହେବା ପାଇଁ ଆହ୍ବାନ ଦିଆଯାଇଛି ।"

ଏହା ମଧ୍ୟ ପଢ଼ନ୍ତୁ...Ganesh Puja 2024: ମାସେ ଧରି ସ୍ଵତନ୍ତ୍ର ରୀତିନୀତି ଅନୁଯାୟୀ ପୂଜା ପାଇବେ ଐତିହାସିକ ବୁଢ଼ା, ଟୋକା ଓ ପିଲା ଗଣେଶ - Unique Ganesh puja
  • ଅଭୟାଙ୍କୁ ନ୍ୟାୟ ପାଇଁ ଗଜାନନ ସାଜିଲେ ଜଜ୍‌ !:

ତେବେ କୋଲକାତାରେ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାକୁ ନେଇ ଆଜି ବି ଦେଶବ୍ୟାପୀ ଆନ୍ଦୋଳନ ଚାଲିଛି । ବର୍ତ୍ତମାନ ସମ୍ବଲପୁରରେ ଗଣେଶ ପୂଜା ଜରିଆରେ ଏହି ଘଟଣାର ତ୍ୱରିତ ନ୍ୟାୟ ଦାବି କରାଯାଇଛି । ସମ୍ବଲପୁରର ହାଟପଡା ପୂଜା କମିଟି ୫୦ ବର୍ଷ ଧରି ଗଣେଶ ପୂଜା କରି ଆସୁଥିବା ବେଳେ ଏଠାରେ ପ୍ରତ୍ୟେକ ବର୍ଷ ବିଭିନ୍ନ ସଚେତନତା ଧର୍ମୀ ଥିମରେ ପୂଜା ହୋଇଆସୁଛି । ଚଳିତ ବର୍ଷ କୋଲକାତାର ମହିଳା ଡାକ୍ତର ଅଭୟାଙ୍କ ପାଇଁ ତ୍ୱରିତ ନ୍ୟାୟ ପାଇଁ ଏହି ପୂଜା କମିଟି ଭଗବାନ ଗଣେଶଙ୍କୁ ଜଜ ଭାବେ ସଜ୍ଜିତ କରିଛନ୍ତି । ଏହାସହ ମୁଖ୍ୟ ଗେଟରୁ ପୂଜାମଣ୍ଡପ ଯାଏଁ ମହିଳା ସଶକ୍ତିକରଣ ନେଇ ବିଭିନ୍ନ ପ୍ରକାର ପୋଷ୍ଟର ଲଗାଯାଇଛି । ଏଥିରେ କନ୍ୟା ଭ୍ରୁଣହତ୍ୟା, ବାଲ୍ୟ ବିବାହ, ନାରୀ ସଶକ୍ତିକରଣ, ନାରୀ ସମ୍ମାନ, ରାଜନୀତି, କ୍ରୀଡା, ସିନେମା, ମେଡିକାଲ, ମହାକାଶ ବିଜ୍ଞାନ, ସୌନ୍ଦର୍ଯ୍ୟ ପ୍ରତିଯୋଗୀତାରେ ସଫଳତା ପାଇଥିବା ମହିଳା ଚିତ୍ର ଥିବା ପୋଷ୍ଟର ରହିଛି ।

ଏହା ମଧ୍ୟ ପଢ଼ନ୍ତୁ...ନବୀନଙ୍କ ପୂଜା ମଣ୍ଡପ ବୁଲାକୁ ନେଇ ଟାର୍ଗେଟ କଲା ବିଜେପି - BJP On Naveen Visits Puja Mandap

ପୂଜା କମିଟି କୋଷାଧ୍ୟକ୍ଷଙ୍କ ପ୍ରତିକ୍ରିୟା:

ଏନେଇ ହାଟପଡା ବୀର ବଜରଙ୍ଗ ସଂଘ ଗଣେଶ ପୂଜା କମିଟିର କୋଷାଧ୍ୟକ୍ଷ ବିଶ୍ୱଜିତ ଦେହୁରୀ କହିଛନ୍ତି,"ଏହା ମହିଳା ସଶକ୍ତିକରଣକୁ ନେଇ କରାଯାଇଛି । କୋଲକାତାରେ ଯେଉଁ ମହିଳା ଡାକ୍ତରଙ୍କ ଉପରେ ଅତ୍ୟାଚାର ହେଲା, ତାକୁ ନେଇକି ଏଭଲି କରାଯାଇଛି । ଗଣେଶ ଭଗବାନଙ୍କୁ ବିଚାରପତି କରାଯାଇଛି । ବିଭିନ୍ନ କ୍ଷେତ୍ରରେ ଯେଉଁ ମହିଳାମାନେ ଆୱାର୍ଡ ଓ ସଫଳତା ପାଇଛନ୍ତି ସେମାନଙ୍କୁ ବି ଏହି ସାଜସଜ୍ଜାରେ ଦେଖିବାକୁ ପାଇବେ ।"

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.