ETV Bharat / state

ନିର୍ବାଚନ ଲଢ଼ିପାରିବେ ବରିଷ୍ଠ ନେତା ଦିଲ୍ଲୀପ ରାୟ, ଦିଲ୍ଲୀ ହାଇକୋର୍ଟରୁ ମିଳିଲା ଆଶ୍ବସ୍ତି - Dilip Roy in Coal Scam Case

Dilip Roy in Coal Scam Case: କୋଇଲା ଦୁର୍ନୀତି ମାମଲାରେ ବରିଷ୍ଠ ନେତା ଦିଲ୍ଲୀପ ରାୟଙ୍କୁ ଆଶ୍ବସ୍ତି । ଦଣ୍ଡାଦେଶ ଉପରେ ଦିଲ୍ଲୀ ହାଇକୋର୍ଟଙ୍କ ରହିତାଦେଶ । ଅଧିକ ପଢ଼ନ୍ତୁ

author img

By ETV Bharat Odisha Team

Published : Apr 8, 2024, 6:23 PM IST

Updated : Apr 8, 2024, 8:39 PM IST

Dilip Roy in Coal Scam Case
Dilip Roy in Coal Scam Case
Dilip Roy in Coal Scam Case
Dilip Roy in Coal Scam Case

ଭୁବନେଶ୍ବର: ନିର୍ବାଚନ ଲଢ଼ିପାରିବେ ବରିଷ୍ଠ ନେତା ଦିଲ୍ଲୀପ ରାୟ । ଦିଲ୍ଲୀପଙ୍କ ଦଣ୍ଡାଦେଶ ଉପରେ ରହିତାଦେଶ ଜାରି କଲେ ଦିଲ୍ଲୀ ହାଇକୋର୍ଟ । କୋଇଲା ଦୁର୍ନୀତି ମାମଲାରେ ମିଳିଥିବା ଦଣ୍ଡାଦେଶ ଉପରେ ରହିତାଦେଶ । 2020ରେ ଦିଲ୍ଲୀପ ରାୟଙ୍କୁ ଏହି ଦୁର୍ନୀତି ମାମଲାରେ ଦଣ୍ଡାଦେଶ ଶୁଣାଇଥିଲେ ସିବିଆଇ କୋର୍ଟ । ବରିଷ୍ଠ ନେତାଙ୍କୁ 3 ବର୍ଷ ଜେଲ୍‌ ଦଣ୍ଡ ସହ 10 ଲକ୍ଷ ଟଙ୍କା ଜରିମାନା କରିଥିଲେ କୋର୍ଟ । ଏହି ଦଣ୍ଡାଦେଶକୁ ଚ୍ୟାଲେଞ୍ଜ କରି ଦିଲ୍ଲୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ଦିଲ୍ଲୀପ ରାୟ । ତେବେ କୋର୍ଟଙ୍କ ରହିତାଦେଶ ପରେ ଦିଲ୍ଲୀପଙ୍କ ନିର୍ବାଚନ ଲଢ଼ିବା ନେଇ ରାସ୍ତା ସଫା ହୋଇଛି ।

