ETV Bharat / state

ଏଥର ଫିକା ପଡିବ ଗଣେଶ ପୂଜା ! ବାଜିବନି DJ, ମୁଖ୍ୟରାସ୍ତାରେ ଭସାଣି ମନା - ganesh puja preparation meeting

author img

By ETV Bharat Odisha Team

Published : Aug 18, 2024, 10:46 PM IST

Updated : Aug 18, 2024, 10:54 PM IST

GANESH PUJA PREPARATION MEETING: ବସିଲା ଗଣେଶ ପୂଜାର ପ୍ରସ୍ତୁତି ବୈଠକ । ବିକଟାଳ ଶବ୍ଦ କରି ବଜାଉଥିବା DJରେ ରୋକ ଲାଗିବା ସହ ପାର୍କିଂ ଓ ଭିଡ ନିୟନ୍ତ୍ରଣକୁ ଅଧିକ ଗୁରୁତ୍ବ ଦିଆଯାଇଛି । ଏଥର ଭସାଣି ହେବ ୩ ଦିନ ।ଅଧିକ ପଢନ୍ତୁ

GANESH PUJA PREPARATION MEETING
GANESH PUJA PREPARATION MEETING (ETV Bharat Odisha)

ଭୁବନେଶ୍ବର: ଏଥର ଗଣେଶ ପୂଜା ଭସାଣିରେ ବାଜିବନି DJ କି ମେନ୍ ରୋଡରେ ହେବନି ନାଗିନ ଡ୍ୟାନସ ।ଏସବୁରେ ପୋଲିସ ଲଗାଇଛି କଟକଣା । ବିକଟାଳ ଶବ୍ଦ କରି ବଜାଉଥିବା DJ ଭସାଣିକୁ ରୋକ ଲଗାଯାଇଛି ।ଏପରିକି ମୁଖ୍ୟ ରାସ୍ତା ଉପରେ ନୁହେଁ ନିଜ ଗଳି ଭିତରେ ଭସାଣି ଶୋଭାଯାତ୍ରା କରିବାକୁ ନିର୍ଦ୍ଦେଶ ରହିଛି ।ଏଥର ପୂଜା ଅପେକ୍ଷା ଭସାଣି ଉପରେ ଅଧିକ କଟକଣା ଲାଗାଯାଇଛି । ଆଉ ପୂଜା ଅନୁମତି ନେବା ପାଇଁ ହୋଇଛି ନୂଆ ବ୍ୟବସ୍ଥା ।ଏନେଇ ଟ୍ରାଫିକ ଥାନା କନଫରେନ୍ସରେ ବସିଥିଲା ବୈଠକ ।

ଏଥର ଫିକା ପଡିବ ଗଣେଶ ପୂଜା (ETV Bharat Odisha)

ଗଣେଶ ପୂଜା ପ୍ରସ୍ତୁତି ବୈଠକ:

ରାଜଧାନୀର ସମସ୍ତ ପୂଜା ମଣ୍ଡପର କର୍ମକର୍ତ୍ତା ,ପୋଲିସ ଓ ଅଗ୍ନିଶମ ବିଭାଗ ଅନ୍ୟାନ୍ୟ ଅଧିକାରୀ ମଧ୍ୟରେ ବୈଠକ ହୋଇଥିଲା । ବିଭିନ୍ନ ଦିଗ ପ୍ରତି ଆଲୋଚନା ବିଚାର ବିମର୍ଶ ହୋଇଥିଲା । ଏନେଇ ଭୁବନେଶ୍ୱର ଡିସିପି କହିଛନ୍ତି," ତିନିଦିନ ପାଇଁ ଭସାଣି ପାଇଁ ନିଷ୍ପତ୍ତି ନିଆଯାଇଛି । ପାର୍କିଂକୁ ଗୁରୁତ୍ବ ଦେବା ସହ ମିନା ବଜାର ଆଦି ସ୍ଥାନରେ ଭଲ ଆଲୋକର ବ୍ୟବସ୍ଥା ସହ ସ୍ବେଚ୍ଛାସେବୀ ନିଯୁକ୍ତି ରହିବେ । ସିଭିଲ ଡିଫେନ୍ସ ସ୍ବେଚ୍ଛାସେବୀ ମଧ୍ୟ ନିୟୋଜିତ ହେବେ । ସିସିଟିଭି ଲଗାଇବାକୁ ବାଧ୍ୟତାମୂଳକ । ଚୋର ଓ ଅପରାଧୀ ଲୋକଙ୍କ ଉପରେ ନଜର ରଖାଯିବ । କୌଣସି ଭସାଣି ଶୋଭାଯାତ୍ରାରେ ଡିଜେ ବ୍ୟବହାର ହୋଇପାରିବ ନାହିଁ । ଟ୍ରାଫିକକୁ ଦୃଷ୍ଟିରେ ରଖି ମୁଖ୍ୟ ରାସ୍ତାରେ ଶୋଭାଯାତ୍ରା ନକରି ସାହି ଅଞ୍ଚଳରେ ହେବ । ଏନେଇ ରୁଟ ଓ ଗାଇଡ ଲାଇନ୍ ପୂଜା ମଣ୍ଡପ ସହ ଆଲୋଚନା ହେବ । "

