ETV Bharat / state

ଓଡ଼ିଶା ଆସିବେ ୫ ମହାବଳ, ଅନ୍ୟ ଜୀବଜନ୍ତୁ ହେବେ ଅଦଳବଦଳ - Odisha To Welcome Wild Animals

author img

By ETV Bharat Odisha Team

Published : Jul 5, 2024, 6:39 PM IST

Odisha To Welcome Wild Animals: ଓଡ଼ିଶା ଅଣାଯିବ ୫ ମହାବଳ ବାଘ । ଏହାସହ ରାଜ୍ୟର ବିଭିନ୍ନ ପ୍ରାଣୀ ଉଦ୍ୟାନରେ ଜୀବଜନ୍ତୁ ଅଦଳବଦଳ ହେବ ବୋଲି ବନବିଭାଗ ସୂଚନା ଦେଇଛି । ପଢନ୍ତୁ ପୁରା ଖବର ।

Odisha To Welcome Wild Animals
Odisha To Welcome Wild Animals (ETV Bharat Odisha)

ଭୁବନେଶ୍ବର: ଓଡ଼ିଶା ଆସିବେ ୫ ମହାବଳ । ଦେବ୍ରିଗଡ଼ ଅଭୟାରଣ୍ୟ ପାଇଁ ୩ ଓ ଶିମିଳିପାଳ ପାଇଁ ୨ ବାଘ ଆସିବେ । ଅଗଷ୍ଟ ଶେଷ ସୁଦ୍ଧା ଦେବ୍ରିଗଡ଼ ପାଇଁ ମହାରାଷ୍ଟ୍ର ଓ ମଧ୍ୟପ୍ରଦେଶରୁ ବାଘ ଅଣାଯିବ ବୋଲି ଜଣାପଡ଼ିଛି । ଅକ୍ଟୋବର ଶେଷ ସୁଦ୍ଧା ଶିମିଳିପାଳ ପାଇଁ ମଧ୍ୟପ୍ରଦେଶ, ମହାରାଷ୍ଟ୍ରରୁ ଆସିବେ ମହାବଳ ବାଘ । ୫ଟି ମହାବଳ ବାଘ ଓଡ଼ିଶା ଆସିବା ନେଇ ବନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ବନ ବିଭାଗର ତଥ୍ୟ ଅନୁସାରେ, ଦେବ୍ରିଗଡ଼ ପାଇଁ ଆସିବାକୁ ଥିବା ୩ ମହାବଳ ମଧ୍ୟରୁ ୧ ଅଣ୍ଡିରା ମହାବଳ ଏବଂ ୨ଟି ବାଘୁଣୀ ଅଣାଯିବ । ଏହାସହ ଶିମିଳିପାଳ ପାଇଁ ୨ଟି ମହାବଳ ବାଘ ମଧ୍ୟରୁ ୨ଟି ଯାକ ବାଘୁଣୀ ରହିଛନ୍ତି । ଏହାସହ ଅନ୍ୟାନ୍ୟ ଜୀବଜନ୍ତୁ ଅଦଳବଦଳ ହେବାର ଯୋଜନା ମଧ୍ୟ କରାଯାଇଛି ।