କଣ ଥିଲା ମାମଲା ?: ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲୀପ ରାୟଙ୍କୁ 1999 ମସିହାରେ ଝାଡ଼ଖଣ୍ଡ କୋଇଲା ଦୁର୍ନୀତିରେ ବେଆଇନ ଭାବରେ କୋଇଲା ବ୍ଲକ ଅଲୋକେସନ ମାମଲାରେ ଦୋଷୀ ସାବ୍ୟସ୍ତ କରି 6 ଅକ୍ଟୋବର 2020ରେ 3 ବର୍ଷ ଜେଲ ଦଣ୍ଡ ଶୁଣାଇଥିଲେ ସ୍ପେସିଆଲ ସିବିଆଇ କୋର୍ଟ । ଦିଲ୍ଲୀପଙ୍କ ସମେତ କୋଇଲା ମନ୍ତ୍ରଣାଳୟର ଦୁଇ ବରିଷ୍ଠ ଅଧିକାରୀ ପ୍ରଦୀପ ବାନାର୍ଜୀ ଓ ନିତ୍ୟାନନ୍ଦ ଗୌତମଙ୍କ ଓ କ୍ରାଷ୍ଟନ୍ ଲିମିଟେଡର ନିର୍ଦ୍ଦେଶକ ମହେନ୍ଦ୍ର ଅଗ୍ରୱାଲଙ୍କୁ ମଧ୍ୟ ସିବିଆଇ କୋର୍ଟ ଦୋଷୀ ସାବ୍ୟସ୍ତ କରିଥିଲେ । ଏହି ମାମଲାରେ ୩ ବର୍ଷ ଜେଲ ଦଣ୍ଡାଦେଶ ସମେତ ଦିଲ୍ଲୀପଙ୍କୁ 10 ଲକ୍ଷ ଟଙ୍କା ଜରିମାନା ମଧ୍ୟ କରିଥିଲେ କୋର୍ଟ । ତେବେ ଏହି ଦଣ୍ଡାଦେଶକୁ ସେ ଦିଲ୍ଲୀ ହାଇକୋର୍ଟରେ ଚ୍ୟାଲେଞ୍ଜ କରି ନିର୍ବାଚନ ଲଢ଼ିବା ପାଇଁ ଆବେଦନ କରିଥିଲେ । ଗତ 5 ତାରିଖରେ ଏହାର ଶୁଣାଣି ଥିବାବେଳେ ସିବିଆଇ ଏହାକୁ ବିରୋଧ କରିଥିଲା ଏବଂ ଶୁଣାଣି ଆଜିକୁ ଘୁଞ୍ଚିଥିଲା । ଆଜି ଏହି କୋଇଲା ଦୁର୍ନୀତିରୁ ମିଳିଥିବା ଦଣ୍ଡାଦେଶ ଉପରେ ରହିତାଦେଶ ଜାରି କରିଛନ୍ତି ଦିଲ୍ଲୀ ହାଇକୋର୍ଟ ।

ବିଜେପିକୁ ଫେରିବେ ଦିଲ୍ଲୀପ !: ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲୀପ ରାୟଙ୍କୁ ଏହା ଏକ ବଡ଼ ଆଶ୍ବସ୍ତି ବୋଲି କୁହାଯାଉଛି । ଏହି ରହିତାଦେଶ ପରେ ଏବେ ଦିଲ୍ଲୀପ ଖୁବଶୀଘ୍ର ରାଜନୀତିକୁ ଫେରିବା ନେଇ ରାଉରକେଲା ସହର ସମେତ ରାଜ୍ୟରେ ଚର୍ଚ୍ଚା ଜୋର ଧରିଛି । ଏପରିକି ସେ ପୁଣି ବିଜେପିରେ ଯୋଗ ଦେଇ ରାଉରକେଲାରୁ ନିର୍ବାଚନ ଲଢ଼ିବା ନେଇ ଆଲୋଚନା ହେଉଛି । ଦିଲ୍ଲୀପ ରାୟ ପୂର୍ବରୁ ଦିଲ୍ଲୀ ଯାଇ ବିଜେପିରୁ ଟିକେଟ ପାଇବା ପାଇଁ ଲବିରେ ଥିବା ଚର୍ଚ୍ଚା ମଧ୍ୟ ହେଉଛି । ହେଲେ ପୂର୍ବରୁ ସେ ଏଥର ନିର୍ବାଚନ ଲଢ଼ିବେ ନାହିଁ ବୋଲି କହିଥିଲେ । ଯଦି ସେ ରାଉରକେଲା ବିଧାନସଭା ପାଇଁ ନିର୍ବାଚନ ଲଢ଼ିବେ ନାହିଁ ବୋଲି ସ୍ଥିର କରିଥିଲେ, ପୁଣି ହାଇକୋର୍ଟରେ ନିର୍ବାଚନ ଲଢ଼ିବା ପାଇଁ ପିଟିସନ ଦାଖଲ କରିବା ସମସ୍ତଙ୍କୁ ଚକିତ କରିଛି । ଆଜି ଶୁଣାଣି ପରେ ବିଜେପି ତାଙ୍କୁ ପ୍ରାର୍ଥୀ କରିପାରେ ବୋଲି ଅନୁମାନ କରାଯାଉଛି ।

