ETV Bharat / state

୪ ମାସର ଶିଶୁକନ୍ୟା ସହ ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ; ଯୌତୁକ ହତ୍ୟା ଅଭିଯୋଗ ଆଣିଲା ପରିବାର - WOMAN KILLED FOR DOWRY

ଯୌତୁକ ପାଇଁ ନିଆଁ ଲଗାଇ ହତ୍ୟା କରାଯାଇଥିବା ବାପଘର ଲୋକଙ୍କ ଅଭିଯୋଗ । ସ୍ବାମୀକୁ ଅଟକ ରଖିଛି ପୋଲିସ ।

WOMAN KILLED FOR DOWRY
WOMAN KILLED FOR DOWRY (ETV Bharat Odisha)
author img

By ETV Bharat Odisha Team

Published : Dec 4, 2024, 9:32 PM IST

କଟକ: 4ମାସର ନବଜାତ ଶିଶୁକନ୍ୟା ସହ ସନ୍ଦେହଜନକ ଭାବେ ମହିଳାଙ୍କ ମୃତ୍ୟୁ । ନିଆଁରେ ପୋଡି ହୋଇ ଉଭୟଙ୍କ ମୃତ୍ୟୁ ହୋଇଥିବା ବେଳେ ଯୌତୁକ ପାଇଁ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଲେ ମୃତକଙ୍କ ପରିବାର ଲୋକେ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କଟକ ଜିଲ୍ଲା ଜଗତପୁର ଥାନା ଆତୋଡା ଗାଁରେ । ପୋଲିସ ମୃତ ମହିଳାଙ୍କ ମା’ଙ୍କ ଅଭିଯୋଗ ଆଧାରରେ ଏକ ମାମଲା ରୁଜୁ କରିବା ସହ ମୃତକଙ୍କ ସ୍ବାମୀଙ୍କୁ ଅଟକ ରଖି ପଚରାଉଚରା କରୁଥିବା ସୂଚନା ମିଳିଛି ।

  • ଯୌତୁକ ନିର୍ଯାତନା ଅଭିଯୋଗ:

ପୋଲିସ ସୂଚନା ଅନୁଯାଇ, ଗତକାଲି (ମଙ୍ଗଳବାର) ସଂଧ୍ୟାରେ ସୁଚିଶ୍ମିତା ମହାନ୍ତି ନାମ୍ନୀ ଜଣେ ମହିଳା ନିଜର ୪ ମାସର ନବଜାତ ଶିଶୁକନ୍ୟାକୁ ଧରି ଜୀବନ ହାରିବା ପାଇଁ ଉଦ୍ୟମ କରିଥିବା ଅଭିଯୋଗ ହୋଇଥିଲା । ପାରିବାରିକ କଳହରୁ ସେ ଏଭଳି କରିଥିବା କୁହାଯାଉଥିବା ବେଳେ ମୃତ ସୁଚିଶ୍ମିତାଙ୍କ ମାଆ ରଶ୍ମିତା ମହାନ୍ତି ଯୌତୁକ ନିର୍ଯାତନା ଅଭିଯୋଗ ଆଣି ଜଗତପୁର ଥାନାରେ ଏତଲା ଦେଇଛନ୍ତି । ଏତଲାରେ ସ୍ବାମୀ, ଶାଶୂ ଓ ବିବାହିତା ନଣଦଙ୍କ ନାମ ଉଲ୍ଲେଖ କରିଛନ୍ତି ଅଭିଯୋଗକାରୀ ତଥା ମୃତ ସୁଚିଶ୍ମିତାଙ୍କ ମା’ ।

WOMAN KILLED FOR DOWRY (ETV Bharat Odisha)

ମାମଲା ରୁଜୁ କଲା ପୋଲିସ :