ବାଜିବନି DJ, ମୁଖ୍ୟ ରାସ୍ତାରେ ଭସାଣି ଶୋଭାଯାତ୍ରାକୁ ମନା:

ଗଣେଶ ପୂଜାରେ ବିଶେଷ କରି ଭସାଣିକୁ ଅଧିତ ଗୁରୁତ୍ବ ଦିଆଯାଏ । ତେଣୁ ଏହାକୁ ଦୃଷ୍ଟିରେ ରଖି ଏଥର ଭୁବନେଶ୍ୱରରେ DJ ବାଜିପାରିବ ନାହିଁ । ଅର୍ଥାତ୍ କୋୖଣସି ଉଚ୍ଚ ଶବ୍ଦକୁ ଅନୁମତି ଦିଆଯିବ ନହିଁ । ପାରମ୍ପରିକ ବାଦ୍ୟକୁ ଅନୁମତି ଦିଆଯିବ । ସେହିପରି ମୁଖ୍ୟରାସ୍ତା ଉପରେ ଭସାଣି ଅନୁମତି ଦିଆଯିବ ନାହିଁ । ସାହି ଗଳି ଭିତରେ ଭସାଣି ଶୋଭାଯାତ୍ରା କରିବେ ପୂଜା କମିଟି ।

ସିସିଟିଭି ବାଧ୍ୟତାମୂଳକ:

ଏଥର ପୂଜାରେ ସିସିଟିଭି ଲଗାଇବାକୁ ସବୁ ପୂଜା ମଣ୍ଡପଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି । ଯାହାଦ୍ବରା ସାଧାରଣ ଭକ୍ତ ଦର୍ଶନ ସମୟରେ ଯେପରି ଚୋରି ବା ଛିନତଇର ଶିକାର ନହେବ । କାରଣ ପୂଜା ସମୟରେ ଏଭଳି କିଛି ଗ୍ୟାଙ୍ଗ ସକ୍ରିୟ ହୁଅନ୍ତି, ଯେଉଁମାନେ ପୂଜାର ଗହଳି ଦେଖି ଚୋରି ଓ ଛିନତାଇ ଓ ଲୁଟପାଟ କରନ୍ତି ।ଏଥିସହ ଲାଇଟ୍ ବ୍ୟବସ୍ଥାକୁ ଅଧିକ ଗୁରୁତ୍ବ ଦିଆଯାଇଛି ।

ତିନି ଦିନ ହେବ ଭସାଣି:
ତେବେ ପୂଜା ଏଥର ୭ ତାରିଖ ଅର୍ଥାତ୍ ଶନିବାର ପଡୁଛି । ତେଣୁ ଭସାଣି ତା ପରଦିନ ଅର୍ଥାତ୍ ରବିବାର ୮ତାରିଖ ଧାର୍ଯ୍ୟ ହୋଇଥିଲା । ପରେ ପୁଣି ୭ଦିନ ପରେ ୧୫ ତାରିଖ ଧାର୍ଯ୍ୟ ହୋଇଛି । ଯେହେତୁ ଏତେ ଦିନ ଭସାଣି ପାଇଁ ଅଧିକ ସମୟ ରହୁଛି । ତେଣୁ ମଝିରେ ଗୋଟିଏ ଦିନ ଅର୍ଥାତ୍ ୧୧ ତାରିଖ ବୁଧବାର ମଧ୍ୟ ଭସାଣି ପାଇଁ ନିଷ୍ପତ୍ତି ନିଆଯାଇଛି । ତେଣୁ ତିନି ଦିନ ଭସାଣି ପାଇଁ ୭,୧୧,୧୫ତାରିଖ ଭସାଣି ପାଇଁ ନିଷ୍ପତ୍ତି ହୋଇଛି ।