ଏହା ମଧ୍ୟ ପଢ଼ନ୍ତୁ...ଝୁଲିଛି ରାଉରକେଲା ଆସନ: ବିଜେପିରୁ କିଏ ହେବ ପ୍ରାର୍ଥୀ, ଫେରିବେ କି ଦିଲ୍ଲୀପ ? - rourkela politics

ରାଉରକେଲା ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ବିଜେପି ପ୍ରାର୍ଥୀ କିଏ ହେବ ତାହା ଏବେ ମଧ୍ୟ ଅନ୍ଧାରରେ । ତେବେ ଅନ୍ୟ ପକ୍ଷରେ ଯଦି ଦିଲ୍ଲୀପ ରାୟ ଏଥର ପୁଣି ରାଉରକେଲାରେ ବିଧାୟକ ପଦ ଭାବରେ ଲଢନ୍ତି, ତେବେ ତାଙ୍କୁ ଏହା କେତେ ସୁହାଇବ ତାହା ମଧ୍ୟ ବଡ଼ ପ୍ରଶ୍ନ । କାରଣ ଗତ 2014ରେ ସେ ବିଜେପିରୁ ଟିକେଟ ପାଇ ବିଧାୟକ ହୋଇଥିଲେ ଏବଂ 2018ରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ବାରା ଦେଇଥିବା ପ୍ରତିଶ୍ରୁତି ଦ୍ବିତୀୟ ବ୍ରାହ୍ମଣୀ ସେତୁ ଏବଂ ସୁପର ସ୍ପେଶାଲିଷ୍ଟ ହସ୍ପିଟାଲ ନିର୍ମାଣ କାର୍ଯ୍ୟ ହେଇନଥିବାରୁ ଦଳ ଛାଡିଥିଲେ ଏବଂ 'ଆଗେ ମାଟି ପରେ ପାର୍ଟି' ନାରା ଦେଇ ବିଧାୟକ ପଦ ସମେତ ଦଳରୁ ଇସ୍ତଫା ଦେଇଥିଲେ ।

ରାଜନୀତି ସମୀକ୍ଷକଙ୍କ କହିବା କଥା, "ଆଇନ ଅନୁସାରେ ଯଦି କେହି 2 ବର୍ଷ କିମ୍ବା ତା'ଠାରୁ ଅଧିକ ଜେଲ ଦଣ୍ଡ ପାଇଛି, ତେବେ ଦଣ୍ଡ ଭୋଗିବାର 6 ବର୍ଷ ପର୍ଯ୍ୟନ୍ତ ସେ ନିର୍ବାଚନ ଲଢ଼ି ପାରିବନି । ହେଲେ ଦିଲ୍ଲୀପ ବାବୁଙ୍କୁ 2020ରେ 3 ବର୍ଷ ଜେଲ ଦଣ୍ଡ ମିଳିଥିଲା ଏବଂ ସେ ଏହାକୁ ତୁରନ୍ତ ଦିଲ୍ଲୀ ହାଇକୋର୍ଟରେ ଚ୍ୟାଲେଞ୍ଜ କରି ବେଲରେ ଅଛନ୍ତି । ଏହି ଦଣ୍ଡାଦେଶରେ ରହିତାଦେଶ ପାଇଁ ଆବେଦନ କରିବା ଅର୍ଥାତ ସେ ନିର୍ବାଚନ ଲଢ଼ିବାକୁ ଚାହୁଁଛନ୍ତି । ରାଉରକେଲାରୁ ବିଜେଡି ଓ କଂଗ୍ରେସ ସେମାନଙ୍କର ପ୍ରାର୍ଥୀ ଘୋଷଣା କରିସାରିଛନ୍ତି । ତେଣୁ ସେ ଯଦି ଲଢ଼ିବେ ବିଜେପିରୁ ହିଁ ଲଢ଼ିବେ ।"

ଇଟିଭି ଭାରତ, ଭୁବନେଶ୍ବର/ରାଉରକେଲା

Last Updated : Apr 8, 2024, 8:39 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.