୨୦ଟି ଗୟଳ ଦେବ୍ରିଗଡ଼ରୁ ଚନ୍ଦକା ଅଭୟାରଣ୍ୟକୁ ଅଣାଯିବ । ସେଥିରେ ରହିଛି ୫ଟି ଅଣ୍ଡିରା ଗୟଳ ସମେତ ୧୫ଟି ମାଈ ଗୟଳ । ଏହା ଜୁଲାଇ ୩୧ ମଧ୍ୟରେ ଆସିବେ । ସେହିପରି ଭାବରେ ୧୧୫ଟି ଚିତ୍ରା ହରିଣ ସମ୍ବଲପୁର ପ୍ରାଣୀ ଉଦ୍ୟାନରୁ ଦେବ୍ରିଗଡ଼ ଜୁଲାଇ ୩୧ ସୁଦ୍ଧା ଆସିବ । ଏଥିରେ ରହିଛନ୍ତି ୫୬ଟି ଅଣ୍ଡିରା, ୪୬ଟି ମାଈ ଏବଂ ୧୩ଟି ଛୋଟ ହରିଣ । ଏହାସହ ତପ୍ତପାଣି ହରିଣ ପାର୍କରୁ ଲାଖରି ଭ୍ୟାଲିକୁ ଆସିବେ ୩୨ଟି ଚିତ୍ରା ହରିଣ ଯାହା ଜୁଲାଇ ୨୦ ସୁଦ୍ଧା ଆସିବେ । ଅନୁଗୋଳର ହରିଣ ପାର୍କ ନାଲକୋ ନଗରରୁ ଢେଙ୍କାନାଳର କନ୍ଧାରା ୨୫ ଜୁଲାଇ ସୁଦ୍ଧା ୫୫ଟି ଚିତ୍ରା ହରିଣ ଆସିବେ । ସେଥିରେ ରହିଛନ୍ତି ୨୨ଟି ଅଣ୍ଡିରା ଏବଂ ୩୫ ଟି ମାଈ ଚିତ୍ରା ହରିଣ । ଏହାସହ ନନ୍ଦନକାନନ ପ୍ରାଣୀ ଉଦ୍ୟାନର ଚନ୍ଦକା ଅଭୟାରଣ୍ୟକୁ ଜୁଲାଇ ୧୦ ତାରିଖ ମଧ୍ୟରେ ୧୦୦ଟି ଚିତ୍ରା ହରିଣ ଆସିବେ । ସେଥିରେ ରହିଛନ୍ତି ୫୦ଟି ଅଣ୍ଡିରା ଏବଂ ଆଉ ୫୦ଟି ମାଈ ଚିତ୍ରା ହରିଣ ।

ଏହା ବି ପଢନ୍ତୁ...ହାତୀଙ୍କ ପାଇଁ VIP ସୁବିଧା: ରହିଛି ଖେଳ ପଡିଆ ଓ ରେସ୍ତୋରାଁ - Special restaurant For Elephant

ଅନ୍ୟପଟେ ନନ୍ଦନକାନନ ପ୍ରାଣୀ ଉଦ୍ୟାନରୁ ୫୦୦ଟି ଚିତ୍ରା ହରିଣ ଢେଙ୍କାନାଳର କାନ୍ଧାରା, ସାତକୋଶିଆ ବାଘ ଅଭୟାରଣ୍ୟ, କୁଲଢିହା ଅଭୟାରଣ୍ୟକୁ ଅଗଷ୍ଟ ୩୧ ସୁଦ୍ଧା ଆସିବ। କୃଷ୍ଣସାର ମୃଗ ଗଞ୍ଜାମର ବେଠୋନି ଅଞ୍ଚଳରୁ କୋଣାର୍କର ବାଲୁକାଖଣ୍ଡକୁ ଜୁଲାଇ ୨୦ ସୁଦ୍ଧା ଆସିବେ ୮ ଟି କୃଷ୍ଣସାର ମୃଗ । ଯେଉଁଥିରେ ରହିଛନ୍ତି ୨ ଅଣ୍ଡିରା ଏବଂ ୬ ମାଈ ମୃଗ । ଏହାସହ ନନ୍ଦନକାନନ ପ୍ରାଣୀ ଉଦ୍ୟାନରୁ କୋଣାର୍କ ବାଲୁକାଖଣ୍ଡକୁ ୧୦ଟି କୃଷ୍ଣସାର ମୃଗ ଅଗଷ୍ଟ ୧୫ ମଧ୍ୟରେ ୪ ଟି ଅଣ୍ଡିରା ଏବଂ ୬ ମାଇ କୃଷ୍ଣସାର ମୃଗ ଆସିବେ । ଅନ୍ୟପଟେ ନନ୍ଦନକାନନ ପ୍ରାଣୀ ଉଦ୍ୟାନରୁ ଶିମିଳିପାଳ ରିଭରକୁ ୩୦ଟି ମଗର କୁମ୍ଭୀର ନଭେମ୍ବର ୧୫ ସୁଦ୍ଧା ଆସିବେ । ସେଥିରେ ରହିଛନ୍ତି ୧୦ଟି ଅଣ୍ଡିରା ୨୦ଟି ମାଈ ମଗର କୁମ୍ଭୀର । ସେହିପରି ୨୦ଟି ଲୁଣି କୁମ୍ଭୀର ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ କୁମ୍ଭୀର ପ୍ରଜନନ ପାଇଁ ରଖାଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.