ETV Bharat / state

ଯୁବତୀ କରୁଥିଲେ ଅସ୍ବାଭାବିକ ଆଚରଣ: ମୁଣ୍ଡରେ ଛୁଞ୍ଚି ପୁରାଇ ଦେଲେ ତାନ୍ତ୍ରିକ, ଆଉ ତା' ପରେ... - Black Magic In Balangir

author img

By ETV Bharat Odisha Team

Published : Jul 18, 2024, 11:06 PM IST

Black Magic In Balangir: ଯୁବତୀ କରୁଥିଲେ ଅସ୍ବାଭାବିକ ଆଚରଣ । ଆଉ ଚିକିତ୍ସା ପାଇଁ ତାନ୍ତ୍ରିକଙ୍କୁ ଭରସା କରିଥିଲେ ପରିବାର । ଆଉ ତା'ପରେ ଯାହା ହେଲା ଜାଣିଲେ ଆପଣଙ୍କ ପାଦ ତଳୁ ମାଟି ଖସିଯିବ । ପଢନ୍ତୁ ପୂରା ଖବର ।

Black Magic
Black Magic (ETV Bharat Odisha)

ବଲାଙ୍ଗୀର: ଯୁବତୀଙ୍କୁ ଗୁଣି ଗାରେଡ଼ି କରି ତାନ୍ତ୍ରିକ ଗିରଫ । ଯୁବତୀ ଜଣକ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ବଲାଙ୍ଗୀର ଜିଲ୍ଲା ସିନ୍ଧେକେଲା ଥାନା ଅଞ୍ଚଳରୁ ଏପରି ଏକ ଘଟଣା ସାମନାକୁ ଆସିଛି ଯାହା ଆପଣଙ୍କୁ ଚକିତ କରିଦେବ । ଯୁବତୀଙ୍କ ମୁଣ୍ଡରେ ଗୁଞ୍ଜା ଯାଇଛି ଅନେକ ଛୁଞ୍ଚି । ବଲାଙ୍ଗୀର ଜଣେ ତାନ୍ତ୍ରିକ ଏପରି କରିଥିବାବେଳେ ଯୁବତୀ ଜଣକ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ଅଭିଯୋଗ ପରେ ସମ୍ପୃକ୍ତ ତାନ୍ତ୍ରିକ ଗିରଫ ହୋଇଛି । ବଲାଙ୍ଗୀରରେ ବହୁ ମାତ୍ରାରେ ଏଭଳି ଗୁଣିଗାରେଡି ଘଟଣା ସାମନାକୁ ଆସୁଛି । ଆଧୁନିକ ଯୁଗରେ ମଧ୍ୟ ଚିକିତ୍ସା ନ ପାଇଁ ଲୋକେ ଗୁଣିଗାରେଡିର ସାହାଯ୍ୟ ନେଉଛନ୍ତି । ଯେଉଁଥିରେ ଜୀବନ ହାନି ଘଟିବା ସହ ଲୋକେ ହଇରାଣ ହେଉଛନ୍ତି।

Black Magic (ETV Bharat Odisha)

ଅଭିଯୁକ୍ତକୁ ଗିରଫ ପରେ କୋର୍ଟ ଚାଲାଣ କରିଛି ପୋଲିସ । ସୂଚନା ଅନୁସାରେ, ବଲାଙ୍ଗୀର ଜିଲ୍ଲା ସିନ୍ଧେକେଲା ଥାନା ଅଞ୍ଚଳର ଜଣେ ଯୁବତୀ ଦୀର୍ଘ ଦିନରୁ ଅସ୍ବାଭାବିକ ଆଚରଣ କରୁଥିବାବେଳେ ହାତ ଗୋଡ଼କୁ ନିଜେ କାଟି ପକାଉଥିଲେ । ଯାହାକୁ ନେଇ ତାଙ୍କ ବାପା ତାଙ୍କ ଝିଅଙ୍କୁ କଣ୍ଟାବାଞ୍ଜି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ସବୁ ପରୀକ୍ଷା ପରେ ଯୁବତୀ ଜଣକ ସୁସ୍ଥ ଥିବାବେଳେ ଏହି ଅସ୍ବାଭାବିକ ଆଚରଣର କାରଣ ଜଣାପଡ଼ି ନଥିଲା । ଏହାପରେ ଝିଅକୁ ନେଇ ଘରକୁ ଫେରିଥିଲେ ବାପା । ହେଲେ ଘରେ ପହଞ୍ଚିବା ପରେ ଯୁବତୀ ଜଣକ ପୁଣି ସେହିପରି ଆଚରଣ କରିଥିଲେ । ଯାହାକୁ ନେଇ ଲୋକେ ତାଙ୍କୁ ଗୁଣିଗାରେଡିର ପରାମର୍ଶ ଦେଇଥିଲେ । ଏହାପରେ ସେ ସିନ୍ଧେକେଲା ଅନ୍ତର୍ଗତ ଜାମୁଟ ଝୁଲା ଗ୍ରାମର ଆତ୍ମଘୋଷିତ ବାବା ଓ ତାନ୍ତ୍ରିକ ତେଜ ରଣା ପାଖକୁ ନେଇଥିଲେ । ଯେଉଁଠାରେ ତାନ୍ତ୍ରିକ ଜଣକ ଅନେକ ଛୁଞ୍ଚି ନେଇ ଯୁବତୀଙ୍କ ମୁଣ୍ଡରେ ଗୁଞ୍ଜି ଦେଇଥିଲେ ।

Black Magic In Balangir
Black Magic In Balangir (ETV Bharat Odisha)

ଏହା ବି ପଢନ୍ତୁ...ଗୁଣିଗାରେଡି ସନ୍ଦେହରେ ସ୍ୱାମୀ-ସ୍ତ୍ରୀଙ୍କୁ ହତ୍ୟା, ୧୦ ଅଭିଯୁକ୍ତ ଗିରଫ

ତାଙ୍କ ଉପରେ ଭୂତ ପ୍ରବେଶ କରିଛି ଓ ତାକୁ କାଢ଼ିବାକୁ ପଡ଼ିବ କହି ତାଙ୍କଠୁ ବିଗତ ୪ ବର୍ଷ ହେବ ଲକ୍ଷାଧିକ ଟଙ୍କା ନେଇଥିବାର ଅଭିଯୋଗ କରିଛନ୍ତି ସମ୍ପୃକ୍ତ ଯୁବତୀଙ୍କ ବାପା । ଯୁବତୀଙ୍କ ଏହି ଅସ୍ବାଭାବିକ ଆଚରଣ ଆହୁରି ବୃଦ୍ଧି ହେବା ପରେ ପୁଣି ସମ୍ପୃକ୍ତ ତାନ୍ତ୍ରିକଙ୍କୁ ଫୋନ କରିଥିଲେ ପରିବାରଲୋକେ । ହେଲେ ସେ ଆଉ ଧରା ଛୁଆଁ ଦେଇ ନଥିଲେ । ସେପଟେ ଯୁବତୀ ଜଣକ ଗୁରୁତର ହେବାରୁ ତାଙ୍କୁ ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଛି । ପରୀକ୍ଷା ପରେ ତାଙ୍କ ମୁଣ୍ଡରେ 23 ରୁ ଉର୍ଦ୍ଧ୍ବ ଛୁଞ୍ଚି ଥିବା ଜଣାପଡ଼ିଛି। ତାଙ୍କ ବାପା ଏକଥା ଜାଣିବା ପରେ କଣ୍ଟାବାଞ୍ଜି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଏହାପରେ ପୋଲିସ ତେଜ ରଣାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.