ଗତବର୍ଷ ଡିସେମ୍ବର ମାସରେ ବୈଦିକ ରୀତିରେ ସୌରି ଗାଁର ସୁଚିସ୍ମିତା ମହାନ୍ତି ଆତୋଡ଼ା ଗାଁର ଶୁଭରଞ୍ଜନ ଲେଙ୍କାଙ୍କୁ ବିବାହ କରିଥିଲେ । ବିବାହ ସମୟରେ ଶାଶୁ ଘର ଲୋକଙ୍କ ଦାବି ମୁତାବକ ସମସ୍ତ ଟଙ୍କା, ଆସବାସ ପତ୍ର ଓ ସୁନା ଅଳଙ୍କାର ମଧ୍ୟ ସୁଚିଶ୍ମିତାଙ୍କ ପରିବାର ଦେଇଥିଲେ । ତେବେ ପରବର୍ତ୍ତୀ ସମୟରେ ଅଧିକ ଯୌତୁକ ଦାବି କରି ଶାଶୁ ଘର ଲୋକ ସୁଚିସ୍ମିତା ଏବଂ ବନଜାତ କନ୍ୟାକୁ ହତ୍ୟା କରିଥିବା ମୃତକଙ୍କ ମା’ ଓ ଭଉଣୀ ଥାନାରେ ଅଭିଯୋଗ କରିଛନ୍ତି । ମୃତ ସୁଚିଶ୍ମିତାଙ୍କ ମା’ଙ୍କ ଏତଲା ଆଧାରରେ ଜଗତପୁର ଥାନା ପୋଲିସ କେସ-ନଂ 615/24 ଏକ ମାମଲା ରୁଜ କରିଛି ।

ଏହା ମଧ୍ୟ ପଢନ୍ତୁ...ଯୌତୁକ ପାଇଁ ଗର୍ଭବତୀ ସ୍ତ୍ରୀକୁ କରିଥିଲା ହତ୍ୟା, ଆଜୀବନ କାରଦଣ୍ଡ ଶୁଣାଇଲେ କୋର୍ଟ

ଏହା ମଧ୍ୟ ପଢନ୍ତୁ...ପ୍ରେମ ବିବାହ, ନିର୍ଯାତନା ପରେ ହତ୍ୟା ! ଯୌତୁକ ପାଇଁ ଶାଶୁଘରେ ଗଲା ବୋହୁର ଜୀବନ - Woman Killed For Dowry

ଏହା ମଧ୍ୟ ପଢନ୍ତୁ...ନବବଧୂଙ୍କ ସନ୍ଦେହ ଜନକ ମୃତ୍ୟୁ, ବାପଘର ଲୋକ ଆଣିଲେ ହତ୍ୟା ଅଭିଯୋଗ - New Bride Killed For Dowry

  • ଏମିତି କହିଲେ ଜୋନ-୧ ଏସିପି ଅରୁଣ କୁମାର ସ୍ବାଇଁ:

ଏନେଇ କଟକ ଜୋନ-୧ ଏସିପି ଅରୁଣ କୁମାର ସ୍ବାଇଁ କହିଛନ୍ତି,"ପାରିବାରିକ କଳହକୁ କେନ୍ଦ୍ର କରି ସୁଚିସ୍ମିତା ମହାନ୍ତି ନାମକ ଜଣେ ମହିଳା ତାଙ୍କ ଶିଶୁ କନ୍ୟାକୁ ଧରି ଜୀବନ ହାରିବା ପାଇଁ ଉଦ୍ୟମ କରିଥିଲେ । ଉଭୟଙ୍କୁ ଉଦ୍ଧାର କରି ହସ୍ପିଟାଲେ ଭର୍ତ୍ତି କରାଯାଇଥିଲା । ତେବେ ଗତକାଲି (ମଙ୍ଗଳବାର) ରାତିରେ ଶିଶୁକନ୍ୟାଙ୍କ ମୃତ୍ୟୁ ହୋଇଥିବା ବେଳେ ଆଜି (ବୁଧବାର) ସୁଚିସ୍ମିତାଙ୍କ ମୃତ୍ୟୁ ହୋଇଛି । ପରବର୍ତ୍ତୀ ସମୟରେ ତାଙ୍କ ମା’ ହତ୍ୟା ଅଭିଯୋଗ ଆଣିଛନ୍ତି । ଏହି ଦିଗରେ ପୋଲିସ ତଦନ୍ତ ଜାରି ରଖିଛି । ମୃତ ମହିଳାଙ୍କ ସ୍ବାମୀକୁ ଅଟକ ରଖି ପୋଲିସ ପଚରାଉଚରା କରୁଛି । "

ଇଟିଭି ଭାରତ, କଟକ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.