ପାର୍କିଂ ଓ ଭିଡ ନିୟନ୍ତ୍ରଣ :
ତେବେ ବିଶେଷ କରି ରାଜଧାନୀରେ ପୂଜା ବୁଲିବାକୁ ଲୋକଙ୍କ ଗହଳି ହେବାର ଆଶଙ୍କା ରହୁଛି । ଭିଡକୁ ନିୟନ୍ତ୍ରଣ ପାଇଁ ଗୁରୁତ୍ବ ଦିଆଯାଇଛି । ପୂଜା ଦେଖିବାକୁ ଆସୁଥିବା ଲୋକଙ୍କ ପାଇଁ ପର୍ଯ୍ୟାପ୍ତ ପରିମଣ ପାର୍କିଂ ଓ ସୁବିଧା ପାର୍କିଂ ପାଇଁ ନିଷ୍ପତ୍ତି ହୋଇଛି । ଭିଡ଼କୁ ନିୟନ୍ତ୍ରଣ ପାଇଁ ସ୍ବେଚ୍ଛାସେବୀ ନିୟୋଜିତ କରିବେ ପୂଜା ମଣ୍ଡପ କମିଟି ।
ଏହା ମଧ୍ୟ ପଢନ୍ତୁ ...କଟକ ଗଣେଶ ପୂଜା; ମଦ ମୁକ୍ତ ହେବ ଭସାଣ, ଡିଜେ ମୁକ୍ତ ରୋଷଣୀ - Ganesh Puja preparation meeting

ଫାୟାର ସେଫ୍ଟିକୁ ଗୁରୁତ୍ବ ଦିଆଯାଇଛି:
ପୂଜା ମଣ୍ଡପରେ ଇଲୋକ୍ଟୋନିକ ଡିଭାଇସ ବ୍ୟବହାର ଯୋଗୁଁ ସର୍ଟ ସର୍କିଟ ସମ୍ଭାବନାକୁ ଆଶଙ୍କା କରାଯାଇଛି । ପର୍ଯ୍ୟାପ୍ତ ପରିମାଣର ଅଗ୍ନି ସେବା ବ୍ୟବସ୍ଥା ପାଇଁ ନିଷ୍ପତ୍ତି ହୋଇଛି । ଫଳରେ ଅଗ୍ନିଶମ କର୍ମଚରୀ ଆଲର୍ଟ ସହ ସବୁ ପୂଜା ମଣ୍ଡପରେ ଅଗ୍ନିନିର୍ବାକ ଯନ୍ତ୍ର ସହ ପାଣିର ଟାଙ୍କି ମଧ୍ୟ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ମହିଳାଙ୍କ ସୁରକ୍ଷାକୁ ଅଧିକ ଗୁରୁତ୍ବ:
ତେବେ ଗଣେଶ ପୂଜା ସମୟରେ ଅନେକ ଝିଅ-ବୋହୁ ,ମାଆ ଓ କଲେଜ ପଢୁଆ ହଷ୍ଟେଲ ଛାତ୍ରଛାତ୍ରୀ ବୁଲିବାକୁ ବାହାରିଥାନ୍ତି ।ଏହି ସମୟରେ ଯେପରି ମହିଳାଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏଥର ବୁଲିବ ସାଧ ପୋଷାକରେ HER ଟିମ୍ ।ବିଶେଷ କରି ରୋଡ଼ ରୋମିଓ ଓ ଅସାମାଜିକ ବ୍ୟକ୍ତିଙ୍କ ଗତିବିଧି ପ୍ରତି ଉପରେ ନଜର ରଖିବ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Aug 18, 2024, 10:54 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.